Jump to content

ଯୌନ ସମ୍ଭୋଗ ପରବର୍ତ୍ତୀ ରକ୍ତସ୍ରାବ

ଉଇକିପିଡ଼ିଆ‌ରୁ
Postcoital bleeding
ବିଭାଗGynecology
ଲକ୍ଷଣVaginal bleeding after sex[]
ଆକ୍ରାନ୍ତ ସମୟReproductive age and older[]
କାରଣCervical ectropion, cervical or endometrial polyps, infections including sexually transmitted infection, injury, pregnancy, vaginal atrophy, cervical or endometrial cancer[][]
ବିପଦ କାରକLow estrogen, sexual assault, vigorous sex[]
ରୋଗ ନିର୍ଣ୍ଣୟ ପଦ୍ଧତିBased on examination, pregnancy testing, taking swabs[]
ଚିକିତ୍ସାDepends on cause[]
ପୁନଃପୌନିକ5%-10% of females[]

ଯୌନ ସମ୍ଭୋଗ ପରବର୍ତ୍ତୀ ରକ୍ତସ୍ରାବ (ଇଂରାଜୀ ଭାଷାରେ Postcoital bleeding/ PCB) ଅବସ୍ଥାରେ ଯୌନ ସମ୍ଭୋଗ ପରେ ରକ୍ତସ୍ରାବ ହୋଇପାରେ ଯାହାଋତୁସ୍ରାବ ସହିତ ଜଡିତ ନୁହେଁ ।[] ଏହା ସାଧାରଣତଃ ଯନ୍ତ୍ରଣାହୀନ କିନ୍ତୁ ମାତ୍ର ୧୫% କ୍ଷେତ୍ରରେ ଯନ୍ତ୍ରଣା ହୋଇପାରେ ।[] ପ୍ରଭାବିତ ମହିଳାଙ୍କର ଅସ୍ୱାଭାବିକ ଗର୍ଭାଶୟ ରକ୍ତସ୍ରାବ ହୋଇପାରେ ଯାହା ସ‌ହିତ ଋତୁସ୍ରାବ ମଧ୍ୟବର୍ତ୍ତୀ ରକ୍ତସ୍ରାବ ମଧ୍ୟ ହୋଇପାରେ ।[] []

ଋତୁବନ୍ଦ ହେବା ପୂର୍ବର ସାଧାରଣ କାରଣଗୁଡ଼ିକ ମଧ୍ୟରେ ସର୍ଭିକାଲ୍ ଏକ୍ଟ୍ରୋପିଅନ୍ (୩୩%), ସର୍ଭିକାଲ୍ କିମ୍ବା ଏଣ୍ଡୋମେଟ୍ରିଆଲ୍ ପଲିପ (୫%ରୁ ୧୮%), ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ, ଆଘାତ ଏବଂ ଗର୍ଭଧାରଣ ହୋଇପାରେ ।[] [] ଋତୁସ୍ରାବ ପରେ ସବୁଠାରୁ ସାଧାରଣ କାରଣ ହେଉଛି ଯୋନୀ ଆଟ୍ରୋଫି[] [] ଏହା ଗର୍ଭାଶୟ କିମ୍ବା ଏଣ୍ଡୋମେଟ୍ରିଆଲ୍ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ମଧ୍ୟ ହୋଇପାରେ (୭ରୁ ୧୭% ମାମଲାରେ) ।[] ଅନ୍ୟାନ୍ୟ କାରଣ ମଧ୍ୟରେ ଏଣ୍ଡୋମେଟ୍ରିଓସିସ୍ ଏବଂ ଏକ ବେଠିକ ସ୍ଥାନରେ ରହିଥିବା ଗର୍ଭାଶୟ ମଧ୍ୟସ୍ଥ ଉପକରଣ ହୋଇପାରେ ।[] [] ଏହି ରୋଗରେ ଯୋନୀପଥ ଏବଂ ଗର୍ଭାଶୟ ଗ୍ରୀବାର ପରୀକ୍ଷା, ଗର୍ଭଧାରଣ ପରୀକ୍ଷା, ସ୍ୱାବ ନେବା ଏବଂ ବେଳେବେଳେ ବାୟୋପସି ମଧ୍ୟ ନିଆଯାଏ ।[] [] ଅନ୍ୟାନ୍ୟ ପରୀକ୍ଷଣ ମଧ୍ୟରେ ଅଲଟ୍ରାସାଉଣ୍ଡ, ପ୍ୟାପ୍ ସ୍ମିଅର ଏବଂ କଲ୍ପୋସ୍କୋପି କରାଯାଇପାରେ ।[]

ଏହାର କାରଣ ଉପରେ ଚିକିତ୍ସା ନିର୍ଭର କରେ ।[] ସର୍ଭିକାଲ୍ ଏକ୍ଟ୍ରୋପିଅନ୍ ଚିକିତ୍ସା ପାଇଁ ସିଲଭର ନାଇଟ୍ରେଟ୍ବ୍ୟବହୃତ ହୋଇପାରେ ଓ ସର୍ଭିକାଲ୍ ପଲିପ ଥିଲେ ଅପସାରଣ କରାଯାଇପାରେ ।[] କୌଣସି ସ୍ପଷ୍ଟ କାରଣ ବିନା ଅଧାରୁ ଅଧିକ ଲୋକଙ୍କର ଲକ୍ଷଣ ଛଅ ମାସ ମଧ୍ୟରେ ସମାଧାନ ହୋଇଯାଏ ।[] ଏହା ବାହାରେ ଯଦି ଅବସ୍ଥା ରହେ ତେବେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ଦେଖେଇବାକୁ ସୁପାରିଶ କରାଯାଏ ।[] ପୋଷ୍ଟକୋଏଟାଲ୍ ରକ୍ତସ୍ରାବ ସାଧାରଣ ଭାବରେ ହୁଏ ଓ ପ୍ରାୟ ୫% ରୁ ୧୦% ମହିଳା ପ୍ରଭାବିତ ହୁଅନ୍ତି ।[] [] ଯୌନ ନିର୍ଯାତନା ସମ୍ଭାବନା ଥିବା ହେତୁ ଏହା ବିଷୟରେ ରୋଗୀକୁ ପଚରାଯିବା ଉଚିତ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Ardestani, Shakiba; Dason, Ebernella Shirin; Sobel, Mara (11 September 2023). "Postcoital bleeding". Canadian Medical Association journal. 195 (35): E1180. doi:10.1503/cmaj.230143. ISSN 1488-2329. PMC 10495171. PMID 37696551.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Smith, Roger P. (2023). "60. Postcoital bleeding". Netter's Obstetrics and Gynecology: Netter's Obstetrics and Gynecology (in ଇଂରାଜୀ) (4th ed.). Philadelphia: Elsevier. pp. 139–140. ISBN 978-0-443-10739-9. Archived from the original on 2023-10-31. Retrieved 2023-10-31.
  3. Japp, Alan; Robertson, Colin (2018). "33. Vaginal bleeding". Macleod's Clinical Diagnosis (in ଇଂରାଜୀ) (2nd ed.). Edinburgh: Elsevier. pp. 288–293. ISBN 978-0-7020-6962-8. Archived from the original on 2023-11-01. Retrieved 2023-11-01.