କୁଟୁରା

ଉଇକିପିଡ଼ିଆ‌ରୁ

କୁଟୁରା
କୁଟ୍ରା
ଭାରତୀୟ କୁଟୁରା
ଏକ ଅଣ୍ଡିରା କୁଟୁରା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
Family: Cervidae
Subfamily: Cervinae
Genus: Muntiacus
ଜାତି: M. muntjak
ବାଇନୋମିଆଲ ନାମ
Muntiacus muntjak
(ଏବର୍‍ହାର୍ଡ୍ ଅଗଷ୍ଟ ୱିଲହେଲ୍ମ୍ ଭୋନ୍ ଜିମ୍ମର୍‍ମାନ୍, ୧୭୮୦)
ଭାରତୀୟ କୁଟୁରାର ଭୌଗୋଳିକ ବ୍ୟାପ୍ତି
Synonyms
  • Cervus muntjac

କୁଟୁରା, କୁଟ୍ରା, ଭାରତୀୟ କୁଟୁରା (ଈଂରାଜୀରେ Indian muntjac ବା red muntjac ବା barking deer ଭାବେ ପରିଚିତ, ଜୀବବିଜ୍ଞାନ ନାମ Muntiacus muntjak) ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ମଣ୍ଟଜ୍ୟାକ୍ ହରିଣ ପ୍ରଜାତି । IUCN ସଂରକ୍ଷଣ ତାଲିକାରେ ଏହି ହରିଣ Least Concern ବର୍ଗରେ ସ୍ଥାନ ପାଇଛି ।[୧]

କୁଟୁରାର ଲୋମ ଛୋଟ, କୋମଳ ଓ ମାଟିଆ କିମ୍ବା ପାଉଁଶିଆ ରଙ୍ଗର । କିଛି କୁଟୁରାଙ୍କ ଦେହରେ ଏକ ପ୍ରକାରର ଦାଗ ରହିଥାଏ । ଏହି ହରିଣ ପ୍ରଜାତି ସର୍ବଭକ୍ଷୀ । ଘାସ, ଫଳ, କରଡ଼ି, ମଞ୍ଜି, ପକ୍ଷୀଙ୍କ ଅଣ୍ଡା ଓ ଛୋଟ ଛୋଟ ଜୀବମାନଙ୍କୁ ମଧ୍ୟ କୁଟୁରା ଆହରଣ କରିଥାଏ । ଏପରିକି କୁଟୁରାମାନେ ପଚିସଢ଼ି ଯାଇଥିବା ଶବ ଖାଇବା ମଧ୍ୟ ଦେଖାଯାଇଛି । କୌଣସି ଶିକାରୀ ଜୀବର ଉପସ୍ଥିତି ଅନୁଭବ କଲେ ଏମାନେ ଭୁକିବା ପରି ସତର୍କ ଡାକ ଦିଅନ୍ତି । ତେଣୁ ଏହାର ଈଂରାଜୀ ନାମ "ବାର୍କିଂଗ୍ ଡିଅର୍" ("barking deer" - "ଭୋକୁଥିବା ହରିଣ") ଦିଆଯାଇଛି । କ୍ଷୁଦ୍ର ଆକାରର ହରିଣ ପ୍ରଜାତିମାନଙ୍କ ମଧ୍ୟରୁ କୁଟରା ଅନ୍ୟତମ । ଅଣ୍ଡିରା କୁଟୁରାମାନଙ୍କର ଦୁଇଟି ଛୋଟ ଛୋଟ ଶିଙ୍ଗ ରହିଥାଏ । ଅଣ୍ଡିରା କୁଟୁରାମାନଙ୍କର ସ୍ୱାନଦାନ୍ତ ମଧ୍ୟ ରହିଥାଏ ଯାହା ସହଜରେ ଦେଖିହେବ । ନିଜର ଲୁକ୍କାୟିତ ସୁଗନ୍ଧ ଗ୍ରନ୍ଥିର ଉପଯୋଗ କରି ଏମାନେ ନିଜ କ୍ଷେତ୍ର ନିର୍ଦ୍ଧାରଣ ବା ଚିହ୍ନଟ କରନ୍ତି ।[୨] ମୁଣ୍ଡର ଉପରେ ଥିବା ଏକ ହାଡ଼ୁଆ ଖୋପରୁ ବାହାରିଥିବା କୁଟୁରାର ଶିଙ୍ଗ ପ୍ରତିବର୍ଷ ପ୍ରାୟ ୧୫ ସେଣ୍ଟିମିଟର୍ ବଢ଼ିଥାଏ । ଅଣ୍ଡିରା କୁଟୁରାମାନେ କ୍ଷେତ୍ର ଚିହ୍ନଟ କରି ତାହାର ନିୟନ୍ତ୍ରଣ କରିଥାନ୍ତି । ଛୋଟ ଆକାର ସତ୍ତ୍ୱେ କୁଟୁରାମାନେ ଆକ୍ରାମକ ହୋଇଥାନ୍ତି । କ୍ଷେତ୍ର ନିୟନ୍ତ୍ରଣ ପାଇଁ ଅଣ୍ଡିରା କୁଟୁରାମାନଙ୍କ ମଧ୍ୟରେ ଘୋର ଯୁଦ୍ଧ ହୋଇଥାଏ ଓ ଲଢ଼ିବା ସମୟରେ ଏମାନେ ନିଜର ଶିଙ୍ଗ ଏବଂ ହାତୀଦାନ୍ତ ପରି ବାହାରିଥିବା ସ୍ୱାନଦାନ୍ତର ବ୍ୟବହାର କରନ୍ତି । ବେଳେବେଳେ ଏହି ସବୁର ଉପଯୋଗ କରି ଏମାନେ ମାଂସଭୋଜୀ ଶିକାରୀ ପ୍ରାଣୀଙ୍କଠାରୁ ମଧ୍ୟ ନିଜର ପ୍ରତିରକ୍ଷା କରିପାରନ୍ତି ।

