Jump to content

ଓଡ଼ିଶାର ମାପ ବ୍ୟବସ୍ଥା

ଉଇକିପିଡ଼ିଆ‌ରୁ

ଓଡ଼ିଶାରେ ମାପ ଓ ଗଣନା ନିମନ୍ତେ ନାନାଦି ମାପ ବ୍ୟବସ୍ଥାର ପ୍ରଚଳନ ରହିଛି । ସଭ୍ୟତାର ବିକାଶ ସହିତ ଅନେକ ମାପ ବ୍ୟବସ୍ଥା ବଦଳିଛି ଓ ପ୍ରତିବଦଳରେ ମେଟ୍ରିକ ମାପ ବ୍ୟବସ୍ଥାର ପ୍ରଚାଳନ ହୋଇଛି । ବ୍ୟବହାର କ୍ରମରେ ଓଡ଼ିଶାର ମାପ ବ୍ୟବସ୍ଥାକୁ ତଳଲିଖିତ ବିଭାଗରେ ବଣ୍ଟା ଯାଇଥାଏ ।

୧ ମାଣ = ୬୨୫ଗ୍ରାମ, ୨ ମାଣ = ୧ସେର(୧୨୫୦ଗ୍ରାମ), ୨ ସେର = ୧ ଗଉଣି (୨.୫ କି.ଗ୍ରା.), ୩ ଗଉଣି = ୧ ନଉତି, ୨୦ ଗଉଣି = ୧ ପଉଟି, ୨ ପଉଟି = ୧ ଛେଲା , ୪ ଛେଲା = ୧ ଭରଣ (୧୬୦ ଗଉଣି )।

ଲମ୍ବ ମାପ[ସମ୍ପାଦନା]

ଜମିଜମା[ସମ୍ପାଦନା]

ଦୂରତା[ସମ୍ପାଦନା]

  • ଚାଖଣ୍ଡେ: ହାତର କାଣି ଅଙ୍ଗୁଳିବୁଢ଼ା ଅଙ୍ଗୁଳିକୁ ପୁରା ପ୍ରସାରଣ କଲେ ତାହା ଭିତରେ ରହୁଥିବା ଦୂରତାକୁ ଚଖଣ୍ଡେ କୁହାଯାଏ ।
  • ପାହୁଣ୍ଡେ: ଏକ ପାହୁଣ୍ଡ ସାଧାରଣ ମଣିଷର ଦୁଇ ପଦରେ ଥରୁଟିଏ ଆଗ ପଛ ହୋଇ ଗତି କରିବାରେ ଯେତିକି ଦୂରତା ଅତିକ୍ରମ ହୋଇଥାଏ ତାହାକୁ ବୁଝାଇ ଥାଏ ।
  • ଡାକ/ଡାକେ: ଡାକିଲେ ଶୁଭିବା ଭଳି ଦୂରତାକୁ ଡାକେ ବାଟ ବୋଲି କୁହାଯାଇଥାଏ, ଏହା କେଇ ମିଟର ଦୂରତାକୁ ବୁଝାଇ ଥାଏ ।
  • 'କୋଶ: ଦୂରତାକୁ ସାଧାରଣର ଭାବରେ କୋଶେ (୧ କୋଶ), ଦୁଇ କୋଶ, ତିନି କୋଶ ବୋଲି କୁହାଯାଇଥାଏ ।

ଅନ୍ୟାନ୍ୟ[ସମ୍ପାଦନା]

  • ହାତ ମାପ: ହାତରେ ମାପ କରି ବଢ଼ାଇ, ଘର ତିଆରି କରୁଥିବା କାରିଗର, ପଥର କାମ କରୁଥିବା କାରିଗରମାନେ ଆଗକାଳରେ କାମ କରୁଥିଲେ । ଏକ ସାଧାରଣ ମଣିଷର ହାତ ୧ ଫୁଟ ୩ ଇଞ୍ଚ ବା ତହିଁରୁ ଅଳ୍ପ କିଛି ଅଧିକ ହୋଇଥାଏ । ଯେହେତୁ ମଣିଷର ଉଚ୍ଚତା ଅନୁସାରେ ଏହା ବଦଳିଥାଏ ଏହି ମାପ ଏକ ଆନୁମାନିକ ମାପ । ସାଧାରଣ ଶାଢ଼ୀକୁ ବାରହାତି ଶାଢ଼ୀ ଓ ଧୋତିକୁ ଆଠହାତି ଧୋତି କୁହାଯାଇଥାଏ ।

ପୁରାଣ ଓ ସାହିତ୍ୟ[ସମ୍ପାଦନା]

ପୁରାଣ ଓ ସାହିତ୍ୟରେ ହାତ ମାପର ବ୍ୟବହାର ଦେଖିବାକୁ ମିଳିଥାଏ । ଯଥା - ବାରହାତ ଖଣ୍ଡା ବୁଲିବ [୧]

କ୍ଷେତ୍ରଫଳ ମାପ[ସମ୍ପାଦନା]

  • ୧ ମାଣ= ୨୫ ଗୁଣ୍ଠ
  • ୧ ଗୁଣ୍ଠ = ୧୬ ବିଶ୍ୱା
  • ଏକର: ଶହେ ଡେସିମିଲରେ ଏକ ଏକର ହୋଇଥାଏ ।
  • ଗଉଣି: ଗଞ୍ଜାମ ଅଞ୍ଚଳରେ ଭୂମିର ପରିମାଣ ବିଶେଷରେ ଏହା ବ୍ୟବହାର କରାଯାଇଥାଏ । [୨]
ଏକର = ୫ଭରଣ
୧ ଶଗଡ଼ = ୩ ଭରଣ
୧ ଭରଣ = ୨୦ ନଉତି
୧ ନଉତି= ୪ ଗଉଣି

