ଅଜଗର

ଉଇକିପିଡ଼ିଆ ରୁ
Jump to navigation Jump to search


ଅଜଗର
ଅଜଗଳ
Python bivittatus тигровый питон.jpg
ବ୍ରହ୍ମଦେଶୀୟ ଅଜଗର (ପାଇଥନ୍ ବିଭିଟାଟସ୍)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
Kingdom: Animalia
Phylum: Chordata
Class: Reptilia
Order: Squamata
Suborder: Serpentes
Family: Pythonidae
Genus: Python
ଜାତି: Python
ବାଇନୋମିଆଲ ନାମ
Python
ଫ୍ରାଂକୋୟ ମେରି ଡୌଡିନ୍, ୧୮୦୩
Synonyms

ପାଇଥନ୍, ବୋଆ କନ୍‍ଷ୍ଟ୍ରିକ୍ଟର୍

ଅଜଗର (ଇଂରାଜୀ ଭାଷାରେ Python) ହେଉଛି ପାଇଥନିଡାଏ ପରିବାରର ଏକ ବିଷହୀନ ଓ ବୃହଦାକାର ସର୍ପ ପ୍ରଜାତି । ପ୍ରାଚ୍ୟ ଦେଶମାନଙ୍କ କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଜଳବାୟୁ ଅଞ୍ଚଳରେ ବସବାସ କରୁଥିବା ଏହି ସାପ ପ୍ରଜାତି ନିଜ ଶିକାର ଚାରିପଟେ ଗୁଡ଼ାଇ ହୋଇ ତାକୁ ଚାପି ଶିକାର କରନ୍ତି ।[୧]

୧୮୦୩ ମସିହାରେ ଫ୍ରାଙ୍କୋୟ ମେରି ଡୌଡିନ୍ ପ୍ରଥମେ ବିଷହୀନ ଓ ଚିତା ଦାଗଯୁକ୍ତ ସାପଙ୍କୁ ଦର୍ଶାଇବା ପାଇଁ ପାଇଥନ୍ (Python) ଶବ୍ଦର ବ୍ୟବହାର କରିଥିଲେ ।[୨] ବର୍ତ୍ତମାନ ସୁଦ୍ଧା ୧୦ଟି ଅଜଗର ପ୍ରଜାତି ଚିହ୍ନଟ ହୋଇଛନ୍ତି ।[୩] ପୂର୍ବେ ଉପପ୍ରଜାତି ରୂପେ ପରିଗଣିତ ହେଉଥିବା ତିନୋଟି ଅଜଗରଙ୍କୁ ପରେ ପ୍ରଜାତି ମାନ୍ୟତା ମିଳିଥିଲା ।

ନାମକରଣ[ସମ୍ପାଦନା]

ଇଂରାଜୀରେ ଅଜଗରକୁ ‘ପାଇଥନ୍’ କୁହନ୍ତି । ସର୍ପ ପାଇଁ ବ୍ୟବହୃତ ଲାଟିନ୍ ଭାଷାର ଶବ୍ଦରୁ ‘ପାଇଥନ୍’ ଶବ୍ଦ ଗୃହୀତ ।[୪] ଓଡ଼ିଆ ଭାଷାରେ ଅଜ ଶବ୍ଦର ଅର୍ଥ ହେଲା ଛେଳି ଏବଂ ଗୃ ଧାତୁର ଅର୍ଥ ଗିଳିବା । ତେଣୁ, ଯିଏ ଛେଳିମାନଙ୍କୁ ଗିଳେ ତା’କୁ ଅଜଗର ବୋଲି କୁହାଯାଏ ।[୫]

ଭୌଗୋଳିକ ବିତରଣ ଓ ପରିବାସ[ସମ୍ପାଦନା]

