ବସ୍ତର ଜିଲ୍ଲା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବସ୍ତର
Map Chhattisgarh state and districts.png
Location of ବସ୍ତର district in ଛତିଶଗଡ଼
ରାଜ୍ୟ ଛତିଶଗଡ଼, ଭାରତ
ପ୍ରଶାସନିକ ବିଭାଗ ବସ୍ତର
ସଦର କାର୍ଯ୍ୟାଳୟ ଜଗଦଲପୁର
କ୍ଷେତ୍ରଫଳ [convert: %s]%s
ଜନସଂଖ୍ୟା ୧,୩୦୨,୨୫୩ (୨୦୦୧)
ଘନତା [convert: %s]%s
ସାକ୍ଷରତା ହାର ୪୫.୪୮ ପ୍ରତିଶତ
ପୁରୁଷ-ନାରୀ ଅନୁପାତ ୧୦୨୪ ନାରୀରେ ୧୦୦୦ ପୁରୁଷ
ତହସିଲ
ଲୋକ ସଭା ନିର୍ବାଚନ ମଣ୍ଡଳୀ
ଲୋକ ସଭା ନିର୍ବାଚନ ମଣ୍ଡଳୀ
ୱେବସାଇଟ

ବସ୍ତର ଜିଲ୍ଲା ମଧ୍ୟ ଭାରତର ଛତିଶଗଡ଼ ରାଜ୍ୟର ଏକ ଜିଲ୍ଲା। ଜଗଦଲପୁର ଏହି ଜିଲ୍ଲାର ସଦର ମହକୁମା। ଏହି ଜିଲ୍ଲାର କ୍ଷେତ୍ରଫଳ ୮୭୫୫.୭୯ ବର୍ଗ କି.ମି । ଏହାର ଉତ୍ତର-ପଶ୍ଚିମରେ ରାଜନନ୍ଦଗ୍ରାମ ଜିଲ୍ଲା, ଉତ୍ତରରେ କାଁକେର ଜିଲ୍ଲା, ଉତ୍ତର-ପୂର୍ବରେ ଧମତରୀ ଜିଲ୍ଲା ଅବସ୍ଥିତ। ଏହା ଛଡା ଏହାର ପୂର୍ବରେ ଓଡ଼ିଶା ରାଜ୍ୟର ନବରଙ୍ଗପୁର ଜିଲ୍ଲାକୋରାପୁଟ ଜିଲ୍ଲା ଅବସ୍ଥିତ ଥିଲା ବେଳେ ପଶ୍ଚିମରେ ମହାରାଷ୍ଟ୍ର ରାଜ୍ୟର ଗଡଚୀରୋଲି ଜିଲ୍ଲା ଓ ଦକ୍ଷିଣ-ପଶ୍ଚିମରେ ଦାନ୍ତେୱାଡା ଜିଲ୍ଲା ଅବସ୍ଥିତ।

ଇତିହାସ[ସମ୍ପାଦନା]

ବସ୍ତର ଓ ଦାନ୍ତେୱାଡା ଜିଲ୍ଲା ପୂର୍ବରୁ ବସ୍ତର ଗଡଜାତ ରାଜ୍ୟ ଭୁକ୍ତ ଥିଲେ। ସ୍ଵାଧୀନତା ପରେ ବସ୍ତର ଓ କାଁକେର ଗଡଜାତ ରାଜ୍ୟ ଭାରତ ସରକାରଙ୍କ ଉଦ୍ୟମ କ୍ରମେ ଭାରତ ବର୍ଷର ମଧ୍ୟପ୍ରଦେଶ ରାଜ୍ୟରେ ମିଶିଲେ। ଏହାର କ୍ଷେତ୍ରଫଳ ସେତେବେଳେ ୩୯,୧୧୪ ବର୍ଗ କି.ମି. ଥିଲା ଯାହାକି ଭାରତର ବଡ ଜିଲ୍ଲାମାନଙ୍କ ଭିତରେ ଗଣା ଯାଉଥିଲା।

