ବିଷ୍ଣୁ ଚରଣ ସେଠୀ

ଉଇକିପିଡ଼ିଆ‌ରୁ
ବିଷ୍ଣୁ ଚରଣ ସେଠୀ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀନେତ୍ରାନନ୍ଦ ମଲ୍ଲିକ
ପର ଅଧିକାରୀନେତ୍ରାନନ୍ଦ ମଲ୍ଲିକ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀମୁକ୍ତିକାନ୍ତ ମଣ୍ଡଳ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1961-06-05)୫ ଜୁନ ୧୯୬୧
ମୃତ୍ୟୁ୧୯ ସେପ୍ଟେମ୍ବର ୨୦୨୨(2022-09-19) (ବୟସ ୬୧)[୧]
ମୃତ୍ୟୁର କାରଣହୃଦ୍‌ଘାତ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଉର୍ମିଳାରାଣୀ ପାଣିଗ୍ରାହୀ
ସନ୍ତାନସୂର୍ଯ୍ୟବଂଶୀ ସୂରଜ
ବାପା/ବୋଉଗୟାଧର ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ
ସନ୍ତକ

ବିଷ୍ଣୁଚରଣ ସେଠୀ ([bisɳu t͡ʃɔɾɔɳɔ seʈʰi] (listen)) (୫ ଜୁନ ୧୯୬୧ – ୧୯ ସେପ୍ଟେମ୍ବର ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକ ଏବଂ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୨୦୦୦ ମସିହା ଓ ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଚାନ୍ଦବାଲିଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ବିଷ୍ଣୁ ଚରଣ ସେଠୀ ୧୯୬୧ ମସିହାର ଜୁନ ମାସ ୫ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୪][୫] ତାଙ୍କ ବାପାଙ୍କ ନାମ ଥିଲା ଗୟାଧର ସେଠୀ । ସେ ଉର୍ମିଳାରାଣୀ ପାଣିଗ୍ରାହୀଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଅଛି ।[୬] ସେ ଜବାହାରଲାଲ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ।[୭] ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ରାଜନୀତିରେ ଯୋଗ ଦେଇଥିଲେ ଏବଂ ଜଣେ ବିଧାୟକ ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୮]

ରାଜନୈତିକ ଜୀବନ[ସମ୍ପାଦନା]

ବିଷ୍ଣୁ ଚରଣ ସେଠୀ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଜେପିର ଉପ-ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୫]

ଯୁବାବସ୍ଥାରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡ଼ିତ ହେବା ପରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ବି ସକ୍ରିୟ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ରାଜନୀତି କ୍ଷେତ୍ରକୁ ଆସିଥିଲେ । ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଚାକିରୀରେ ଯୋଗ ନ ଦେଇ ସେ ଜନସେବାରେ ବ୍ରତୀ ହୋଇଥିଲେ ।[୯]

୨୦୦୦ ମସିହାରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୧୦] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୧] ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ସରକାର ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ହରାଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ଏହି ବିଧାନ ସଭାରେ ସେ ୧୯ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏହି ବିଧାନ ସଭାରେ ସେ ବିରୋଧୀ ଦଳର ଉପନେତା ଭାବରେ କାର୍ଯ୍ୟ କରିଥିଲେ ।[୧୨]

ସାହିତ୍ୟ କୃତି[ସମ୍ପାଦନା]

ବଷ୍ଣୁ ସେଠୀ ଜଣେ ସାହିତ୍ୟିକ ତଥା କବି ଭାବରେ ମଧ୍ୟ ଜଣାଶୁଣା ଥିଲେ । ସେ ଖାରବେଳ ସ୍ୱାଇଁଙ୍କଦ୍ୱାରା ସ୍ଥାପିତ[୭] ଓଡ଼ିଆ ସାପ୍ତାହିକ ବିଶେଷ ଖବରର ସହ-ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।[୧୩] ସେ ଘାସଫୁଲ ନାମକ ଏକ ବାର୍ଷିକ ସାହିତ୍ୟ ପତ୍ରିକାର ସ୍ଥାପନ କରିବା ସହିତ ଏହାର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ । ଶିରୋନାମା ଶିରୋଧାର୍ଯ୍ୟ, ନିର୍ମାୟା ଆକାଶ ତଳେ, ନିଶ୍ୱାସ ମାଟିର ସ୍ୱର ଭଳି ପୁସ୍ତକର ରଚନା କରିଥିଲେ ସେ ।[୭]

