ଦେବକୁଣ୍ଡ

ଉଇକିପିଡ଼ିଆ ରୁ
(Devkundରୁ ଲେଉଟି ଆସିଛି)
Jump to navigation Jump to search
ଦେବକୁଣ୍ଡ

Deokund
ପର୍ଯ୍ୟଟନସ୍ଥଳୀ
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାମୟୁରଭଞ୍ଜ
ୱେବସାଇଟwww.mayurbhanj.nic.in

ଦେବକୁଣ୍ଡ (ଦେବାଦେବୀଙ୍କର ସ୍ନାନକୁଣ୍ଡ) ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉଦଳା ନିକଟସ୍ଥ ଥିବା ଏକ ପ୍ରାକୃତିକ ମନୋହର ସ୍ଥାନ । [୧] ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜଳପ୍ରପାତ ପାଇଁ ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଏଠାକାସମୀବୃକ୍ଷର ଆକର୍ଷଣ ଅନନ୍ୟ । ବାରିପଦା ଠାରୁ ଦେବକୁଣ୍ଡର ଦୂରତା ୬୦ କି.ମି ଓ ବାଲେଶ୍ୱର ଠାରୁ ୮୫ କି.ମି । ଦେବକୁଣ୍ଡ ଶିମିଳିପାଳ ଅଭୟାରଣ୍ୟରେ ଅବସ୍ଥିତ । [୨] ଏହା ନିକଟକୁ ଯିବାକୁ ହେଲେ ଉଦଳାରୁ ବୃନ୍ଦାଗଡ଼ିଛକ-ବୃନ୍ଦାଗଡ଼ି ଛକରୁ ପଶ୍ଚିମକୁ ଗଲେ କୁଣ୍ଡାବାଇ ପଞ୍ଚାୟତ ନିକଟରେ ଏକ ଫରେଷ୍ଟ ଗେଟ୍ ରାସ୍ତା ଦେଇ ଦେବକୁଣ୍ଡକୁ ଯିବାକୁ ହୁଏ । ଦେବକୁଣ୍ଡ ନାମଟିର ବିଶେଷତ୍ୱ ଏହି ଯେ ବୋଧହୁଏ ସ୍ୱର୍ଗର ଦେବାଦେବୀମାନେ ମର୍ତ୍ତ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଓହ୍ଲାଇ ଆସନ୍ତି ଏହି ଦେବକୁଣ୍ଡକୁ । ସେଥିପାଇଁଏ ସ୍ଥାନଟିର ନାମ ଦେବକୁଣ୍ଡ ।

ଇତିହାସ[ସମ୍ପାଦନା]

