Jump to content

ବିଷ୍ଣୁ ଚରଣ ସେଠୀ

ଉଇକିପିଡ଼ିଆ‌ରୁ
(Bishnu Charan Sethiରୁ ଲେଉଟି ଆସିଛି)
ବିଷ୍ଣୁ ଚରଣ ସେଠୀ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀନେତ୍ରାନନ୍ଦ ମଲ୍ଲିକ
ପର ଅଧିକାରୀନେତ୍ରାନନ୍ଦ ମଲ୍ଲିକ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀମୁକ୍ତିକାନ୍ତ ମଣ୍ଡଳ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1961-06-05)୫ ଜୁନ ୧୯୬୧
ମୃତ୍ୟୁ୧୯ ସେପ୍ଟେମ୍ବର ୨୦୨୨(2022-09-19) (ବୟସ ୬୧)[୧]
ମୃତ୍ୟୁର କାରଣହୃଦ୍‌ଘାତ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଉର୍ମିଳାରାଣୀ ପାଣିଗ୍ରାହୀ
ସନ୍ତାନସୂର୍ଯ୍ୟବଂଶୀ ସୂରଜ
ବାପା/ବୋଉଗୟାଧର ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ
ସନ୍ତକ

ବିଷ୍ଣୁଚରଣ ସେଠୀ ([bisɳu t͡ʃɔɾɔɳɔ seʈʰi] (listenⓘ)) (୫ ଜୁନ ୧୯୬୧ – ୧୯ ସେପ୍ଟେମ୍ବର ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକ ଏବଂ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୨୦୦୦ ମସିହା ଓ ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଚାନ୍ଦବାଲି ଓ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩]

ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

ବିଷ୍ଣୁ ଚରଣ ସେଠୀ ୧୯୬୧ ମସିହାର ଜୁନ ମାସ ୫ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୪][୫] ତାଙ୍କ ବାପାଙ୍କ ନାମ ଥିଲା ଗୟାଧର ସେଠୀ । ସେ ଉର୍ମିଳାରାଣୀ ପାଣିଗ୍ରାହୀଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଅଛି ।[୬] ସେ ଜବାହାରଲାଲ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ।[୭] ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ରାଜନୀତିରେ ଯୋଗ ଦେଇଥିଲେ ଏବଂ ଜଣେ ବିଧାୟକ ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୮]

ରାଜନୈତିକ ଜୀବନ

[ସମ୍ପାଦନା]

ବିଷ୍ଣୁ ଚରଣ ସେଠୀ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଜେପିର ଉପ-ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୫]

ଯୁବାବସ୍ଥାରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡ଼ିତ ହେବା ପରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ବି ସକ୍ରିୟ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ରାଜନୀତି କ୍ଷେତ୍ରକୁ ଆସିଥିଲେ । ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଚାକିରୀରେ ଯୋଗ ନ ଦେଇ ସେ ଜନସେବାରେ ବ୍ରତୀ ହୋଇଥିଲେ ।[୯]

୨୦୦୦ ମସିହାରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୧୦] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୧] ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ସରକାର ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ହରାଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ଏହି ବିଧାନ ସଭାରେ ସେ ୧୯ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏହି ବିଧାନ ସଭାରେ ସେ ବିରୋଧୀ ଦଳର ଉପନେତା ଭାବରେ କାର୍ଯ୍ୟ କରିଥିଲେ ।[୧୨]

ସାହିତ୍ୟ କୃତି

[ସମ୍ପାଦନା]

ବଷ୍ଣୁ ସେଠୀ ଜଣେ ସାହିତ୍ୟିକ ତଥା କବି ଭାବରେ ମଧ୍ୟ ଜଣାଶୁଣା ଥିଲେ । ସେ ଖାରବେଳ ସ୍ୱାଇଁଙ୍କଦ୍ୱାରା ସ୍ଥାପିତ[୭] ଓଡ଼ିଆ ସାପ୍ତାହିକ ବିଶେଷ ଖବରର ସହ-ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।[୧୩] ସେ ଘାସଫୁଲ ନାମକ ଏକ ବାର୍ଷିକ ସାହିତ୍ୟ ପତ୍ରିକାର ସ୍ଥାପନ କରିବା ସହିତ ଏହାର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ । ଶିରୋନାମା ଶିରୋଧାର୍ଯ୍ୟ, ନିର୍ମାୟା ଆକାଶ ତଳେ, ନିଶ୍ୱାସ ମାଟିର ସ୍ୱର ଭଳି ପୁସ୍ତକର ରଚନା କରିଥିଲେ ସେ ।[୭]