ଅଙ୍ଗୋଲୀୟ ଅଜଗର ପ୍ରଜାତି ପାଇଥନ୍ ଆନ୍‍ଚିଟାଏ

ଆଫ୍ରିକା ମହାଦେଶରେ ସାହାରାର ଦକ୍ଷିଣକୁ ରହିଥିବା କ୍ରାନ୍ତୀୟ ଅଞ୍ଚଳର ସ୍ଥାନୀୟ ସାପ ହେଉଛି ଅଜଗର । କିନ୍ତୁ ଆଫ୍ରିକାର ଦକ୍ଷିଣତମ ଅଂଶ ଓ ମାଡାଗାସ୍କାରରେ ଅଜଗର ସ୍ଥାନୀୟ ଜୀବ ନୁହଁନ୍ତି । ଏସିଆ ମହାଦେଶର ବଙ୍ଗଳାଦେଶ, ନେପାଳ, ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ନିକୋବର ଦ୍ୱୀପପୁଞ୍ଜ, ବ୍ରହ୍ମଦେଶ, ଦକ୍ଷିଣ ଚୀନ, ହଂକଂ, ହାଇନାନ, ମାଲେସିଆ, ଇଣ୍ଡୋନେସିଆଫିଲିପାଇନ୍ସ ପ୍ରଭୃତି ଦେଶରେ ଅଜଗର ସାପ ଦେଖିବାକୁ ମିଳନ୍ତି ।[୧]

ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଫ୍ଲୋରିଡ଼ା ଅଞ୍ଚଳରେ ଆଫ୍ରିକୀୟ ଓ ବ୍ରହ୍ମଦେଶୀୟ ଅଜଗର ଏକ ଅନୁପ୍ରବେଶକାରୀ ପ୍ରଜାତି ହେବାର ସମ୍ଭାବନା ରହିଛି ଓ ଏଠାକାର ଲୋକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି ।[୬] ୨୦୧୬ ମସିହାରେ ୧୦୬ ଅଜଗରରୁ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ସହସ୍ରାଧିକ ହେଲାଣି । ଅଜଗରମାନେ ଫ୍ଲୋରିଡ଼ାର ଥଣ୍ଡା ଜଳବାୟୁ ବେଶୀ ଦିନ ସହିପାରିବେ ନାହିଁ ବୋଲି ରହିଥିବା ଧାରଣାକୁ ଅଜଗରମାନେ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଓ ବିବିଧ ପରିବେଶରେ ଖାପଖୁଆଇ ଚଳିବା ଏମାନଙ୍କ ପକ୍ଷରେ ସମ୍ଭବପର ବୋଲି ଜଣାପଡ଼ିଛି ।[୭]

ବର୍ଗୀକରଣ[ସମ୍ପାଦନା]

୧୮୦୩ ମସିହାରେ ଫ୍ରାଙ୍କୋୟ ମେରି ଡୌଡିନ୍ ପ୍ରଥମେ ବିଷହୀନ, ଲମ୍ବା ଦୁଇ ଫାଳିଆ ଜିଭ ଓ ଚିତା ଦାଗଯୁକ୍ତ ସାପଙ୍କୁ ଦର୍ଶାଇବା ପାଇଁ ପାଇଥନ୍ (Python) ଶବ୍ଦର ବ୍ୟବହାର କରିଥିଲେ ।[୨]

୧୯୯୩ ମସିହାରେ ୭ଟି ଅଜଗର ପ୍ରଜାତିଙ୍କୁ ବୈଧ ପ୍ରଜାତିର ମାନ୍ୟତା ଦିଆଯାଇଥିଲା । ପଲିଜେନେଟିକ୍ ବିଶ୍ଳେଷଣକୁ ଭିତ୍ତି କରି ୭ରୁ ୧୩ଟି ଅଜଗର ଥିବା କୁହାଯାଏ ।[୮][୯]

ପ୍ରଜାତି ଚିତ୍ର IUCN ତାଲିକାରେ ସ୍ଥିତି ଓ ଭୌଗୋଳିକ ବ୍ୟାପ୍ତି
ଭାରତୀୟ ଅଜଗର (Indian rock python, ପାଇଥନ୍ ମୋଲ୍ୟୁରସ୍) (କାର୍ଲ୍ ଲିନାୟସ୍, ୧୭୫୮)[୧୦] Python molurus molurus 2.jpg NE (Not Evaluated) - ସଂରକ୍ଷଣ ସ୍ଥିତି ନିର୍ଣ୍ଣିତ ହୋଇନାହିଁ

