ମୁଦୁମଲୈ ଜାତୀୟ ଉଦ୍ୟାନ

ଉଇକିପିଡ଼ିଆ ରୁ
Jump to navigation Jump to search
ମୁଦୁମଲୈ ଜାତୀୟ ଉଦ୍ୟାନ
ମୁଦୁମଲାଇ ଜାତୀୟ ଉଦ୍ୟାନ
ମୁଦୁମଲୈ ବ୍ୟାଘ୍ର ଅଭୟାରଣ୍ୟ
IUCN Category II (National Park)
Muthumalai by N A Nazeer.jpg
ମୁଦୁମଲୈ ଜାତୀୟ ଉଦ୍ୟାନର ଏକ ବାଘଛୁଆ
Map showing the location of ମୁଦୁମଲୈ ଜାତୀୟ ଉଦ୍ୟାନ.
Map showing the location of ମୁଦୁମଲୈ ଜାତୀୟ ଉଦ୍ୟାନ.
ଅବସ୍ଥାନ ନୀଳଗିରି ଜିଲ୍ଲା, ତାମିଲନାଡ଼ୁ, ଭାରତ
ପାଖ ସହର ଗୁଡ଼ାଲୁର (୭ କି.ମି.)
ଦିଗବାରେଣି 11°35′N 76°33′E / 11.583°N 76.550°E / 11.583; 76.550Coordinates: 11°35′N 76°33′E / 11.583°N 76.550°E / 11.583; 76.550
କ୍ଷେତ୍ରଫଳ ୩୨୧ ବର୍ଗ କି.ମି.
ସ୍ଥାପିତ ୧୯୪୦
ପର୍ଯ୍ୟଟକ ସଂଖ୍ୟା ୧୬୩୬୧୦ (୨୦୦୮ ମସିହା) [୧]
ପରିଚାଳନା ତାମିଲନାଡ଼ୁ ବନ ବିଭାଗ
[www.forests.tn.nic.in Official website]

ମୁଦୁମଲୈ ଜାତୀୟ ଉଦ୍ୟାନ ବା ମୁଦୁମଲୈ ଅଭୟାରଣ୍ୟ ନୀଳଗିରି ପର୍ବତମାଳାର ଉତ୍ତର-ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ । ତାମିଲନାଡ଼ୁ ରାଜ୍ୟର ନୀଳଗିରି ଜିଲ୍ଲାରେ ଏହି ଅଭୟାରଣ୍ୟ ରହିଛି । ତାମିଲନାଡ଼ୁର କୋଏମ୍ଵତୁର୍ ସହରରୁ ଉତ୍ତର-ପଶ୍ଚିମ ଦିଗରେ ୧୫୦ କି.ମି. ଦୂରତାରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ଏହି ଅଭୟାରଣ୍ୟକୁ ଏକ ବ୍ୟାଘ୍ର ଅଭୟାରଣ୍ୟର ମାନ୍ୟତା ମିଳିଛି । ଏହି ଅଭୟାରଣ୍ୟର ସୀମା କର୍ଣ୍ଣାଟକକେରଳ ରାଜ୍ୟର ସୀମାକୁ ଲାଗିଛି । ଅଭୟାରଣ୍ୟକୁ ମୋଟାମୋଟି ଭାବେ ୫ଟି ବନଖଣ୍ଡରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଲେ – ମସିନାଗୁଡ଼ି, ଥିପକାଡ଼ୁ, ମୁଦୁମଲୈ, କାରଗୁଡ଼ି ଓ ନେଲ୍ଲାକୋଟା ।

