ଭୈରବୀ
ଭୈରବୀ | |
---|---|
ଭୈରବୀ ଦଶ ମହାବିଦ୍ୟାଙ୍କ ମଧ୍ୟରୁ ଅନ୍ୟତମ । ଭୈରବୀ ହେଉଛନ୍ତି ସେହିଦେବୀ ଯେ ସାଧକକୁ ସମସ୍ତ ଚିନ୍ତାରୁ ମୁକ୍ତି ଦିଅନ୍ତି । ‘ଭ’ରୁ ଭରଣ(ସଂରକ୍ଷଣ), ‘ର’ରୁ ରକ୍ଷଣ(ସୃଷ୍ଟି) ଓ ‘ବ’ରୁ ବମନ(ମୁକ୍ତି) । ଦେବୀଙ୍କ ଶରୀରର ବର୍ଣ୍ଣ ଉଦୟ ସୂର୍ଯ୍ୟ ସମ । ଗଳାରେ ମୁଣ୍ଡମାଳ ଶୋଭିତ ,ସେ ପୁସ୍ତକ, ଜପମାଳା, ଅଭୟ ଓ ବରଦ ମୁଦ୍ରା ଧାରଣ କରନ୍ତି ।ଦେବୀ ତ୍ରିନେତ୍ରା ଓ କପାଳରେ ଚନ୍ଦ୍ର ଧାରଣ କରନ୍ତି । ସେ ଚଣ୍ଡମୁଣ୍ଡ ନିପାତିନୀ କାଳୀ ସ୍ୱରୂପା, ଦେବୀ ଶ୍ୟାମବର୍ଣ୍ଣା । ଭୈରବୀ ପ୍ରତ୍ୟେକ ମନୁଷ୍ୟ ଭିତରେ ଥିବା ଚେତନାର ରୂପ । ସେ ସମସ୍ତ ପ୍ରକାର ଆକାଙ୍କ୍ଷାର ପ୍ରତୀକ ଏବଂ ଯୋଗଦ୍ୱାରା ଏହାର ନିୟନ୍ତ୍ରଣ ଜ୍ଞାନ ପ୍ରଦାୟନୀ। ଭୈରବୀ ଅତ୍ୟନ୍ତ ଶକ୍ତିଶାଳୀ, ସେ ସମସ୍ତଙ୍କ ମଧ୍ୟରେ କୁଣ୍ଡଳୀନୀ ରୂପେ ଅବସ୍ଥିତ । ତାଙ୍କୁ ବିନା ଜ୍ଞାନ ଓ ସାଧନାରେ ଜାଗ୍ରତ କରିବାକୁ ଚେଷ୍ଠା କରିବା ନିଜପାଇଁ କ୍ଷତିକାରୀ । ମା’ଙ୍କ ସଂରକ୍ଷଣରେ ମନୁଷ୍ୟ ସବୁ ନକରାତ୍ମକତା ଓ ଅଜ୍ଞାନତା ଦୂର ହୋଇ ସିଦ୍ଧି ପ୍ରାପ୍ତିହୁଏ । ତେଣୁ ତାଙ୍କୁ ସକଳ ସିଦ୍ଧି ଭୈରବୀ ମଧ୍ୟ କୁହାଯାଏ । [୧][୨] ସ୍ୱର୍ଗୀୟ ଦିବ୍ୟ ଜ୍ଞାନାଲୋକରେ ଆଲୋକିତ ପ୍ରାଣୀ ଆଧ୍ୟାତ୍ମିକ ଚମକରେ ଉଦ୍ଭାସିତ ହେବାପରେ ସମସ୍ତ ବାଧା ବନ୍ଧନ ତୁଟେଇ ବ୍ରହ୍ମାଣ୍ଡର ଅନନ୍ତ ଅସୀମତା ସହିତ ଏକାକାର ହୋଇଯାଏ ।
ଆଧାର
[ସମ୍ପାଦନା]- ↑ Erndl, Kathleen M. “Rapist or Bodyguard, Demon or Devotee: Images of Bhairo in the Mythology and Cult of Vaiṣṇo Devī.” In Criminal Gods and Demon Devotees: Essays on the Guardians of Popular Hinduism. Edited by Alf Hiltebeitel, 239–250. Albany: State University of New York Press, 1989
- ↑ Sukul, Kubernath. Vārānasī Vaibhava. Patna, India: Bihar Rastrabhasa Parisad, 1977