Python molurus Area.svg

ଆଫ୍ରିକୀୟ ଅଜଗର (African rock python, ପାଇଥନ୍ ସେବେ) (ୟୋହାନ୍ ଫ୍ରେଡ୍ରିଖ୍ ମେଲିନ୍, ୧୭୮୮)[୧୧]

ପାଇଥନ୍ ସେବେ ନାଟାଲେନ୍ସିସ୍ (ଆଣ୍ଡ୍ର୍ୟୁ ସ୍ମିଥ୍, ୧୮୪୦)

Python natalensis G. J. Alexander.JPG NE (Not Evaluated) - ସଂରକ୍ଷଣ ସ୍ଥିତି ନିର୍ଣ୍ଣିତ ହୋଇନାହିଁ

Natural Range of Python sebae.svg

ଆଫ୍ରିକୀୟ ବଲ୍ ଅଜଗର (Ball python, ପାଇଥନ୍ ରେଜିୟସ୍) (ଜର୍ଜ୍ ଶ, ୧୮୦୨)[୧୨] Female Ball python (Python regius).jpg LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ[୧୩]

Python regius distribution.svg

ବ୍ରହ୍ମଦେଶୀୟ ଅଜଗର (Burmese python, ପାଇଥନ୍ ବିଭିଟାଟସ୍) (ହାଇନ୍ରିଖ୍ କୁଃଲ୍, ୧୮୨୦)[୧୪] Python bivittatus (30854313993).jpg VU (Vulnerable) - ସଙ୍କଟାପନ୍ନ[୧୫]

ଦକ୍ଷିଣ ନେପାଳ, ଭାରତ, ବଙ୍ଗଳାଦେଶ, ବ୍ରହ୍ମଦେଶ, ଥାଇଲ୍ୟାଣ୍ଡ, ଲାଓସ୍, କାମ୍ବୋଡ଼ିଆ, ଭିଏତନାମ, ଉତ୍ତର ମାଲେସିଆ, ଦକ୍ଷିଣ ଚୀନ, ହାଇନାନ, ହଂକଂ, ଶିଚୁଆନ ଓ ଇଣ୍ଡୋନେସିଆର ଜାଭା ଓ ବାଲି ଦ୍ୱୀପ[୧୫]

ସୁମାତ୍ରା ଛୋଟଲାଙ୍ଗୁଡ଼ିଆ ଅଜଗର (Sumatran short-tailed python, ପାଇଥନ୍ କର୍ଟସ୍) (ହର୍‍ମାନ୍ ଶ୍ଲେଗେଲ୍, ୧୮୭୨)[୧୬] Python curtus (2).jpg LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ[୧୭]

ଦକ୍ଷିଣ-ପୂର୍ବ ଏସିଆର ଦକ୍ଷିଣ ଥାଇଲ୍ୟାଣ୍ଡ, ମାଲେସିଆ, ଇଣ୍ଡୋନେସିଆ (ସୁମାତ୍ରା ଓ ଅନ୍ୟ ଦ୍ୱୀପ)[୧୭]

ବୋର୍ଣ୍ଣିଓ ଛୋଟଲାଙ୍ଗୁଡ଼ିଆ ଅଜଗର (Borneo short-tailed python, ପାଇଥନ୍ ବ୍ରାଇଟେନ୍‍ଷ୍ଟାଇନି) (ଫ୍ରାନ୍‍ଜ୍ ଷ୍ଟାଇନ୍‍ଡାଖ୍‍ନର୍, ୧୮୮୧)[୧୮] Python breitensteini (13106752324).jpg LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ[୧୯]

ବୋର୍ଣ୍ଣିଓ[୧୯]

ଅଙ୍ଗୋଲୀୟ ଅଜଗର (Angolan python, ପାଇଥନ୍ ଆନ୍‍ଚିଏଟେ) (ହୋଜେ ଭିସେଣ୍ଟେ ବୋକାଜେ, ୧୮୮୭) Angolan Dwarf Python (Python anchietae).jpg LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ[୨୦]

ଦକ୍ଷିଣ ଅଙ୍ଗୋଲା ଓ ଉତ୍ତର ନାମିବିଆ[୨୦]

