ଭାତରି ଭାଷା
ଭାତରି ଭାଷା | |
---|---|
Native to | ଭାରତ |
ଅଞ୍ଚଳ | ଛତିଶଗଡ଼ |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧] |
ଇଣ୍ଡୋ-ଇଉରୋପୀୟ
| |
ଭାଷା କୋଡ୍ | |
ISO ୬୩୯-୩ | bgw |
ଗ୍ଲୋଟୋଲୋଗ | bhat1265 |
ଭାତରି ଭାଷା ବା ବସ୍ତରୀ ଭାଷା (ଭାତ୍ରୀ , ବସ୍ତୁରିଆ, ଭାତ୍ରା, ଭାତ୍ରି, ଭାତୋଡ଼ା, ଭାତୋରା ଆଦି ନାମରେ ମଧ୍ୟ ଜଣା) ଭାରତୀୟ ରାଜ୍ୟ ଛତିଶଗଡ଼ର ବସ୍ତର ଜିଲ୍ଲା, ଜଗଦଲପୁର ତହସିଲ, ମହାରାଷ୍ଟ୍ରର କେତେକ ଅଞ୍ଚଳ, ଓଡ଼ିଶାର କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରେ କଥିତ ଏକ ଭାଷା । ଏହା ଓଡ଼ିଆ ଭାଷାର ଏକ ଉପଭାଷା । ଏହା କଥିତ ଓଡ଼ିଆ ସହ ୬୦% ସମାନ ।[୨]
୨୦୧୧ ଭାରତୀୟ ଜନଗଣନା ଅନୁସାରେ ଏହା ୨୧୭,୦୦୦ ଲୋକଙ୍କଦ୍ୱାରା କଥିତ । ଏହି ଭାଷାର ଉପଭାଷାଗୁଡ଼ିକ ପରସ୍ପର ସଙ୍ଗେ ୮୮% ମିଶିଥିବା ବେଳେ ଭାତ୍ରୀ ହାଳବି ଭାଷାର ପାଖାପାଖି । ଦେଶିଆ ଓଡ଼ିଆ ସଙ୍ଗେ ଏହାର ଭାଷାଗତ ସାମଞ୍ଜସ୍ୟ ୫୮% ।[୩] ଏହା ଓଡ଼ିଆ ଓ ଦେବନାଗରୀ ଲିପିରେ ଲେଖାଯାଏ ।[୧]
ଗୋପାଳ ଚନ୍ଦ୍ର ପ୍ରହରାଜ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଲେଖିଲାବେଳେ ଏହା ମଧ୍ୟ ପ୍ରଦେଶର ଓଡ଼ିଆ ରାଜ୍ୟ ବସ୍ତରର ଉତ୍ତରପୂର୍ବ କୋଣ ପ୍ରାୟ କୋଡିଏ ହଜାର ଲୋକଙ୍କ କଥିତ ଭାଷା ଥିଲା । ବସ୍ତରରେ ବାସକରୁଥିବା ଏକ କୃଷକ ଜାତି ଭତର ଜାତି ବା ଭତଡ଼ଙ୍କଦ୍ୱାରା ବୋଲାଯାଉଥିବାରୁ ଏହାର ନାମ ଭାତରି ହୋଇଛି । ଏଇ କୃଷକଜାତି ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ବସ୍ତର ଛଡ଼ା ବିଜୟନଗର ଏବଂ ଜୟପୁରରେ ମଧ୍ୟ ରହୁଥିବା କଥା ଭାଷାକୋଷରେ ଲିପିବଦ୍ଧ ହୋଇଛି ।
ଶ୍ରେଣୀ ବିଭାଗ ଓ ଲିପି
[ସମ୍ପାଦନା]ଅନେକ ପାଶ୍ଚାତ୍ୟ ଗବେଷକମାନେ ଭାତରିକୁ Halbic ଭାଷାଶ୍ରେଣୀରେ ଗଣିଛନ୍ତି । ଏହି ଶ୍ରେଣୀୟ ଭାଷା ମଧ୍ୟରେ ଥିବା ଶବ୍ଦ ଉଚ୍ଚାରଣ ଏବଂ ବ୍ୟାକରଣଗତ ନିୟମ ଓଡ଼ିଆ, ମରାଠୀ ତଥା ହିନ୍ଦୀ ଭାଷାର ମିଶ୍ରଣ ଅଟେ । ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ଯେଣୁ ବସ୍ତର ଅଞ୍ଚଳ ମଧ୍ୟ ପ୍ରଦେଶ ଅର୍ନ୍ତଭୁକ୍ତ ଥିଲା ତେଣୁ ହିନ୍ଦୀ ଭାଷା ତଥା ଦେବନାଗରୀର ପ୍ରଚଳନ ବସ୍ତର ଅଞ୍ଚଳରେ ପଡ଼ିଥିଲା । ଏହା ଓଡ଼ିଆ ଅକ୍ଷରରେ ଲେଖାନଯାଇ ଦେବନାଗରୀ ଅକ୍ଷରରେ ଲେଖାଯାଏ । ଏ ଭାଷା ମରାଠୀ ଭାଷାଦ୍ୱାରା ପ୍ରଭାବିତ ହୋଇଛି । ଲୋକେ ଉଭୟ ଓଡ଼ିଆ ତଥା ଦେବନାଗରୀ ଲିପିର ବ୍ୟବହାର କରନ୍ତି ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ଭାତରି ଭାଷା at Ethnologue (18th ed., 2015) ଆଧାର ଭୁଲ: Invalid
<ref>
tag; name "e18" defined multiple times with different content - ↑ M. Paul Lewis, ed. (2009). "Bhatri: A language of India". Ethnologue: Languages of the World (16th edition ed.). Dallas, Texas: SIL International. Retrieved 2011-09-28.
{{cite encyclopedia}}
:|edition=
has extra text (help) - ↑ "Bhatri - MultiTree". Multitree. Retrieved 19 December 2016.