ସାହିତ୍ୟ ରଚନା[ସମ୍ପାଦନା]

  • ଶିରୋନାମା ଶିରୋଧାର୍ଯ୍ୟ (ଗଳ୍ପ ସଂକଳନ)
  • ନିର୍ମାୟା ଆକାଶ ତଳେ (କବିତା ପୁସ୍ତକ)
  • ନିଶ୍ୱାସ ମାଟିର ସ୍ୱର (କବିତା ପୁସ୍ତକ)

ମୃତ୍ୟୁ[ସମ୍ପାଦନା]

ବିଷ୍ଣୁ ସେଠୀ ୨୦୨୨ ମସିହାର ସେପ୍ଟେମ୍ବର ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧୪] ସେ ବୃକ୍‌କ ଜନିତ ରୋଗ ପାଇଁ[୧୫] ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲାବେଳେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ ।[୧୬][୧୭] ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Bishnu Sethi was an institution: Tara Bahinipati". Argus News (in English). Bhubaneswar. 19 September 2022. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  2. "Shri Bishnu Charan Sethi". odishaassembly.nic.in. Odisha Assembly. Retrieved 13 April 2019.
  3. ୩.୦ ୩.୧ "Dhamnagar Election Results 2019: Odisha Assembly or Vidhan Sabha Chunav Result LIVE Counting, OD MLA 2019, Party Wise Winning Candidate List Online". Firstpost. Retrieved 2019-06-05.
  4. Pradhan, Ashok (19 September 2022). "Odisha BJP MLA Bishnu Charan Sethi passes away at 61 | Bhubaneswar News - Times of India". The Times of India (in English). Bhubaneswar. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  5. ୫.୦ ୫.୧ Swain, Biswajeet (19 September 2022). "Dhamnagar MLA Bishnu Sethi passes away". Sambad English (in English). Bhubaneswar: sambadenglish.com. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  6. "MLA Bishnu Charan Sethi Profile | CHANDABALI Constituency". naveenpatnaik.com. Archived from the original on 2019-04-11. Retrieved 2019-04-13.
  7. ୭.୦ ୭.୧ ୭.୨ "Odisha: Senior BJP leader Bishnu Sethi passes away; CM Patnaik mourns death". Hindustan Times (in English). 19 September 2022. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  8. Das, Haraprasad (2022-10-11). "Dhamnagar by-election: BJP candidate Suryavanshi Suraj files nomination". Pragativadi (in ଆମେରିକୀୟ ଇଂରାଜୀ). Retrieved 2022-12-20.
  9. "ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ - The Sakala". ସକାଳ. ଭୁବନେଶ୍ୱର. 19 September 2022. Archived from the original on 19 September 2022. Retrieved 19 September 2022.
  10. "Odisha BJP MLA Bishnu Charan Sethi passes away at 61". firstindia.co.in (in English). 19 September 2022. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  11. "MLA Bishnu Charan Sethi Profile | CHANDABALI Constituency". www.odishahelpline.com. Retrieved 2019-04-13.
  12. "Odisha BJP leader Bishnu Charan Sethi passes away at 61". CatchNews.com (in English). 19 September 2022. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  13. "Odisha BJP MLA Bishnu Charan Sethi passes away". Odisha News In English (in English). Bhubaneswar. 19 September 2022. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  14. JENA, SURYAKANT (19 September 2022). "Odisha senior BJP legislator Bishnu Sethi no more". Odisha TV (in English). Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  15. Bagh, Shankarshan (19 September 2022). "ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ". Zee News ଓଡ଼ିଶା. ଭୁବନେଶ୍ୱର. Archived from the original on 19 September 2022. Retrieved 19 September 2022.
  16. Routray, Rituparna (19 September 2022). "ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ : ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ | Kanak News". Kanak News. Archived from the original on 19 September 2022. Retrieved 19 September 2022.
  17. "CM Naveen Patnaik condoles demise of Bishnu Sethi". Odisha News In English (in English). Bhubaneswar. 19 September 2022. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)

ବାହାର ଆଧର[ସମ୍ପାଦନା]