ଅନେକ ସଙ୍କଟାପନ୍ନ ଓ ଲୁପ୍ତପ୍ରାୟ ବିରଳ ବନ୍ୟଜୀବ ଏହି ଅଭୟାରଣ୍ୟରେ ରହିଛନ୍ତି । ହାତୀ, ମହାବଳ ବାଘ, ବନ୍ୟ ଗୟଳ, କଲରାପତରିଆ ବାଘ ଇତ୍ୟାଦି ଏଠାକାର ମୁଖ୍ୟ ବନ୍ୟଜୀବ । ୨୬୬ରୁ ଅଧିକ ପ୍ରଜାତିର ପକ୍ଷୀ ଏହି ଅଭୟାରଣ୍ୟରେ ବସବାସ କରନ୍ତି । ତନ୍ମଧ୍ୟରୁ କିଛି ଲୋପ ପାଇବା ଅବସ୍ଥାରେ ଥିବା ପ୍ରଜାତି ଯଥା ବଙ୍ଗଳା ଶାଗୁଣା (Indian white-rumped vulture), ଭାରତୀୟ ଶାଗୁଣା (long-billed vulture) ମଧ୍ୟ ଏଠାରେ ଦେଖାଯାନ୍ତି ।[୨]

ପଶ୍ଚିମଘାଟ ପର୍ବତମାଳାର ନୀଳଗିରି ଅଞ୍ଚଳ ୬୦୦୦ ବର୍ଗ କି.ମି. ଅଞ୍ଚଳରେ ବ୍ୟାପ୍ତ ଓ ମୁଦୁମଲୈ ଜାତୀୟ ଉଦ୍ୟାନ ସମେତ ଏହି ଜୈବଗୋଲକର ଅନ୍ୟାନ୍ୟ ଅଂଶକୁ ଏକ UNESCO ବିଶ୍ଵ ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯିବା ବିଷୟରେ ଆଲୋଚନା ଚାଲିଛି । [୩]

ମୁଦୁମଲୈ ଅଭୟାରଣ୍ୟରେ ଅଜଗର ସାପଟିଏ ହରିଣର ଶିକାର କରି ତାକୁ ଖାଇବା ବେଳର ଚିତ୍ର

ମୁଦୁମଲୈ ବ୍ୟାଘ୍ର ଅଭୟାରଣ୍ୟ[ସମ୍ପାଦନା]

ନୀଳଗିରି ଜୈବଗୋଲକରେ ସମୁଦାୟ ୪୮ଟି ମହାବଳ ବାଘ ରହିଛନ୍ତି ଓ ଏଠାକାର ଜଙ୍ଗଲମାନଙ୍କରେ ମୁକ୍ତ ଭାବେ ବିଚରଣ କରନ୍ତି ।

ଇତିହାସ[ସମ୍ପାଦନା]

୨୦୦୭ ମସିହା ଅପ୍ରେଲ୍ ମାସରେ ତାମିଲନାଡ଼ୁ ରଜ୍ୟ ସରକାର ମୁଦୁମଲୈକୁ ଏକ ବ୍ୟାଘ୍ର ଅଭୟାରଣ୍ୟ ବୋଲି ଘୋଷଣା କରିଥିଲେ । ବନ୍ୟଜୀବ ସଂରକ୍ଷଣ ନିୟମ-୧୯୭୨ର ପର୍ଯ୍ୟାୟ ୩୮V ଅନୁସାରେ ଦେଶରେ ହ୍ରାସ ପାଥିବା ବାଘଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା । ତେଣୁ ଜାତୀୟ ଉଦ୍ୟାନର କୋର୍ ଅଞ୍ଚଳରେ ରହୁଥିବା ୩୫୦ଟି ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇ ସେମାନଙ୍କୁ ଉଦ୍ୟାନରୁ ସ୍ଥାନାନ୍ତରିତ କରାଯାଇଥିଲା । ଜାତୀୟ ଉଦ୍ୟାନର ୫ କି.ମି. ପାରିପାର୍ଶ୍ଵିକ ଅଣ-କୋର୍ ଅଞ୍ଚଳର ନିବାସୀମାନେ ମଧ୍ୟ ସ୍ଥାନାନ୍ତରିତ ହେବା ଆଶା କରୁଥିଲେ, ତେବେ ଏପରି କରାଯାଇନାହିଁ । ଏହି ଅଞ୍ଚଳରେ ରହୁଥିବା କିଛି ଲୋକଙ୍କୁ ବନ୍ୟଜୀବ ସଂରକ୍ଷଣ ଓ ଜଙ୍ଗଲ ବିଷୟରେ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ ଟ୍ରାକର୍ ବା ଗାଇଡ୍ ଭାବେ ନିଯୁକ୍ତି ଦେବାର ଯୋଜନା ରହିଥିଲା ଯାହା କି ସେମାନଙ୍କ ଜୀବିକା ନିର୍ବାହରେ ସହାୟକ ହୋଇପାରିବ ।[୪]

