ଯତୀନ୍ଦ୍ର କୁମାର ନାୟକ
ଦେଖଣା
(ଯତୀନ୍ଦ୍ର ମୋହନ ନାୟକରୁ ଲେଉଟି ଆସିଛି)
ଯତୀନ୍ଦ୍ର କୁମାର ନାୟକ | |
---|---|
ଜନ୍ମ | |
ଶିକ୍ଷା | ପିଏଚଡ଼ି |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ମେର୍ଟନ କଲେଜ |
ପିତାମାତା(s) | କାଶୀନାଥ ନାୟକ, ଲବଙ୍ଗଲତା ନାୟକ |
ଯତୀନ୍ଦ୍ର କୁମାର ନାୟକ(ଜନ୍ମ : ୧୮ ନଭେମ୍ବର ୧୯୫୬) ଜଣେ ଓଡ଼ିଆ ଅନୁବାଦକ, ସମ୍ପାଦକ ଏବଂ ଶିକ୍ଷାବିତ ଅଟନ୍ତି । ଓଡ଼ିଶାର ବହୁ ବିଶିଷ୍ଟ ସାହିତ୍ୟିକମାନଙ୍କର କୃତିକୁ ଯତୀନ୍ଦ୍ର ଇଂରାଜୀରେ ଅନୁବାଦ କରିଛନ୍ତି ।[୧]
ଯତୀନ୍ଦ୍ର ୧୯୫୬ମସିହାରେ ପିପିଲି ନିକଟସ୍ଥ ଗୋବିନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ କାଶୀନାଥ ନାୟକ ଓ ମାତାଙ୍କ ନାମ ଲବଙ୍ଗଲତା ଥିଲା । ପିତା କାଶୀନାଥ ନାୟକ ପିଲାମାନଙ୍କ ପାଇଁ ପାଠ୍ୟପୁସ୍ତକ ଲେଖୁଥିଲେ । ଯତୀନ୍ଦ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକଭାବରେ କାର୍ଯ୍ୟ କରିଛନ୍ତି ।[୨] ଭୁବନେଶ୍ୱରରେ ଥିବା ସେଣ୍ଟର ଫର ଏସିଆନ ଷ୍ଟଡ଼ିଜଦ୍ୱାରା ପ୍ରକାଶ ପାଉଥିବା ଷାଣ୍ମାସିକ ପତ୍ରିକା ମାର୍ଗ ଏସିଆର ସେ ମୁଖ୍ୟ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟରତ ।[୩]
ଅନୁବାଦ ପୁସ୍ତକ
[ସମ୍ପାଦନା]- Astride the Wheel(ଚନ୍ଦ୍ରଶେଖର ରଥଙ୍କ ଯନ୍ତ୍ରାରୁଢ଼)[୪]
- Six acres and a third(ଫକୀର ମୋହନଙ୍କ ଛ ମାଣ ଆଠ ଗୁଣ୍ଠ)[୫]
- Maternal Uncle(ଫକୀର ମୋହନଙ୍କ ମାମୁଁ)[୬]
- A Time Elsewhere(ଜଗନ୍ନାଥ ପ୍ରସାଦ ଦାସଙ୍କ ଐତିହାସିକ ପୁସ୍ତକ ଦେଶ କାଳ ପାତ୍ର)
- A Dialogue with Memory(ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଆତ୍ମଜୀବନୀ ସ୍ମୃତି ସଂଳାପ)[୭]
- Fragile World(ବିଷ୍ଣୁ ମହାପାତ୍ରଙ୍କ କବିତା ସଂଗ୍ରହ)
- The Ninth of August(ମନୋରଞ୍ଜନ ଦାସ ଅଗଷ୍ଟ ୯)[୮]
- One Step towards Sun[୯]
- The Corpus(ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ସଂକଳନ)
- The Trap(ଯଶୋଧାରା ମିଶ୍ରଙ୍କ ଗଳ୍ପ ସଂକଳନ)
- The Home Bound Bird(ଗୁରୁ ପ୍ରସାଦ ମହାନ୍ତିଙ୍କ ତାରା ଖସିବାର ବେଳ)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କଥା ଅନୁବାଦ ସମ୍ମାନ(୧୯୯୭)
- ହଚ-କ୍ରସୱାର୍ଡ଼ ଇଣ୍ଡିଆନ୍ ଫିକ୍ସନ୍ ଟ୍ରାନ୍ସଲେସନ୍ ଆୱାର୍ଡ(୨୦୦୪)
- ଭୋଡାଫୋନ୍ କ୍ରସୱାର୍ଡ଼ ଟ୍ରାନ୍ସଲେସନ୍ ଆୱାର୍ଡ(୨୦୦୯)
- ଉତ୍କଳ ସମ୍ମାନ(୨୦୦୬)
- ପ୍ରତିବେଶୀ ସମ୍ମାନ(୨୦୦୫)[୧୦]
- ଶ୍ରୀଧର ଦାସ ସମ୍ମାନ(୨୦୧୯)[୧୧]
ଆଧାର
[ସମ୍ପାଦନା]- ↑ Sara Rai; G. J. V. Prasad (1999). Imaging the Other. Katha. pp. 8–. ISBN 978-81-85586-92-2.
- ↑ "ଆର୍କାଇଭ୍ କପି". Archived from the original on 2018-02-07. Retrieved 2018-03-28.
{{cite web}}
: Cite has empty unknown parameter:|1=
(help) - ↑ "ସାକ୍ଷାତକାର : ଶେଷ ରବିବାର". No. ସମ୍ବାଦ ୨୫/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡିଆ. 25 April 2021. Archived from the original on 25 April 2021. Retrieved 25 April 2021.
- ↑ Chandrasekhar Rath; Jatindra Kumar Nayak (6 January 2009). Astride the Wheel: Yantrarudha. Oxford University Press. ISBN 978-0-19-806221-9.
- ↑ Fakir Mohan Senapati; Rabi Shankar Mishra (5 December 2005). Six Acres and a Third: The Classic Nineteenth-Century Novel about Colonial India. University of California Press. ISBN 978-0-520-22883-2.
- ↑ Fakir Mohan Senapati (2007). The Maternal Uncle. Rupantar. ISBN 978-81-904197-1-0.
- ↑ Indian Literature. Sahitya Akademi. 2003.
- ↑ Manoranjan Das; Aruṇa Kumāra Mahānti (1998). The Ninth of August: A Play. Sahitya Akademi. pp. 8–. ISBN 978-81-260-0484-3.
- ↑ Valerie Henitiuk; Supriya Kar (2010). One Step Towards the Sun: Short Stories by Women from Orissa. Rupantar. ISBN 978-81-906729-1-7.
- ↑ "ବ୍ୟକ୍ତିତ୍ୱ". ନିତିଦିନ ୨୪/୦୩/୨୦୧୮ପୃଷ୍ଠା ୯. Retrieved 27 March 2018.[permanent dead link]
- ↑ "ପ୍ରଫେସର ଯତୀନ୍ଦ୍ର ନାୟକ ପାଇଲେ 'ଶ୍ରୀଧର ଦାସ ସମ୍ମାନ". No. ସମ୍ବାଦ ୨୫/୦୪/୨୦୧୯ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡିଆ. Archived from the original on 25 April 2019. Retrieved 25 April 2019.