ଓଡ଼ିଶାର ମାପ ବ୍ୟବସ୍ଥା
ଦେଖଣା
(Measuring systems of Odishaରୁ ଲେଉଟି ଆସିଛି)
ଓଡ଼ିଶାରେ ମାପ ଓ ଗଣନା ନିମନ୍ତେ ନାନାଦି ମାପ ବ୍ୟବସ୍ଥାର ପ୍ରଚଳନ ରହିଛି । ସଭ୍ୟତାର ବିକାଶ ସହିତ ଅନେକ ମାପ ବ୍ୟବସ୍ଥା ବଦଳିଛି ଓ ପ୍ରତିବଦଳରେ ମେଟ୍ରିକ ମାପ ବ୍ୟବସ୍ଥାର ପ୍ରଚାଳନ ହୋଇଛି । ବ୍ୟବହାର କ୍ରମରେ ଓଡ଼ିଶାର ମାପ ବ୍ୟବସ୍ଥାକୁ ତଳଲିଖିତ ବିଭାଗରେ ବଣ୍ଟା ଯାଇଥାଏ ।
୧ ମାଣ = ୬୨୫ଗ୍ରାମ, ୨ ମାଣ = ୧ସେର(୧୨୫୦ଗ୍ରାମ), ୨ ସେର = ୧ ଗଉଣି (୨.୫ କି.ଗ୍ରା.), ୩ ଗଉଣି = ୧ ନଉତି, ୨୦ ଗଉଣି = ୧ ପଉଟି, ୨ ପଉଟି = ୧ ଛେଲା , ୪ ଛେଲା = ୧ ଭରଣ (୧୬୦ ଗଉଣି )।
ଲମ୍ବ ମାପ
[ସମ୍ପାଦନା]ଜମିଜମା
[ସମ୍ପାଦନା]- କଡ଼ି ମାପ: ଏହା ସାଧାରଣ ଭାବରେ ଅମିନମାନଙ୍କ ଦେଇ ଜମି କିଣାବିକା ଓ ମାପ ସମୟରେ ବ୍ୟବହାର କରାଯାଇଥାଏ ।ଲୁହାରେ ତିଆରି ଶିକୁଳିରେ ଏହା ତିଆରି କରାଯାଇଥାଏ ।
ଦୂରତା
[ସମ୍ପାଦନା]- ଚାଖଣ୍ଡେ: ହାତର କାଣି ଅଙ୍ଗୁଳି ଓ ବୁଢ଼ା ଅଙ୍ଗୁଳିକୁ ପୁରା ପ୍ରସାରଣ କଲେ ତାହା ଭିତରେ ରହୁଥିବା ଦୂରତାକୁ ଚଖଣ୍ଡେ କୁହାଯାଏ ।
- ପାହୁଣ୍ଡେ: ଏକ ପାହୁଣ୍ଡ ସାଧାରଣ ମଣିଷର ଦୁଇ ପଦରେ ଥରୁଟିଏ ଆଗ ପଛ ହୋଇ ଗତି କରିବାରେ ଯେତିକି ଦୂରତା ଅତିକ୍ରମ ହୋଇଥାଏ ତାହାକୁ ବୁଝାଇ ଥାଏ ।
- ଡାକ/ଡାକେ: ଡାକିଲେ ଶୁଭିବା ଭଳି ଦୂରତାକୁ ଡାକେ ବାଟ ବୋଲି କୁହାଯାଇଥାଏ, ଏହା କେଇ ମିଟର ଦୂରତାକୁ ବୁଝାଇ ଥାଏ ।
- 'କୋଶ: ଦୂରତାକୁ ସାଧାରଣର ଭାବରେ କୋଶେ (୧ କୋଶ), ଦୁଇ କୋଶ, ତିନି କୋଶ ବୋଲି କୁହାଯାଇଥାଏ ।
ଅନ୍ୟାନ୍ୟ
[ସମ୍ପାଦନା]- ହାତ ମାପ: ହାତରେ ମାପ କରି ବଢ଼ାଇ, ଘର ତିଆରି କରୁଥିବା କାରିଗର, ପଥର କାମ କରୁଥିବା କାରିଗରମାନେ ଆଗକାଳରେ କାମ କରୁଥିଲେ । ଏକ ସାଧାରଣ ମଣିଷର ହାତ ୧ ଫୁଟ ୩ ଇଞ୍ଚ ବା ତହିଁରୁ ଅଳ୍ପ କିଛି ଅଧିକ ହୋଇଥାଏ । ଯେହେତୁ ମଣିଷର ଉଚ୍ଚତା ଅନୁସାରେ ଏହା ବଦଳିଥାଏ ଏହି ମାପ ଏକ ଆନୁମାନିକ ମାପ । ସାଧାରଣ ଶାଢ଼ୀକୁ ବାରହାତି ଶାଢ଼ୀ ଓ ଧୋତିକୁ ଆଠହାତି ଧୋତି କୁହାଯାଇଥାଏ ।
ପୁରାଣ ଓ ସାହିତ୍ୟ
[ସମ୍ପାଦନା]ପୁରାଣ ଓ ସାହିତ୍ୟରେ ହାତ ମାପର ବ୍ୟବହାର ଦେଖିବାକୁ ମିଳିଥାଏ । ଯଥା - ବାରହାତ ଖଣ୍ଡା ବୁଲିବ [୧]
କ୍ଷେତ୍ରଫଳ ମାପ
[ସମ୍ପାଦନା]- ୧ ମାଣ= ୨୫ ଗୁଣ୍ଠ
