ମଇଁନ୍ଦିପୁର

ଉଇକିପିଡ଼ିଆ‌ରୁ
(Maindipurରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମଇଁନ୍ଦିପୁର
ଗାଁ
ମଇଁନ୍ଦିପୁର ଗାଁ ପୋଲ ପାଖରେ ଥିବା ମାଇଲ ଖୁଣ୍ଟ
ମଇଁନ୍ଦିପୁର ଗାଁ ପୋଲ ପାଖରେ ଥିବା ମାଇଲ ଖୁଣ୍ଟ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଜଗତସିଂହପୁର
ପଞ୍ଚାୟତ ସମିତିବିରିଡି[୧]
ଗ୍ରାମ ପଞ୍ଚାୟତପୂରଣ
ତହସିଲବିରିଡି
Population
 • Total୫୨୭
Time zoneIST (+୫.୩୦)
ଡାକ କୋଡ଼
୭୫୪୧୦୨[୨][୩]
Area code+୦୬୭୨୪

ମଇଁନ୍ଦିପୁର (ମଇଁନ୍ଦିପୁର ଶାସନ) ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ଅନ୍ତର୍ଗତ ଏକ ଗାଆଁ ଅଟେ ।[୧][୪] ଏହି ଗାଆଁଟି ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଅବସ୍ଥିତି[ସମ୍ପାଦନା]

ଏହି ଗ୍ରାମଟି ବିଲୁଆଖାଇ ନଦୀ କୂଳରେସ୍ଥିତ । ଦେବୀ ନଦୀ ଓ ବିଲୁଆଖାଇ ମଧ୍ୟ ଭାଗରେ ଅବସ୍ଥିତ ବାଇଶିମଉଜାର ବାଇଶିଟି ଗ୍ରାମ ମଧ୍ୟରୁ ଅନ୍ୟତମ । ଗୋଟିଏ ପଟେ ବିଲୁଆଖାଇ ନଇ ଓ ନଇ ଅରପଟେ ବାଲିଆ ଗ୍ରାମ, ଅନ୍ୟ ତିନି ପଟେ ବାଗଲପୁର, ଚାଷିଖଣ୍ଡକମଳପୁର ରହିଛି ।

ନାମକରଣ[ସମ୍ପାଦନା]

ଗମନାଗମନ[ସମ୍ପାଦନା]

ମଇଁନ୍ଦିପୁର ଗ୍ରାମଟି ଜିଲ୍ଲାର ସଦର ମହକୁମା ଜଗତସିଂହପୁରଠାରୁ ୧୫ କି.ମି. ଦୂରରେ ଅବସ୍ଥିତ । ପାଖ ରେଳ ଷ୍ଟେସନ ନାନ୍‌ପୁରଠାରୁ ୧୦ କି.ମି. ଓ କନ୍ଦରପୁରଠାରୁ ୧୨ କି.ମି. ଦୂରରେ ଅବସ୍ଥିତ । ବସ ଯୋଗେ କଟକଠାରୁ ୩୦ କି.ମି. ଦୂର ।

ଏହି ଗ୍ରାମକୁ ଆସିବାପାଇଁ

ଶିକ୍ଷା ଓ ସ୍ୱାସ୍ଥ୍ୟ[ସମ୍ପାଦନା]

ଏହି ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଛି । ୧ କି.ମି. ଦୂରରେ ବାଲିଆ ଗ୍ରାମର ମୃତ ଅଳକା ନଦୀ ବାଲି ଶଯ୍ୟା ଉପରେ ଗୋଟିଏ ଉଚ୍ଚ ବିଦ୍ୟାଳୟଟିଏ ଅଛି ।

ଏହି ଗ୍ରାମରେ ଏକ ହୋମିଓପାଥି ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ।[୫]

ସଂସ୍କୃତି[ସମ୍ପାଦନା]

ଏହି ଗ୍ରାମରେ ମହାଦେବ ବୈଦ୍ୟନଥ ଓ ଗ୍ରାମଦେବତୀ ମଇଁନ୍ଦାଶୁଣି ଦେବୀଙ୍କ ମନ୍ଦିର ରହିଛି । ଏହା ବ୍ୟତୀତ ବ୍ରାହ୍ମଣ ଶାସନରେ ଗୋପୀନାଥ ମନ୍ଦିର ରହିଛି । ଏଠାରୁ ୦.୫ କି.ମି. ଦୂରରେ ମରିଚେଇଙ୍କ ମନ୍ଦିର ଓ ୧.୫ କି.ମି. ଦୂରରେ ସିଦ୍ଧେଶ୍ୱରଙ୍କ ମନ୍ଦିର ରହିଛି ।

ମଇଁନ୍ଦିପୁରରେ ପ୍ରତିବର୍ଷ 'ଜାଗର ମେଳା' ଅନୁଷ୍ଠିତ ହୋଇଥାଏ । ଏହା ବ୍ୟତୀତ 'ଅଗି ଉତ୍ସବ' ବି ହୋଇଥାଏ ।

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ଜଗତସିଂହପୁର ଜିଲ୍ଲା ପୋର୍ଟାଲରୁ ବ୍ଲକ୍ ବିଷୟରେ ସୂଚନା[permanent dead link]
  2. onefivenine.com
  3. PINcode.net.in
  4. "ଜଗତସିଂହପୁର ପୋର୍ଟାଲରୁ ଗ୍ରାମ ପଞ୍ଚୟତ ଓ ପାଖ ଗ୍ରାମ ସମ୍ପର୍କରେ ସୂଚନା" (PDF). Archived from the original (PDF) on 2014-04-29. Retrieved 2013-04-01.
  5. "ଜଗତସିଂହପୁର ପୋର୍ଟାଲରୁ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପର୍କରେ ସୂଚନା" (PDF). Archived from the original (PDF) on 2016-03-04. Retrieved 2013-04-01.

ବାହାର ଲିଙ୍କ[ସମ୍ପାଦନା]