ବ୍ରୋଙ୍ଗେରସ୍ମା ଛୋଟଲାଙ୍ଗୁଡ଼ିଆ ଅଜଗର (Brongersma's short-tailed python, ପାଇଥନ୍ ବ୍ରୋଙ୍ଗେରସ୍ମାଇ) (ଅଲିଭ୍ ଗ୍ରିଫିଥ୍ ଷ୍ଟଲ୍, ୧୯୩୮) (ପୂର୍ବେ ଏହାକୁ ପାଇଥନ୍ କର୍ଟସ୍ ବ୍ରୋଙ୍ଗେରସ୍ମାଇ କୁହାଯାଉଥିଲା) Python brongersmai, Brongersma's short-tailed python.jpg LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ[୨୧]

ମାଲେସିଆ, ସୁମାତ୍ରା, ବଂଗ୍‍କା ଦ୍ୱୀପ, ଲିଂଗ୍‍କା ଦ୍ୱୀପ, ରିଆଉ ଦ୍ୱୀପ ଓ ପେନାଂଗ୍[୨୧]

ବ୍ରହ୍ମଦେଶୀୟ ଛୋଟଲାଙ୍ଗୁଡ଼ିଆ ଅଜଗର (Myanmar short-tailed python, ପାଇଥନ୍ କ୍ୟାଇକ୍ତିୟୋ) (ଜୁଗ୍, ଗୋଟ୍ଟେ ଓ ଜାକବ୍‍ସ୍, ୨୦୧୧)[୨୨] P.kyaiktiyo II.png VU (Vulnerable) - ସଙ୍କଟାପନ୍ନ[୨୩]

ବ୍ରହ୍ମଦେଶର ଟେଂଗହ୍ୟୋ ପର୍ବତମାଳାର ପଶ୍ଚିମ ପାର୍ଶ୍ୱରେ[୨୩]

ପାଇଥନ୍ ୟୁରୋପିୟସ୍ (Python europaeus) (ସିଣ୍ଡଲର୍ ଓ ରେଜ୍, ୨୦୦୩)[୨୪] EX (Extinct) – ବିଲୁପ୍ତ

ମଧ୍ୟନୂତନ ଯୁଗ (Miocene) ସମୟର ଏହି ସାପ ପ୍ରଜାତି ବର୍ତ୍ତମାନ ସମ୍ପୂର୍ଣ୍ଣ ବିଲୁପ୍ତ । ଫ୍ରାନ୍ସରେ ମିଳିଥିବା ଏକ ଜୀବାଶ୍ମ ଅବଶେଷକୁ ଭିତ୍ତି କରି ଏହି ପ୍ରଜାତିର ବର୍ଣ୍ଣନା କରାଯାଇଛି ।[୨୪]

ବ୍ୟବହାର[ସମ୍ପାଦନା]

ବଲ୍ ପାଇଥନ୍ ସାପର “ବୁଢ଼ିଆଣୀ” ରୂପ । ଦେହର ରୂପ ବଦଳାଇ ପାରୁଥିବାରୁ ଏହାକୁ ସାପ ଧରାଳୀମାନେ ପୋଷା ମନାଇ ପ୍ରଦର୍ଶନୀରେ ରଖିଥାନ୍ତି

ଅଜଗରର ଚମଡ଼ାରୁ ବସ୍ତ୍ର, କମର ବନ୍ଧ (ବେଲ୍‍ଟ୍), ଯୋତା, ମୁଣା ଆଦି ତିଆରି କରାଯାଏ । କିଛି ତାରବିଶିଷ୍ଟ ବାଦ୍ୟଯନ୍ତ୍ର ନିର୍ମାଣରେ ମଧ୍ୟ ଅଜଗର ଚମଡ଼ା ବ୍ୟବହୃତ ହୁଏ ।[୨୫][୨୬]

ପୋଷା ଅଜଗର[ସମ୍ପାଦନା]

