ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ
ଯୌନ କ୍ରିୟା ସଞ୍ଚାରିତ ରୋଗ | |
---|---|
ବିଭାଗ | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | A64. |
ଆଇସିଡ଼ି-୯-ସିଏମ୍ | 099.9 |
ରୋଗ ଡାଟାବେସ | 27130 |
Patient UK | ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ |
MeSH | D012749 |
ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ (ଇଂରାଜୀରେ sexually transmitted infections ବା STI), ଅନ୍ୟ ନାମ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ (STD) ଓ ଭେନେରିଆଲ ରୋଗ ଇଂରାଜୀରେ venereal diseases (VD); ଅନେକ ପ୍ରକାର ସଂକ୍ରାମକ ରୋଗକୁ ବୁଝାଏ ଯାହା ମନୁଷ୍ୟର ଯୌନକ୍ରିୟାଦ୍ୱାରା (ମୁଖ୍ୟତଃ ଯୋନୀପଥ ଯୌନ ସଙ୍ଗମ, ମଳଦ୍ୱାର ସଙ୍ଗମ ଓ ମୁଖ ସଙ୍ଗମ) ସଞ୍ଚାରିତ ହୁଏ । ଅଧିକାଂଶ ରୋଗ ଆରମ୍ଭରୁ କୌଣସି ଲକ୍ଷଣ ଦେଖାନ୍ତି ନାହିଁ । [୧] ତେଣୁ ରୋଗ ଅନ୍ୟ ସୁସ୍ଥ ଲୋକମାନଙ୍କୁ ସଂକ୍ରମିତ ହେବା ସମ୍ଭାବନା ଅଧିକ ରହେ । [୨] ଏହାର ଲକ୍ଷଣ ଓ ଚିହ୍ନ ମଧ୍ୟରେ ଯୋନୀପଥ ବିସର୍ଜନ, ପୁଲିଙ୍ଗ ବିସର୍ଜନ, ଯୌନାଙ୍ଗ ଓ ଏହା ଚାରପାଖରେ ଘାଆ ଓ ବସ୍ତିଦେଶରେ ଯନ୍ତ୍ରଣା ହୁଏ । ଜନ୍ମ ପୂର୍ବରୁ ଓ ଜନ୍ମ ସମୟରେ ଏହି ରୋଗ ସଂକ୍ରମିତ ହେଲେ ଫଳାଫଳ ଖରାପ ହୁଏ । କେତେକ ରୋଗରେ ମହିଳାମାନେ ଗର୍ଭବତୀ ହୋଇପାରନ୍ତି ନାହିଁ । .[୧]
କାରଣ ଓ ରୋଗ ନିର୍ଣ୍ଣୟ
[ସମ୍ପାଦନା]୩୦ ପ୍ରକାରରୁ ଉର୍ଦ୍ଧ୍ୱ ଜୀବାଣୁ, ଭୁତାଣୁ ଓ ପରଜୀବୀ ଏହି ରୋଗ ସୃଷ୍ଟି କରନ୍ତି । [୧] ଜୀବାଣୁ ସଂକ୍ରମଣ ମଧ୍ୟରେ ଗନୋରିଆ ସିଫିଲିସ୍ ଓ କ୍ଲାମିଡିଆ ଅନ୍ୟତମ । ଭାଇରାସ୍ ରୋଗ ମଧ୍ୟରେ ଗୁପ୍ତାଙ୍ଗ ହର୍ପିସ୍, ଏଡ୍ସ୍ ଓ ଗୁପ୍ତାଙ୍ଗ ୱାର୍ଟ ମୂଖ୍ୟ ସ୍ଥାନ ଅଧିକାର କରିଛନ୍ତି । ପରଜୀବୀ ମଧ୍ୟରେ ଟ୍ରାଇକୋମୋନିଆସିସ୍ ମୁଖ୍ୟ । ଯୌନ ସଙ୍ଗମଦ୍ୱାରା ଏହା ସଞ୍ଚାରିତ ହେଲେ ମଧ୍ୟ ଅଣ-ଯୌନକ୍ରିୟା ସଂସ୍ପର୍ଶରେ ଯଥା ପ୍ରଦୂଷିତ ରକ୍ତ, ସ୍ତନ୍ୟପାନ କିମ୍ବା ଶିଶୁ ଜନ୍ମ ସମୟରେ ଏହା ସଂଞ୍ଚାରିତ ହୁଏ । [୧] ବିକଶିତ ଦେଶମାନଙ୍କରେ ରୋଗନିର୍ଣ୍ଣୟକାରୀ କିଟ୍ ମିଳେ କିନ୍ତୁ ବିକଶିତ ଦେଶମାନଙ୍କରେ ଏହି ସମ୍ଭାବ ହୋଇପାରି ନାହିଁ । [୧]
ପ୍ରତିଷେଧକ ଓ ଚିକିତ୍ସା
[ସମ୍ପାଦନା]ଏହି ରୋଗମାନଙ୍କଠାରୁ ରକ୍ଷା ପାଇବା ନିମନ୍ତେ ଶ୍ରେଷ୍ଠ ଉପାୟ ହେଉଛି ଯୌନ ସମ୍ଭୋଗ ନ କରିବା । [୩] ହେପାଟାଇଟିସ ବି ଓ ଏଚ.ପି.ଭି. ଟିକା ନେଲେ କେତେକ ସଂକ୍ରମଣ କମିଯାଏ । [୩] କଣ୍ଡୋମ ବ୍ୟବହାର କରି ସୁରକ୍ଷିତ ଯୌନକ୍ରିୟା କଲେ, ସଳ୍ପ ଯୌନ ସାଥୀ ବା କେବଳ ଦୁଇ ଜଣ ଯୌନ ସମ୍ପର୍କ ରଖିଲେ ଏହି ରୋଗ ସମ୍ଭାବନା କମିଯାଏ । [୧][୩] ସୁନ୍ନତ କରିବାଦ୍ୱାରା ଅନେକ ସଂକ୍ରମଣ ପ୍ରତିରୋଧ କରାଯାଇପାରେ । [୧] ଅଧିକାଂଶ ଯୌନ ସଂକ୍ରମଣ ଚିକିତ୍ସା କରିହୁଏ ଓ ଆରୋଗ୍ୟ କରିହୁଏ । [୧] ସିଫିଲିସ୍, ଗନୋରିଆ, କ୍ଲାମିଡିଆ ଓ ଟ୍ରାଇକୋମୋନିଆସିସ୍ ରୋଗ ଆରୋଗ୍ୟସାଧ୍ୟ ଓ ହର୍ପିସ୍, ହେପାଟାଇଟିସ୍ ବି, ଏଚ ଆଇ ଭି/ଏଡ୍ସ ଓ ଏଚପିଭି ରୋଗ ଚିକିତ୍ସାସାଧ୍ୟ କିନ୍ତୁ ଆରୋଗ୍ୟସାଧ୍ୟ ନୁହେଁ । [୧] ଗନୋରିଆ ଜୀବାଣୁ ଭଳି କେତେକ ଜୀବାଣୁ ନିମନ୍ତେ ଦିଆଯାଉଥିବା ଆଣ୍ଟିବାୟୋଟିକ୍ର ପ୍ରତିରୋଧ ହେଉଛି । [୪]