୨୦୧୦ ସେପ୍ଟେମ୍ଵର ୧୬ ତାରିଖରେ (୨୦୧୦-୨୦୧୧ ଆର୍ଥିକ ବର୍ଷରେ) ବ୍ୟାଘ୍ର ପ୍ରକଳ୍ପର ପ୍ରସାର ପାଇଁ ମୁଦୁମଲୈ ବ୍ୟାଘ୍ର ଅଭୟାରଣ୍ୟ ପାଇଁ ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣଦ୍ଵାରା ୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା ।[୫]

ମୁଦୁମଲୈ ଜଙ୍ଗଲକୁ ପ୍ରବେଶ ଦ୍ଵାର

ଉଦ୍ଭିଦ[ସମ୍ପାଦନା]

ଅଭୟାରଣ୍ୟରେ ମୁଖ୍ୟତଃ ତିନି ପ୍ରକାରର ଜଙ୍ଗଲ ଦେଖିବାକୁ ମିଳେ । ସେଗୁଡ଼ିକ ହେଲେ – ପଶ୍ଚିମ ପଟର କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ, କେନ୍ଦ୍ରୀୟ କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚୀ ଓ ଦକ୍ଷିଣ କ୍ରାନ୍ତୀୟ ଶୁଷ୍କ କଣ୍ଟକମୟ ଜଙ୍ଗଲ । ପଶ୍ଚିମ ପ୍ରାନ୍ତରେ ଅଧିକ ବୃଷ୍ଟିପାତ ହେଉଥିବାରୁ ଏଠାକାର ଜଙ୍ଗଲ ଆର୍ଦ୍ର ପର୍ଣ୍ଣମୋଚୀ । ଏହାଛଡ଼ା ମୁଦୁମଲୈର ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ ଭାଗରେ ଠାଏ ଠାଏ କ୍ରାନ୍ତୀୟ ସ୍ଵଳ୍ପ-ଚିରହରିତ୍ ଅରଣ୍ୟ ମଧ୍ୟ ଦେଖିବାକୁ ମିଳେ । ସେଠାକାର ବାର୍ଷିକ ବୃଷ୍ଟିପାତ ୨୦୦୦ ମି.ମି.ରୁ ଅଧିକ । ଏହି ଅଭୟାରଣ୍ୟରେ ବଣ ଅଦା, ହଳଦୀ, ଡାଲଚିନି, ପିଜୁଳି, ଆମ୍ଵ, ଗୋଲମରିଚ, ବଣ ଚାଉଳ ପରି ଅନେକ ଗଛ ମଧ୍ୟ ଦେଖାଯାଏ ।[୬] କିଛି ସ୍ଥାନରେ ମିଶ୍ରିତ ଜଙ୍ଗଲ ମଧ୍ୟ ଦେଖାଯାଏ । ପର୍ଣ୍ଣମୋଚୀ ଜଙ୍ଗଲର ଗଛ ଗ୍ରୀଷ୍ମ ଋତୁରେ ପତ୍ରଝଡ଼ା ଦିଅନ୍ତି ଓ ମୌସୁମୀର ସ୍ପର୍ଶରେ ପୁଣି ସବୁଜିମା ଲାଭ କରନ୍ତି ।[୭] ଆର୍ଦ୍ର ମୃତ୍ତିକା ଓ ସନ୍ତସନ୍ତିଆ ଅଞ୍ଚଳରେ ବାଉଁଶ ବୁଦାବଣ ମଧ୍ୟ ରହିଥାଏ । ମୁଦୁମଲୈରେ ଦୁଇ ପ୍ରକାରର ବାଉଁଶ ମିଳେ – କଲିକତା ବାଉଁଶ (Dendrocalamus strictus) ଓ ବାମ୍ଵୁସା ବାଉଁଶ (arundinacea) । ହାତୀ ଓ ବନ୍ୟ ଗୟଳମାନେ ଉଭୟ ପ୍ରକାରର ବାଉଁଶ ଖାଆନ୍ତି । ବନ୍ୟଜୀବମାନେ ଘଞ୍ଚ ଅରଣ୍ୟରେ ଖାଦ୍ୟାରହଣ ଓ ବିଶ୍ରାମ କରିବାକୁ ପସନ୍ଦ କରନ୍ତି ।

