ନୃସିଂହ ଚରଣ ସାହୁ
ନୃସିଂହ ନାରାୟଣ ସାହୁ | |
---|---|
![]() | |
ବିଧାୟକ: ୧୪, ୧୫ଶ ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ଏବେଯାଏଁ | |
ନିର୍ବାଚନ ମଣ୍ଡଳୀ | ପର୍ଜଙ୍ଗ |
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ଧର୍ମେନ୍ଦ୍ର ପ୍ରଧାନ |
ପର ଅଧିକାରୀ | ରବି ନାରାୟଣ ପାଣି |
ନିର୍ବାଚନ ମଣ୍ଡଳୀ | ପାଲଲହଡ଼ା |
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ବିବୁଧେନ୍ଦ୍ର ପ୍ରତାପ ଦାସ |
ପର ଅଧିକାରୀ | ବିବୁଧେନ୍ଦ୍ର ପ୍ରତାପ ଦାସ |
ନିର୍ବାଚନ ମଣ୍ଡଳୀ | ପାଲଲହଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୪ ଜୁଲାଇ ୧୯୪୮ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ, ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସୌଦାମିନୀ ସାହୁ |
ବାପା/ବୋଉ | ଗୁଜ ସାହୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ନୃସିଂହ ନାରାୟଣ ସାହୁ (ଜନ୍ମ: ୧୪ ଜୁଲାଇ ୧୯୪୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବର୍ତ୍ତମାନ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ନୃସିଂହ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ା ଓ ପର୍ଜଙ୍ଗ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୩ଶ, ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
ନୃସିଂହ ନାରାୟଣ ସାହୁ୧୯୪୮ ମସିହାର ଜୁଲାଇ ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୁଜ ସାହୁ ଓ ପତ୍ନୀଙ୍କ ନାମ ସୌଦାମିନୀ ସାହୁ । ସେ ପେଶାରେ ଜଣେ ଡାକ୍ତର ଓ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍.ବି.ବି.ଏସ୍. ।[୩]
ରାଜନୈତିକ ଜୀବନ[ସମ୍ପାଦନା]
ନୃସିଂହ ଓଡ଼ିଶା ରାଜନୀତିରେ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।[୩]
ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ପାଲଲହଡ଼ା | ଜନତା ଦଳ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ପାଲଲହଡ଼ା | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ପର୍ଜଙ୍ଗ | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ପର୍ଜଙ୍ଗ | ବିଜୁ ଜନତା ଦଳ |
୨୦୧୯ | -- | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ପର୍ଜଙ୍ଗ | ବିଜୁ ଜନତା ଦଳ |
ଆଧାର[ସମ୍ପାଦନା]
- ↑ "ପର୍ଜଙ୍ଗ ଟକ୍କର! କିଏ ହାତେଇବ ଆସନ ? ସିପାହୀ ବାଛୁଛନ୍ତି ଜନତା ଜନାର୍ଦ୍ଦନ ।". kanaknews.com. Retrieved 26 July 2020.
- ↑ "Parjanga". news18.com. Retrieved 26 July 2020.
- ↑ ୩.୦ ୩.୧ "Shri Nrushingha Charan Sahu". odishaassembly.nic.in. Odisha Assembly. Retrieved 24 July 2020.
ବାହାର ଆଧାର[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ Nrushingha Charan Sahu (politician)-ସମ୍ପର୍କିତ ମିଡ଼ିଆ