ସୌମ୍ୟ ରଞ୍ଜନ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(ସୌମ୍ୟରଂଜନ ପଟ୍ଟନାୟକରୁ ଲେଉଟି ଆସିଛି)
ସୌମ୍ୟ ରଞ୍ଜନ ପଟ୍ଟନାୟକ
ଭୁବନେଶରରେ ସୌମ୍ୟରଞ୍ଜନ ପଟ୍ଟନାୟକ
Born(1952-08-18)୧୮ ଅଗଷ୍ଟ ୧୯୫୨
Nationality ଭାରତୀୟ
Educationସ୍ନାତକୋତ୍ତର
Alma materରେଭେନ୍ସା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
Known forସମ୍ପାଦକ,ସାମ୍ବାଦିକ, ଶିକ୍ଷାବିତ,ପ୍ରାକ୍ତନ ସାଂସଦ.,ଶିଳ୍ପପତି
Spouseସୁଦତ୍ତା ପଟ୍ଟନାୟକ
Childrenତଲ୍ଲୀନା ପଟ୍ଟନାୟକ, ତନୟା ପଟ୍ଟନାୟକ
Parentବ୍ରଜବନ୍ଧୁ ପଟ୍ଟନାୟକ
WebsiteSoumyapatnaik.in
Signature

ସୌମ୍ୟରଞ୍ଜନ ପଟ୍ଟନାୟକ, ଦୈନିକ ଖବରକାଗଜ, ସମ୍ବାଦର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି ।[୧] ଏହା ବ୍ୟତିତ, ସେ ଜଣେ ଶିଳ୍ପପତି, ରାଜନେତା, ଶିକ୍ଷାବିତ ଓ ସମାଜସେବୀ ମଧ୍ୟ ଅଟନ୍ତି । [୨]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

୧୯୫୨ ମସିହା ଅଗଷ୍ଟ ମାସ ୧୮ ତାରିଖରେ, ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିଠାରେ ଜନ୍ମଗ୍ରହଣ କରିଥିଲେ ସୌମ୍ୟରଞ୍ଜନ । ପିତା ବ୍ରଜବନ୍ଧୁ ପଟ୍ଟନାୟକ, ବଣ ବିଭାଗରେ ଜଣେ ରେଞ୍ଜର ଥିଲେ ଓ ତାଙ୍କ ବଦଳି ଚାକିରି ଯୋଗୁ, ସୌମ୍ୟରଞ୍ଜନ ଓଡ଼ିଶାର ବହୁଯାଗାରେ ରହି ବିଦ୍ୟାଳୟ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ ।

କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ହାସଲ କରିବା ପରେ, ସୌମ୍ୟରଞ୍ଜନ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାର୍ବଜନିକ ପ୍ରଶାସନରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ଉଭୟ ଅନୁଷ୍ଠାନରେ ସେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ ।[ଆଧାର ଲୋଡ଼ା] ପରବର୍ତ୍ତୀ ସମୟରେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସଅକ୍ସଫୋର୍ଡ଼ ଇଉନିଭର୍ସିଟିରୁ ମଧ୍ୟ ଶିକ୍ଷାଗ୍ରହଣ କରିଥିଲେ ।

କର୍ମଜୀବନ[ସମ୍ପାଦନା]

୧୯୭୨ ମସିହାରେ, ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିବା ଆରମ୍ଭ କରିଥିଲେ । ଏତେ କମ ବୟସରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତାଙ୍କର ଶିକ୍ଷାଦାନ କରିବା, ସେତେବେଳେ ଏକ ବିତର୍କ ସୃଷ୍ଟି କରିଥିଲା । ଅଟଳ ବିହାରୀ ବାଜପେୟୀ ସଂସଦରେ ଏହି ବିତର୍କର ସୂତ୍ରପାତ କରିଥିଲେ ।[ଆଧାର ଲୋଡ଼ା]