ବନ୍ୟଜନ୍ତୁ[ସମ୍ପାଦନା]

ଅଭୟାରଣ୍ୟରେ ୫୦ ପ୍ରଜାତିର ମାଛ, ୨୧ ପ୍ରଜାତିର ଉଭୟଚର, ୩୪ ପ୍ରଜାତିର ସରୀସୃପ, ୨୨୭ ପ୍ରଜାତିର ପକ୍ଷୀ ଓ ୫୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଏଠାକାର ଜୈବ ବିବିଧତାର ସ୍ପଷ୍ଟ ଉଦାହରଣ । ଶୁଷ୍କ ପର୍ଣ୍ଣମୋଚୀ ଓ ଶୁଷ୍କ କଣ୍ଟକମୟ ଅରଣ୍ୟରେ ସ୍ତନ୍ୟପାୟୀ ପ୍ରାଣୀଙ୍କ ବିବିଧତା ଅନ୍ୟ ଅଂଶ ଅପେକ୍ଷା ଅଧିକ । ଭାରତର ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କ ୧୩% ଜୀବ ମୁଦୁମଲୈ ଅଭୟାରଣ୍ୟରେ ଦେଖିବାକୁ ମିଳନ୍ତି ।

ସରୀସୃପ ପ୍ରଜାତି[୬] ଭାରତରେ ଦେଖାଯାନ୍ତି ମୁଦୁମଲୈରେ ଦେଖାଯାନ୍ତି ମୁଦୁମଲୈରେ ସର୍ବମୋଟର ପ୍ରତିଶତ
ବର୍ଗୀକରଣ # ଭାରତର ପ୍ରଜାତି # ମୁଦୁମଲୈର ପ୍ରଜାତି %
ଆଦିବାନର ୧୫ ୨୦%
ସମଦ୍ଵିଖୁରାବିଶିଷ୍ଟ ପ୍ରାଣୀ (ହରିଣ, ଗୟଳ, ବାର୍‍ହା) ୩୪ ୨୦.୫୦%
ପ୍ରୋବୋଶିଡାଏ (ହାତୀ) ୧୦୦%
ହିଂସ୍ର ପରଭକ୍ଷୀ (ମହାବଳ ବାଘ, କଲରାପତରିଆ ବାଘ, ଭାଲୁ) ୫୮ ୧୯ ୩୨.୭୦%
ଫୋଲିଡୋଟା (ପିମ୍ପୁଡ଼ିଭକ୍ଷୀ) ୧୦୦%
ଲାଗୋମୋର୍ଫା (ଭାରତୀୟ ଠେକୁଆ) ୧୧ ୯.୦୯%
ପତଙ୍ଗଭକ୍ଷୀ (ଚୁଚୁନ୍ଦ୍ରା ପରି ଦେଖାଯାଉଥିବା ଶ୍ର୍ୟୁ ନାମକ ଏକ ଜୀବ) ୬୬.୬୬%
ମୂଷା (ମୂଷା, ଗୁଣ୍ଡୁଚି ମୂଷା) ୧୦୨ ୧୪ ୧୩.୭୩%
ବାଦୁଡ଼ି ଜାତୀୟ ୧୧୩ ୬.୧୯%

