ଆଟ୍ରୋଫିକ ଭାଜିନାଇଟିସ
| ଆଟ୍ରୋଫିକ ଭାଜିନାଇଟିସ (Atrophic vaginitis) | |
|---|---|
| Vulvovaginal atrophy,[୧] vaginal atrophy,[୧] genitourinary syndrome of menopause,[୧] estrogen deficient vaginitis[୨] | |
ସାଧାରଣ ଯୋନୀପଥ ଝିଲ୍ଲୀ (ବାମ) ବନାମ ଆଟ୍ରୋଫି ହୋଇଥିବା ଯୋନୀପଥ (ଡାହାଣ) | |
| ବିଭାଗ | ସ୍ତ୍ରୀରୋଗ ବିଜ୍ଞାନ (Gynecology) |
| ଲକ୍ଷଣ | ଯୌନକ୍ରିୟାରେ ଯନ୍ତ୍ରଣା (Pain with sex), ଶୁଷ୍କ ଯୋନୀପଥ ଓ ଗଲୁ, ପରିସ୍ରା ଇଚ୍ଛା [୧] |
| ଅବଧି | ଦୀର୍ଘକାଳୀନ[୧] |
| କାରଣ | ଏସ୍ଟ୍ରୋଜେନ (estrogen) ଅଭାବ [୧] |
| ବିପଦ କାରକ | ଋତୁବନ୍ଦ (Menopause), ସ୍ତନ୍ୟପାନ (breastfeeding), କେତେକ ଔଷଧ [୧] |
| ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ [୧] |
| ସଠିକ ରୋଗ ନିର୍ଣ୍ଣୟ | ସଂକ୍ରାମକ ଯୋନୀପଥ ପ୍ରଦାହ (Infectious vaginitis), ଭଲଭାର କର୍କଟ (vulvar cancer), କଣ୍ଟାକ୍ଟ ଡର୍ମାଟାଇଟିସ (contact dermatitis)[୨] |
| ଚିକିତ୍ସା | ଭାଜିନାଲ ଏସ୍ଟ୍ରୋଜେନ (estrogen)[୧] |
| ପୁନଃପୌନିକ | ଋତୁବନ୍ଦ ପରେ ପ୍ରାୟ ୫୦% ମହିଳା [୧] |
ଆଟ୍ରୋଫିକ ଭାଜିନାଇଟିସ (ଇଂରାଜୀ ଭାଷାରେ Atrophic vaginitis) ଶବ୍ଦ ଯୋନୀପଥର ପ୍ରଦାହକୁ (inflammation of the vagina) ବୁଝାଏ ଯାହା ଏସ୍ଟ୍ରୋଜେନ (estrogen) ଅଭାବରୁ ଯୋନୀପଥ ତନ୍ତୁ ପତଳା ଓ କ୍ଷୟ (tissue thinning) ହେବା ଯୋଗୁ ହୁଏ ।[୨] ଏହି ରୋଗ ଫଳରେ ଯୌନକ୍ରିୟା (pain with sex) ସମୟରେ କଷ୍ଟ ହୁଏ, ଯୋନୀପଥ ଶୁଷ୍କ ହୋଇ ଗଲୁ ହୁଏ, ପରିସ୍ରା କରିବାକୁ ଇଚ୍ଛା (urge to urinate) ହୁଏ ବା ପରିସ୍ରା କଲାବେଳେ ପୋଡ଼ାଜଳା (burning with urination) ହୁଏ ।[୧][୩] ବିନା ଚିକିତ୍ସାରେ ଏହା ଉପଶମ ହୁଏନାହିଁ ।[୧] ରୋଗ ଜଟିଳ ହେଲେ ମୂତ୍ରାଙ୍ଗ ସଂକ୍ରମଣ ହୋଇପାରେ । [୧]
ମହିଳାମାନଙ୍କର ଋତୁବନ୍ଦ (menopause) ହେବା ପରେ ଶରୀରରେ ଏସ୍ଟ୍ରୋଜେନ ହରମୋନ କମିଯାଏ ।[୧] ସ୍ତନ୍ୟପାନ (breastfeeding) ସମୟରେ ଓ କେତେକ ଔଷଧ ସେବନ ଯୋଗୁ ମଧ୍ୟ ଏହି ପରିସ୍ଥିତି ସୃଷ୍ଟି ହୁଏ ।[୧] ଧୁମ୍ରପାନ (smoking) ଏହି ସଙ୍କଟ ଆଣିପାରେ ।[୨] ଲକ୍ଷଣ ଅନୁସାରେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । [୧]
ଯୋନୀପଥରେ ଏସ୍ଟ୍ରୋଜେନ (estrogen cream) ଲଗେଇ ଏହାର ଚିକିତ୍ସା କରାଯାଏ ।[୧] ଭାଜିନାଲ ଲୁବ୍ରିକାଣ୍ଟ ବା ଯୋନୀପଥ ପିଚ୍ଛିଳକାରୀ (vaginal lubricants) ପଦାର୍ଥ ମଧ୍ୟ ବ୍ୟବହାର କରାଯାଇପାରେ ।[୧] ସାବୁନ ଓ ଅନ୍ୟାନ୍ୟ ଉତ୍ତେଜକ ପଦାର୍ଥ ବ୍ୟବହାର ନକରିବାକୁ ଉପଦେଶ ଦିଆଯାଏ ।[୨] ଋତୁବନ୍ଦପ୍ରାପ୍ତ ମହିଳାଙ୍କ ମଧ୍ୟରୁ (Menopause) ପ୍ରାୟ ୫୦% ମହିଳାଙ୍କର ଏହି ରୋଗ ହୁଏ ।[୧] ଅଧିକାଂଶ ଏହାର ଚିକିତ୍ସା କରାନ୍ତି ନାହିଁ । [୨] ଯୌନକ୍ରିୟାରେ ଏମାନେ ଆନନ୍ଦ ଅନୁଭବ କରିପାରନ୍ତି ନାହିଁ ଓ ସାଧାରଣ ଜୀବନଯାତ୍ରା ମଧ୍ୟ ସୁଖପ୍ରଦ ନଥାଏ ।[୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Faubion, SS; Sood, R; Kapoor, E (December 2017). "Genitourinary Syndrome of Menopause: Management Strategies for the Clinician". Mayo Clinic Proceedings. 92 (12): 1842–1849. doi:10.1016/j.mayocp.2017.08.019. PMID 29202940.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1331. ISBN 9780323448383.
- ↑ Kim, HK; Kang, SY; Chung, YJ; Kim, JH; Kim, MR (August 2015). "The Recent Review of the Genitourinary Syndrome of Menopause". Journal of Menopausal Medicine. 21 (2): 65–71. doi:10.6118/jmm.2015.21.2.65. PMC 4561742. PMID 26357643.
ବାହ୍ୟ ଲିଙ୍କ
[ସମ୍ପାଦନା]| ଶ୍ରେଣୀବିଭାଗ | |
|---|---|
| ବାହାର ଉତ୍ସ |