ହନୁ ମାଙ୍କଡ଼

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ହନୁ ମାଙ୍କଡ଼ (ହନୁମାନ ଲଂଗୁର୍) [୧]
Gray langur Mudumalai 02.jpg
ତାମିଲନାଡ଼ୁର ମୁଦୁମଲାଇ ଜଙ୍ଗଲରେ ଉଠାଯାଇଥିବା ହନୁ ମାଙ୍କଡ଼ର ଏକ ଫଟୋ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Mammalia
ଗଣ: Primates
କୁଳ: Cercopithecidae
ଉପକୁଳ: Colobinae
ପ୍ରଜାତି: Semnopithecus
Desmarest, 1822
Type species
Simia entellus
ଲୁଇ ଡୁଫ୍ରେସ୍ନେ, ୧୭୯୭
Species

Semnopithecus schistaceus
Semnopithecus ajax
Semnopithecus hector
Semnopithecus entellus
Semnopithecus hypoleucos
Semnopithecus dussumieri
Semnopithecus priam
Semnopithecus vetulus

LangurMap.svg
ହନୁ ମାଙ୍କଡ଼ମାନଙ୍କର ଆନୁମାନିକ ବ୍ୟାପ୍ତି ଓ ବିତରଣ କ୍ଷେତ୍ର

ହନୁ ମାଙ୍କଡ଼ ବା ହନୁମାନ ଲଂଗୁର୍ ଭାରତୀୟ ଉପମହାଦ୍ଵୀପରେ ସର୍ବବ୍ୟାପ୍ତ ବାନର ପ୍ରଜାତି ଓ ଆଦି ବାନରମାନଙ୍କ ମଧ୍ୟରୁ ଅନ୍ୟତମ । ଏମାନଙ୍କ ପ୍ରଜାତିର ଜୀବବିଜ୍ଞାନ ନାମ ହେଲା Semnopithecus, ଯାହା ଗ୍ରୀକ୍ ଶବ୍ଦ σεμνός (semnós ଅର୍ଥାତ୍ -ପବିତ୍ର) ଓ πίθηκος (píthēkos ଅର୍ଥାତ୍ - ବାନର)ର ସମ୍ମିଶ୍ରଣରୁ ସୃଷ୍ଟ । ଏମାନଙ୍କ ସମସ୍ତ ପ୍ରଜାତି Semnopithecus entellus ମୁଖ୍ୟ ପ୍ରଜାତିର ଅଂଶ ଭାବେ ପରିଗଣିତ ହୁଅନ୍ତି । [୧] ୨୦୦୧ ମସିହାରେ ପୂର୍ବରୁ ଆବିଷ୍କୃତ କିଛି ଭିନ୍ନ ଭିନ୍ନ ଉପ-ପ୍ରଜାତିଙ୍କୁ ପ୍ରଜାତି ଭାବେ ଗଣନା କରାଯିବାରୁ ୭ଟି ଭିନ୍ନ ପ୍ରଜାତିର ସୃଷ୍ଟି ହେଲା । [୨] ଅଳ୍ପ ଉପ-ପ୍ରଜାତି ବିଶିଷ୍ଟ ଆଉ ଏକ ପ୍ରସ୍ତାବିତ ଶ୍ରେଣୀ ବିଭାଗ ମଧ୍ୟ ରହିଛି । [୩] Trachypithecus ପ୍ରଜାତିର ଉପ-ପ୍ରଜାତି ଭାବେ ପରିଗଣିତ ନୀଳଗିରି ହନୁ ମାଙ୍କଡ଼ବାଇଗଣୀମୁହାଁ ହନୁ ମାଙ୍କଡ଼ ପ୍ରକୃତରେ Semnopithecus ପ୍ରଜାତିର ବୋଲି ଜେନେଟିକ୍ ପ୍ରମାଣ ମିଳିଛି । [୪]

ହନୁ ମାଙ୍କଡ଼ମାନେ ପ୍ରାୟତଃ ପାଉଁଶିଆ ବା ଧୁସରିଆ ରଙ୍ଗର । ଖାଦ୍ୟ ପାଇଁ ହନୁ ମାଙ୍କଡ଼ ଦଳ ଏକ ନିର୍ଦ୍ଦିଷ୍ଟ ଇଲାକାର ନିୟନ୍ତ୍ରଣ କରନ୍ତି । ଭାରତୀୟ ଉପମହାଦ୍ଵୀପରେ ଏମାନେ ଘଞ୍ଚ ଜଙ୍ଗଲ, ପତଳା ଜଙ୍ଗଲ; ଏପରିକି ସହର ଆଖାପାଖି ଅଞ୍ଚଳରେ ମଧ୍ୟ ବସବାସ କରନ୍ତି । ଅଧିକାଂଶ ସ୍ଥାନରେ ହନୁ ମାଙ୍କଡ଼ମାନେ ସମୁଦ୍ର ପତନରୁ ନିମ୍ନ-ମଧ୍ୟମ ଉଚ୍ଚତାରେ ରହୁଥିବା ବେଳେ, ହିମାଳୟ ଅଞ୍ଚଳରେ ନେପାଳୀ ହନୁ ମାଙ୍କଡ଼କାଶ୍ମୀରୀ ହନୁ ମାଙ୍କଡ଼ ପ୍ରାୟ ୪୦୦୦ ମିଟର୍ (୧୩୦୦୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ଦେଖାଯାନ୍ତି । [୫][୬]

ଶ୍ରେଣୀ ବିଭାଗ[ସମ୍ପାଦନା]

କର୍ଣ୍ଣାଟକର ନାଗାରହୋଳେ ଜାତୀୟ ଉଦ୍ୟାନରେ ଏକ ହନୁ ମାଙ୍କଡ଼

ପାରମ୍ପରିକ ଭାବେ କେବଳ Semnopithecus entellusକୁ ଏକ ପ୍ରଜାତି ରୂପେ ଓ ଅନ୍ୟ ସବୁ ଶ୍ରେଣୀଙ୍କୁ ଉପ-ପ୍ରଜାତି ଭାବେ ଅଭିହିତ କରାଯାଉଥିଲା । ୨୦୦୧ ମସିହାରୁ ୭ଟି ଭିନ୍ନ ପ୍ରକାରର ହନୁ ମାଙ୍କଡ଼ଙ୍କୁ ସ୍ଵତନ୍ତ୍ର ପ୍ରଜାତିର ମାନ୍ୟତା ମିଳିଲା । [୨] ୨୦୦୫ ମସିହାରେ ପ୍ରକାଶିତ ଈଂରାଜୀ ପୁସ୍ତକ Mammal Species of the World (ଅର୍ଥାତ୍ ବିଶ୍ଵର ସ୍ତନ୍ୟପାୟୀ ପ୍ରଜାତିଗଣ)ରେ ଏହି ଶ୍ରେଣୀ ବିଭାଗ ଅନୁସୃତ ହୋଇଥିଲା [୧] କିନ୍ତୁ ପ୍ରଜାତିଙ୍କୁ ଭୌଗୋଳିକ ଦୃଷ୍ଟିକୋଣରୁ ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ଶ୍ରେଣୀରେ ବିଭକ୍ତ କଲା ପରେ ସାତୋଟି ଉପ-ଶ୍ରେଣୀଭାବେ ପ୍ରଦର୍ଶିତ କରାଯାଇଛି । [୩] ଜେନେଟିକ୍ ଗବେଷଣାରୁ ଉତ୍ତର ଭାରତରେ ୩ଟି ପ୍ରଜାତି, ଦକ୍ଷିଣ ଭାରତର ଗୋଟିଏ ପ୍ରଜାତି ଓ ଶ୍ରୀଲଙ୍କାର ଗୋଟିଏ ପ୍ରଜାତି ସମସ୍ତେ ସ୍ଵତନ୍ତ୍ର ବୋଲି ପ୍ରମାଣିତ ହୋଇଛି । [୪][୭]

କେଶରଯୁକ୍ତ ହନୁ ମାଙ୍କଡ଼ (ବା Semnopithecus priam thersites) ଏକ ଉପ-ପ୍ରଜାତି ନୁହେଁ ବରଂ ସ୍ଵତନ୍ତ୍ର ପ୍ରଜାତି ବୋଲି ପ୍ରସ୍ତାବ ଦିଆ ଯାଇଛି କିନ୍ତୁ ଏହାର କୌଣସି ଦୃଢ଼ ପ୍ରମାଣ ମିଳି ପାରିନାହିଁ । [୮] ବାହ୍ୟ ଆକୃତି ବିଜ୍ଞାନ ଓ ଭାରତୀୟ ଉପମହାଦ୍ଵୀପର ପରିସ୍ଥିତିକ ମଡେଲ୍ ଭିତ୍ତିରେ ହନୁ ମାଙ୍କଡ଼ମାନେ ସ୍ଵତନ୍ତ୍ର ପ୍ରକାର ୬ଟି ଉପ-ପ୍ରଜାତିର ହୋଇପାରନ୍ତି ବୋଲି କୁହାଯାଇଛି । ପାରିବେଶିକ ନମନୀୟତା କାରଣରୁ ଲୋମର ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବାରୁ ଏହାକୁ ଭିତ୍ତି କରି ପ୍ରଜାତିଙ୍କ ଶ୍ରେଣୀ ବିଭାଗ କରିବା ତ୍ରୁଟିପୂର୍ଣ୍ଣ ହୋଇପାରେ । [୯] [୧୦]