୧୯୯୯ରେ ଏହା ୩ ଭାଗରେ ବିଭକ୍ତ ହେଇ ବର୍ତ୍ତମାନର ବସ୍ତର, ଦାନ୍ତେୱାଡା, କାଁକେର ଗଠିତ ହେଲା। ୨୦୧୨ ଏହା ପୁନଃ ବିଭାଜିତ ହେଇ କୋଣ୍ଡାଗାଁ ଜିଲ୍ଲା ଗଠିତ ହେଲା। ୨୦୦୦ ପୂର୍ବରୁ ଏହା ମଧ୍ୟପ୍ରଦେଶର ୧୬ ଜିଲ୍ଲା ମଧ୍ୟରୁ ଗୋଟେ ଜିଲ୍ଲା ଥିଲା ଯାହାକି ପରେ ଛତିଶଗଡ ରାଜ୍ୟରେ ମିଶିଲା।

ଚିତ୍ରକୁଟ ଓ ତୀର୍ଥଗଡ ଜଳପ୍ରପାତ ଜଗଦଲପୁରର ଅତି ନିକଟରେ ଅବସ୍ଥିତ। ଜଗଦଲପୁର ସହର ପାରମ୍ପରିକ ଦଶହରା ପର୍ବ ପାଇଁ ବିଖ୍ୟାତ। ଏହି ଜିଲ୍ଲାଟି ବର୍ତମାନ ଲାଲ କରିଡରର ଅନ୍ତର୍ଭୁକ୍ତ[୧]

ପ୍ରଶାସନିକ ବିଭାଗ[ସମ୍ପାଦନା]

ପ୍ରଶାସନ ଦୃଷ୍ଟିରୁ ବସ୍ତରକୁ ଦୁଇଟି ତହସିଲରେ ବିଭକ୍ତ କରାଯାଇଛି। ଗୋଟିଏ ବସ୍ତର ଓ ଅନ୍ୟଟି ଜଗଦଲପୁର। ଜିଲ୍ଲାରେ ଗୋଟେ ପୌରପାଳିକା ଅଛି, ଯାହାକି ଜଗଦଲପୁରରେ ଅବସ୍ଥିତ। ଜଗଦଲପୁର ଜିଲ୍ଲାର ଏକମାତ୍ର ସଦର ମହକୁମା ଯାହାର ଜନସଂଖ୍ୟା ୧.୫ ଲକ୍ଷ ଅଟେ।

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନସଂଖ୍ୟା ଅନୁଯାୟୀ ବସ୍ତର ଜିଲ୍ଲାର ଜନସଂଖ୍ୟା ୧,୪୧୧,୬୪୪ [୨] ଯାହାକି ଆମେରିକୀୟ ରାଜ୍ୟ ହାୱାଇ [୩] ଓ ସ୍ଵାଜିଲାଣ୍ଡ ଦେଶ [୪]ର ଜନସଂଖ୍ୟା ସହ ସମାନ। ଜନସଂଖ୍ୟାକୁ ଆଧାର କରି ଭାରତର ମୋଟ ୬୪୦ ମଧ୍ୟରୁ ଏହାର ସ୍ଥାନ ୩୪୮। ଏହାର ଜନସଂଖ୍ୟା ଘନତା ୧୪୦ inhabitants per square କିଲୋମିଟର (୩୬୦/sq mi) [୨] । ୨୦୦୧-୨୦୧୧ରେ ଜନସଂଖ୍ୟା ବୃଦ୍ଧି ପ୍ରତିଶତ ହାରାହାରି ୧୭.୮୩ ପ୍ରତିଶତ। ଲିଙ୍ଗ ଅନୁପାତ ୧୦୨୪:୧୦୦୦ ଓ ସାକ୍ଷରତା ହାର ୫୪.୯୪% ଅଟେ[୨]। ୧୯୮୧ ଜନଗଣନାରେ ବସ୍ତରର ୧,୮୪୨,୮୫୪ ଜନସଂଖ୍ୟା ମଧ୍ୟରୁ ୧,୨୪୯,୧୯୭ ତଫସିଲଭୁକ୍ତ ଉପଜାତିର ଅନ୍ତର୍ଭୁକ୍ତ ଥିଲେ। ଏହା ସମୁଦାୟ ଜନସଂଖ୍ୟାର ୭୦% ଅଟେ [୫]। ଯଦିଓ ଏହା ବର୍ତମାନ ସୀମା ଥିବା ୧୯୯୯ ପୂର୍ବ ବସ୍ତର ଜିଲ୍ଲାର ସଂଖ୍ୟା।