ଭାରତରେ ଦେଖାଯାଉଥିବା ୧୫ଟି ବଡ଼ ଛୋଟ ବିରାଡ଼ି ପ୍ରଜାତିରୁ ୪ଟି (ମହାବଳ ବାଘ, କଲରାପତରିଆ ବାଘ, କଟାସ, ଚିତା ବିରାଡ଼ି) ମୁଦୁମଲୈ ଜାତୀୟ ଉଦ୍ୟାନରେ ବସବାସ କରନ୍ତି । ଏହି ଜଙ୍ଗଲରେ ୪୪-୮୦ଟି ବାଘ ରହିଥିବାର ଅନୁମାନ କରାଯାଏ । ପରସ୍ପର ସହିତ ଲାଗି ରହିଥିବା ମୁଦୁମଲୈ-ନାଗାରହୋଳେ-ୱାୟନାଡ଼୍ ଏହି ତିନି ଅଭୟାରଣ୍ୟକୁ ମିଶାଇ ଦେଖିଲେ ଏଠାରେ ବାଘଙ୍କ ଘନତା ଭାରତର ଅନ୍ୟ ସବୁ ସ୍ଥାନ ଅପେକ୍ଷା ଅଧିକ ଓ ମୁଦୁମଲୈ ଜଙ୍ଗଲ କିଛି ମାତ୍ରାରେ ଏହି ଶ୍ରେୟର ଭାଗୀଦାର । ଏଠାକାର ବାଘ ପଶ୍ଚିମଘାଟ ପର୍ବତର ପୂର୍ବ ଓ ଉତ୍ତର ପାର୍ଶ୍ଵରେ ବାଘଙ୍କ ସଂଖ୍ୟାବୃଦ୍ଧିର ଏକ କାରଣ ମଧ୍ୟ । ପର୍ଣ୍ଣମୋଚୀ ଅରଣ୍ୟରେ ଶିକାର ଜୀବ ବହୁଳ ସଂଖ୍ୟାରେ ରହିଥିବାରୁ ବାଘଙ୍କ ଘନତା ମଧ୍ୟ ବୃଦ୍ଧି ପାଇଛି ।[୮]

କାରଗୁଡ଼ି ବନଖଣ୍ଡରେ କଲରାପତରିଆ ବାଘ ବହୁବାର ଦେଖାଯାଇଛି । ବଳିଆ କୁକୁର, ହେଟା ବାଘ, ସୁବର୍ଣ୍ଣ ଶିଆଳ ଓ ଭାଲୁ ହେଉଛନ୍ତି ଏଠାକାର ଅନ୍ୟ ମାଂସାସୀ ହିଂସ୍ର ପ୍ରାଣୀ । ଜାତୀୟ ଉଦ୍ୟାନରେ ଶହ ଶହ ହାତୀ ମଧ୍ୟ ରହିଛନ୍ତି । ହନୁ ମାଙ୍କଡ଼, ବୋନ୍ନେଟ୍ ମାଙ୍କଡ଼ ଏପରି ତିନୋଟି ପ୍ରଜାତିର ଆଦିବାନର ମୁଦୁମଲୈ ଜଙ୍ଗଲରେ ବସବାସ କରନ୍ତି । ହିଂସ୍ର ପ୍ରାଣୀଙ୍କ ଶିକାର ଜୀବ ଯଥା ବନ୍ୟ ଗୟଳ, ସମ୍ଵର ହରିଣ, ଚିତଲ୍ ହରିଣ, କୁଟୁରା, ଖୁରାଣ୍ଟି, ବାର୍‍ହା ମଧ୍ୟ ଜଙ୍ଗଲରେ ବହୁ ସଂଖ୍ୟାରେ ଦେଖାଯାନ୍ତି । ନେପାଳୀ ମୂଷାଲାଲ୍ ଉଡ଼ନ୍ତା ଗୁଣ୍ଡୁଚି ମୂଷା ପରି ପ୍ରଜାତି ମଧ୍ୟ ମୁଦୁମଲୈ ଅଭୟାରଣ୍ୟରେ ବସବାସ କରନ୍ତି ।