ନାମ[ସମ୍ପାଦନା]

ଗଠନ ଓ ପ୍ରକୃତି[ସମ୍ପାଦନା]

ପରିବାସ ଓ ଭୌଗୋଳିକ ବିତରଣ[ସମ୍ପାଦନା]

ଉପ-ପ୍ରଜାତିମାନଙ୍କ ଭୌଗୋଳିକ ବିତରଣ[ସମ୍ପାଦନା]

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ସତର୍କ ଧ୍ୱନି

ଆହାର[ସମ୍ପାଦନା]

ପ୍ରଜନନ[ସମ୍ପାଦନା]

ବିବର୍ତ୍ତନ[ସମ୍ପାଦନା]

ବିପଦ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Timmins, R. J.; Duckworth, J. W.; Hedges, S. (2016). "Muntiacus muntjak". The IUCN Red List of Threatened Species. IUCN. 2016: e.T42190A56005589. doi:10.2305/IUCN.UK.2016-1.RLTS.T42190A56005589.en. Retrieved 14 January 2018. {{cite journal}}: Unknown parameter |last-author-amp= ignored (|name-list-style= suggested) (help)
  2. "ADW: Home". animaldiversity.org (in ଇଂରାଜୀ). Retrieved 2017-12-02.

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • Hutchins, Michael (ed.) (2004). Muntjacs. Grzimek's Animal Life Encyclopedia. 2nd ed. 15 vols. Detroit: The Gale Group Inc., 2004.
  • Kurt, Fred (1990). Muntjac Deer. Grzimek's Encyclopedia of Mammals. 1st ed. 5 vols. St. Louis: McGraw-Hill.
  • Nowak, Ronald M. (1999). Muntjacs, or Barking Deer. Walker's Mammals of the World. 6th ed. 2 vols. Baltimore: The Johns Hopkins UP.