ରୋଗନୁଶୀଳନ ଓ ଇତିହାସ
[ସମ୍ପାଦନା]ସନ ୨୦୦୮ର ହିସାବ ଅନୁଯାୟୀ ୫୦୦ ନିୟୁତ ଲୋକ ସିଫିଲିସ୍, ଗନୋରିଆ, କ୍ଲାମିଡିଆ ଓ ଟ୍ରାଇକୋମୋନିଆସିସ୍ ରୋଗରେ ପୀଡ଼ିତ ହୋଇଥିଲେ । [୧] ୫୩୦ ନିୟୁତ ଲୋକଙ୍କର ଗୁପ୍ତାଙ୍ଗ ହର୍ପିସ୍ ଓ ୨୯୦ ନିୟୁତ ମହିଳାଙ୍କର ମାନବ ପାପିଲୋମା ଭୁତାଣୁ ସଂକ୍ରମଣ ହୋଇଥିଲା । [୧] ଏଚ.ଆଇ.ଭି. ବ୍ୟତୀତ ଅନ୍ୟ ଯୌନ ସଂକ୍ରମଣଦ୍ୱାରା ୧୪୨,୦୦୦ ଲୋକ ୨୦୧୩ରେ ମୃତ୍ୟୁ ବରଣ କରିଥିଲେ । [୫] ଆମେରକାରେ ୨୦୧୦ ମସିହାରେ ୧୯ ନିୟୁତ ନୂଆ ଯୌନ ସଂକ୍ରମଣ ରୋଗ ଚିହ୍ନଟ କରାଯାଇଥିଲା । [୬] ଏହି ବିଷୟରେ ଐତିହାସିକ ଦଲିଲ ଏବର୍ସ ପାପିରସ୍ରେ ୧୫୫୦ ମସିହାରେ ଓ ପୁରୁଣା ଟେସ୍ଟାମେଣ୍ଟରେ ଉଲ୍ଲେଖ ରହିଛି । [୭] ଏହି ସଂକ୍ରମଣ ହେଲେ ଲଜ୍ଜାଜନକ ଓ ବିଦ୍ରୁପଜନକ ଅବସ୍ଥା ଉପୁଜେ । [୧] ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ଓ ଭେନେରିଆଲ୍ ରୋଗ ଅପେକ୍ଷା ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ ଶବ୍ଦଟି ଅଧିକ ପସନ୍ଦ କରାଯାଉଛି । [୮]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Sexually transmitted infections (STIs) Fact sheet N°110". who.int. November 2013. Retrieved 30 November 2014.
- ↑ Patrick R. Murray, Ken S. Rosenthal, Michael A. Pfaller, (2013). Medical microbiology (7th ed. ed.). St. Louis, Mo.: Mosby. p. 418. ISBN 9780323086929.
{{cite book}}
:|edition=
has extra text (help)CS1 maint: extra punctuation (link) CS1 maint: multiple names: authors list (link) - ↑ ୩.୦ ୩.୧ ୩.୨ "How You Can Prevent Sexually Transmitted Diseases". cdc.gov. November 5, 2013. Retrieved 5 December 2014.
- ↑ Centers for Disease Control and Prevention, (CDC) (10 August 2012). "Update to CDC's Sexually transmitted diseases treatment guidelines, 2010: oral cephalosporins no longer a recommended treatment for gonococcal infections". MMWR. Morbidity and mortality weekly report. 61 (31): 590–4. PMID 22874837.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ "STD Trends in the United States: 2010 National Data for Gonorrhea, Chlamydia, and Syphilis". Centers for Disease Control and Prevention. Retrieved 15 September 2012.
- ↑ Gerd Gross, Stephen K. Tyring (2011). Sexually transmitted infections and sexually transmitted diseases. Heidelbergh: Springer Verlag. p. 20. ISBN 9783642146633.
- ↑ Organization, World Health (2003). Guidelines for the management of sexually transmitted infections (PDF). Geneva: World Health Organization. p. vi. ISBN 9241546263.