Jump to content

ଶ୍ରୀକାନ୍ତ କୁମାର ଜେନା

ଉଇକିପିଡ଼ିଆ‌ରୁ
(Srikant Kumar Jenaରୁ ଲେଉଟି ଆସିଛି)
ଶ୍ରୀକାନ୍ତ କୁମାର ଜେନା
ସାଂସଦ: ଲୋକ ସଭା
କାର୍ଯ୍ୟକାଳ
୨୦୦୯  ୨୦୧୪
ପୂର୍ବ ଅଧିକାରୀଖାରବେଳ ସ୍ୱାଇଁ
ପର ଅଧିକାରୀରବିନ୍ଦ୍ର କୁମାର ଜେନା
ନିର୍ବାଚନ ମଣ୍ଡଳୀବାଲେଶ୍ୱର, ଓଡ଼ିଶା
କାର୍ଯ୍ୟକାଳ
୧୯୯୬  ୧୯୯୮
ପୂର୍ବ ଅଧିକାରୀରବି ରାୟ
ପର ଅଧିକାରୀପ୍ରଭାତ କୁମାର ସାମନ୍ତରାୟ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା, ଓଡ଼ିଶା
କାର୍ଯ୍ୟକାଳ
୧୯୮୯  ୧୯୯୬
ପୂର୍ବ ଅଧିକାରୀଜୟନ୍ତି ପଟ୍ଟନାୟକ
ପର ଅଧିକାରୀଅନାଦି ସାହୁ
ନିର୍ବାଚନ ମଣ୍ଡଳୀକଟକ, ଓଡ଼ିଶା
ବିଧାୟକ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭  ୧୯୮୯
ପୂର୍ବ ଅଧିକାରୀପ୍ରହଲ୍ଲାଦ ମଲ୍ଲିକ
ପର ଅଧିକାରୀକୁଳମଣି ରାଉତ
ନିର୍ବାଚନ ମଣ୍ଡଳୀବରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1950-06-18) ୧୮ ଜୁନ ୧୯୫୦ (ବୟସ ୭୫)
ଯାଜପୁର, ଓଡ଼ିଶା, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀସୁବ୍ରତା ଜେନା
ସନ୍ତାନ୧ ପୁଅ, ୧ ଝିଅ
ଘରନୂଆ ଦିଲ୍ଲୀ, ଭାରତ
୧୫ ଜାନୁଆରୀ, ୨୦୧୨ ସୁଦ୍ଧା
ଆଧାର: india.gov.in

ଶ୍ରୀକାନ୍ତ କୁମାର ଜେନା (ଜନ୍ମ: ୧୮ ଜୁନ ୧୯୫୦), ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଗୁଜରାଲ ଓ ଦେବ ଗୌଡ଼ାଙ୍କର ମନ୍ତ୍ରୀମଣ୍ଡଳରେ ସଂସଦୀୟ ବ୍ୟାପାର ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିଲେ । ମନମୋହନ ସିଂହଙ୍କର ୨ୟ ମନ୍ତ୍ରୀମଣ୍ଡଳରେ ସେ ରସାୟନ ଓ ସାର ମନ୍ତ୍ରୀ ଥିଲେ । ଭି. ପି. ସିଂହଙ୍କର ମନ୍ତ୍ରୀ ମଣ୍ଡଳରେ ସେ ରାଜ୍ୟ, କ୍ଷୁଦ୍ର ଉଦ୍ୟୋଗ ଏବଂ କୃଷି ଓ ଗ୍ରାମୀଣ ଉଦ୍ୟୋଗର ମନ୍ତ୍ରୀ ଥିଲେ ।[][][][] ୧୫ଶ ଲୋକ ସଭାକୁ ସେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।