ଭାଷା[ସମ୍ପାଦନା]

ମୁଖ୍ୟତଃ ଲୋକମାନେ ଏଠି ଭତରି ଭାଷା କହନ୍ତି ଯାହାକି ଓଡ଼ିଆ ଭାଷାର ଏକ ଉପଭାଷା। ଏହା କଥିତ ଓଡ଼ିଆ ସହ ୬୦% ସମାନ।ଏହାକୁ ପ୍ରାୟ ୬,୦୦,୦୦୦ ଲୋକ କହିଥାନ୍ତି।[୬] ଏହାଛଡା ଏଠାରେ ସରକାରୀ ଭାବେ ପ୍ରଚଳିତ ଛତିଶଗଡିହିନ୍ଦୀ ଭାଷା ମଧ୍ୟ ଲୋକମାନେ କହିଥାନ୍ତି।

ଅର୍ଥନୀତି[ସମ୍ପାଦନା]

କୃଷି[ସମ୍ପାଦନା]

ଧାନ ପ୍ରଧାନ ଫସଲ। ମୁଖ୍ୟତଃ ଖରିଫ ଋତୁରେ ବର୍ଷା ଉପରେ ନିର୍ଭର କରି ମୋଟ ୨.୩୯ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଏ। କିନ୍ତୁ ଏଥିରୁ ମାତ୍ର ୦୮.୩୯ କୁଇଣ୍ଟାଲ /ହେକ୍ଟର ଫସଲ ଅମଳ ହୁଏ ଯାହାକି ବହୁତ କମ। ବସ୍ତର ଜିଲ୍ଲାର ଚାଷ ଜମିରୁ ୧.୬୭% ହେଉଛି ଜଳସେଚିତ ଜମି ଓ ସାରର ବ୍ୟବହାର ୪.୬ କେ.ଜି /ହେକ୍ଟର କରାଯାଏ[୭]।ଯାହା ଫଳରେ ଅମଳର ପରିମାଣ ବହୁତ ଅଳ୍ପ ହୁଏ।

ବସ୍ତର ଜିଲ୍ଲାର ଅନ୍ତେବାସୀମାନେ ମୁଖ୍ୟତଃ ପାରମ୍ପରିକ ପଦ୍ଧତିରେ ଧାନ ଚାଷ କରନ୍ତି।ଏବେ ମଧ୍ୟ ଚାଷ କାମ ସବୁ ପାରମ୍ପରିକ ପଦ୍ଧତିରେ ହୁଏ। କାଠ ତିଆରି ହଳ ଲଙ୍ଗଳର ବ୍ୟବହାର ଏବେ ମଧ୍ୟ ବହୁତ ଭାବେ ଆଖିଦୃଶିଆ ହେଇଥାଏ ମାତ୍ର ଲୁହାର ହଳ ଓ ଟ୍ରାକ୍ଟରର ବ୍ୟବହାର ବହୁତ କମ ହେଇଥାଏ। କାଠର ହଳ ଲଙ୍ଗଳ ବ୍ୟବହାର ହାଉଥିବାରୁ ବଳଦ ଗାଡି ବେଶୀ ବ୍ୟବହାର କରାଯିବ ଅବଶ୍ୟମ୍ଭାବୀ।