ଜନଶୃତି କହେ ମୟୂରଭଞ୍ଜର ରାଜା ପାରିଧିକୁ ଯାଇ ଏହି ସ୍ଥାନଟିକୁ ଆବିଷ୍କାର କରିଥିଲେ। ଥରେ ରାଜା ପାତ୍ରମନ୍ତ୍ରୀଙ୍କ ସହ ଶିକାର ଉଦ୍ଦେଶ୍ୟରେ ପାରିଧିକୁ ଯାଇଥିଲେ । ରାତିରେ ଫେରି ନପାରି ବଣରେ ରାତି କଟାଇଲେ । ତାଙ୍କ ଚକ୍ଷୁସାମ୍ନାରେ ହଠାତ୍ ଏକ ଉଜ୍ଜ୍ୱଳ ଆଲୋକମୟ ଦିବ୍ୟଜ୍ୟୋତି ଶୂନ୍ୟେ ଶୂନ୍ୟେ ଘୋର ଜଙ୍ଗଲ ଆଡ଼କୁ ମାଡ଼ି ଯାଉଥିବାର ଦେଖିଲେ । ରାତ୍ରି ସମୟ ! ଦୃଶ୍ୟପଟ୍ଟକୁ ଅତିକ୍ରମ କରିଯାଉଥିବାଆଲୋକକୁ ରାଜା ଅବାକ୍ ହୋଇ ଚାହିଁ ରହିଲେ । ଘଞ୍ଚ ଅରଣ୍ୟ ଭିତରୁ ବହୁ ସ୍ୱର ସଙ୍ଗୀତର ମୂର୍ଚ୍ଚନା, ବେଦର ଓଁକାର ଧ୍ୱନି ନିରବତାକୁ ଶତମୁଖ କରି ତୋଳୁଛି । ରାଜାଙ୍କ କର୍ଣ୍ଣଗହ୍ୱରକୁ ଏସବୁ ଆସୁଛି କୁଆଡ଼ୁ ? ଆଶ୍ଚର୍ଯ୍ୟର ସହିତ କାଳ ବିଳମ୍ବ ନକରି ନିଷ୍ପ୍ରଭ ଆଲୋକର ଗତିପଥକୁ ଅନୁସରଣ କଲେ । ସବୁ ବାଧା ବନ୍ଧନକୁ ପଛରେ ପକାଇ ରାଜା ପାଦ ପରେ ପାଦ ଅତିକ୍ରମ କରି ଚାଲିଛନ୍ତି । ପୁଣି ତାଙ୍କ କର୍ଣ୍ଣରେ ସେହି ରୁଣୁଝୁଣୁ ଶବ୍ଦ, ଓଁକାର ଧ୍ୱନି ସ୍ନାନ କରିବାର ଶବ୍ଦ ପ୍ରତିଧ୍ୱନି ଛଳରେ ମଳୟ ପବନରେ ଭାସି ଆସୁଛି । ରାଜାଙ୍କ ମନରେ ଗଭୀର ଉତ୍କଣ୍ଠା, କେଉଁଠାରୁ ଏସବୁ ଶବ୍ଦ ଶୁଭୁଛି । ରାଜା ମନର ଦମ୍ଭ ଓ ସମସ୍ତ ଶକ୍ତିକୁ ଉପଯୋଗ କରି ବଣ ପରେ ବଣ, ଗିରିପରେ ଗିରି ଗହ୍ୱରକୁ ନମାନି ଆଗକୁ ଆଗେଇ ଚାଲିଛନ୍ତି । ପଛେ ପଛେ ପାରିଷଦବର୍ଗ ଅନୁଧାବନ କରୁ ଛନ୍ତି । ଶେଷରେ ଭୀମ ଗର୍ଜନ ସୃଷ୍ଟି କରୁଥିବାପ୍ରାକୃତିକ ଜଳପ୍ରପାତର ସ୍ୱଚ୍ଛ ଜଳଧାରଟି ରାଜାଙ୍କ ଦୃଷ୍ଟିକୁ ଆସିଲା ଦେବକୁଣ୍ଡ ଜଳପ୍ରପାତ ।

ପରିବେଶ ଓ ଜଳପ୍ରପାତ[ସମ୍ପାଦନା]