Trachypithecusକୁ Semnopithecusର ଉପ-ଶ୍ରେଣୀ ରୂପେ ପରିଗଣିତ କରାଯିବା ଉଚିତ୍ ବୋଲି କେହି କେହି ପ୍ରସ୍ତାବ ରଖିଛନ୍ତି । [୩] ବାଇଗଣୀମୁହାଁ ହନୁ ମାଙ୍କଡ଼ ଓ ନୀଳଗିରି ହନୁ ମାଙ୍କଡ଼ଙ୍କ ପୂର୍ବପୁରୁଷ ଭିନ୍ନ ବୋଲି ବିବେଚନା କଲେ ସେମାନଙ୍କୁ Trachypithecus ପରିବର୍ତ୍ତେ Semnopithecus ଶ୍ରେଣୀଭୁକ୍ତ କରିବା ଠିକ୍ ହେବ । ବର୍ତ୍ତମାନ ସମୟରେ ଟୋପିବାଲା ହନୁ ମାଙ୍କଡ଼, ସର୍ଟ୍‍ରିଜ୍‍ଙ୍କ ହନୁ ମାଙ୍କଡ଼ ଓ ଜିସ୍ ସୁନେଲି ହନୁ ମାଙ୍କଡ଼ଙ୍କୁ ନେଇ ଗଠିତ T. pileatus ଶ୍ରେଣୀ mtDNAର ତଥ୍ୟାନୁସାରେ Semnopithecus ଶ୍ରେଣୀର ଓ Y chromosomeର ତଥ୍ୟାନୁସାରେ Trachypithecus ଶ୍ରେଣୀର ବୋଲି ନିରୂପିତ ହୋଇଥିବାରୁ ବିବାଦ ସୃଷ୍ଟି ହୋଇଛି । [୪]

Mammal Species of the World ପୁସ୍ତକର ଲେଖକମାନେ Semnopithecus ଶ୍ରେଣୀର ନିମ୍ନ ୭ଟି ପ୍ରଜାତି ନିରୂପିତ କରିଛନ୍ତି। [୧] ଶ୍ରୀଲଙ୍କାର ଗୋଟିଏ ପ୍ରକାରର ହନୁ ମାଙ୍କଡ଼କୁ Trachypithecus ଶ୍ରେଣୀରୁ Semnopithecusକୁ ସ୍ଥାନାନ୍ତରିତ ହୋଇଥିବାରୁ ବର୍ତ୍ତମାନ ୮ଟି ପ୍ରଜାତି ଚିହ୍ନଟ ହୋଇଛି ।

ଅଧିବାସ ଓ ଭୌଗୋଳିକ ବିତରଣ[ସମ୍ପାଦନା]

ଉତ୍ତରରେ ହିମାଳୟରୁ ଆରମ୍ଭ କରି ଦକ୍ଷିଣରେ ଶ୍ରୀଲଙ୍କା ଯାଏଁ ଓ ପୂର୍ବରେ ବଙ୍ଗଳାଦେଶରୁ ଆରମ୍ଭ କରି ପଶ୍ଚିମରେ ପାକିସ୍ତାନ ପର୍ଯ୍ୟନ୍ତ ହନୁ ମାଙ୍କଡ଼ମାନେ ବ୍ୟାପ୍ତ । [୧୧] ସେମାନେ ଆଫଗାନିସ୍ତାନରେ ରହିଥିବାର ସମ୍ଭାବନା ମଧ୍ୟ ରହିଛି । [୩] ସମୁଦାୟ ହନୁ ମାଙ୍କଡ଼ମାନଙ୍କ ସଂଖ୍ୟାର ଏକ ସିଂହ ଭାଗ ଭାରତରେ ଦେଖିବାକୁ ମିଳେ ଓ ଭାରତରେ ଏମାନଙ୍କ ସାତୋଟି ଯାକ ଉପ-ପ୍ରଜାତି ଊଣା-ଅଧିକେ ବସବାସ କରନ୍ତି । [୨]

ହନୁ ମାଙ୍କଡ଼ମନେ ଭିନ୍ନ ଭିନ୍ନ ପାରିବେଶିକ ଅବସ୍ଥା ଓ ଅଧିବାସରେ ଖାପ ଖୁଆଇ ଚଳିବା ଦେଖାଯାଇଛି । [୧୨] ସେମାନେ ମରୁଭୂମି ପରି ଶୁଷ୍କ, କ୍ରାନ୍ତୀୟ ବୃଷ୍ଟିବଣ, ପର୍ଣ୍ଣମୋଚୀ ଅରଣ୍ୟ; ଏପରିକି ପାର୍ବତ୍ୟାଞ୍ଚଳରେ ମଧ୍ୟ ଦୃଶ୍ୟମାନ ହୁଅନ୍ତି । ସମୁଦ୍ର ପତନରୁ ୪୦୦୦ ମିଟର୍ (୧୩୦୦୦ ଫୁଟ୍) ଉଚ୍ଚ ସ୍ଥାନରେ ମଧ୍ୟ ସେମାନେ ଦେଖାଯାନ୍ତି । [୫][୬] ଗାଁ, ସହର ପରି ଜନବସତି ପୂର୍ଣ୍ଣ ଅଞ୍ଚଳରେ ଓ ଚାଷବାସ ହେଉଥିବା ସ୍ଥାନରେ ମଧ୍ୟ ଏମାନେ ଆରାମରେ ଜୀବନଯାପନ କରି ପାରନ୍ତି । [୧୩] ଯୋଧପୁର ପରି ଲୋକାକୀର୍ଣ୍ଣ ନଗରରେ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ହନୁ ମାଙ୍କଡ଼ ବସବାସ କରନ୍ତି । [୧୪]

ଗଠନ ଓ ପ୍ରକୃତି[ସମ୍ପାଦନା]

ହନୁ ମାଙ୍କଡ଼ମାନଙ୍କ ଲୋମ ପ୍ରାୟତଃ ଧୁସରିଆ ରଙ୍ଗର (କେତେକ କ୍ଷେତ୍ରରେ ଈଷତ୍ ହଳଦିଆ ରଙ୍ଗର), ମୁହଁ ଓ କାନ କଳା ରଙ୍ଗର ହୋଇଥାଏ । ହାତ-ପାଦର ରଙ୍ଗ, ଦେହର ରଙ୍ଗ, କେଶର ଓ ବାଳ ଭିତ୍ତିରେ ହନୁ ମାଙ୍କଡ଼ର ଉପ-ପ୍ରଜାତିମାନଙ୍କୁ ଚିହ୍ନଟ କରାଯାଇଥାଏ । [୨][୩] ପ୍ରାୟତଃ ଉତ୍ତର ଭାରତର ସମସ୍ତ ହନୁ ମାଙ୍କଡ଼ ଚାଲିବା ବେଳେ ତାଙ୍କ ଲାଙ୍ଗୁଡ଼ ମୁଣ୍ଡ ଆଡ଼କୁ ବୁଲି ପଡ଼େ । ଅପର ପକ୍ଷେ ଦକ୍ଷିଣ ଭାରତ ବା ଶ୍ରୀଲଙ୍କାର ହନୁ ମାଙ୍କଡ଼ମାନଙ୍କ ଲାଙ୍ଗୁଡ଼ ଈଂରାଜୀ ଅକ୍ଷର “S” ବା ଓଲଟା “U” ପରି ହୋଇଥାଏ । [୧୫] ଶାରୀରିକ ଗଠନ ଦୃଷ୍ଟିରୁ ଅଣ୍ଡିରା ମାଙ୍କଡ଼ମାନେ ମାଈ ମାଙ୍କଡ଼ମାନଙ୍କଠାରୁ ବଡ଼ ଆକାରର । ମୁଣ୍ଡକୁ ମିଶାଇ ଦେହର ଲମ୍ଵ ୫୧-୭୯ ସେ.ମି. (୨୦-୩୧ ଇଞ୍ଚ୍) ଏବଂ ଲମ୍ଵା ଲାଞ୍ଜକୁ ମିଶାଇ ପ୍ରାୟ ୬୯-୧୦୨ ସେ.ମି. (୨୭-୪୦ ଇଞ୍ଚ୍) । [୧୬] ଦକ୍ଷିଣ ଭାରତର ହନୁ ମାଙ୍କଡ଼ମାନେ ଉତ୍ତର ଭାରତର ହନୁ ମାଙ୍କଡ଼ମାନଙ୍କଠାରୁ ଆକାରରେ ସାମାନ୍ୟ ଛୋଟ । ଏକ ନେପାଳୀ ହନୁ ମାଙ୍କଡ଼ ବର୍ତ୍ତମାନ ସୁଦ୍ଧା ପରିଲକ୍ଷିତ ସବୁଠାରୁ ଅଧିକ ଓଜନିଆ ହନୁ ମାଙ୍କଡ଼ ଥିଲା ଓ ଏହାର ଓଜନ ପ୍ରାୟ ୨୬.୫ କି.ଗ୍ରା. (୫୮ ପାଉଣ୍ଡ୍) ଥିଲା । [୩] ବଡ଼ ଆକାରର ହନୁ ମାଙ୍କଡ଼ ଏସିଆରେ ଦେଖା ଯାଉଥିବା ଅନ୍ୟ ପ୍ରଜାତିର ବଡ଼ ମାଙ୍କଡ଼ମାନଙ୍କ ପ୍ରତିଦ୍ଵନ୍ଦୀ ରୂପେ ଉଭା ହୋଇଛନ୍ତି । ଏକ ଅଣ୍ଡିରା ହନୁ ମାଙ୍କଡ଼ର ହାରାହାରି ଓଜନ ୧୮ କି.ଗ୍ରା. (୪୦ ପାଉଣ୍ଡ) ଓ ମାଈ ହନୁ ମାଙ୍କଡ଼ର ହାରାହାରି ଓଜନ ୧୧ କି.ଗ୍ରା. (୨୪ ପାଉଣ୍ଡ) ହୋଇଥାଏ । [୧୬]