ବୋଧହୁଏ ପାରମ୍ପରିକ ପଦ୍ଧତି ଚାଷ କରାଯାଉଥିବାରୁ ଅମଳର ପରିମାଣ ବହୁତ କମ ହୁଏ।ଧାନ ଛଡା ଅନ୍ୟାନ୍ୟ ଖରିଫ ଫସଲ ଯେମିତିକି ହରଡ, ବିରି, ଯଅ, ବାଜରା ଓ ମଇଦା।ରବି ଫସଲ ମଧ୍ୟରେ ରାଶି, ସୋରିଷ, ଚଣା, ମୁଗ ଇତ୍ୟାଦି ଚାଷ କରାଯାଏ। ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ ଓ ତା'ର ବିକ୍ରି ତା'ଛଡା ଅନ୍ୟ ବନ୍ୟ ସମ୍ପର୍କିତ କାମ ଚାଷରୁ ହାଉଥିବା ଆୟକୁ ବଢେଇଥାଏ।

ବହୁତ ଲୋକ ବର୍ଷ ଯାକ ଚାକିରି ପାଇନଥାନ୍ତି। ଲଗାତାର ମରୁଡି ଓ ବନ୍ୟାର ପ୍ରକୋପ ଜନଜୀବନ ଅସ୍ତବ୍ୟସ୍ତ କରିପକାଏ। ସେଥିପାଇଁ ଲୋକମାନେ ଅସାଧୁ ବ୍ୟବସାୟୀମାନଙ୍କ ଠାରୁ ପଇସା ଧାର କରଜ କରିବାକୁ ବାଧ୍ୟ ହୁଅନ୍ତି ଯାହାକୁ ପରେ ସୁଝିବାକୁ ଅସଫଳ ହୁଅନ୍ତି ,ଯାହା ଫଳରେ କି ବହୁତ ଲୋକ ଆତ୍ମହତ୍ୟାର ବାଟ ଆପଣାନ୍ତି। ବିକଳ୍ପ ଚାକିରି ବ୍ୟବସ୍ଥା ନଥିବାରୁ ଏଠାରେ ବହୁତ ଲୋକ ବେକାର ଥାଆନ୍ତି , ସେଥିପାଇଁ ଏଠି ଗରିବୀର ପ୍ରକୋପ ଦେଖାଯାଏ। ବସ୍ତରର ସମଗ୍ର ଜମିରୁ ଜଳସେଚିତ ଜମିର ପ୍ରତିଶତ ମାତ୍ର ୧.୨% [୮]

ଏଠାରେ ଭଲ ବର୍ଷା ହୁଏ କିନ୍ତୁ ବ୍ୟବସ୍ଥା ଓ ପଥୁରିଆ ଜମି କାରଣରୁ ବର୍ଷା ପାଣି ସଂରୁହିତ ହେଇପାରୁନାହିଁ। କିନ୍ତୁ ବର୍ଷା ପାଣି ସଂରକ୍ଷଣ କରିବାର କ୍ଷମତା ଏହାର ଅଛି[୯]

ଅରଣ୍ୟ ସମ୍ପଦ[ସମ୍ପାଦନା]

ବଣ ଜଙ୍ଗଲ ଏଠି ଲୋକଙ୍କଙ୍କ ଜୀବନ ଜୀବିକା ନିର୍ବାହରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ଲୋକମାନଙ୍କୁ ଖାଦ୍ୟ ନିରାପତ୍ତା (ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ ଦ୍ଵାରା) ଓ ଜୀବିକା (ଅଣପେଷାଦାର ଶ୍ରମିକ ଦ୍ଵାରା) ପ୍ରଦାନ କରିଥାଏ। ଜଙ୍ଗଲ ଲୋକମାନଙ୍କୁ ବହୁତ ଆବଶ୍ୟକ ଜିନିଷ ଦେଇଥାଏ ଯଥା ଜାଳେଣୀ, ଖାଦ୍ୟ, ଘର ଉପଯୋଗୀ ଜିନିଷ, ଖାଦ୍ୟ, ପାନୀୟ ଓ ଔଷଧ।

ମହୁଆ
ସୁଲଫି ପତ୍ରରୁ ପ୍ରସ୍ତୁତ ବସ୍ତରର ନିଶା ପାନୀୟ
Medicinal Plant of Bastar Chloroxylon
Medicinal Plant of Bastar Ventilago
Medicinal Plant of Bastar Shorea
Medicinal Plant of Bastar Cleistanthus
ତେନ୍ଦୁ ପତ୍ର ସଂଗ୍ରହ

