ଗଉଣି
ଦେଖଣା
ଗୌଣି ବା ଗଉଣି ଶସ୍ୟାଦିର ପରିମାଣ ମାପିବା ନିମନ୍ତେ ବ୍ୟବହାର କରାଯାଇଥାଏ । ଏହା ବେତ ବା ପିତଳରେ ତିଆରି କରାଯାଇଥାଏ ।
ପ୍ରକାର ଭେଦ
[ସମ୍ପାଦନା]ଅଞ୍ଚଳ ଭେଦରେ ଗଉଣିର ପରିମାଣ ଅଲଗା ଅଲଗା ହୋଇଥାଏ । ଯଥା:
- କଟକ: ୨-୮ ସେର; ଏଥିରେ ସାଙ୍କେତିକ ଚିହ୍ନ ଗୌ; ସାତ ଗଉଣି ଲେଖିବାକୁ ହେଲେ ଗୌ ୭ ଲେଖାଯାଏ ।
ଗଉଣିର ୧୨ ଭାଗ ପରିମିତ ପାତ୍ରକୁ ସେର ବା କଥା ବା ପାହିଲି ବୋଲାଯାଏ ।
- ଗଞ୍ଜାମ: ୧ଗଉଣି= ୪ଅଡା
- ୧ଅଡା = ୨ବୋଡା
- ୧ବୋଡା = ୨ ସୋଲା
- ୧ସୋଲା = ୨ଅଧା
- ୧ଅଧା = ୨ପାଇକା
- ୧ପାଇକା = ୨ଗିଧା
ଆଞ୍ଚଳିକ ବ୍ୟବହାର
[ସମ୍ପାଦନା]ଗଞ୍ଜାମ ଅଞ୍ଚଳରେ ଭୂମିର ପରିମାଣ ବିଶେଷରେ ଏହା ବ୍ୟବହାର କରାଯାଇଥାଏ ।[୧]
- ୧ଏକର = ୫ଭରଣ
- ୧ଶଗଡ଼ = ୩ଭରଣ
- ୧ଭରଣ = ୨୦ନଉତି
- ୧ନଉତି= ୪ଗଉଣି
ଆଧାର
[ସମ୍ପାଦନା]- ↑ ପଲ୍ଲିବାସୀ. ୧୩ ମାର୍ଚ ୧୯୨୯
- ଗ୍ରାମରେ ଗଉଣିଏ ଗୋଚର ଭୂମି ରହିଲା ନାହିଁ ।