ଗଛରୁ ଗଛକୁ ଡେଉଁଥିବା ଏକ ହନୁ ମାଙ୍କଡ଼

ନିଜର ଦୁଇ ହାତ ଓ ଦୁଇ ଗୋଡ଼ର ବ୍ୟବହାର କରି ହନୁ ମାଙ୍କଡ଼ମାନେ ଚାଲନ୍ତି । ଏମାନଙ୍କ ଗୋଟିଏ ଦିନର ଅଧା ସମୟ ଗଛ ଉପରେ ଓ ଅଧା ସମୟ ଭୂମିରେ ଅତିବାହିତ ହୋଇଥାଏ । ସେମାନେ ଦୁଇ ଗୋଡ଼ରେ ଡେଇଁ ପାରନ୍ତି ଓ ସିଧା ଶରୀରରେ ଗଛ ଚଢ଼ି ଓ ଓହ୍ଲାଇ ପାରନ୍ତି । ହନୁ ମାଙ୍କଡ଼ମାନେ ଭୂମି ସହ ସମାନ୍ତରାଳ ଭାବେ ପ୍ରାୟ ୩.୭-୪.୬ ମିଟର୍ (୧୨-୧୫ ଫୁଟ୍) ଓ ଉଚ୍ଚ ସ୍ଥାନରୁ ଓହ୍ଲାଇବା ବେଳେ ୧୦.୭-୧୨.୨ ମିଟର୍ (୩୫-୪୦ ଫୁଟ୍) ଲମ୍ଵା ଲମ୍ଫ ପ୍ରଦାନ କରିପାରନ୍ତି । [୧୭]

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ହନୁ ମାଙ୍କଡ଼ମାନେ ଦିବାଚର । ରାତିରେ ଏମାନେ ଗଛ ଉପରେ, ଉଚ୍ଚ ଅଟ୍ଟାଳିକାର ଛାତ ଉପରେ, ଖୁଣ୍ଟରେ, ଦୁର୍ଗ ବା ମୀନାର ଉପରେ ଶୋଇଥାନ୍ତି । [୧୮] ଏମାନେ ଗଛର ସବୁଠାରୁ ଉଚ୍ଚ ଡାଳରେ ଶୋଇବା ପସନ୍ଦ କରନ୍ତି । [୧୯]

ବଣରେ ହରିଣ ଓ ଗୋଜାତୀୟ ବନ୍ୟପ୍ରାଣୀମାନେ ହନୁ ମାଙ୍କଡ଼ ଗଛ ଉପରୁ ପକାଇ ଦେଉଥିବା ଖାଦ୍ୟ ମଧ୍ୟ ଖାଇଥାନ୍ତି ।[୨୦] ବଣରେ ମହାବଳ ବାଘ, କଲରାପତରିଆ ବାଘ, ବଳିଆ କୁକୁର ହନୁ ମାଙ୍କଡ଼କୁ ନିଜ ଖାଦ୍ୟଭାବେ ଶିକାର କରିଥାନ୍ତି । [୨୧] ତେଣୁ ବଣରେ ହନୁ ମାଙ୍କଡ଼ମାନେ ଖୁବ୍ ସତର୍କତାର ସହିତ ଚଳନ୍ତି । ସବୁ ହନୁ ମାଙ୍କଡ଼ ଦଳରେ ପାଳି କରି ଜଣେ ଜଗୁଆଳୀର ଭୂମିକା ଗ୍ରହଣ କରେ । ଦଳର ସଦସ୍ୟମାନେ ଯେଉଁ ସ୍ଥାନରେ ଖାଦ୍ୟାହରଣ ବା ଖେଳକୁଦ କରୁଥାନ୍ତି, ପ୍ରହରୀ ହନୁ ମାଙ୍କଡ଼ଟି ସେହି ସ୍ଥାନର ସବୁଠାରୁ ଉଚ୍ଚ ଡାଳରେ ବସି ଜଙ୍ଗଲରେ ଚତୁର୍ଦିଗ ଉପରେ ଦୃଷ୍ଟି ରଖିଥାଏ । ଅତି ଉଚ୍ଚରୁ କୌଣସି ହିଂସ୍ର ଜନ୍ତୁ ବା ମନୁଷ୍ୟ ସେମାନଙ୍କ ଗଛ ଆଡ଼କୁ ଆସୁଥିଲେ ଭୁକିବା ପରି ବା ଖିଙ୍କାରି ଓ ହାତ ଗଛଡାଳରେ ବାଡେଇ ଦଳର ଅନ୍ୟ ସଦସ୍ୟମାନଙ୍କୁ ସତର୍କ କରିଦିଏ । ଜଙ୍ଗଲ ବିଶେଷଜ୍ଞମାନେ ଏହାକୁ “ଲଂଗୁରମାନଙ୍କ ସତର୍କ ସୂଚନା” କୁହନ୍ତି । ହରିଣ ଓ ଗୋଜାତୀୟ ଜୀବମାନେ ହନୁ ମାଙ୍କଡ଼ଙ୍କ ନିକଟରେ ନିରାପଦରେ ଚରି ବୁଲିବାର ଏହା ଏକ ଅନ୍ୟତମ କାରଣ । ଗଧିଆ, ବିଲୁଆଅଜଗର ପରି ସାପମାନେ ମଧ୍ୟ ହନୁ ମାଙ୍କଡ଼ମାନଙ୍କୁ ଶିକାର କରିବା ଦେଖାଯାଇଛି ।

ଖାଦ୍ୟ[ସମ୍ପାଦନା]

ହନୁ ମାଙ୍କଡ଼ମାନେ ପ୍ରାୟତଃ ନିରାମିଶାଷୀ । ଏମାନେ ଫଳ, ଏପରିକି ପାଇନ୍ ଓ ଝାଉଁ ପରି ଶୁଙ୍କଯୁକ୍ତ ଗଛର ଫଳ, କଞ୍ଚା ଫଳ, ସାଗୁଆ ଡାଙ୍ଗ, ବାଉଁଶ, କରଡ଼ି, ଚେରମୂଳ, ମଞ୍ଜି, ଘାସ, କନ୍ଦ, ଶିଉଳି, ଫିମ୍ପି ଇତ୍ୟାଦି ଖାଦ୍ୟ ଭାବେ ଆହରଣ କରିବା ଦେଖାଯାଇଛି । ଏମାନଙ୍କ ପ୍ରଥମ ପସନ୍ଦ ଗଛର ପତ୍ର ଓ ତାହା ନଥିଲେ ଏମାନେ ଜଡ଼ିବୁଟି, ଘାସ ଖାଇବା ପସନ୍ଦ କରନ୍ତି । କେଉଁ କେଉଁ ସ୍ଥାନରେ ଏମାନେ ଊଈ, ସମ୍ଵାଳୁଆ ଓ ବୁଢ଼ିଆଣୀ ଜାଲ ଖାଇବା ମଧ୍ୟ ଦେଖାଯାଇଛି । [୨୨] ଚାଷ ଜମିରୁ ଫସଲ ଓ ଅନ୍ୟାନ୍ୟ ମନୁଷ୍ୟୋପଯୋଗୀ ଖାଦ୍ୟ ଏମାନେ ଛଡ଼ାଇ ନେଇଯିବାର ନଜୀର ରହିଛି ଓ ମନୁଷ୍ୟ ହାତରୁ ଖାଦ୍ୟ ଖାଇବାର ଦୃଷ୍ଟାନ୍ତ ମଧ୍ୟ ରହିଛି । [୨୩] ହନୁ ମାଙ୍କଡ଼ମାନେ କ୍ଵଚିତ୍ ପାଣି ପିଅନ୍ତି; କାରଣ ତାଙ୍କ ଶରୀରର ଅଧିକାଂଶ ଜଳୀୟ ଅଂଶ ସେମାନେ ନିଜ ଖାଦ୍ୟରୁ ପାଇଯାନ୍ତି । [୨୪]

ସାମାଜିକ ବ୍ୟବହାର[ସମ୍ପାଦନା]

ମୁଦୁମଲାଇ ଜାତୀୟ ଉଦ୍ୟାନର ଏକ ହନୁ ମାଙ୍କଡ଼ ଦଳ
ଘରର ପଥର କାନ୍ଥ ଉପରେ ବସିଥିବା ହନୁ ମାଙ୍କଡ଼

ହନୁ ମାଙ୍କଡ଼ମାନଙ୍କୁ ୩ ପ୍ରକାରର ଦଳରେ ବସବାସ କରିବା ଦେଖାଯାଇଛି:

  • ଏକ-ଅଣ୍ଡିରା ଦଳ : ଏପରି ଦଳରେ ଗୋଟିଏ ମାତ୍ର ବୟସ୍କ ଅଣ୍ଡିରା ମୁଖିଆ ମାଙ୍କଡ଼ ରହିଥାଏ ଓ ତାହା ସହିତ ଅନେକ ମାଈ ତଥା ଶିଶୁ ମାଙ୍କଡ଼ ରୁହନ୍ତି
  • ବହୁ-ଅଣ୍ଡିରା ଦଳ : ଏପରି ଦଳରେ ଭିନ୍ନ ଭିନ୍ନ ବୟସର ଅନେକ ଅଣ୍ଡିରା ଓ ମାଈ ମାଙ୍କଡ଼ ଦେଖିବାକୁ ମିଳନ୍ତି
  • ସବୁ-ଅଣ୍ଡିରା ଦଳ : ଏପରି ଦଳରେ ମାଈ ମାଙ୍କଡ଼ ନଥାନ୍ତି । [୨୫][୨୬]