ମୁଖ୍ୟ ଶିଳ୍ପାୟନ[ସମ୍ପାଦନା]

ନଗରନାର ଇସ୍ପାତ କାରଖାନା[ସମ୍ପାଦନା]

ଜାତୀୟ ଖାଦାନ ବିକାଶ ପରିଷଦ (NMDC)ଦ୍ଵାରା ଏହି ଜିଲ୍ଲାର ନଗରନାରଠାରେ ୩ ଏମ.ଟି.ପି.ଏ କ୍ଷମତା ଯୁକ୍ତ ଏକ ଇସ୍ପାତ କାରଖାନା ଏଠାରେ ସ୍ଥାପନ କରାଯାଇଛି ଯାହାକି ନାଗରନାର ଇସପନ କାରଖାନା ନାମରେ ବିଖ୍ୟାତ। ଏହା ଜଗଦଲପୁର ଠାରୁ ୧୬ କି.ମି ଦୂରରେ ଅଛି। ଏହାପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଅଗଷ୍ଟ ୨୦୧୦ରୁ ଆରମ୍ଭ ହେଇଯାଇଥିଲା ଓ ଫେବ୍ରୁଆରି ୨୦୧୨ ସୁଦ୍ଧା ଏହାର ମୁଖ୍ୟ ୫ ବିଭାଗ ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧ ସଂସ୍ଥାମାନଙ୍କୁ ୬,୫୦୦ କୋଟି ଟଙ୍କାରେ ଦିଆଯାଇଥିଲା[୧୦]। ଏହାର ସମ୍ପତ୍ତିର ମୂଲ୍ୟ ମୋଟ ୨୧,୦୦୦ କୋଟି।

ଟାଟା ଇସ୍ପାତ କାରଖାନା[ସମ୍ପାଦନା]

ଟାଟା ଷ୍ଟିଲ ଛତିଶଗଡ ସରକାର ସହ ଜୁନ ୨୦୦୫ରେ ଜଗଦଲପୁର ଠାରୁ ୨୦ କି.ମି ଦୂର ଲୋହାଣ୍ଡିଗୁଡାରେ ଏକ ପରିବେଶ ଅନୁକୂଳ ଇସ୍ପାତ କାରଖାନା ପାଇଁ ଚୁକ୍ତି କରିଥିଲା ବର୍ଷକୁ ୫ ଲକ୍ଷ ଟନ ଇସ୍ପାତ ଉତ୍ପାଦନ କରୁଥିବା ଏହି କାରଖାନାର ମୂଲ୍ୟ ୧୯,୦୦୦ କୋଟି ଟଙ୍କା[୧୧]

"ପରିବେଶ ମନ୍ତ୍ରଣାଳୟର ଏକ ଦଳ" "ବନ୍ୟ ଉପଦେଶ ସମିତି,ଭରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଏକ ଦଳ" ସହ ଏକ ବୈଠକ ପରେ ଏହା ନିଷ୍ପତ୍ତି ନେଲେ କି କାରଖାନା ନିର୍ମାଣ ପାଇଁ ଯେତିକି ଜଙ୍ଗଲ ନଷ୍ଟ ହବ ସେତିକି ଜଙ୍ଗଲ ତୋରି କରିବା ପାଇଁ ଟାଟା ପ୍ରତିଶ୍ରୁତି ଦବ[୧୨]

ଜୀବନ ଜୀବିକା[୯][ସମ୍ପାଦନା]

୪୦% ଲୋକ ଜଙ୍ଗଲ ଉପରେ, ୩୦% କୃଷି ଉପରେ ଓ ୧୫% ଗୃହପାଳନ ଉପରେ ନିର୍ଭର କରନ୍ତି।ବାକି ୧୫% ଗୋତି ଶ୍ରମିକ ଭାବେ କାମ କରନ୍ତି।[୯]

କୃଷକ[ସମ୍ପାଦନା]