ଏଠାରେ ଦୃଶ୍ୟମାନ ସରୀସୃପଙ୍କ ମଧ୍ୟରେ ଅଜଗର ସାପ, ନାଗ ସାପ, ଚିଟି ସାପ, ବୋଡ଼ା ସାପ, ଉଡ଼ନ୍ତା ଚମ୍ପେଇନେଉଳ ପ୍ରମୁଖ ପ୍ରଜାତି ।[୯] ମୁଦୁମଲୈ ଜଙ୍ଗଲରେ ରହୁଥିବା ଗୋଧିଙ୍କ ଗତିବିଧି ଓ ସଂଖ୍ୟା ସବୁବେଳେ ନିରୀକ୍ଷଣ କରାଯାଇଥାଏ ।

ପକ୍ଷୀ[ସମ୍ପାଦନା]

ଭାରତରେ ଦେଖାଯାଉଥିବା ସମସ୍ତ ପକ୍ଷୀ ପ୍ରଜାତିର ୮% ମୁଦୁମଲୈ ଜଙ୍ଗଲରେ ବାସ କରନ୍ତି । ଏଠାକାର ଅଧିବାସୀ ୨୨୭ଟି ପକ୍ଷୀ ପ୍ରଜାତିରୁ ୧୧୦ଟି ପତଙ୍ଗଭକ୍ଷୀ, ୬୨ଟି ମାଂସଭୋଜୀ ବା ଶିକାରୀ ପକ୍ଷୀ, ୨୩ଟି ମତ୍ସ୍ୟଭୋଜୀ, ୧୨ଟି ସର୍ବଭୋଜୀ ଓ ୨୦ଟି ଶସ୍ୟଭୋଜୀ ।

ମୁଦୁମଲୈ ଜଙ୍ଗଲରେ ସଙ୍କଟାପନ୍ନ କଳା-କମଳା ଫ୍ଲାଇକ୍ୟାଚର୍ ପକ୍ଷୀ ଦେଖିବାକୁ ମିଳେ । ମାଲାବାର୍ ଟ୍ରୋଗୋନ୍ ଓ ମାଲାବାର୍ ଧୁସରିଆ କୋଚିଲାଖାଇ ଏହି ଜଙ୍ଗଲର ସ୍ଥାନୀୟ ପ୍ରଜାତି । ଶ୍ଵେତକଣ୍ଠ ଚିଲ ପରି ବିରଳ ପ୍ରଜାତିର ଶିକାରୀ ପକ୍ଷୀ ମଧ୍ୟ ମୁଦୁମଲୈ ଜଙ୍ଗଲରେ ଦେଖାଯାନ୍ତି । ଏଠାରେ ବେଳେବେଳେ ଦେଖାଯାଉଥିବା ଅନ୍ୟ ଶିକାରୀ ପକ୍ଷୀମାନେ ହେଲେ – ଚୂଳିଆ ଚିଲ, ସାପଖିଆ ଚୂଳିଆ ଚିଲ, କଳା ଗରୁଡ଼ ଚିଲ, କ୍ରେଷ୍ଟେଡ଼୍ ହନି ବଜାର୍ଡ଼୍, ଜେର୍ଡୋନ୍ ବାଜପକ୍ଷୀ, ବୋନେଲି ଚିଲ, କ୍ରେଷ୍ଟେଡ଼୍ ଗୋଶ୍‍ହକ୍, ଚଟିଆଖିଆ ବେସରା ଚିଲ, ପେଚା ଇତ୍ୟାଦି ।

କୋଚିଲାଖାଇ, ପତ୍ରଗୁପ୍ତ ଚଢ଼େଇ, ସ୍ଵର୍ଣ୍ଣପୃଷ୍ଠ କାଠହଣା, ମାଲାବାର୍ କଳା କାଠହଣା, ନୀଳଡେଣା ଶୁଆ, ମୟୂର, ବଣକୁକୁଡ଼ା, ଶ୍ଵେତୋଦର କାଠହଣା, ସୁବର୍ଣ୍ଣ କାଠହଣା, ନୀଳପରି ପକ୍ଷୀ, ପାଉଁଶିଆ ତିତ୍ତର, ଟିପା, କପୋତ, ସାଗୁଆ ପାରା, କୋଇଲି, ଧୁସରମୁଣ୍ଡିଆ ବୁଲ୍‍ବୁଲ୍ ଆଦି ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ ମୁଦୁମଲୈରେ ଦେଖାଯାନ୍ତି । ଦକ୍ଷିଣ ଭାରତର ବାବ୍ଲର୍ ଚଢ଼େଇ ମଧ୍ୟ ଏଠାରେ ଦେଖାଯାଇପାରିବ ।[୯][୧୦]