୧୯୮୪ ମସିହାରେ ସୌମ୍ୟରଞ୍ଜନ ସମ୍ବାଦ ଖବରକାଗଜର ପ୍ରତିଷ୍ଠା କରିଥିଲେ । 'ଅଫସେଟ ପ୍ରିଣ୍ଟିଙ୍ଗ', ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଆଦି ନୂଆ ନୂଆ ପଦକ୍ଷେପ ସୌମ୍ୟରଞ୍ଜନ ନେଇଥିଲେ ।[୩] କ୍ରମେ, ସମ୍ବାଦ କେବଳ ଏକ ଖବରକାଗଜ ନରହି, ଏକ ସାମାଜିକ ଅନୁଷ୍ଠାନ ରୂପରେ ନିଜକୁ ଗଢିତୋଳିଲା । ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ, ସୌମ୍ୟରଞ୍ଜନଙ୍କ ଉଦ୍ୟମ ରହିଛି । ସମ୍ବାଦ, ଆମ ଓଡ଼ିଶା[୪] ନାମକ ଏକ ସଂସ୍ଥା ଗଠନ କରି, ଓଡ଼ିଶାର କୋଣ ଅନୂକୋଣରେ ବିଭିନ୍ନ ପ୍ରତିଯୋଗିତା[୫] ଆଦି ଆୟୋଜନ କରି, ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଓଡ଼ିଆ ପଢ଼ିବା ଓ ଲେଖିବା ପାଇଁ, ନୂତନ ଏକ ଆଗ୍ରହ ସୃଷ୍ଟିକରାଯାଉଛି । ସେହି ଆମ ଓଡ଼ିଶା ମାଧ୍ୟମରେ ରକ୍ତଦାନ[୬] କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି ।

ଖାଲି ସମ୍ବାଦପତ୍ର ମଧ୍ୟରେ, ନିଜକୁ ସିମୀତ ନରଖି, ସୌମ୍ୟରଞ୍ଜନ ପଟ୍ଟନାୟକ ପାରମ୍ପରିକ ଯାତ୍ରା, ସିନେମା, ରେଡ଼ିଓ ଓ ଟେଲିଭିଜନ କ୍ଷେତ୍ରରେ ମଧ୍ୟ ଯୋଗଦାନ କରିଛନ୍ତି ।[୭] ଇଷ୍ଟର୍ଣ୍ଣ ଅପେରା ନାମରେ ତାଙ୍କର ଏକ ଯାତ୍ରାଦଳ ରହିଛି ଓ ଏହି ଯାତ୍ରାଦଳ ଓଡ଼ିଶାର ବିଭିନ୍ନ ଅଞ୍ଛଳରେ ଯାତ୍ରା ପରିବେଷଣ କରିଥାଏ । କନକ ଟିଭି ନାମରେ ତାଙ୍କର ଏକ ୨୪ ଘଣ୍ଟିଆ ଖବର ଭିତ୍ତିକ ଟିଭି ଚ୍ୟାନେଲ ଓ 'ମଞ୍ଜରୀ' ନାମରେ ଏକ ୨୪ ଘଣ୍ଟିଆ ମନୋରଞ୍ଜନ ଧର୍ମୀ  ଚ୍ୟାନେଲ ମଧ୍ୟ ରହିଛି । ରେଡ଼ିଓ ଚକୋଲେଟ୍ ନାମରେ ତାଙ୍କର ଏକ ଏଫ.ଏମ. ରେଡ଼ିଓ ଚ୍ୟାନେଲ ମଧ୍ୟ ରହିଛି । କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିୟରିଂ [୮] ନାମରେ ସେ ଏକ ବୈଷୟିକ ମହାବିଦ୍ୟାଳୟ ଓ ସୋମାକ[୯] ନାମରେ ଏକ ମିଡ଼ିଆ ମହାବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

୧୯୯୬ ମସିହା ସାଧାରଣ ନିର୍ବାଚନରେ, ସୌମ୍ୟରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରି ଜୟଯୁକ୍ତ ହୋଇଥିଲେ । ୧୯୯୮ ସାଧାରଣ ନିର୍ବାଚନରେ ପୁନର୍ବାର ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ ସଫଳତା ହାସଲ କରିପାରିନଥିଲେ । ୨୦୦୩ ମସିହାରେ ସେ ଆମ "ଆମ ଓଡ଼ିଶା" ଅନୁଷ୍ଠାନକୁ ଏକ ରାଜନୈତିକ ଦଳକୁ ବଦଳ କରିଥିଲେ । ସୌମ୍ୟରଞ୍ଜନଙ୍କୁ ବିଜୁ ଜନତା ଦଳ ତରଫରୁ ରାଜ୍ୟ ସଭାକୁ ମନୋନୀତ କରାଯାଇଥିଲା । ୨୦୧୮ ମସିହାରେ ଆମ ଓଡ଼ିଶା ଦଳର ବିଜୁ ଜନତା ଦଳ ସହ ବିଲୟ ଘଟିଥିଲା ।[୧୦] ୨୦୧୯ ମସିହା ବିଧାନ ସଭା ନିର୍ବାଚନରେ ସୌମ୍ୟରଞ୍ଜନ ଖଣ୍ଡପଡ଼ାରୁ ଜିତିଥିଲେ ।[୧୧]