ସବୁ-ଅଣ୍ଡିରା ଦଳର ସଦସ୍ୟ ସଂଖ୍ୟା କମ୍ ହୋଇପାରେ ଓ ଏଥିରେ ଭିନ୍ନ ବୟସର ଅଣ୍ଡିରା ମାଙ୍କଡ଼ ଥାଇପାରନ୍ତି । ମିଶ୍ରିତ ବହୁ-ଅଣ୍ଡିରା ଓ ଏକ–ଅଣ୍ଡିରା ଦଳ ଅଧିକାଂଶରେ ଦେଖିବାକୁ ମିଳେ ।[୨୫]

କେତେକ ଦୃଷ୍ଟାନ୍ତରୁ ଜାଣିବାକୁ ମିଳିଛି ଯେ ବଳ-ପୂର୍ବକ ଅନ୍ୟ ଦଳକୁ ଅକ୍ତିଆର କରିବା ସମୟରେ ସାମୟିକ ଭାବେ ବହୁ-ଅଣ୍ଡିରା ଦଳମାନ ଗଢ଼ି ଉଠେ କିନ୍ତୁ ସମୟ କ୍ରମେ ଏହା ବିଭାଜିତ ହୋଇ ଏକ-ଅଣ୍ଡିରା ଓ ସବୁ-ଅଣ୍ଡିରା ଦଳ ତିଆରି ହୁଏ ।[୨୭]

ସବୁ ପ୍ରକାରର ଦଳରେ ସାମାଜିକ ଅନୁକ୍ରମ ରହିଥାଏ । [୨୮][୨୯] ସବୁ-ଅଣ୍ଡିରା ଦଳରେ ସଂଘର୍ଷରେ ବିଜୟ ହାସଲ କରି ଦଳ ଉପରେ ପ୍ରଭୁତ୍ଵ ଓ ଏକାକୀ ମାଈ ମାଙ୍କଡ଼ ସହିତ ସଂଭୋଗର ଅଧିକାର ହାସଲ କରାଯାଏ । [୩୦] ଯଦି ଦଳରେ ଅନେକ ପ୍ରଜନନକ୍ଷମ ମାଈ ମାଙ୍କଡ଼ ଥାନ୍ତି, ତେବେ ମାଈ ମାଙ୍କଡ଼ମାନଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଓ ବୟସକୁ ଆଧାର କରି କ୍ରମ ନିର୍ଦ୍ଧାରିତ ହୋଇଥାଏ ।[୩୧][୩୨] ଯୁବାବସ୍ଥାରେ ରହିଥିବା ମାଈ ମାଙ୍କଡ଼ମାନେ ତାଙ୍କ ଦଳରେ ଉଚ୍ଚ କ୍ରମରେ ରହିଥାନ୍ତି । ଉଚ୍ଚ କ୍ରମର ମାଙ୍କଡ଼ମାନେ ନିଜ ପ୍ରଭୁତ୍ଵ ପ୍ରଦର୍ଶନ କରି ଦେଖାଇ ହେବା ଓ ଅନ୍ୟମାନଙ୍କୁ ବାରମ୍ଵାର ସତର୍କତା ସୂଚନାପୂର୍ବକ ଜଣାଇବା ସବୁ ଦଳରେ ଏକ ଦୈନନ୍ଦିନ ଘଟଣା । [୨୯] ଦଳ ଅଧିକାର ବା ବଦଳି ହେଲେ ଅଣ୍ଡିରା ମାଙ୍କଡ଼ମାନଙ୍କ ଅନୁକ୍ରମରେ ସର୍ବାଧିକ ପରିବର୍ତ୍ତନ ଦେଖାଦିଏ । ନିର୍ଦ୍ଦିଷ୍ଟ ମାଙ୍କଡ଼ଟିଏ ୪୫ ଦିନ ପର୍ଯ୍ୟନ୍ତ ଏକ-ଅଣ୍ଡିରା ଦଳର ମୁଖିଆ ହୋଇ ରହିପାରେ । [୩୩] ଦଳର ଗଠନ ଅନୁସାରେ ଏହାର ମୁଖିଆ କେତେ ଶୀଘ୍ର ପରିବର୍ତ୍ତନ ହେବ ତାହା ନିର୍ଭର କରେ । [୩୪]

ଏକ ଦଳର ଏକାଧିକ ମାଈ ମାଙ୍କଡ଼ ଗୋଟିଏ ମା’ଠାରୁ ଜନ୍ମ ଗ୍ରହଣ କରିଥାଇ ପାରନ୍ତି ଓ ପରସ୍ପରର ଭଉଣୀ ପରି । ବଡ଼ ଦଳରେ ଏହାର ସମ୍ଭାବନା କମ୍ ।[୨୬][୩୧] ମାଈ ମାଙ୍କଡ଼ମାନଙ୍କ ମଧ୍ୟରେ ସାଧାରଣତଃ ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ଦେଖିବାକୁ ମିଳେ । ସେମାନେ ପରସ୍ପର ସହିତ ଖାଦ୍ୟ ଅନ୍ଵେଷଣ, ଯାତ୍ରା ଓ ବିଶ୍ରାମ କରିଥାନ୍ତି । କ୍ରମ ନିର୍ବିଶେଷରେ ସେମାନେ ପରସ୍ପରର ଯତ୍ନ ନେଇଥାନ୍ତି । କିନ୍ତୁ ସର୍ବୋଚ୍ଚ-କ୍ରମର ମାଈମାନେ ବଳ-ପୂର୍ବକ ଅନ୍ୟ ମାଈ ମାଙ୍କଡ଼ମାନଙ୍କଠାରୁ ଯତ୍ନ ଓ ସେବା ଲାଭ କରିଥାନ୍ତି । [୩୫] ମାଈ ମାଙ୍କଡ଼ମାନେ ଅଣ୍ଡିରା ମାଙ୍କଡ଼ମାନଙ୍କ ଯତ୍ନ ଓ ସେବା କରୁଥିବା ବେଳେ ଏହାର ବିପରୀତ ଖୁବ୍ କମ୍ ଦେଖିବାକୁ ମିଳେ । [୩୬] ଅଣ୍ଡିରା ଓ ମାଈମାନଙ୍କ ସମ୍ପର୍କ ପ୍ରାୟତଃ ଭଲ ହିଁ ଥାଏ । ଦୁଇଟି ଅଣ୍ଡିରା ମାଙ୍କଡ଼ ମଧ୍ୟରେ ଥିବା ସମ୍ପର୍କ ଶାନ୍ତିପୂର୍ଣ୍ଣ ବା ପରସ୍ପରର ଘୋର ବିରୋଧୀ ମଧ୍ୟ ହୋଇପାରେ । ମାଈମାନେ ଗୋଟିଏ ଦଳରେ ରହିବା ପସନ୍ଦ କରୁଥିବା ବେଳେ ଅଣ୍ଡିରା ମାଙ୍କଡ଼ମାନେ ପୂର୍ଣ୍ଣ ବିକଶିତ ହେଲା ପରେ ଦଳ ଛାଡ଼ି ଚାଲିଯାଆନ୍ତି । [୨୬] ଦୁଇଟି ଅଜଣା ଦଳ ମଧ୍ୟରେ ସର୍ବଦା ପ୍ରତିଦ୍ଵନ୍ଦିତା ଓ ବିରୋଧାଭାସ ଦେଖିବାକୁ ମିଳେ । ଉଚ୍ଚ କ୍ରମର ଅଣ୍ଡିରାମାନେ ଅନ୍ୟ ଦଳକୁ ଶବ୍ଦ, ଭାବଭଙ୍ଗୀର ପ୍ରଦର୍ଶନ କରି ଓ ପରସ୍ପର ମଧ୍ୟରେ ଲଢ଼େଇ କରି ଡରାଇବାକୁ ଚେଷ୍ଟା କରନ୍ତି ।

ପ୍ରଜନନ ଓ ଶିଶୁ ପାଳନ[ସମ୍ପାଦନା]

ମହାରାଷ୍ଟ୍ରର ମାଥେରାନ୍‍ର ଏକ ହନୁ ମାଙ୍କଡ଼
ବାଲ୍ୟାବସ୍ଥାରେ ଥିବା ଏକ ହନୁ ମାଙ୍କଡ଼
କେଶରଯୁକ୍ତ ହନୁ ପ୍ରଜାତିର ଏକ ମାଈ ଓ ଶିଶୁ ମାଙ୍କଡ଼
ନବଜାତ ଶାବକ ସହିତ ମାଈ ହନୁ ମାଙ୍କଡ଼