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ବିପଦ[ସମ୍ପାଦନା]

କେତେକଙ୍କ ମତରେ ସେଗୁର୍ ଓ ମସିନାଗୁଡ଼ି ଅଞ୍ଚଳରେ ପର୍ଯ୍ୟଟନ ଫଳରେ ଅଭୟାରଣ୍ୟର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି । ତେବେ ସ୍ଥାନୀୟ ବାସିନ୍ଦା ଓ ଉଦ୍ୟାନ କର୍ମଚାରୀ ଏପରି ଦାବୀକୁ ପ୍ରତ୍ୟାଖ୍ୟାନ କରିଆସିଛନ୍ତି । ବହୁ ସ୍ଥାନରେ ଅତିମାତ୍ରାରେ ଗୋରୁଗାଈ ଚରାଯିବାରୁ ଜଙ୍ଗଲ କ୍ଷୟ ହୋଇଯାଉଛି ଓ ସେଠାରେ ଲାଣ୍ଟାନା ପରି ବୁଦାଳିଆ ଗଛ ମାଳିମାଳି ଚାଲୁଛି । ଲାଣ୍ଟାନା ପରି ବୁଦା ଜଙ୍ଗଲର ପ୍ରାକୃତିକ ପ୍ରସାରକୁ ବାଧା ପହଞ୍ଚାଇଥାଏ ।[୭] ମୁଦୁମଲୈ ନିକଟରେ ସିଂଗାରାଠାରେ ଭାରତର ନ୍ୟୁଟ୍ରିନୋ ବେଧଶାଳା ନିର୍ମାଣ କରିବାର ଯୋଜନା ରହିଥିଲା ଯାହା ମସିନାଗୁଡ଼ିର ବନ୍ୟପ୍ରାଣୀ ଓ ଜଙ୍ଗଲ ପରିବେଶକୁ ପ୍ରଭାବିତ କରିବାର ସମ୍ଭାବନା ସୃଷ୍ଟି କରିଥିଲା । ଏହି ପଞ୍ଚବର୍ଷୀୟ ନିର୍ମାଣ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ବିସ୍ଫୋରଣ, ଆବର୍ଜନା, ଗାଡ଼ି ଚଳାଚଳ, କାମ କରିବାକୁ ଆସିଥିବା ଶ୍ରମିକଙ୍କ ବାସସ୍ଥାନ ଇତ୍ୟାଦି ମୁଦୁମଲୈର ପ୍ରାକୃତିକ ପରିବେଶ ଓ ବନ୍ୟଜୀବଙ୍କ ପ୍ରତି ବିପଦ ସୃଷ୍ଟି କରିଥାନ୍ତା ।[୧୧][୧୨][୧୩] କିନ୍ତୁ ସ୍ଵେଚ୍ଛାସେବୀ ସଂଗଠନ ଓ ପ୍ରକୃତିବିତ୍‍ମାନଙ୍କ ବିରୋଧ ଯୋଗୁଁ ଏହି ବେଧଶାଳାର ନିର୍ମାଣ ସ୍ଥାନାନ୍ତରିତ ହୋଇଯାଇଛି । [୧୪]

ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  • B. (1986). Mudumalai Sanctuary. India's wildlife and wildlife reserves. Sterling Publishers, New Delhi.
  • Sharma, B.D., Shetty, B.V., Virekananthan, K. and Rathakrishnan, N.C. (1978). Flora of Mudumalai Wildlife Sanctuary, Tamil Nadu. Journal of the Bombay Natural History Society 75: 13–42.
  • Plan for Mudumalai Wildlife Sanctuary and National Park (2007–08 to 2016–17)[୬]