ଯେଉଁମାନଙ୍କ ପାଖରେ ଜମି ଅଛି ସେମାନେ ସଂପୂର୍ଣ୍ଣ ଚାଷ ବାସ ନିର୍ଭର କରନ୍ତି । ସେମାନେ ନିଜ ବ୍ୟବସ୍ତାରେ ଚାଷ କରିଥାନ୍ତି କିମ୍ବା ଅନ୍ୟମାନଙ୍କ ସାହାଜ୍ଯ ନେଇକି ମଧ୍ୟ କରିଥାନ୍ତି। ପଶୁପାଳନ କିମ୍ବା ନିଜର ଶ୍ରମ ଦେଇ ସେମାନେ କିଛି ଅଧିକ ପଇସା ଉପାର୍ଜନ କରିଥାନ୍ତି।ସେମାନଙ୍କ ମଧ୍ୟରୁ କିଛି ଲୋକ ନିଜକୁ କ୍ଷୁଦ୍ର ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପରେ ନିଯୋଜିତ କରିଥାନ୍ତି।

ଶ୍ରମିକ[ସମ୍ପାଦନା]

ଯେଉନମାନଙ୍କ ପାଖରେ କମ ଜମି ବା ଆଦୌ ଜମି ନାହିଁ ସେମାନେ ନିଜକୁ ଶ୍ରମିକ ଭାବେ ନିଯୋଜିତ କରିଥାନ୍ତି।ସେମାନଙ୍କ ମଧ୍ୟରୁ କିଛି ଚାଷ ଜମିରେ ଖଟିଥା'ନ୍ତି ଓ କିଛି ଖଣି ,ଖାଦାନ, ଛୋଟ ଦୋକାନ ଓ ଗୃହ ନିର୍ମାଣ କାର୍ଯ୍ୟରେ କାମ କରନ୍ତି।

ଅରଣ୍ୟ ସମ୍ପଦର ବିନିଯୋଗ କରୁଥିବା ଚାଷୀ[ସମ୍ପାଦନା]

ଯେଉଁମାନଙ୍କ ପାଖରେ କିଛି ଜମି ଅଛି ଓ ସେମାନେ ଜଙ୍ଗଲ ପାଖରେ କିମ୍ବା ଜଙ୍ଗଲି ପରିବେଶ ମଧ୍ୟରେ ବାସ କରନ୍ତି ସେମାନେ ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରନ୍ତି। ଏହି ଦ୍ରବ୍ଯ ଗୁଡିକୁ ବିକି ସେମାନେ ଜୀବିକା ନିର୍ବାହ କରନ୍ତି। ଜଙ୍ଗଲ ଜମିରେ ଚାଷ କମ କରିକି ମଧ୍ୟ ସେମାନେ କିଛି ଅଧିକ ପଇସା ଉପାର୍ଜନ କରିଥାନ୍ତି।

ଅରଣ୍ୟ ସମ୍ପଦର ବିନିଯୋଗ କରୁଥିବା ଶ୍ରମିକ[ସମ୍ପାଦନା]

ଜଙ୍ଗଲ ପାଖରେ ରହୁଥିବା ଲୋକମାନେ , ଯେଉଁମାନଙ୍କ ପାଖରେ ବହୁତ କମ ଜମି ଅଛି ବା ଜମି ମୂଳରୁ ନାହିଁ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ଯ ଉପରେ ନିର୍ଭରଶୀଳ। ସେମାନେ ଏହି ଦ୍ରବ୍ଯକୁ ସଂଗ୍ରହ କରି ତାକୁ ବିକି ପଇସା ଉପାର୍ଜନ କରନ୍ତି।ଅଣପେଶାଦାର ଶ୍ରମିକମାନେ ଅନ୍ୟ ଜାଗାକୁ ଯାଇ କମକରନ୍ତି କିମ୍ବା ନିଜ ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରନ୍ତି।

ସେବା ପ୍ରତିନିଧି[ସମ୍ପାଦନା]