ସାହିତ୍ୟ ରଚନା

[ସମ୍ପାଦନା]
  • ଶିରୋନାମା ଶିରୋଧାର୍ଯ୍ୟ (ଗଳ୍ପ ସଂକଳନ)
  • ନିର୍ମାୟା ଆକାଶ ତଳେ (କବିତା ପୁସ୍ତକ)
  • ନିଶ୍ୱାସ ମାଟିର ସ୍ୱର (କବିତା ପୁସ୍ତକ)
  • ଆଲୋକମୟ ଅପସରା (କବିତା ପୁସ୍ତକ, ୨୦୨୫)
  • ନଈ ପାଣି ନଈକି ଯା (କବିତା ପୁସ୍ତକ, ୨୦୨୪)

ମୃତ୍ୟୁ

[ସମ୍ପାଦନା]

ବିଷ୍ଣୁ ସେଠୀ ୨୦୨୨ ମସିହାର ସେପ୍ଟେମ୍ବର ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧୪] ସେ ବୃକ୍‌କ ଜନିତ ରୋଗ ପାଇଁ[୧୫] ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲାବେଳେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ ।[୧୬][୧୭] ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

  1. ↑ "Bishnu Sethi was an institution: Tara Bahinipati". Argus News (in English). Bhubaneswar. 19 September 2022. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  2. ↑ "Shri Bishnu Charan Sethi". odishaassembly.nic.in. Odisha Assembly. Retrieved 13 April 2019.
  3. 1 2 "Dhamnagar Election Results 2019: Odisha Assembly or Vidhan Sabha Chunav Result LIVE Counting, OD MLA 2019, Party Wise Winning Candidate List Online". Firstpost. Retrieved 2019-06-05.
  4. ↑ Pradhan, Ashok (19 September 2022). "Odisha BJP MLA Bishnu Charan Sethi passes away at 61 | Bhubaneswar News - Times of India". The Times of India (in English). Bhubaneswar. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  5. 1 2 Swain, Biswajeet (19 September 2022). "Dhamnagar MLA Bishnu Sethi passes away". Sambad English (in English). Bhubaneswar: sambadenglish.com. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  6. ↑ "MLA Bishnu Charan Sethi Profile | CHANDABALI Constituency". naveenpatnaik.com. Archived from the original on 2019-04-11. Retrieved 2019-04-13.
  7. 1 2 3 "Odisha: Senior BJP leader Bishnu Sethi passes away; CM Patnaik mourns death". Hindustan Times (in English). 19 September 2022. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  8. ↑ Das, Haraprasad (2022-10-11). "Dhamnagar by-election: BJP candidate Suryavanshi Suraj files nomination". Pragativadi (in ଆମେରିକୀୟ ଇଂରାଜୀ). Retrieved 2022-12-20.
  9. ↑ "ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ - The Sakala". ସକାଳ. ଭୁବନେଶ୍ୱର. 19 September 2022. Archived from the original on 19 September 2022. Retrieved 19 September 2022.
  10. ↑ "Odisha BJP MLA Bishnu Charan Sethi passes away at 61". firstindia.co.in (in English). 19 September 2022. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  11. ↑ "MLA Bishnu Charan Sethi Profile | CHANDABALI Constituency". www.odishahelpline.com. Retrieved 2019-04-13.
  12. ↑ "Odisha BJP leader Bishnu Charan Sethi passes away at 61". CatchNews.com (in English). 19 September 2022. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  13. ↑ "Odisha BJP MLA Bishnu Charan Sethi passes away". Odisha News In English (in English). Bhubaneswar. 19 September 2022. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  14. ↑ JENA, SURYAKANT (19 September 2022). "Odisha senior BJP legislator Bishnu Sethi no more". Odisha TV (in English). Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  15. ↑ Bagh, Shankarshan (19 September 2022). "ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ". Zee News ଓଡ଼ିଶା. ଭୁବନେଶ୍ୱର. Archived from the original on 19 September 2022. Retrieved 19 September 2022.
  16. ↑ Routray, Rituparna (19 September 2022). "ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ : ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ | Kanak News". Kanak News. Archived from the original on 19 September 2022. Retrieved 19 September 2022.
  17. ↑ "CM Naveen Patnaik condoles demise of Bishnu Sethi". Odisha News In English (in English). Bhubaneswar. 19 September 2022. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)

ବାହାର ଆଧର

[ସମ୍ପାଦନା]