ଏକ-ଅଣ୍ଡିରା ଦଳରେ ଅଣ୍ଡିରା ମୁଖିଆ ମାଙ୍କଡ଼ ଦଳର ସବୁ ମାଈଙ୍କ ସହିତ ପ୍ରଜନନ ପ୍ରକ୍ରିୟାରେ ଲିପ୍ତ ଥାଏ । ବହୁ-ଅଣ୍ଡିରା ଦଳରେ ଉଚ୍ଚ-କ୍ରମର ଅଣ୍ଡିରା ମାଙ୍କଡ଼ମାନେ ମୁଖ୍ୟତଃ ଶିଶୁମାନଙ୍କ ପିତା ହୋଇଥାନ୍ତି , ତା’ପରେ ନିମ୍ନ ପଦସ୍ଥ ଅଣ୍ଡିରାମାନଙ୍କୁ ସୁଯୋଗ ମିଳେ ଓ ସମୟେ ସମୟେ ବାହାର ଦଳର ଅଣ୍ଡିରାମାନେ ମଧ୍ୟ ପ୍ରଜନନ ପ୍ରକ୍ରିୟାରେ ଯୋଗଦାନ କରନ୍ତି । [୩୭] ଉଚ୍ଚ-କ୍ରମର ମାଈ ମାଙ୍କଡ଼ମାନେ ଦଳର ନିମ୍ନ-କ୍ରମର ମାଈମାନଙ୍କ ତୁଳନାରେ ଅଧିକ ପ୍ରଜନନକ୍ଷମ । [୩୨]

ମାଈ ମାଙ୍କଡ଼ମାନେ ପ୍ରଜନନଶୀଳ ହେବାର ପ୍ରଦର୍ଶନ ନ କଲେ ମଧ୍ୟ ଅଣ୍ଡିରା ମାଙ୍କଡ଼ମାନେ କେଉଁ କେଉଁ ମାଈ ମାଙ୍କଡ଼ ପ୍ରଜନନୋପଯୋଗୀ ତାହା ଜାଣି ପାରନ୍ତି ।[୩୮] ମାଈ ମାଙ୍କଡ଼ମାନେ ମୁଣ୍ଡ ହଲାଇ, ଲାଞ୍ଜ ତଳକୁ କରି ବା ନିଜର ପଶ୍ଚାତ୍ ଭାଗ ଦେଖାଇ ଅଣ୍ଡିରା ମାଙ୍କଡ଼କୁ ପ୍ରେମ କରିବାର ସହମତି ପ୍ରଦାନ କରନ୍ତି । [୩୯] ଅବଶ୍ୟ ଏପରି ଭାବଭଙ୍ଗୀ ସର୍ବଦା ରତିକ୍ରୀଡ଼ାରେ ସମାପ୍ତ ହୁଏ ବୋଲି କହି ହେବ ନାହିଁ । ହନୁ ମାଙ୍କଡ଼ମାନେ ପ୍ରେମକ୍ରୀଡ଼ାରେ ମଜ୍ଜି ରହିଥିବା ବେଳେ ଦଳର ଅନ୍ୟ ସଦସ୍ୟମାନେ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଥାନ୍ତି ।[୩୩] ମାଈ ମାଙ୍କଡ଼ମାନେ ମଧ୍ୟ କ୍ରୀଡ଼ାଭଙ୍ଗୀରେ ଅନ୍ୟ ମାଈ ମାଙ୍କଡ଼ ଉପରକୁ ଚଢ଼ିଥାନ୍ତି ।[୪୦]

ଯୋଧପୁର ଅଞ୍ଚଳରେ ହନୁ ମାଙ୍କଡ଼ମାନଙ୍କ ଗର୍ଭଧାରଣ ସମୟ ପ୍ରାୟ ୨୦୦ ଦିନ । କେତେକ ଅଞ୍ଚଳରେ ହନୁ ମାଙ୍କଡ଼ମାନେ ବର୍ଷ ତମାମ ପ୍ରଜନନ କରୁଥାନ୍ତି । [୩୯] ମନୁଷ୍ୟ ଆଖରେ ପାଖରେ ରହୁଥିବା ହନୁ ମାଙ୍କଡ଼ଙ୍କଠାରେ ଏହି ପ୍ରବୃତ୍ତି ଦେଖିବାକୁ ମିଳେ । ଅନ୍ୟ ହନୁ ମାଙ୍କଡ଼ମାନେ ପ୍ରଜନନ ଋତୁ ଅନୁଯାୟୀ ପ୍ରଜନନ କରିଥାନ୍ତି । [୩୩]

ଶିଶୁ ହତ୍ୟା ହନୁ ମାଙ୍କଡ଼ମାନଙ୍କ ଏକ ସାଧାରଣ ପ୍ରବୃତ୍ତି । କୌଣସି ଅଣ୍ଡିରା ମାଙ୍କଡ଼ ଏକ ଦଳର ମୁଖିଆକୁ ଘଉଡ଼ାଇ ନୂଆ ମୁଖିଆ ହେଲେ ସେ ଦଳର ସମସ୍ତ ଶାବକଙ୍କୁ ହତ୍ୟା କରିଦେଇଥାଏ । ନିଜଠାରୁ ଜାତ ଶାବକ ଛଡ଼ା ଏହି ଅଣ୍ଡିରାମାନେ ଅନ୍ୟ ସବୁ ଶାବକଙ୍କ ହତ୍ୟା କରିପକାନ୍ତି ।[୪୧] ଏକ ସମୟରେ କେବଳ ଜଣେ ଅଣ୍ଡିରା ପ୍ରେମ ଅଧିକାର ପାଉଥିବାରୁ ଏକ-ଅଣ୍ଡିରା ଦଳରେ ଶିଶୁ ହତ୍ୟା ସର୍ବାଧିକ ପରିଲକ୍ଷିତ ହୁଏ । ବହୁ-ଅଣ୍ଡିରା ଦଳରେ କେହି ଅଣ୍ଡିରା ଶିଶୁ ହତ୍ୟାର ମନ ବଳାଇଲେ ମଧ୍ୟ ଶିଶୁମାନଙ୍କୁ ନିଜ ପିତାଠାରୁ ସୁରକ୍ଷା ମିଳୁଥିବାରୁ ଓ ଅନେକ ଅଣ୍ଡିରା ମାଙ୍କଡ଼ଙ୍କ ଉପସ୍ଥିତିରେ ପ୍ରେମ କରିବାର ଅଧିକାର ମିଳିବା କଷ୍ଟ ହୋଇଥିବାରୁ ଶିଶୁ ମୃତ୍ୟୁ ହାର କମିଯାଏ । ଶାବକର ହତ୍ୟା କଲେ ମାଈ ମାଙ୍କଡ଼ ପୁଣି ପ୍ରଜନନୋପଯୋଗୀ ହୋଇଥାଏ ଓ ରତିକ୍ରୀଡ଼ାର ସୁଯୋଗ ସୃଷ୍ଟି ହୁଏ ବୋଲି ଅଣ୍ଡିରା ମାଙ୍କଡ଼ମାନେ ଶାବକଙ୍କୁ ହତ୍ୟା କରନ୍ତି । [୪୨]

ସାଧାରଣତଃ ମାଈ ମାଙ୍କଡ଼ମାନେ ଗୋଟିଏ ବା ଅତି ବେଶୀରେ ଯମଜ ସନ୍ତାନଙ୍କୁ ଜନ୍ମ ଦିଅନ୍ତି । ପ୍ରାୟତଃ ରାତ୍ରି ସମୟରେ ଶାବକମାନେ ଜନ୍ମ ହୋଇଥାନ୍ତି । [୪୩] ନବଜାତ ଶିଶୁମାନ ପତଳା, ଗାଢ଼ ମାଟିଆ/କଳା/ଅବସନ୍ନ ପୀତ ରଙ୍ଗର ହୋଇଥାନ୍ତି । ଶାବକମାନେ ଜନ୍ମର ପ୍ରଥମ ସପ୍ତାହ ନିଜ ମା’କୁ ଜାବୁଡ଼ି ଧରି ରୁହନ୍ତି, ମା’ଠାରୁ ସ୍ତନ୍ୟପାନ କରନ୍ତି ଓ ଶୋଇ ରୁହନ୍ତି । [୪୪] ଜୀବନର ପ୍ରଥମ ଦୁଇ ସପ୍ତାହ ସେମାନେ ବେଶୀ ଚଳପ୍ରଚଳ ହୁଅନ୍ତି ନାହିଁ । ଜନ୍ମର ଷଷ୍ଠ ସପ୍ତାହ ବେଳକୁ ଏମାନେ ନାନା ଶବ୍ଦ କରିବା ଆରମ୍ଭ କରନ୍ତି । [୪୫] ସେମାନେ ଭୟରେ ଚିତ୍କାର କରି ନିଜ ମନ ଅବସ୍ଥା ଜଣାନ୍ତି । ପରବର୍ତ୍ତୀ ମାସମାନଙ୍କରେ ଶିଶୁମାନେ ଚାରି ଗୋଡ଼ ସହାୟତାରେ ଚଲାବୁଲା କରିବା ଆରମ୍ଭ କରନ୍ତି ଓ ଦ୍ଵିତୀୟ-ତୃତୀୟ ମାସ ବେଳକୁ ଧାଇଁବା, କୁଦିବା, ଲମ୍ଫ ମାରିବା ଆରମ୍ଭ କରନ୍ତି । ସମଗ୍ର ଦଳ ଶିଶୁମାନଙ୍କୁ ମିଳିମିଶି ଲାଳନପାଳନ କରନ୍ତି, ଅନ୍ୟ ମାଙ୍କଡ଼ମାନେ ଦୁଇ ବର୍ଷ ହେଲେ ଶାବକଙ୍କୁ ପାଳନରେ ସହଯୋଗ କରନ୍ତି ଓ ଅନ୍ୟ ମାଈ ମାଙ୍କଡ଼ଙ୍କ ତତ୍ତ୍ଵାବଧାନରେ ରୁହନ୍ତି । ଅଧିକାଂଶ ସମୟରେ ମା’ ମରିଗଲେ ଶିଶୁ ମଧ୍ୟ ମୃତ୍ୟୁବରଣ କରିଥାଏ ।[୪୪] ହନୁ ମାଙ୍କଡ଼ମାନେ ୧୩ ମାସରେ ମା’ କ୍ଷୀର ଖାଇବା ଛାଡ଼ି ଦିଅନ୍ତି ।