୧୯୭୭ ମସିହାରୁ ୧୯୮୯ ମସିହା ମଧ୍ୟରେ ସେ ଓଡ଼ିଶା ବିଧାନ ସଭାକୁ ତିନିଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୧୯୭୯-୮୦ରେ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୮୯ ମସିହାରେ ସେ ପ୍ରଥମଥର ପାଇଁ ଭାରତର ସଂସଦ ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୯ମ ଲୋକ ସଭା ପରେ ସେ ୧୦ମ ଲୋକ ସଭା, ୧୧ଶ ଲୋକ ସଭା ଏବଂ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[] ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେବା ଆଗରୁ ଶ୍ରୀକାନ୍ତ ଜନତା ଦଳରେ ଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଶ୍ରୀକାନ୍ତ ଜେନା ୧୮ ଜୁନ ୧୯୫୦ରେ ଓଡ଼ିଶାର ଯାଜପୁର ଜିଲ୍ଲାର ରତ୍ନଗିରି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ରଘୁନାଥ ଜେନା ।[] ସେ ସୁବ୍ରତା ଜେନାଙ୍କୁ ବିବାହ କରିଥିଲେ ।[] ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କେନ୍ଦ୍ରାପଡ଼ା ମହାବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ ।

ରାଜନୀତି

[ସମ୍ପାଦନା]

ଶ୍ରୀକାନ୍ତ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । ସେ ପାଠପଢ଼ା ସମୟରେ ଛାତ୍ର ନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ଓଡ଼ିଶା ଯୁବ କଂଗ୍ରସ ଦଳର ସଭାପତି ଥିଲେ । ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟର ପ୍ରତିଷ୍ଠା ଦାବି କରି ଜଣେ ଯୁବ ନେତା ଭାବରେ ସେ ଅନେକଥର କାରାଗାରରେ ବନ୍ଦୀ ହୋଇଛନ୍ତି ।[] ୧୯୭୫ ମସିହାରୁ ୧୯୭୭ ମସିହା ମଧ୍ୟରେ ଭାରତରେ ସୃଷ୍ଟି ହୋଇଥିବା ଜରୁରୀକାଳିନ ପରିସ୍ଥିତିରେ ସେ ୧୯ ମାସ ଧରି ବନ୍ଦି ହୋଇ ରହିଥିଲେ ।[]

ଏହାପରେ ସେ ୧୯୭୭ ମସିହାର ଜନତା ଦଳ ଯୁବ ପ୍ରତିନିଧି ଭାବରେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ଆଉ ଦୁଇଥର ବିଧାନ ସଭାକୁ ନିର୍ବାଚିତ ହୋଇ ୧୯୮୯ ମସିହା ପର୍ଯ୍ୟନ୍ତ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[]

୧୯୮୯ ମସିହାରେ ଶ୍ରୀକାନ୍ତ ଭାରତର ସଂସଦ ତଳ ସଦନ ଲୋକ ସଭା ୯ମ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେ ଲୋକ ସଭା ତଥା ଓଡ଼ିଶାର ବିଧାନ ସଭାର ମନ୍ତ୍ରୀମଣ୍ଡଳଗୁଡ଼ିକରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦବୀରେ ରହି କାର୍ଯ୍ୟ କରିଥିଲେ ।

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୨,୩୭,୦୦୭ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କଠାରୁ ୩,୩୬,୮୫୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[]

  1. Statement of Srikant Kumar Jena on IIP Data
  2. Ministry of Statistics & Programme Implementation Releases IIP Data for November 2011[permanent dead link] under UPA II
  3. "Srikant Jena Presents Annual AMAI Awards". Archived from the original on 2019-01-21. Retrieved 2019-01-30.
  4. Lok Sabha MP Profile Retrieved on 15 January 2012
  5. 1 2 3 4 5 "MLA Srikant Kumar Jena Profile | BARI-DERABISI Constituency". www.naveenpatnaik.com (in ଇଂରାଜୀ). Odisha: NaveenPattnaik.com. Archived from the original on 20 July 2017. Retrieved 30 January 2019.
  6. "2024 Indian General Election Results: Balasore (Odisha)". Election Commission of India. Retrieved 6 June 2024.

ବାହାର ଆଧାର

[ସମ୍ପାଦନା]