ପୁରାଣ ଓ ସାହିତ୍ୟ[ସମ୍ପାଦନା]

ପୁରାତନ ଜମି ଜମା ମାପକୁ ନେଇ ଗଳ୍ପ, କବିତାମାନ ରଚିତ ହୋଇଥିଲା । ଫକିରମୋହନଙ୍କ ଛଅ ମାଣ ଆଠଗୁଣ୍ଠ ସେଥିମଧ୍ୟରୁ ଅନ୍ୟତମ ।[୩]

ଆୟତନ ମାପ[ସମ୍ପାଦନା]

  • ସେର:
  • ମାଣ:
  • ଗଉଣି: ଗୌଣି ବା ଗଉଣି ଶସ୍ୟାଦିର ପରିମାଣ ମାପିବା ନିମନ୍ତେ ବ୍ୟବହାର କରାଯାଇଥାଏ । ଏହା ବେତ ବା ପିତଳରେ ତିଆରି କରାଯାଇଥାଏ ।

ପ୍ରକାର ଭେଦ[ସମ୍ପାଦନା]

ଅଞ୍ଚଳ ଭେଦରେ ଗଉଣିର ପରିମାଣ ଅଲଗା ଅଲଗା ହୋଇଥାଏ । ଯଥା:

କଟକ ଜିଲ୍ଲା[ସମ୍ପାଦନା]

  • ୨-୮ ସେର: ଏଥିରେ ସାଙ୍କେତିକ ଚିହ୍ନ ଗୌ ଏବଂ ସାତ ଗଉଣି ଲେଖିବାକୁ ହେଲେ ଗୌ ୭ ଲେଖାଯାଏ ।
୨୦ ଗଉଣି = ୧ ପଉଟି
୪୦ ଗଉଣି = ୧ ଡୋଲି
୮୦ ଗଉଣି = ୧ ଭରଣ

ଗଞ୍ଜାମ ଜିଲ୍ଲା[ସମ୍ପାଦନା]

ଗଉଣିର ୧୨ ଭାଗ ପରିମିତ ପାତ୍ରକୁ ସେର ବା କଥା ବା ପାହିଲି ବୋଲାଯାଏ ।

  • ୧ଗଉଣି = ୪ ଅଡ଼ା
  • ୧ ଅଡା = ୨ ବୋଡା
  • ୧ ବୋଡା = ୨ ସୋଲା
  • ୧ ସୋଲା = ୨ ଅଧା
  • ୧ ଅଧା = ୨ ପାଇକା
  • ୧ ପାଇକା = ୨ ଗିଧା
ଡୋଲି: ଏହା ଅମାର ଘର ଭିତରେ ଥିବା ଏକ ବିଶାଳ ବାଉଁଶ ତିଆରି ପାତ୍ର । ଏଥିରେ ଧାନ ମୂଷା ତଥା ଅନ୍ୟାନ୍ୟ ପଶୁପକ୍ଷୀ ଓ ପୋକଙ୍କ ଦାଉରୁ ସାଇତି ରଖାଯାଇଥାଏ ।

ପୁରାଣ ଓ ସାହିତ୍ୟ[ସମ୍ପାଦନା]

ସେରକ ପୁରିଲା ମାଣକ ପୁରିଲା ଉଠରେ ପୁତା![୪]

ସଂଖ୍ୟା ଗଣନା[ସମ୍ପାଦନା]

  • କଉଡ଼ି: କଉଡ଼ିରେ ଆଗରୁ ଗଣନ କରାଯାଉଥିଲା ।
  • ଅଙ୍ଗୁଳି: ହାତ ଅଙ୍ଗୁଳି ଓ ଅଙ୍ଗୁଳିର ରେଖାରେ ଗଣନ କରାଯାଇଥାଏ ।
  • କାଠି: ଗଛର ସଳଖ ଶାଖାକୁ ଭାଙ୍ଗି ସେଥିରୁ ତିଆରି କାଠିରେ ଗଣନା କରାଯାଇଥାଏ ।

ପରିମାଣ ବିଶେଷ[ସମ୍ପାଦନା]

  • ୧କଡ଼ା = ୧ଟା (ଗୋଟିଏ)
  • ୧ଗଣ୍ଡା = ୧ପୁଞ୍ଜା = ୪ କଡ଼ା = ୪ଟା
  • ୧ପଣ = ୨୦ଗଣ୍ଡା = ୮୦ଟା
  • ୧ କାହାଣ = ୧୬ପଣ = ୩୨୦ ଗଣ୍ଡା = ୧୨୮୦ଟା

ଆଧାର[ସମ୍ପାଦନା]

  1. ଦାସ ଅଚ୍ୟୁତାନନ୍ଦମାଳିକା
  2. ପଲ୍ଲିବାସୀ. ୧୩ ମାର୍ଚ ୧୯୨୯
    ଗ୍ରାମରେ ଗଉଣିଏ ଗୋଚର ଭୂମି ରହିଲା ନାହିଁ ।
  3. ଫକିରମୋହନ. ଛଅ ମାଣ ଆଠଗୁଣ୍ଠ
  4. ଓଡ଼ିଆ ଲୋକକଥା