ଶବ୍ଦ ସଂକେତ[ସମ୍ପାଦନା]

ହନୁ ମାଙ୍କଡ଼ମାନେ ବିଭିନ୍ନ ପ୍ରକାରର ଶବ୍ଦ ଓ ଧ୍ଵନିଦ୍ଵାରା ଯୋଗାଯୋଗ ବା କଥୋପକଥନ କରିଥାନ୍ତି :[୪୬][୪୭]

  • ବଡ଼ ପାଟିରେ “ହୁ-ହୁ” ଶବ୍ଦ କରି ଅନ୍ୟମାନଙ୍କ ସାମନାରେ ନିଜର ପ୍ରଭୁତ୍ଵ ପ୍ରଦର୍ଶନ କରିବା;
  • କର୍କଷ ଭୁକିବା ବା ଖିଙ୍କାରିବା ଶବ୍ଦଦ୍ଵାରା ଆଗନ୍ତୁକ ହିଂସ୍ରଜନ୍ତୁ ବିଷୟରେ ସତର୍କ ସୂଚନା ଦେବା;
  • କାଶ ସଦୃଶ ଭୁକି ଦଳକୁ ଆଗକୁ ବଢ଼ିବାର ସୂଚନା ବା ଆଦେଶ ଦେବା;
  • ଝଗଡ଼ା ସମୟରେ ବା ଦଳ ଆଗକୁ ବଢ଼ିବା ବେଳେ ଅସନ୍ତୋଷଜନକ କାମ କରୁଥିବା ସଦସ୍ୟ ଉପରେ ରାଗରେ ଗରଗର ହୋଇ ଭୁକିବା;
  • ରାଗରେ ଚପା ଗଳାରେ ଘୁଡ଼ୁରୁ ଘୁଡ଼ୁରୁ ହେବା;
  • ଦୁଇଟି ଦଳ ପରସ୍ପର ସହିତ କଥା ହେବା ବେଳେ ଧଁସଁ ହେଲା ଭଳି ଭୁକିବା;
  • ବିଭିନ୍ନ ପରିସ୍ଥିତିରେ ଗରଗର ହେବା ଭଳି ଧ୍ଵନି;
  • ଦୁଇଟି ଦଳ ପରସ୍ପର ସହିତ କଥା ହେବା ବେଳେ “ହଂକ୍-ହଂକ୍” ଧ୍ଵନି କରିବା;
  • ମିଳନ, ଆଲିଙ୍ଗନ ବା ଉପରେ ଚଢ଼ିବା ବେଳେ ଘୁଡ଼ୁରୁ ଘୁଡ଼ୁରୁ ହେବା;
  • ଅନ୍ୟ ଏକ ଦଳର ସନ୍ଧାନ ପାଇଲେ ହାକୁଟି ମାରିଲା ଭଳି ଶବ୍ଦ କରିବା ।

ସଂରକ୍ଷଣ ସ୍ଥିତି[ସମ୍ପାଦନା]

କେତେକ ଅଞ୍ଚଳରେ ହନୁ ମାଙ୍କଡ଼ମାନଙ୍କ ସଂଖ୍ୟା ପ୍ରାୟ ସ୍ଥିର ରହିଥିବା ବେଳେ ଆଉ କେତେକ ସ୍ଥାନରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । [୪୮] ଉଭୟ କୃଷ୍ଣପଦ ହନୁ ମାଙ୍କଡ଼କାଶ୍ମୀରୀ ହନୁ ମାଙ୍କଡ଼ଙ୍କ ସ୍ଥିତି ସଙ୍କଟାପନ୍ନ ଅବସ୍ଥାରେ ରହିଛି । [୬][୪୯] ସମୁଦାୟ ୨୫୦ ସଂଖ୍ୟାବିଶିଷ୍ଟ କାଶ୍ମୀରୀ ହନୁ ମାଙ୍କଡ଼, ହନୁ ମାଙ୍କଡ଼ମାନଙ୍କର ଏକ ଅତି ବିରଳ ଉପ-ପ୍ରଜାତି ଅଟନ୍ତି ।[୬]

ଭାରତରେ ହନୁ ମାଙ୍କଡ଼ମାନଙ୍କ ସଂଖ୍ୟା ପ୍ରାୟ ୩୦୦୦୦୦ । [୫୦] ହନୁ ମାଙ୍କଡ଼ଙ୍କୁ ଧରିବା ବା ଶିକାର କରିବା ଭାରତୀୟ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ, କିନ୍ତୁ ତଥାପି ଭାରତର କିଛି ଅଞ୍ଚଳରେ ଏମାନଙ୍କର ଶିକାର କରାଯାଏ । [୯] ଏପରି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇ ପାରିନାହିଁ ଓ ଅଧିକାଂଶ ଲୋକ ମଧ୍ୟ ଏହି ଆଇନ ସମ୍ପର୍କରେ ଜାଣି ନାହାନ୍ତି । [୫୧] ଏତତ୍ ବ୍ୟତୀତ ଖଣି, ବଣନିଆଁ ଓ ଜଙ୍ଗଲ ଉଚ୍ଛେଦ ଯୋଗୁଁ ଏହି ମାଙ୍କଡ଼ମାନଙ୍କ ସଂଖ୍ୟା ହ୍ରାସ ପାଉଛି । [୫୨]

ହନୁ ମାଙ୍କଡ଼ମାନେ ସଡ଼କ କଡ଼ରେ ଚଳପ୍ରଚଳ କରିବା ଓ ଗାଡ଼ି ତଳେ ଆସି ଦୁର୍ଘଟଣାରେ ପ୍ରାଣ ହରାଇବା ମଧ୍ୟ ଦେଖାଯାଇଛି । ଏହା ସଂରକ୍ଷିତ ଅଞ୍ଚଳରେ ମଧ୍ୟ ଘଟିବାର ଦେଖାଯାଏ; ରାଜସ୍ଥାନର କୁମ୍ଭାଲଗଡ଼ ବନ୍ୟଜନ୍ତୁ ଅଭୟାରଣ୍ୟରେ ହନୁ ମାଙ୍କଡ଼ ମୃତ୍ୟୁର ଏକ-ଚତୁର୍ଥାଂଶ ମୃତ୍ୟୁର କାରଣ ହେଉଛି ସଡ଼କ ଦୁର୍ଘଟଣା । [୫୩] ହିନ୍ଦୁମାନେ ହନୁ ମାଙ୍କଡ଼କୁ ଏକ ପବିତ୍ର ଜୀବଭାବେ ପରିଗଣିତ କରିଥାନ୍ତି । ତେଣୁ ହିନ୍ଦୁ ପୂଜକମାନେ କେତେକ ମନ୍ଦିର ପାଖରେ ଏମାନଙ୍କୁ ରଖିବା ଦେଖାଯାଇଛି । ଆଉ କେତେକ ଲୋକ ଭାଗ୍ୟୋଦୟ ତଥା ବିପଦରୁ ଦୂରେଇ ରହିବା ପାଇଁ ହନୁ ମାଙ୍କଡ଼ଙ୍କ ଶରୀରର ଅଂଶକୁ ତାବିଜ ଆକାରରେ ଧାରଣ କରନ୍ତି, ସେମାନଙ୍କ ମାଂସ ଖାଆନ୍ତି ଓ ସେମାନଙ୍କ ଶରୀରର ଅଂଶରୁ ଔଷଧ ତିଆରି କରନ୍ତି । [୫୪]

ସୂର୍ଯ୍ୟଙ୍କୁ ଫଳ ଭାବି ହନୁମାନଙ୍କ ଲମ୍ଫ ପ୍ରଦାନର ଏକ ଚିତ୍ର

ହନୁ ମାଙ୍କଡ଼ମାନେ ପବିତ୍ର ବୋଲି ଧାର୍ମିକ ବିଶ୍ଵାସ ରହିଥିବାରୁ ଓ ଏହି ମାଙ୍କଡ଼ମାନେ ଅତି ଆକ୍ରାମକ ହୋଇନଥିବାରୁ ଏମାନଙ୍କୁ ପୋଷା ମନାଇ ବା ବାନ୍ଧି ରଖାଯାଏ ନାହିଁ । କିନ୍ତୁ ମାଙ୍କଡ଼ମାନଙ୍କ କାର୍ଯ୍ୟକଳାପ ଯୋଗୁଁ ଅନେକ ସ୍ଥାନରେ ଏହି ଉଦାର ମନୋଭାବରେ ବ୍ୟତିକ୍ରମ ଦେଖାଦିଏ । ହନୁ ମାଙ୍କଡ଼ମାନେ ଦଳବଦ୍ଧ ଭାବେ ଫସଲ ଖାଇଯାଆନ୍ତି ଓ ଘରେ ପଶି ମନୁଷ୍ୟଙ୍କ ଖାଦ୍ୟ ଲୁଟି ନେଇଯାନ୍ତି । ତେଣୁ କେତେକ କ୍ଷେତ୍ରରେ ଲୋକେ ଏମାନଙ୍କୁ ଆକ୍ରମଣ କରିବା ଦେଖାଯାଏ । [୫୫] ମନ୍ଦିରରେ ମଣିଷମାନେ ହନୁ ମାଙ୍କଡ଼ଙ୍କୁ ଖୁଆଉଥିବା ବେଳେ ହନୁ ମାଙ୍କଡ଼ ଘରେ ପଶିଲେ ସମାନ ସହିଷ୍ଣୁତା ଦେଖାନ୍ତି ନାହିଁ । [୫୬] ସହରାଞ୍ଚଳରେ ହନୁ ମାଙ୍କଡ଼ମାନେ ଖାଦ୍ୟ ଚୋରି କରିବା, ଖାଦ୍ୟ ଛଡ଼ାଇ ନେବା, ଖାଦ୍ୟ ପାଇଁ ମଣିଷଙ୍କୁ କାମୁଡ଼ିବା ପରି କାର୍ଯ୍ୟକଳାପ ମଣିଷଙ୍କୁ ଏମାନଙ୍କ ବିରୋଧରେ ଉତ୍ତ୍ୟକ୍ତ କରାଇବାର ଅନ୍ୟତମ କାରଣ । [୫୭]

