ମଇଁନ୍ଦିପୁର
ମଇଁନ୍ଦିପୁର | |
---|---|
ଗାଁ | |
![]() ମଇଁନ୍ଦିପୁର ଗାଁ ପୋଲ ପାଖରେ ଥିବା ମାଇଲ ଖୁଣ୍ଟ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଜଗତସିଂହପୁର |
ପଞ୍ଚାୟତ ସମିତି | ବିରିଡି[୧] |
ଗ୍ରାମ ପଞ୍ଚାୟତ | ପୂରଣ |
ତହସିଲ | ବିରିଡି |
ଜନସଂଖ୍ୟା | |
• ମୋଟ | ୫୨୭ |
ସମୟ ମଣ୍ଡଳ | IST (+୫.୩୦) |
ପିନ କୋଡ଼ | |
ଏସଟିଡି କୋଡ଼ | +୦୬୭୨୪ |
ମଇଁନ୍ଦିପୁର (ମଇଁନ୍ଦିପୁର ଶାସନ) ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ଅନ୍ତର୍ଗତ ଏକ ଗାଆଁ ଅଟେ ।[୧][୪] ଏହି ଗାଆଁଟି ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଅବସ୍ଥିତି[ସମ୍ପାଦନା]
ଏହି ଗ୍ରାମଟି ବିଲୁଆଖାଇ ନଦୀ କୂଳରେ ସ୍ଥିତ । ଦେବୀ ନଦୀ ଓ ବିଲୁଆଖାଇ ମଧ୍ୟ ଭାଗରେ ଅବସ୍ଥିତ ବାଇଶିମଉଜାର ବାଇଶିଟି ଗ୍ରାମ ମଧ୍ୟରୁ ଅନ୍ୟତମ । ଗୋଟିଏ ପଟେ ବିଲୁଆଖାଇ ନଇ ଓ ନଇ ଅରପଟେ ବାଲିଆ ଗ୍ରାମ, ଅନ୍ୟ ତିନି ପଟେ ବାଗଲପୁର, ଚାଷିଖଣ୍ଡ ଓ କମଳପୁର ରହିଛି ।
ନାମକରଣ[ସମ୍ପାଦନା]
ଗମନାଗମନ[ସମ୍ପାଦନା]
ମଇଁନ୍ଦିପୁର ଗ୍ରାମଟି ଜିଲ୍ଲାର ସଦର ମହକୁମା ଜଗତସିଂହପୁର ଠାରୁ ୧୫ କି.ମି. ଦୂରରେ ଅବସ୍ଥିତ । ପାଖ ରେଳ ଷ୍ଟେସନ ନାନ୍ପୁର ଠାରୁ ୧୦ କି.ମି. ଓ କନ୍ଦରପୁର ଠାରୁ ୧୨ କି.ମି. ଦୂରରେ ଅବସ୍ଥିତ । ବସ ଯୋଗେ କଟକ ଠାରୁ ୩୦ କି.ମି. ଦୂର ।
ଏହି ଗ୍ରାମକୁ ଆସିବାପାଇଁ
ଶିକ୍ଷା ଓ ସ୍ୱାସ୍ଥ୍ୟ[ସମ୍ପାଦନା]
ଏହି ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଛି । ୧ କି.ମି. ଦୂରରେ ବାଲିଆ ଗ୍ରାମର ମୃତ ଅଳକା ନଦୀ ବାଲି ଶଯ୍ୟା ଉପରେ ଗୋଟିଏ ଉଚ୍ଚ ବିଦ୍ୟାଳୟଟିଏ ଅଛି ।
ଏହି ଗ୍ରାମରେ ଏକ ହୋମିଓପାଥି ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ।[୫]
ସଂସ୍କୃତି[ସମ୍ପାଦନା]
ଏହି ଗ୍ରାମରେ ମହାଦେବ ବୈଦ୍ୟନଥ ଓ ଗ୍ରାମଦେବତୀ ମଇଁନ୍ଦାଶୁଣି ଦେବୀଙ୍କ ମନ୍ଦିର ରହିଛି । ଏହା ବ୍ୟତୀତ ବ୍ରାହ୍ମଣ ଶାସନରେ ଗୋପୀନାଥ ମନ୍ଦିର ରହିଛି । ଏଠାରୁ ୦.୫ କି.ମି. ଦୂରରେ ମରିଚେଇଙ୍କ ମନ୍ଦିର ଓ ୧.୫ କି.ମି. ଦୂରରେ ସିଦ୍ଧେଶ୍ୱରଙ୍କ ମନ୍ଦିର ରହିଛି ।
ମଇଁନ୍ଦିପୁରରେ ପ୍ରତିବର୍ଷ 'ଜାଗର ମେଳା' ଅନୁଷ୍ଠିତ ହୋଇଥାଏ । ଏହା ବ୍ୟତୀତ 'ଅଗି ଉତ୍ସବ' ବି ହୋଇଥାଏ ।
ଗ୍ୟାଲେରୀ[ସମ୍ପାଦନା]
ଆଧାର[ସମ୍ପାଦନା]
ବାହାର ଲିଙ୍କ[ସମ୍ପାଦନା]
- ଓଡ଼ିଶା ଜିଲ୍ଲା. "ଜଗତସିଂହପୁର ପୋର୍ଟାଲ". Retrieved 1 April 2013.