- ୧ ଗୁଣ୍ଠ = ୧୬ ବିଶ୍ୱା
- ଏକର: ଶହେ ଡେସିମିଲରେ ଏକ ଏକର ହୋଇଥାଏ ।
- ଗଉଣି: ଗଞ୍ଜାମ ଅଞ୍ଚଳରେ ଭୂମିର ପରିମାଣ ବିଶେଷରେ ଏହା ବ୍ୟବହାର କରାଯାଇଥାଏ । [୨]
- ଏକର = ୫ଭରଣ
- ୧ ଶଗଡ଼ = ୩ ଭରଣ
- ୧ ଭରଣ = ୨୦ ନଉତି
- ୧ ନଉତି= ୪ ଗଉଣି
ପୁରାଣ ଓ ସାହିତ୍ୟ
[ସମ୍ପାଦନା]ପୁରାତନ ଜମି ଜମା ମାପକୁ ନେଇ ଗଳ୍ପ, କବିତାମାନ ରଚିତ ହୋଇଥିଲା । ଫକିରମୋହନଙ୍କ ଛଅ ମାଣ ଆଠଗୁଣ୍ଠ ସେଥିମଧ୍ୟରୁ ଅନ୍ୟତମ ।[୩]
ଆୟତନ ମାପ
[ସମ୍ପାଦନା]- ସେର:
- ମାଣ:
- ଗଉଣି: ଗୌଣି ବା ଗଉଣି ଶସ୍ୟାଦିର ପରିମାଣ ମାପିବା ନିମନ୍ତେ ବ୍ୟବହାର କରାଯାଇଥାଏ । ଏହା ବେତ ବା ପିତଳରେ ତିଆରି କରାଯାଇଥାଏ ।
ପ୍ରକାର ଭେଦ
[ସମ୍ପାଦନା]ଅଞ୍ଚଳ ଭେଦରେ ଗଉଣିର ପରିମାଣ ଅଲଗା ଅଲଗା ହୋଇଥାଏ । ଯଥା:
କଟକ ଜିଲ୍ଲା
[ସମ୍ପାଦନା]- ୨-୮ ସେର: ଏଥିରେ ସାଙ୍କେତିକ ଚିହ୍ନ ଗୌ ଏବଂ ସାତ ଗଉଣି ଲେଖିବାକୁ ହେଲେ ଗୌ ୭ ଲେଖାଯାଏ ।
ଗଞ୍ଜାମ ଜିଲ୍ଲା
[ସମ୍ପାଦନା]ଗଉଣିର ୧୨ ଭାଗ ପରିମିତ ପାତ୍ରକୁ ସେର ବା କଥା ବା ପାହିଲି ବୋଲାଯାଏ ।
- ୧ଗଉଣି = ୪ ଅଡ଼ା
- ୧ ଅଡା = ୨ ବୋଡା
- ୧ ବୋଡା = ୨ ସୋଲା
- ୧ ସୋଲା = ୨ ଅଧା
- ୧ ଅଧା = ୨ ପାଇକା
- ୧ ପାଇକା = ୨ ଗିଧା
- ଡୋଲି: ଏହା ଅମାର ଘର ଭିତରେ ଥିବା ଏକ ବିଶାଳ ବାଉଁଶ ତିଆରି ପାତ୍ର । ଏଥିରେ ଧାନ ମୂଷା ତଥା ଅନ୍ୟାନ୍ୟ ପଶୁପକ୍ଷୀ ଓ ପୋକଙ୍କ ଦାଉରୁ ସାଇତି ରଖାଯାଇଥାଏ ।
ପୁରାଣ ଓ ସାହିତ୍ୟ
[ସମ୍ପାଦନା]ସେରକ ପୁରିଲା ମାଣକ ପୁରିଲା ଉଠରେ ପୁତା![୪]
ସଂଖ୍ୟା ଗଣନା
[ସମ୍ପାଦନା]- କଉଡ଼ି: କଉଡ଼ିରେ ଆଗରୁ ଗଣନ କରାଯାଉଥିଲା ।
- ଅଙ୍ଗୁଳି: ହାତ ଅଙ୍ଗୁଳି ଓ ଅଙ୍ଗୁଳିର ରେଖାରେ ଗଣନ କରାଯାଇଥାଏ ।
- କାଠି: ଗଛର ସଳଖ ଶାଖାକୁ ଭାଙ୍ଗି ସେଥିରୁ ତିଆରି କାଠିରେ ଗଣନା କରାଯାଇଥାଏ ।
ପରିମାଣ ବିଶେଷ
[ସମ୍ପାଦନା]- ୧କଡ଼ା = ୧ଟା (ଗୋଟିଏ)
- ୧ଗଣ୍ଡା = ୧ପୁଞ୍ଜା = ୪ କଡ଼ା = ୪ଟା
- ୧ପଣ = ୨୦ଗଣ୍ଡା = ୮୦ଟା
- ୧ କାହାଣ = ୧୬ପଣ = ୩୨୦ ଗଣ୍ଡା = ୧୨୮୦ଟା
ଆଧାର
[ସମ୍ପାଦନା]- ↑ ଦାସ ଅଚ୍ୟୁତାନନ୍ଦ। ମାଳିକା
- ↑ ପଲ୍ଲିବାସୀ. ୧୩ ମାର୍ଚ ୧୯୨୯
- ଗ୍ରାମରେ ଗଉଣିଏ ଗୋଚର ଭୂମି ରହିଲା ନାହିଁ ।
- ↑ ଫକିରମୋହନ. ଛଅ ମାଣ ଆଠଗୁଣ୍ଠ
- ↑ ଓଡ଼ିଆ ଲୋକକଥା