ପରିବାର[ସମ୍ପାଦନା]

ସୌମ୍ୟରଞ୍ଜନ ପଟ୍ଟନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଜୟନ୍ତୀ ପଟ୍ଟନାୟକଙ୍କ କନ୍ୟା ସୁଦତ୍ତା ପଟ୍ଟନାୟକଙ୍କୁ ବିବାହ କରିଛନ୍ତି । [୧୨] ତାଙ୍କର ଦୁଇଟି ଝିଅ ଅଛନ୍ତି । ବଡ଼ ଝିଅ ତଲ୍ଲୀନା ପଟ୍ଟନାୟକ ବିବାହିତ ଓ ସାନ ଝିଅ ତନୟା ପଟ୍ଟନାୟକ ସଂପ୍ରତି ଓଡ଼ିଆ ଏଫ୍ ଏମ ଚ୍ୟାନେଲ ରେଡିଓ ଚକୋଲେଟର ନିର୍ଦ୍ଦେଶିକା ଅଛନ୍ତି । ସୌମ୍ୟରଞ୍ଜନଙ୍କର ବଡ଼ ଭାଇ, ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟ ।

ରଚନାବଳୀ[ସମ୍ପାଦନା]

  • ଆମ ଓଡ଼ିଶା ଗପ
  • ଆମ ଘରର ହାଲଚାଲ (ପ୍ରଥମ ଓ ଦ୍ୱିତୀୟ ଭାଗ)
  • ଓଡ଼ିଶା ଶାସନର ଏକ ସ୍ୱର୍ଣ୍ଣଯୁଗ
  • କଥା ଶତକ (ପ୍ରଥମ ଓ ଦ୍ୱିତୀୟ ଭାଗ)
  • ସେମାନଙ୍କ ପିଲାଦିନ
  • ନିର୍ବାଚିତ କଥା
  • ପ୍ରେମ କଥା
  • ଶ୍ରେଷ୍ଠ କଥା
  • Odishsa Tales
  • Janaki Ballav Patnaik: The March To a Modern Odisha

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି" (PDF). Archived from the original (PDF) on 2012-11-19. Retrieved 2012-09-03. {{cite web}}: Cite has empty unknown parameter: |1= (help)
  2. http://www.parliamentofindia.nic.in/ls/lok11/biodata/11or05.htm
  3. http://www.orissasambad.com/aboutus.php
  4. "ଆର୍କାଇଭ୍ କପି". Archived from the original on 2013-01-16. Retrieved 2012-09-03. {{cite web}}: Cite has empty unknown parameter: |1= (help)
  5. http://www.aamaodisha.org.in/kahinki-kipari.php[permanent dead link]
  6. "ଆର୍କାଇଭ୍ କପି". Archived from the original on 2013-07-15. Retrieved 2012-09-03. {{cite web}}: Cite has empty unknown parameter: |1= (help)
  7. http://orissamatters.com/2009/10/05/kanak-tv/
  8. "ଆର୍କାଇଭ୍ କପି". Archived from the original on 2012-07-23. Retrieved 2012-09-03. {{cite web}}: Cite has empty unknown parameter: |1= (help)
  9. http://www.ssomac.com/
  10. "Ama Odisha Party president Soumya Ranjan Patnaik joins BJD in presence Naveen Patanik". orissadiary.com/. orissa diary. Retrieved 23 December 2019.
  11. "BJD storming to power in Odisha for fifth consecutive term". www.indiatoday.in/. india today. Retrieved 23 December 2019.
  12. "ଆର୍କାଇଭ୍ କପି". Archived from the original on 2009-06-19. Retrieved 2012-09-03. {{cite web}}: Cite has empty unknown parameter: |1= (help)

ବାହାର ଆଧାର[ସମ୍ପାଦନା]