ଟୀକା[ସମ୍ପାଦନା]

  1. D Radhakrishnan. 'Mudumalai Tiger Reserve to sport new features', The Hindu, 02/11/09
  2. "Mudumalai Wildlife Sanctuary". Conservation database. Bangalore: Ashoka Trust for Research in Ecology and the Environment Eco-Informatics Centre. Archived from the original on 24 December 2009. Retrieved 2009-11-09.  Unknown parameter |df= ignored (help)
  3. UNESCO, World Heritage sites, Tentative lists, Western Ghats sub cluster, Ooty. retrieved 20 April 2007 World Heritage sites, Tentative lists
  4. Murari, S. (31 December 08). "Thousands Protest Against Indian Tiger Reserve". Planet Ark (Reuters). Archived from the original on 16 July 2011. https://web.archive.org/web/20110716234126/https://www.planetark.org/enviro-news/item/51067. Retrieved 2009-10-30. 
  5. Rajesh Gopal, APCCF (PT) and Member Secretary (NTCA) (31 August 2010), written at New Delhi, Centrally Sponsored Plan Scheme 'Project Tiger' Administrative Approval for funds release to Mudumalai Tiger Reserve, Tamil Nadu during 2010–11., National Tiger Conservation Authority, http://projecttiger.nic.in/sanction/S2010/Sanction_Mudumalai_2010_11.pdf 
  6. ୬.୦ ୬.୧ ୬.୨ Dogra, IFS, Rakesh Kumar, Wildlife Warden, Plan for Mudumalai Wildlife Sanctuary and National Park (2007–08 to 2016–17) Udhagamandalam, Tamil Nadu Forest Department, Mount Stuart Hill, Udhagamandalam-643 001, Tamil Nadu, India
  7. ୭.୦ ୭.୧ "Mudumalai Wildlife Sanctuary". Sanctuary Asia. 2009. Retrieved 2009-11-05. 
  8. Qamar Qureshi; K. Sankar; Rajesh Gopal; Y.V. Jhala (୨୦୦୮). "Western Ghats Landscape Complex/Tamil Nadu". STATUS OF TIGERS, CO-PREDATORS AND PREY IN INDIA (PDF). National Tiger Conservation Authority Ministry of Environment & Forests and Wildlife Institute of India. pp. ୭୨–୯୪. Archived from the original (PDF) on ୨ June ୨୦୧୩.  Unknown parameter &#୧୨୪;df= ignored (help)
  9. ୯.୦ ୯.୧ "MUDUMALAI WILDLIFE SANCTUARY & NATIONAL PARK". Wild Biodiversity. TamilNadu forest Department. Archived from the original on 9 April 2009. Retrieved 2009-10-30.  Unknown parameter |df= ignored (help)
  10. Praveen J., Job K. Joseph & Nick Lethaby (2004) Sighting of Yellow-breasted Babbler Macronous gularis in South India. Newsletter for Ornithologists 1(3):43 PDF Archived 17 September 2006 at the Wayback Machine.
  11. "Tiger vs Science". The Hindu. 2008. Retrieved 2008-06-29. 
  12. Azeez, PA; S Bhupathy & P Balasubramanian, (after ୩୦ May ୨୦୦୮). "D. Division of Environmental Impact Assessment". Rapid Environmental Impact Assessmentof the India-Based Neutrino ObservatoryProject, Singara, Nilgiris, Tamil Nadu (PDF). Annual Report ୨୦୦୭ – ୨୦୦୮. Sálim Ali Centre for Ornithology and Natural History. Ministry of Environment and Forests. pp. ୪୬, ୪୭.  Check date values in: &#୧୨୪;date= (help)
  13. The New Internationalist (2008). "Tiger vs Neutrinos". Archived from the original on 14 August 2008. Retrieved 2008-08-04. 
  14. Michael Banks (19 October 2010). "Green light for Indian neutrino observatory". Retrieved 2010-10-19. 

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]

www.mudumalainationalpark.com