Jump to content

ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ

ଉଇକିପିଡ଼ିଆ‌ରୁ
(Chipilima Hydro Electric Projectରୁ ଲେଉଟି ଆସିଛି)
ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ
ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପରେ ପାୱାର ଗ୍ରିଡ଼
ଅବସ୍ଥିତିଚିପିଲିମା, ସମ୍ବଲପୁର, ଓଡ଼ିଶା
ସ୍ଥିତିସଚଳ
ମାଲିକାନାଓଡ଼ିଶା ଜଳବିଦ୍ୟୁତ ଶକ୍ତି କର୍ପରେସନ ଲିମିଟେଡ଼, ଭୁବନେଶ୍ୱର[]
ଶକ୍ତି କେନ୍ଦ୍ର ତଥ୍ୟ
ପ୍ରାଥମିକ ଜାଳେଣିଜଳବିଦ୍ୟୁତ
ଶକ୍ତି ଉତ୍ପାଦନ ତଥ୍ୟ
ସର୍ବାଧିକ କ୍ଷମତା୭୫ MW[][]

ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ (CHEP) ଓଡ଼ିଶାର ସମ୍ବଲପୁରର ଚିପିଲିମାଠାରେ ଥିବା ଏକ ଜଳବିଦ୍ୟୁତ କେନ୍ଦ୍ର ।

ଓଡ଼ିଶା ସରକାର ବୁର୍ଲା ଜଳବିଦ୍ୟୁତ କେନ୍ଦ୍ରର ୫ମ ଓ ୬ଷ୍ଠ ଭାଗ ଓ ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ (CHEP)ର ୩ୟ ଭାଗର ନବୀକରଣ ନିମନ୍ତେ ୧୧ତମ ଭାରତର ପଞ୍ଚବାର୍ଷିକ ଯୋଜନା କାଳରେ ଲକ୍ଷ ରଖିଥିଲେ [] ଯାହାର ଫଳ ରୂପେ ଚିପିଲିମା ପ୍ରକଳ୍ପର ୧ମ ଓ ୩ୟ ଭାଗର କାର୍ଯ୍ୟକାଳ ବଢ଼ାଇବା ସହ ନବୀକରଣ ଶେଷ ହୋଇଛି । ଏଥିରୁ ଓ ଓଡ଼ିଶାର ବାକି ଜଳବିଦ୍ୟୁତ କେନ୍ଦ୍ରରୁ ମିଳିତ ଭାବରେ ୨୦୦୫-୦୬ ବର୍ଷରେ ୫୨୩୪ ମିଲିଅନ ଏକକ, ୨୦୦୭-୦୮ରେ ୭୩୫୪ ମିଲିଅନ ଏକକ ଓ ୨୦୦୯ରେ ୭୮୮୩ ମିଲିଅନ ଏକକ ଉତ୍ପାଦନ ହୋଇଛି ।[]

ଅବସ୍ଥିତି

[ସମ୍ପାଦନା]

ଏହା 21°21′13.03″N 83°55′0.99″E / 21.3536194°N 83.9169417°E / 21.3536194; 83.9169417ଠାରେ ଅବସ୍ଥିତ । ଏହା ସମ୍ବଲପୁର ସହରଠାରୁ ୩୨.୨ କି.ମି. ଦୂରରେ ଚିପିଲିମାଠାରେ ଜାତୀୟ ରାଜପଥ ୬ ନିକଟରେ ଅବସ୍ଥିତ । ନିକଟତମ ବିମାନଘାଟି ରାଇପୁର, ଛତିଶଗଡ଼ (୨୬୨ କି.ମି.)