କିମ୍ଵଦନ୍ତୀ, ସଂସ୍କୃତି ଓ ସାଧାରଣ ଜୀବନରେ ହନୁ ମାଙ୍କଡ଼[ସମ୍ପାଦନା]

ଉଜ୍ଜୟିନୀର କାଳ-ଭୈରବୀ ମନ୍ଦିରରେ ଭକ୍ତମାନେ ହନୁ ମାଙ୍କଡ଼ଙ୍କୁ ଖୁଆଉଛନ୍ତି

ରାମାୟଣମହାଭାରତ କାବ୍ୟର ହନୁମାନ ଚରିତ୍ର ଜଣେ ବାନର ଥିଲେ । ହିନ୍ଦୁ ଧର୍ମାବଲମ୍ଵୀମାନେ ହନୁମାନଙ୍କୁ ପ୍ରଭୁ ଶ୍ରୀରାମଙ୍କ ଶ୍ରେଷ୍ଠ ଭକ୍ତ ତଥା ଭଗବାନ ଶିବଙ୍କ ଅବତାର ରୂପେ ପୂଜା କରିଥାନ୍ତି । ବାଲ୍ୟକାଳରେ ଉଦିତ ସୂର୍ଯ୍ୟଙ୍କୁ ଫଳ ଭାବି ଅଞ୍ଜନେୟ ତାଙ୍କୁ ଖାଇଦେବା ପାଇଁ ମହାକାଶକୁ ଲମ୍ଫ ପ୍ରଦାନ କରିଥିଲେ । ସୂର୍ଯ୍ୟଦେବଙ୍କ ଅନୁରୋଧ କ୍ରମେ ଦେବରାଜ ଇନ୍ଦ୍ର ଅଞ୍ଜନେୟଙ୍କୁ ରୋକିବା ପାଇଁ ବଜ୍ରର ପ୍ରୟୋଗ କରିଥିଲେ । ଏହି ବଜ୍ରର ପ୍ରୟୋଗରେ ଅଞ୍ଜନେୟଙ୍କ ଥୋଡ଼ିର ହାଡ଼ ବା ହନୁ ହାଡ଼ ଭାଙ୍ଗିଯାଇଥିବାରୁ ପରବର୍ତ୍ତୀ ସମୟରେ ସେ “ହନୁମାନ” ନାମରେ ଖ୍ୟାତ ହୋଇଥିଲେ । ହନୁମାନଙ୍କୁ ବଳ, ଶକ୍ତି ତଥା ସଙ୍କଟ ମୋଚକ ସ୍ଵରୂପରେ ହିନ୍ଦୁମାନେ ପୂଜା କରନ୍ତି । ଏପରି ଧାର୍ମିକ ବିଶ୍ଵାସ ଯୋଗୁଁ ଅନେକ ସ୍ଥାନରେ ମଣିଷମାନେ ହନୁ ମାଙ୍କଡ଼ମାନଙ୍କୁ ପବିତ୍ର ବୋଲି ଭାବନ୍ତି ଓ ସେମାନଙ୍କୁ ଖାଦ୍ୟ ଖୁଆଇଥାନ୍ତି । କର୍ଣ୍ଣାଟକର ବିଦର ଗଡ଼ରେ, ଉଜ୍ଜୈନର କାଳ ଭୈରବୀ ମନ୍ଦିରରେ ଭକ୍ତମାନେ ହନୁ ମାଙ୍କଡ଼ମାନଙ୍କୁ ଖୁଆଇବା ଦେଖିବାକୁ ମିଳେ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Groves, C. P. (୨୦୦୫). Wilson, D. E.; Reeder, D. M, eds. Mammal Species of the World (୩rd ed.). Baltimore: Johns Hopkins University Press. pp. ୧୭୪–୧୭୫. OCLC ୬୨୨୬୫୪୯୪. ISBN ୦-୮୦୧-୮୮୨୨୧-୪. 
  2. ୨.୦ ୨.୧ ୨.୨ ୨.୩ Groves C. (2001). Primate taxonomy. Smithsonian Institution Press. ISBN 1-56098-872-X
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Brandon-Jones D (2004). "A taxonomic revision of the langurs and leaf monkeys (Primates: Colobinae) of South Asia" (PDF). Zoos' Print Journal 19 (8): 1552–1594. doi:10.11609/jott.zpj.971.1552-94. 
  4. ୪.୦ ୪.୧ ୪.୨ Osterholz, M.; Walter, L. & Roos, C. (2008). "Phylogenetic position of the langur genera Semnopithecus and Trachypithecus among Asian colobines, and genus affiliations of their species groups". BMC Evolutionary Biology 8: 58. PMC 2268674. PMID 18298809. doi:10.1186/1471-2148-8-58. 
  5. ୫.୦ ୫.୧ Kumar, A.; Yongzu, Z. & Molur, S. (2008). "Semnopithecus schistaceus". The IUCN Red List of Threatened Species (IUCN) 2008: e.T39840A10275563. doi:10.2305/IUCN.UK.2008.RLTS.T39840A10275563.en. Retrieved 24 December 2017. 
  6. ୬.୦ ୬.୧ ୬.୨ ୬.୩ Groves, C.P. & Molur, S. (2008). "Semnopithecus ajax". The IUCN Red List of Threatened Species (IUCN) 2008: e.T39833A10274370. doi:10.2305/IUCN.UK.2008.RLTS.T39833A10274370.en. Retrieved 24 December 2017. 
  7. Karanth, P. (2010). "Molecular systematics and conservation of the langurs and leaf monkeys of South Asia". Journal of Genetics 89 (4): 393–399. doi:10.1007/s12041-010-0057-3. 
  8. Molur, S.; Singh, M. & Kumar, A. (2008). "Semnopithecus priam". The IUCN Red List of Threatened Species (IUCN) 2008: e.T135440A4128558. doi:10.2305/IUCN.UK.2008.RLTS.T135440A4128558.en. Retrieved 24 December 2017. 
  9. ୯.୦ ୯.୧ Nag, C.; Karanth, P. (2011). "Taxonomic Implications of a Field Study of Morphotypes of Hanuman Langurs (Semnopithecus entellus) in Peninsular India." (PDF). International Journal of Primatology 32 (4): 830–848. doi:10.1007/s10764-011-9504-0. 
  10. Nag, C.; Praveen, K. K.; Vasudeva, G. K. (2014). "Delineating Ecological Boundaries of Hanuman Langur Species Complex in Peninsular India Using MaxEnt Modeling Approach". PLoS ONE 9 (2): e87804. Bibcode:2014PLoSO...987804C. PMC 3912124. PMID 24498377. doi:10.1371/journal.pone.0087804. 
  11. Roonwal, M.L., Mohnot, S.M. (1977) Primates of South Asia: ecology, sociobiology, and behavior. Harvard University Press, Cambridge (MA)
  12. Oppenheimer, J.R. (1977) "Presbytis entellus, the Hanuman langur". In: Rainier III (Grimaldi) Prince of Monaco, Bourne, G.H. (eds.) Primate conservation. New York: Academic Press ISBN 0-12-576150-3
  13. Bennett, E.L., Davies, A.G. (1994) "The ecology of Asian colobines". In: Davies, A.G., Oates, J.F. (eds.) Colobine monkeys: their ecology, behaviour and evolution. Cambridge University Press. pp. 129–171 ISBN 0-521-33153-6.
  14. Waite, T.A.; Chhangani, A.K.; Campbell, L.G.; Rajpurohit, L.S.; Mohonot, S.M. (2007). "Sanctuary in the city: urban monkeys buffered against catastrophic die-off during ENSO-related drought". EcoHealth 4 (3): 278–286. doi:10.1007/s10393-007-0112-6. 
  15. Roonwal, M.L (୧୯୮୪). Tail form and carriage in Asian and other primates, and their behavioral and evolutionary significance. Current primate research. Jodhpur University Press. pp. ୯୩–୧୫୧. 
  16. ୧୬.୦ ୧୬.୧ Burnie D and Wilson DE (Eds.), Animal: The Definitive Visual Guide to the World's Wildlife. DK Adult (2005), ISBN 0-7894-7764-5
  17. Ripley S. (1967). "The leaping of langurs: a problem in the study of locomotor adaptation". Am J Phys Anthropol 26 (2): 149–70. doi:10.1002/ajpa.1330260206. 
  18. Sharma SK (2002). "High-tension electric poles used as a night roost by troops of Hanuman langur Presbytes [sic] entellus at Nahargarh Wildlife Sanctuary, Jaipur". J Bombay Nat Hist Soc 99 (1): 103. 
  19. Ramakrishnan U, Coss RG (2001). "A comparison of the sleeping behavior of three sympatric primates". Folia Primatol 72 (1): 51–3. PMID 11275752. doi:10.1159/000049922. 
  20. Punekar, S.A. (2002). "Some food plants of Hanuman langur Semnopithecus entellus (Dufresne) in the western Ghats of Maharashtra, India" (PDF). Zoos' Print Journal 17 (6): 797–801. doi:10.11609/jott.zpj.17.6.797-801. 
  21. Boggess, JE. (1976) "Social behavior of the Himalayan langur (Presbytis entellus) in eastern Nepal". PhD dissertation, University of California, Berkeley.
  22. Srivastava, A. (1991). "Insectivory and its significance to langur diets". Primates 32 (2): 237–241. doi:10.1007/BF02381181. 
  23. Vogel, C. (1977) "Ecology and sociology of Presbytis entellus. In: Prasad, M.R.N., Anand Kumar, T.C. (eds.) Use of non-human primates in biomedical research. International Symposium held in New Delhi, India, November 1975. Indian National Science Academy, New Delhi. pp. 24–45.
  24. Starin, E.D. (1978). "A preliminary investigation of home range use in the Gir Forest langur". Primates 19 (3): 551–568. doi:10.1007/BF02373316. 
  25. ୨୫.୦ ୨୫.୧ Rajpurohit, L.S. (1992). "Origin and composition of the unisexual unit — an all-male band in Hanuman langur, Presbytis entellus, around Jodhpur, India". Prim Rep 34: 47–52. 
  26. ୨୬.୦ ୨୬.୧ ୨୬.୨ Newton P. (1994). "Social stability and change among forest Hanuman langurs (Presbytis entellus)". Primates 35 (4): 489–498. doi:10.1007/BF02381957. 
