ଯୌନ ସମ୍ଭୋଗ ପରବର୍ତ୍ତୀ ରକ୍ତସ୍ରାବ
Postcoital bleeding | |
---|---|
ବିଭାଗ | Gynecology |
ଲକ୍ଷଣ | Vaginal bleeding after sex[୧] |
ଆକ୍ରାନ୍ତ ସମୟ | Reproductive age and older[୨] |
କାରଣ | Cervical ectropion, cervical or endometrial polyps, infections including sexually transmitted infection, injury, pregnancy, vaginal atrophy, cervical or endometrial cancer[୨][୧] |
ବିପଦ କାରକ | Low estrogen, sexual assault, vigorous sex[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on examination, pregnancy testing, taking swabs[୨] |
ଚିକିତ୍ସା | Depends on cause[୨] |
ପୁନଃପୌନିକ | 5%-10% of females[୨] |
ଯୌନ ସମ୍ଭୋଗ ପରବର୍ତ୍ତୀ ରକ୍ତସ୍ରାବ (ଇଂରାଜୀ ଭାଷାରେ Postcoital bleeding/ PCB) ଅବସ୍ଥାରେ ଯୌନ ସମ୍ଭୋଗ ପରେ ରକ୍ତସ୍ରାବ ହୋଇପାରେ ଯାହାଋତୁସ୍ରାବ ସହିତ ଜଡିତ ନୁହେଁ ।[୧] ଏହା ସାଧାରଣତଃ ଯନ୍ତ୍ରଣାହୀନ କିନ୍ତୁ ମାତ୍ର ୧୫% କ୍ଷେତ୍ରରେ ଯନ୍ତ୍ରଣା ହୋଇପାରେ ।[୨] ପ୍ରଭାବିତ ମହିଳାଙ୍କର ଅସ୍ୱାଭାବିକ ଗର୍ଭାଶୟ ରକ୍ତସ୍ରାବ ହୋଇପାରେ ଯାହା ସହିତ ଋତୁସ୍ରାବ ମଧ୍ୟବର୍ତ୍ତୀ ରକ୍ତସ୍ରାବ ମଧ୍ୟ ହୋଇପାରେ ।[୨] [୧]
ଋତୁବନ୍ଦ ହେବା ପୂର୍ବର ସାଧାରଣ କାରଣଗୁଡ଼ିକ ମଧ୍ୟରେ ସର୍ଭିକାଲ୍ ଏକ୍ଟ୍ରୋପିଅନ୍ (୩୩%), ସର୍ଭିକାଲ୍ କିମ୍ବା ଏଣ୍ଡୋମେଟ୍ରିଆଲ୍ ପଲିପ (୫%ରୁ ୧୮%), ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ, ଆଘାତ ଏବଂ ଗର୍ଭଧାରଣ ହୋଇପାରେ ।[୨] [୧] ଋତୁସ୍ରାବ ପରେ ସବୁଠାରୁ ସାଧାରଣ କାରଣ ହେଉଛି ଯୋନୀ ଆଟ୍ରୋଫି ।[୨] [୧] ଏହା ଗର୍ଭାଶୟ କିମ୍ବା ଏଣ୍ଡୋମେଟ୍ରିଆଲ୍ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ମଧ୍ୟ ହୋଇପାରେ (୭ରୁ ୧୭% ମାମଲାରେ) ।[୨] ଅନ୍ୟାନ୍ୟ କାରଣ ମଧ୍ୟରେ ଏଣ୍ଡୋମେଟ୍ରିଓସିସ୍ ଏବଂ ଏକ ବେଠିକ ସ୍ଥାନରେ ରହିଥିବା ଗର୍ଭାଶୟ ମଧ୍ୟସ୍ଥ ଉପକରଣ ହୋଇପାରେ ।[୧] [୨] ଏହି ରୋଗରେ ଯୋନୀପଥ ଏବଂ ଗର୍ଭାଶୟ ଗ୍ରୀବାର ପରୀକ୍ଷା, ଗର୍ଭଧାରଣ ପରୀକ୍ଷା, ସ୍ୱାବ ନେବା ଏବଂ ବେଳେବେଳେ ବାୟୋପସି ମଧ୍ୟ ନିଆଯାଏ ।[୩] [୨] ଅନ୍ୟାନ୍ୟ ପରୀକ୍ଷଣ ମଧ୍ୟରେ ଅଲଟ୍ରାସାଉଣ୍ଡ, ପ୍ୟାପ୍ ସ୍ମିଅର ଏବଂ କଲ୍ପୋସ୍କୋପି କରାଯାଇପାରେ ।[୧]
ଏହାର କାରଣ ଉପରେ ଚିକିତ୍ସା ନିର୍ଭର କରେ ।[୨] ସର୍ଭିକାଲ୍ ଏକ୍ଟ୍ରୋପିଅନ୍ ଚିକିତ୍ସା ପାଇଁ ସିଲଭର ନାଇଟ୍ରେଟ୍ବ୍ୟବହୃତ ହୋଇପାରେ ଓ ସର୍ଭିକାଲ୍ ପଲିପ ଥିଲେ ଅପସାରଣ କରାଯାଇପାରେ ।[୧] କୌଣସି ସ୍ପଷ୍ଟ କାରଣ ବିନା ଅଧାରୁ ଅଧିକ ଲୋକଙ୍କର ଲକ୍ଷଣ ଛଅ ମାସ ମଧ୍ୟରେ ସମାଧାନ ହୋଇଯାଏ ।[୧] ଏହା ବାହାରେ ଯଦି ଅବସ୍ଥା ରହେ ତେବେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ଦେଖେଇବାକୁ ସୁପାରିଶ କରାଯାଏ ।[୧] ପୋଷ୍ଟକୋଏଟାଲ୍ ରକ୍ତସ୍ରାବ ସାଧାରଣ ଭାବରେ ହୁଏ ଓ ପ୍ରାୟ ୫% ରୁ ୧୦% ମହିଳା ପ୍ରଭାବିତ ହୁଅନ୍ତି ।[୧] [୨] ଯୌନ ନିର୍ଯାତନା ସମ୍ଭାବନା ଥିବା ହେତୁ ଏହା ବିଷୟରେ ରୋଗୀକୁ ପଚରାଯିବା ଉଚିତ ।[୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Ardestani, Shakiba; Dason, Ebernella Shirin; Sobel, Mara (11 September 2023). "Postcoital bleeding". Canadian Medical Association journal. 195 (35): E1180. doi:10.1503/cmaj.230143. ISSN 1488-2329. PMC 10495171. PMID 37696551.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Smith, Roger P. (2023). "60. Postcoital bleeding". Netter's Obstetrics and Gynecology: Netter's Obstetrics and Gynecology (in ଇଂରାଜୀ) (4th ed.). Philadelphia: Elsevier. pp. 139–140. ISBN 978-0-443-10739-9. Archived from the original on 2023-10-31. Retrieved 2023-10-31.
- ↑ Japp, Alan; Robertson, Colin (2018). "33. Vaginal bleeding". Macleod's Clinical Diagnosis (in ଇଂରାଜୀ) (2nd ed.). Edinburgh: Elsevier. pp. 288–293. ISBN 978-0-7020-6962-8. Archived from the original on 2023-11-01. Retrieved 2023-11-01.