ଦେବକୁଣ୍ଡ ଜଳପ୍ରପାତ
ଦେବକୁଣ୍ଡ ଅମ୍ବିକା ମନ୍ଦିର

ଶୀତ ଋତୁରେ ଏହି ଦେବକୁଣ୍ଡକୁ ଦର୍ଶନ କରିବାକୁ ଦର୍ଶକମାନଙ୍କର ପ୍ରବଳ ଭିଡ଼ ଜମେ । ପ୍ରାୟ ଦେବକୁଣ୍ଡ ଶୀତ ଋତୁରେ ଜନାରଣ୍ୟ ହୋଇପଡେ । ଏହିପରି ଚାରୋଟି କୁଣ୍ଡ ଦେଇ ନିମ୍ନଗାମୀ ହୋଇଛନ୍ତି ଦୁଇଟି ନଦୀ ପୁଣି କିଛି ଦୂର ଅତିକ୍ରମ କରି ଦୁଇଧାର ହୋଇ ଯାଇଛନ୍ତି । ପ୍ରଥମେ କଦଳୀ ବାଗାନ୍ - ହଳଦୀ କୁଣ୍ଡ - ଦେବୀକୁଣ୍ଡ - ଦେବକୁଣ୍ଡ - ସାଧାରଣ ମଣିଷର ସ୍ନାନକୁଣ୍ଡକୁ ଆମେ ଜାଣୁ । କିନ୍ତୁ ଜନଶୃତି କହେ ୭ଟି କୁଣ୍ଡ ଏଠାରେ ଅଛି । ଅନ୍ୟ ତିନୋଟି କୁଣ୍ଡ ଏଠାରେ ଅଛି ଯାହା ଆମ୍ଭମାନଙ୍କ ଦୃଶ୍ୟ ବାହାରେ । ଏଗୁଡ଼ିକ କେବଳ ଶବର ଖଡି଼ଆ, ମାଙ୍କଡିଆ ଓ ଶିକାରୀଙ୍କ ଦୃଷ୍ଟକିୁ ଆସିପାରେ । ଏହି ଝର ଦେବକୁଣ୍ଡଠାରୁ ବହୁଦୂରକୁ ଯାଇ ଦୁଇଟି ଝରରେ ପରିଣତ ହୋଇଛି । ଗୋଟିଏ ଦେବଝର ଓ ଅନ୍ୟଟି ଦେଓଝର । ଏହି ଦୁଇଟି ଝର ଆସି ଦେବକୁଣ୍ଡରେ ପଡ଼ିଛନ୍ତି । କଦଳୀ ବନର ଅନେକ ଦୂରରୁ ଏହି ଝର ସୃଷ୍ଟି ହୋଇଥିବାରୁ ଦର୍ଶକ ସେ ପର୍ଯ୍ୟନ୍ତ ଯାଇପାରନ୍ତି ନାହିଁ । ଦର୍ଶକଙ୍କ ଅନୁଭୂତିରେ ପ୍ରଥମ କୁଣ୍ଡ ହଳଦୀ କୁଣ୍ଡ । ଯାହା ଗୋଟିଏ ବଡ଼ ହଳଦୀ ପଥର ଖଣ୍ଡ ନିକଟରେ ଲାଗି ତଳକୁ ବହିଯାଇଛି । ସେହି ପାଣି ତଳେ ଥିବାଛୋଟବଡ଼ ପଥର ଖଣ୍ଡଗୁଡ଼ିକୁ ଘସି ଦେଲେ ହଳଦୀ ରଙ୍ଗ ବାହାରେ । ସେଥିପାଇଁ ତା'ର ନାମ ହଳଦୀ କୁଣ୍ଡ, ଦ୍ୱିତୀୟ କୁଣ୍ଡଟିର ନାମ ଦେବୀକୁଣ୍ଡ । ଏହି କୁଣ୍ଡର ଜଳ କଳା ଓ ସ୍ୱଚ୍ଛ । ଦେବୀକୁଣ୍ଡର ଜଳ ବହୁ ତଳକୁ ଗୋଟିଏ ବଡ଼ ଚଉଡ଼ା ଚକା ପଥର ଉପର ଦେଇ ଗତି କରିଛି । ଏହି କୁଣ୍ଡଟିର ନାମ ଦେବକୁଣ୍ଡ । ଏହି ଦେବୀକୁଣ୍ଡ ଓ ଦେବକୁଣ୍ଡର ପାଶ୍ୱର୍ରେ ଏକ ଦେବୀ ମନ୍ଦିର ଅବସ୍ଥିତ । ଯେଉଁ ମନ୍ଦିରରେ ତାନ୍ତ୍ରିକ ବିଧିରେ ମା' ଅମ୍ବିକା ପୂଜା ପାଉଛନ୍ତି ।