  27. Mathur, R.; Manohar, B.R. (1990). "Density of Macaca mulatta and Presbytis entellus in the old city of Jaipur: a three year survey". Applied Animal Behaviour Science 27 (4): 351–361. doi:10.1016/0168-1591(90)90130-6. 
  28. Srivastava, A.; Mohnot, S.M. (1992). "Existence of multimale troops and their transformation into unimale troops in Hanuman langurs". Prim Rep 34: 71–75. 
  29. ୨୯.୦ ୨୯.୧ Rajpurohit, D.S.; Rajpurohit, L.S. (2005). "Displacement interactions-the determinants of dominance hierarchy in Hanuman langur, Semnopithecus entellus around Jodhpur (India)". Journal Adv Zoology 26 (2): 64–68. 
  30. Rajpurohit, L.S.; Chhangani, A.K.; Rajpurohit, R.S.; Bhaker, N.R.; Rajpurohit, D.S.; Sharma, G. (2008). "Recent observation on resident male change followed by infanticide in Hanuman langurs (Semnopithecus entellus) around Jodhpur". Prim Rep 75: 33–40. 
  31. ୩୧.୦ ୩୧.୧ Koenig, A. (2000). "Competitive regimes in forest-dwelling Hanuman langur females (Semnopithecus entellus)". Behav Ecol Sociobiol 48 (2): 93–109. doi:10.1007/s002650000198. 
  32. ୩୨.୦ ୩୨.୧ Borries, C.; Sommer, V.; Srivastava, A. (1991). "Dominance, age, and reproductive success in free-ranging female Hanuman langurs (Presbytis entellus)". Int J Primatology 12 (3): 231–257. doi:10.1007/BF02547586. 
  33. ୩୩.୦ ୩୩.୧ ୩୩.୨ Newton, P.N. (1987). "The social organization of Hanuman langurs (Presbytis entellus)". International Journal of Primatology 8 (3): 199–232. doi:10.1007/BF02735173. 
  34. Rajpurohit, L.S.; Chhangani, A.K.; Rajpurohit, R.S.; Mohnot, S.M. (2003). "Observation of a sudden resident-male replacement in a unimale bisexual troop of Hanuman langurs, Semnopithecus entellus, around Jodhpur (India)". Folia Primatol 74 (2): 85–87. PMID 12778910. doi:10.1159/000070002. 
  35. Borries, C.; Sommer, V.; Srivastava, A. (1994). "Weaving a tight social net: allogrooming in a free-ranging female langurs (Presbytis entellus)". International Journal of Primatology 15 (3): 421–443. doi:10.1007/BF02696102. 
  36. Ahsan, M.F.; Khan, M.A.R. (2006). "Eco-ethology of the common langur Semnopithecus entellus (Dufresne) in Bangladesh". University Journal of Zoology, Rajshahi University 25: 3–10. doi:10.3329/ujzru.v25i0.317. 
  37. Launhardt, K.; Borries, C.; Hardt, C.; Epplen, J.T.; Winkler, P. (2001). "Paternity analysis of alternative male reproductive routes among the langurs (Semnopithecus entellus) of Ramnagar". Animal Behaviour 61 (1): 53–64. PMID 11170696. doi:10.1006/anbe.2000.1590. 
  38. Ostner, J.; Chalise, M.K.; Koenig, A.; Launhardt, K.; Nikolei, J.; Podzuweit, D.; Borries, C. (2006). "What hanuman langur males know about female reproductive status". American Journal of Primatology 68 (7): 701–712. PMID 16786522. doi:10.1002/ajp.20260. 
  39. ୩୯.୦ ୩୯.୧ Sommer, V.; Srivastava, A.; Borries, C. (1992). "Cycles, sexuality, and conception in free-ranging langurs (Presbytis entellus)". American Journal of Primatology 28 (1): 1–27. doi:10.1002/ajp.1350280102. 
  40. Sommer, V., Schauer, P., Kyriazis, D. (2006) "A wild mixture of motivations: same-sex mounting in Indian langur monkeys". In: Sommer, V., Vasey, P.L. (eds.) Homosexual behaviour in animals: an evolutionary perspective. Cambridge University Press. pp. 238–372 ISBN 0-521-86446-1.
  41. Borries, C., Koenig A. (2000) "Infanticide in hanuman langurs: social organization, male migration, and weaning age". In: van Schaik, C.P., Janson, C.H. (eds.) Infanticide by males and its implications. Cambridge University Press. pp. 99–122 ISBN 0-521-77498-5.
  42. Borries, C. (1997). "Infanticide in Seasonally Breeding Multimale Groups of Hanuman Langurs" (Presbytis entellus) in Ramnagar". Behavioral Ecology and Sociobiology 41 (3): 139–150. doi:10.1007/s002650050373. 
  43. Agoramoorthy, G. (1992). "Reproductive biology of the Hanuman langur Presbytis entellus in Jodhpur, western India". Journal of the Bombay Natural History Society 89 (1): 84–93. 
  44. ୪୪.୦ ୪୪.୧ Sugiyama Y. (1965). "Behavioral development and social structure in two troops of Hanuman langurs (Presbytis entellus)". Primates 6 (2): 213–247. doi:10.1007/BF01730967. 
  45. Dolhinow, P.; Murphy, G. (1982). "Langur monkey (Presbytis entellus) development: the first 3 months of life". Folia Primatologica 39 (3–4): 305–331. doi:10.1159/000156082. 
  46. Bhaker, N.R.; Rajpurohit, D.S.; Rajpurohit, LS. (2004). "Vocalization in Hanuman langur, Semnopithecus entellus around Jodhpur, Rajasthan". Uttar Pradesh Journal of Zoology 24 (3): 227–233. 
  47. Hohmann, G. (1989). "Comparative study of vocal communication in two Asian leaf monkeys, Presbytis johnii and Presbytis entellus". Folia Primatologica 52 (1–2): 27–57. doi:10.1159/000156380. 
  48. Srinivasulu C, Nagulu V (2001). "Status of primates in Andhra Pradesh". ENVIS Bull: Wildl Protec Area 1 (1): 109–12. 
  49. Singh, M. & Molur, S. (2008). "Semnopithecus hypoleucos". The IUCN Red List of Threatened Species (IUCN) 2008: e.T39838A10275235. doi:10.2305/IUCN.UK.2008.RLTS.T39838A10275235.en. Retrieved 24 December 2017. 
  50. Mukherjee RP (2001). "Status and conservation of non-human primates in India". ENVIS Bull: Wildl Protec Area 1 (1): 136–7. 
  51. Choudhury A. (2001). "Primates in northeast India: an overview of their distribution and conservation status". ENVIS Bull: Wildl Protec Area 1 (1): 92–101. 
  52. Rao RJ, Bhatnagar A (2001). "Primates of the Amarkantak forests, Madhya Pradesh". ENVIS Bull: Wildl Protec Area 1 (1): 120–3. 
  53. Chhangani AK (2004). "Killing of Hanuman langur (Semnopithecus entellus) in road accidents in Kumbhalgarh Wildlife Sanctuary, Rajasthan, India". Prim Rep 69: 49–57. 
  54. Ahmed A. (2001). "Illegal trade, and utilization of primates in India" (PDF). ENVIS Bull:Wildl Protec Area 1 (1): 177–84. 
  55. Chaudhuri S, Murmu A, Talukder B, Alfred JR (2004). "A population survey of Hanuman langurs in the district of Purulia, west Bengal". Rec Zool Surv India 103 (3–4): 47–54. 
  56. Manohar BR. (1999) "Jaipur monkeys-perspective of ecology and management". Sharma BD, editor. Indian wildlife resources ecology and development. Daya Pub House: Delhi. pp. 153–7 ISBN 81-7035-202-9.
  57. Pirta RS, Gadgil M, Kharshikar AV (1997). "Management of the rhesus monkey Macaca mulatta and Hanuman langur Presbytis entellus in Himachal Pradesh, India". Biol Conserv 79 (1): 97–106. doi:10.1016/0006-3207(95)00131-X. 

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]