ଏମାନେ ପାରମ୍ପରିକ ସେବା ସହ ଆଧୁନିକ ସେବା ମଧ୍ୟ ଯୋଗାଇ ଦିଅନ୍ତି। ଏମାନେ ପାରମ୍ପରିକ କୌଳିକ ବୃତ୍ତି ସହ ନୂଆ ଆବଶ୍ୟକତାକୁ ସେତୁ ଭାବେ ଯୋଡିଥାନ୍ତି।ପାରମ୍ପରିକ ବ୍ୟବସାୟର ଅଧିକ ଲାଭ ପାଇଁ ଯାହା ମୂଳଦୁଆ ଦରକାର ହୁଏ ତାହା ଏମାନେ ଯୋଗାଇ ଦିଅନ୍ତି।

କଳା ଓ ସଂସ୍କୃତି[ସମ୍ପାଦନା]

ବସ୍ତରର ଆଦିବାସୀ[୮][ସମ୍ପାଦନା]

ବସ୍ତରର ଆଦିବାସୀ ଯୁବକ

କଳା ଓ ଭାଷ୍କର୍ଯ୍ୟ[ସମ୍ପାଦନା]

କନ୍ଡଗାଁ ଜିଲ୍ଲାର ହସ୍ତକଳା ବହୁତ ପ୍ରସିଦ୍ଧ!! | ଏହି ହସ୍ତକଳାଦ୍ଵାରା ବହୁତ ଜିନିଷ ଯଥା ମାଠିଆ, ଗହଣା, ସ୍ଥାନୀୟ ଦେବଦେବୀଙ୍କ ପ୍ରତିମା ଓ ଅନ୍ୟାନ୍ୟ ସଜେଇବା ଜିନିଷ ସବୁ | ଏହା ସବୁ ତିଆରି କରିବାରା କଳା ସେମାନଙ୍କ ପାଇଁ ବହୁତ ସହଜ କିନ୍ତୁ ଏହା ଏବେ ହଜି ଯିବାକୁ ବସିଥିବା ଏହି କଳା "ମହମ କଳା" ନାମରେ ବିଖ୍ୟାତ |

ବସ୍ତର ଜିଲ୍ଲା ଢୋକରା ହସ୍ତକଳା ପାଇଁ ମଧ୍ୟ ବିଖ୍ୟାତ |

ସ୍ଥିରଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "83 districts under the Security Related Expenditure Scheme". IntelliBriefs. 2009-12-11. Retrieved 2011-09-17. 
  2. ୨.୦ ୨.୧ ୨.୨ "District Census 2011". Census2011.co.in. 2011. Retrieved 2011-09-30. 
  3. "2010 Resident Population Data". U. S. Census Bureau. Retrieved 2011-09-30. Hawaii 1,360,301 
  4. US Directorate of Intelligence. "Country Comparison:Population". Retrieved 2011-10-01. Swaziland 1,370,424 
  5. Gell, Simeran Man Singh. The Ghotul in Muria Society (Singapore: Hardwood Academic Publishers, 1992) p. 1
  6. M. Paul Lewis, ed. (2009). "Bhatri: A language of India". Ethnologue: Languages of the World (16th edition ed.). Dallas, Texas: SIL International. Retrieved 2011-09-28. 
  7. http://plantarchives.org/paper/Plant%20Archive%20vol%20(11-1)%20351-354.pdf
  8. ୮.୦ ୮.୧ http://planningonline.gov.in/data/report/DP2009-2010_374Merge.pdf
  9. ୯.୦ ୯.୧ ୯.୨ http://chhattisgarh.nic.in/book/hdr.pdf
  10. http://www.moneycontrol.com/livefeed_pdf/Feb2012/NMDC_Ltd_040212.pdf
  11. http://www.tata.com/media/reports/inside.aspx?artid=scQib0BmW8A=
  12. "MoEF panel recommends land diversion for Tata Steel's plant". The Times Of India. 2012-03-11. http://articles.economictimes.indiatimes.com/2012-03-11/news/31145325_1_steel-plant-forest-land-kalinganagar. 
  • Dr.Sanjay Alung-Chhattisgarh ki Janjaatiyaa/Tribes aur Jatiyaa/Castes (Mansi publication, Delhi6, ISBN 978-81-89559-32-8)

ବାହାର ଲିଙ୍କ[ସମ୍ପାଦନା]