ପ୍ରପାତଟି ଛୋଟ ହେଲେ ମଧ୍ୟ ଆକର୍ଷଣୀୟ । ଏହି କ୍ଷୁଦ୍ର ଜଳ ପ୍ରପାତଟିର ଗଭୀରତା ପ୍ରାୟ ୧୦୦ ଫୁଟରୁ ଅଧିକ। ଏହି ପ୍ରପାତଟିରେ ବହୁତ ବଡ଼ ବଡ଼ ମାଛ ତାଙ୍କର ଲାଞ୍ଜପିଟି ଗଭୀର ଜଳରେ ଖେଳୁଥାନ୍ତି । ତାଙ୍କର ରଙ୍ଗ ହଳଦୀ ରଙ୍ଗ । ଦେବକୁଣ୍ଡର ଜଳ ଅତି ଥଣ୍ଡା । ଏହି ସ୍ଥାନଟିକୁ ଲୋକଲୋଚନକୁ ଆଣିବା ପାଇଁ ରାଜା ଯଥାସମ୍ଭବ ଘୋର ଅରଣ୍ୟ ମଧ୍ୟରେ ଏକ ସଂକୀର୍ଣ୍ଣ ପଥ, ପଥର ଖଣ୍ଡ କାଟି କାଟି ଚଲାପଥଟିଏ ନିର୍ମାଣ କରି ଦେଇଛନ୍ତି ଦେବକୁଣ୍ଡର ଝର (ପ୍ରପାତ) ପର୍ଯ୍ୟନ୍ତ । ଅନ୍ୟ ଖରା ଓ ବର୍ଷା ସମୟରେ ସେଠାକୁ ଯିବା କଷ୍ଟକର ବ୍ୟାପାର । କାରଣ ଘଞ୍ଚ ଅରଣ୍ୟ । ପଥର ଗୁମ୍ଫା ସବୁଥିବାରୁ ଓ ଜଳଧାର କୂଳରେ ବନ୍ୟ ହିଂସ୍ର ଜନ୍ତୁ ସବୁ ରହୁଥିବାରୁ ସେଠାକୁ ଅନ୍ୟଦିନରେ ଯିବା ନିରାପଦ ନୁହେଁ ।

ଏହାର ନିକଟରେ ଏକ ପୁରାଣ ପ୍ରସିଦ୍ଧ ବୃକ୍ଷ ରହିଛି । ଦ୍ୱାପର ଯୁଗର ଶମୀ ବୃକ୍ଷ ପଥରରେ ପରିଣତ ହୋଇଛି । ଯେଉଁବୃକ୍ଷରେ ଅଜ୍ଞାତ ବାସ ସମୟରେ ନିଜର ବୀରତ୍ୱ ପଣକୁ ଲୁକ୍କାୟିତ କରି ପଞ୍ଚୁପାଣ୍ଡବ ପତ୍ନୀ ଦ୍ରୌପଦୀଙ୍କ ସହିତ ବିରାଟ ନଗରରେ ରହିଥିଲେ । ଶମୀବୃକ୍ଷରେ ନିଜର ଗାଣ୍ଡିବ ଧନୁ ଶର, ଅଙ୍ଗବସ୍ତ୍ର, ଲୁକ୍କାୟିତ କରି ନିଜେ ତୃତୀୟ ପାଣ୍ଡବ (ଅଜ୍ଜର୍ନୁ ) ବୃହନ୍ନଳା ସାଜି ବିରାଟ ରାଜାଙ୍କ କନ୍ୟା ଉତ୍ତରାର ନୃତ୍ୟଗୁରୁ ରୂପେ ସମୟ ଅତିବାହିତ କରିଥିଲେ। ଶମୀବୃକ୍ଷ ଯେଉଠିଁ ଅଜ୍ଜର୍ନୁ ନଜିର ପୌରୁଷତକ୍ୱୁ ହରାଇ ନଂପସୁ କ ଭାବରେ ଉତ୍ତରାର ନୃତ୍ୟ ଗୁରୁଥିଲେ । ସେହି ଶମୀବୃକ୍ଷର ଉଚ୍ଚତା ପ୍ରାୟ ୩୦୦ ଫୁଟରୁ ଅଧିକ। ଚଉଡ଼ା (ବ୍ୟାସ) ୮୦ ଫୁଟ । ଏହା ନଭଶ୍ଚୁମ୍ବୀ ଏକ ବିରାଟ ପଥର । ଯାହାର ନାମ ପୁରାଣ ପ୍ରସିଦ୍ଧ । ଏହାର ଭିତରେ ପଞ୍ଚୁପାଣ୍ଡବଙ୍କ ଅସ୍ତ୍ରଶସ୍ତ୍ର ଥିବାର ଜନଶ୍ରୁତି କହେ ।

ଆଧାର[ସମ୍ପାଦନା]

  1. "Devkund Water Fall :". nuaodisha.com. Retrieved 4 July 2016.
  2. "Devkund Waterfall Awaits Promotion for Tourism Spot". The New Indian Express. 20th June 2015. Retrieved 26 June 2016.

ବାହାର ତଥ୍ୟ[ସମ୍ପାଦନା]