ନୃସିଂହ ଚରଣ ସାହୁ

ଉଇକିପିଡ଼ିଆ‌ରୁ
(Nrushingha Charan Sahuରୁ ଲେଉଟି ଆସିଛି)
ନୃସିଂହ ନାରାୟଣ ସାହୁ‌
ବିଧାୟକ: ୧୪, ୧୫ଶ ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ଏବେଯାଏଁ
ନିର୍ବାଚନ ମଣ୍ଡଳୀପର୍ଜଙ୍ଗ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀଧର୍ମେନ୍ଦ୍ର ପ୍ରଧାନ
ପର ଅଧିକାରୀରବି ନାରାୟଣ ପାଣି
ନିର୍ବାଚନ ମଣ୍ଡଳୀପାଲଲହଡ଼ା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀବିବୁଧେନ୍ଦ୍ର ପ୍ରତାପ ଦାସ
ପର ଅଧିକାରୀବିବୁଧେନ୍ଦ୍ର ପ୍ରତାପ ଦାସ
ନିର୍ବାଚନ ମଣ୍ଡଳୀପାଲଲହଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1948-07-14) ୧୪ ଜୁଲାଇ ୧୯୪୮ (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ, ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୌଦାମିନୀ ସାହୁ
ବାପା/ବୋଉଗୁଜ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ନୃସିଂହ ନାରାୟଣ ସାହୁ‌ (ଜନ୍ମ: ୧୪ ଜୁଲାଇ ୧୯୪୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବର୍ତ୍ତମାନ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ନୃସିଂହ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ାପର୍ଜଙ୍ଗ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୩ଶ, ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନୃସିଂହ ନାରାୟଣ ସାହୁ୧୯୪୮ ମସିହାର ଜୁଲାଇ ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୁଜ ସାହୁ ଓ ପତ୍ନୀଙ୍କ ନାମ ସୌଦାମିନୀ ସାହୁ । ସେ ପେଶାରେ ଜଣେ ଡାକ୍ତର ଓ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍.ବି.ବି.ଏସ୍. ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ନୃସିଂହ ଓଡ଼ିଶା ରାଜନୀତିରେ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।[୩]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ପାଲଲହଡ଼ା ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ପାଲଲହଡ଼ା ଭାରତୀୟ ଜାତୀୟ କଂଗ୍ରେସ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ପର୍ଜଙ୍ଗ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ପର୍ଜଙ୍ଗ ବିଜୁ ଜନତା ଦଳ
୨୦୧୯ -- ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ପର୍ଜଙ୍ଗ ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. "ପର୍ଜଙ୍ଗ ଟକ୍କର! କିଏ ହାତେଇବ ଆସନ ? ସିପାହୀ ବାଛୁଛନ୍ତି ଜନତା ଜନାର୍ଦ୍ଦନ ।". kanaknews.com. Retrieved 26 July 2020.
  2. "Parjanga". news18.com. Retrieved 26 July 2020.
  3. ୩.୦ ୩.୧ "Shri Nrushingha Charan Sahu". odishaassembly.nic.in. Odisha Assembly. Retrieved 24 July 2020.

ବାହାର ଆଧାର[ସମ୍ପାଦନା]