ଭତରି ଭାଷା

ଉଇକିପିଡ଼ିଆ ରୁ
(Bhatri language ରୁ ଲେଉଟି ଆସିଛି)
Jump to navigation Jump to search
ଭତରି ଭାଷା
କେଉଁ ଅଞ୍ଚଳର:ଭାରତ
ଅଞ୍ଚଳଛତିଶଗଡ଼
କହୁଥିବା ଲୋକସଂଖ୍ୟା୨,୨୦,୦୦୦ (୨୦୦୧ ଜନଗଣନା)
ଭାଷା ପରିବାର
ଭାଷା କୋଡ଼
ISO 639-3bgw

ଭତରି ଭାଷା ବା ବସ୍ତରୀ ଭାଷା (ଭାତ୍ରୀ , ବସ୍ତୁରିଆ, ଭାତ୍ରା, ଭାତ୍ରି, ଭାତୋଡ଼ା, ଭାତୋରା ଆଦି ନାମରେ ମଧ୍ୟ ଜଣା) ଭାରତୀୟ ରାଜ୍ୟ ଛତିଶଗଡ଼ର ବସ୍ତର ଜିଲ୍ଲା, ଜଗଦଲପୁର ତହସିଲ, ମହାରାଷ୍ଟ୍ରର କେତେକ ଅଞ୍ଚଳ, ଓଡ଼ିଶାର କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରେ କଥିତ ଏକ ଭାଷା । ଏହା ଓଡ଼ିଆ ଭାଷାର ଏକ ଉପଭାଷା। ଏହା କଥିତ ଓଡ଼ିଆ ସହ ୬୦% ସମାନ ।[୧]

୨୦୧୧ ଭାରତୀୟ ଜନଗଣନା ଅନୁସାରେ ଏହା ୨୧୭୦୦୦ ଲୋକଙ୍କଦ୍ୱାରା କଥିତ । ଏହି ଭାଷାର ଉପଭାଷାଗୁଡ଼ିକ ପରସ୍ପର ସଙ୍ଗେ ୮୮% ମିଶିଥିବା ବେଳେ ଭାତ୍ରୀ ହାଳବି ଭାଷାର ପାଖାପାଖି । ଦେଶୀଆ ଓଡ଼ିଆ ସଙ୍ଗେ ଏହାର ଭାଷାଗତ ସାମଞ୍ଜସ୍ୟ ୫୮% ।[୨] ଏହା ଦେବନାଗରୀ ଲିପିରେ ଲେଖାଯାଏ ।[୩]

ଗୋପାଳ ଚନ୍ଦ୍ର ପ୍ରହରାଜ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଲେଖିଲାବେଳେ ଏହା ମଧ୍ୟ ପ୍ରଦେଶର ଓଡ଼ିଆ ରାଜ୍ୟ ବସ୍ତରର ଉତ୍ତରପୂର୍ବ କୋଣ (ପ୍ରାଚୀନ ଦକ୍ଷିଣ କୋଶଳ) ପ୍ରାୟ କୋଡିଏ ହଜାର ଲୋକଙ୍କ କଥିତ ଭାଷା ଥିଲା। ବସ୍ତରରେ ବାସକରୁଥିବା ଏକ କୃଷକ ଜାତି ଭତର ଜାତି ବା ଭତଡ଼ଙ୍କଦ୍ୱାରା ବୋଲାଯାଉଥିବାରୁ ଏହାର ନାମ ଭତରି ହୋଇଅଛି । ଏଇ କୃଷକଜାତି ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ବସ୍ତର ଛଡ଼ା ବିଜୟନଗର ଏବଂ ଜୟପୁରରେ ମଧ୍ୟ ରହୁଥିବା କଥା ଭାଷାକୋଷରେ ଲିପିବଦ୍ଧ ହୋଇଛି ।

ଶ୍ରେଣୀ ବିଭାଗ ଓ ଲିପି[ସମ୍ପାଦନା]

ଅନେକ ପାଶ୍ଚାତ୍ୟ ପଣ୍ଡିତମାନେ ଭତରିକୁ Halbic ଭାଷାଶ୍ରେଣୀରେ ଗଣିଛନ୍ତି । ଏହି ଶ୍ରେଣୀୟ ଭାଷା ମଧ୍ୟରେ ଥିବା ଶବ୍ଦ ଉଚ୍ଚାରଣ ଏବଂ ବ୍ୟାକରଣଗତ ନିୟମ ଓଡ଼ିଆ, ମରାଠୀ ତଥା ହିନ୍ଦୀ ଭାଷାର ମିଶ୍ରଣ ଅଟେ । ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ଯେଣୁ ବସ୍ତର ଅଞ୍ଚଳ ମଧ୍ୟ ପ୍ରଦେଶ ଅର୍ନ୍ତଭୁକ୍ତ ଥିଲା ତେଣୁ ହିନ୍ଦୀ ଭାଷା ତଥା ଦେବନାଗରୀର ପ୍ରଚଳନ ବସ୍ତର ଅଞ୍ଚଳରେ ପଡ଼ିଥିଲା । ଏହା ଓଡ଼ିଆ ଅକ୍ଷରରେ ଲେଖାନଯାଇ ଦେବନାଗରୀ ଅକ୍ଷରରେ ଲେଖାଯାଏ । ଏ ଭାଷା ମରହଟ୍ଟୀ ଭାଷାଦ୍ୱାରା ପ୍ରଭାବିତ ହୋଇଅଛି । ଲୋକେ ଉଭୟ ଓଡ଼ିଆ ତଥା ଦେବନାଗରୀ ଲିପିର ବ୍ୟବହାର କରନ୍ତି ।

ଆଧାର[ସମ୍ପାଦନା]

  1. M. Paul Lewis, ed. (2009). "Bhatri: A language of India". Ethnologue: Languages of the World (16th edition ed.). Dallas, Texas: SIL International. Retrieved 2011-09-28.CS1 maint: Extra text (link)
  2. "Bhatri - MultiTree". Multitree. Retrieved 19 December 2016.
  3. Lewis, M. Paul, Gary F. Simons, & Charles D. Fennig, eds. (2015). Ethnologue: Languages of the World (18th ed.). Dallas, Texas: SIL International.CS1 maint: Uses editors parameter (link)