ଆଫ୍ରିକୀୟ ବଲ୍ ଅଜଗର, ବ୍ରୋଙ୍ଗେରସ୍ମା ଛୋଟଲାଙ୍ଗୁଡ଼ିଆ ଅଜଗର, ବ୍ରହ୍ମଦେଶୀୟ ଅଜଗରମାଲେସୀୟ ରେଟିକ୍ୟୁଲେଟେଡ୍ ଅଜଗର (Python reticulatus) ପ୍ରଭୃତିଙ୍କୁ ଲୋକ ପୋଷା ମନାଇ ରଖିବା ପସନ୍ଦ କରନ୍ତି । ଏମାନଙ୍କ ଯତ୍ନ ନେବା ସହଜ, ଏମାନେ ଅଧିକ ଆକ୍ରମଣାତ୍ମକ ନୁହଁନ୍ତି ଓ ଏମାନଙ୍କ ରୂପରଙ୍ଗ ବଦଳୁଥିବାରୁ ଏମାନଙ୍କ ବ୍ୟବସାୟରୁ ବହୁ ଲାଭ ମିଳିଥାଏ । ଗଣମାଧ୍ୟମରେ ପୋଷା ଅଡଗରଙ୍କଠାରୁ ରହିଥିବା ବିପଦ ବିଷୟରେ ଅନେକ ସମୟରେ ରିପୋର୍ଟ ପ୍ରକାଶ ପାଇଥାଏ ।[୨୭] କିନ୍ତୁ ଅନ୍ୟ କିଛି ପୋଷା ଜୀବଙ୍କ (ଯଥା : କେତେକ ନିର୍ଦ୍ଦିଷ୍ଟ ପ୍ରଜାତିର କୁକୁରଘୋଡ଼ା) ତୁଳନାରେ ଏମାନଙ୍କଠାରୁ କମ୍ ବିପଦ ଥାଏ ।[୨୬][୨୮]


ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ McDiarmid, R. W.; Campbell, J. A.; Touré, T. (1999). "Python". Snake Species of the World: A Taxonomic and Geographic Reference. Volume 1. Washington, DC: Herpetologists' League. ISBN 1893777014.
  2. ୨.୦ ୨.୧ Daudin, F. M. (1803). "Python". Histoire naturelle, générale et particulière, des reptiles. Tome 8. Paris: De l'Imprimerie de F. Dufart. p. 384.
  3. Barker, D. G.; Barker, T. M.; Davis, M. A.; Schuett, G. W. (2015). "A review of the systematics and taxonomy of Pythonidae: an ancient serpent lineage" (PDF). Zoological Journal of the Linnean Society. 175 (1): 1−19. doi:10.1111/zoj.12267.
  4. Lewis, C. T.; Short, C. (1879). "Python". A Latin Dictionary. Oxford: Clarendon Press.
  5. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.
  6. "Python Snakes, An Invasive Species In Florida, Could Spread To One Third Of US". ScienceDaily. 2008. Retrieved 2017-08-01.
  7. Avery, M. L.; Engeman, R. M.; Keacher, K. L.; Humphrey, J. S.; Bruce, W. E.; Mathies, T. C.; Mauldin, R. E. (2010). "Cold weather and the potential range of invasive Burmese pythons". Biological Invasions. 12 (11): 3649−3652. doi:10.1007/s10530-010-9761-4.
  8. Lawson, R.; Slowinski, J. B.; Burbrink, F. T. (2004). "A molecular approach to discerning the phylogenetic placement of the enigmatic snake Xenophidion schaeferi among the Alethinophidia". Journal of Zoology (263): 285–294.
  9. Reynolds, R. G.; Niemiller, M. L.; Revell, L. J. (2014). "Toward a tree-of-life for the boas and pythons: multilocus species-level phylogeny with unprecedented taxon sampling". Molecular Phylogenetics and Evolution (71): 201–213.
  10. Linnaeus, C. (1758). "Coluber molurus". Systema naturae per regna tria naturae: secundum classes, ordines, genera, species, cum characteribus, differentiis, synonymis, locis. 1 (Tenth reformed ed.). Holmiae: Laurentii Salvii. p. 225.
  11. Gmelin, J. F. (1788). "Coluber sebae". Caroli a Linné. Systema naturae per regna tria naturae: secundum classes, ordines, genera, species, cum characteribus, differentiis, synonymis, locis. I, Part III (13., aucta, reformata ed.). Lipsiae: Georg Emanuel Beer. p. 1118.
  12. Shaw, G. (1802). "Royal Boa". General zoology, or Systematic natural history. Volume III, Part II. London: G. Kearsley. pp. 347–348.
  13. Auliya, M.; Schmitz, A. (2010). "Python regius". 2010. IUCN: e.T177562A7457411. doi:10.2305/IUCN.UK.2010-4.RLTS.T177562A7457411.en. Retrieved 13 March 2018. Cite journal requires |journal= (help)
  14. Kuhl, H. (1820). "Python bivittatus mihi". Beiträge zur Zoologie und vergleichenden Anatomie. Frankfurt am Main: Verlag der Hermannschen Buchhandlung. p. 94.
  15. ୧୫.୦ ୧୫.୧ Stuart, B.; Nguyen, T. Q.; Thy, N.; Grismer, L.; Chan-Ard, T.; Iskandar, D.; Golynsky, E. & Lau, M. W. N. (2012). "Python bivittatus". 2012: e.T193451A2237271. doi:10.2305/IUCN.UK.2012-1.RLTS.T193451A2237271.en. Retrieved 13 March 2018. Cite journal requires |journal= (help)
  16. Schlegel, H. (1872). "De Pythons". In Witkamp, P. H. (ed.). De Diergaarde van het Koninklijk Zoölogisch Genootschap Natura Artis Magistra te Amsterdam: De Kruipende Dieren. Amsterdam: Van Es. pp. 53–54.
  17. ୧୭.୦ ୧୭.୧ Inger, R. F.; Iskandar, D.; Lilley, R.; Jenkins, H.; Das, I. (2014). "Python curtus". 2014. IUCN: e.T192244A2060581. doi:10.2305/IUCN.UK.2014-1.RLTS.T192244A2060581.en. Retrieved 13 March 2018. Cite journal requires |journal= (help)
  18. Steindachner, F. (1880). "Über eine neue Pythonart (Python breitensteini) aus Borneo". Sitzungsberichte der Kaiserlichen Akademie der Wissenschaften Wien. 82: 267−280.
  19. ୧୯.୦ ୧୯.୧ Inger, R. F.; Iskandar, D.; Lilley, R.; Jenkins, H.; Das, I. (2012). "Python breitensteini". 2012: e.T192013A2028005. doi:10.2305/IUCN.UK.2012-1.RLTS.T192013A2028005.en. Retrieved 13 March 2018. Cite journal requires |journal= (help)
  20. ୨୦.୦ ୨୦.୧ Auliya, M. (2010). "Python anchietae". 2010. IUCN: e.T177539A7452448. doi:10.2305/IUCN.UK.2010-4.RLTS.T177539A7452448.en. Retrieved 13 March 2018. Cite journal requires |journal= (help)
  21. ୨୧.୦ ୨୧.୧ Grismer, L.; Chan-Ard, T. (2012). "Python brongersmai". 2012. IUCN: e.T192169A2050353. doi:10.2305/IUCN.UK.2012-1.RLTS.T192169A2050353.en. Retrieved 13 March 2018. Cite journal requires |journal= (help)
  22. Zug, G. R.; Gotte, S. W.; Jacobs, J. F. (2011). "Pythons in Burma: Short-tailed python (Reptilia: Squamata)" (PDF). Proceedings of the Biological Society of Washington. 124 (2): 112−136. doi:10.2988/10-34.1.
  23. ୨୩.୦ ୨୩.୧ Wogan, G.; Chan-Ard, T. (2012). "Python kyaiktiyo". 2012. IUCN: e.T199854A2614411. doi:10.2305/IUCN.UK.2012-1.RLTS.T199854A2614411.en. Retrieved 13 March 2018. Cite journal requires |journal= (help)
  24. ୨୪.୦ ୨୪.୧ Szyndlar, Z.; Rage, J. C. (2003). "Python europaeus". Non-erycine Booidea from the Oligocene and Miocene of Europe. Kraków: Institute of Systematics and Evolution of Animals. pp. 68−72.
  25. http://erhuworld.com/
  26. ୨୬.୦ ୨୬.୧ http://www.asovivasanshin.com/introduction.html
  27. "Playing with the Big Boys: Handling Large Constrictors". www.anapsid.org. Retrieved 2017-08-01.
  28. "Untitled Document". www.anapsid.org. Retrieved 2017-08-01.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]