ବୋନ୍ନେଟ୍ ମାଙ୍କଡ଼

ଉଇକିପିଡ଼ିଆ ରୁ
Jump to navigation Jump to search
ବୋନ୍ନେଟ୍ ମାଙ୍କଡ଼ (Bonnet Macaque)
Bonnet macaque in anaimalai tiger reserve JEG9050.jpg
ତାମିଲନାଡ଼ୁର ଆନ୍ନାମଲାଇ ଜାତୀୟ ଉଦ୍ୟାନର ଏକ ବୋନ୍ନେଟ୍ ମାଙ୍କଡ଼
Conservation status
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Mammalia
ଗଣ: Primates
କୁଳ: Cercopithecidae
ପ୍ରଜାତି: Macaca
ଜାତି: M. radiata
ବାଇନୋମିଆଲ ନାମ
ମକାକା ରେଡ଼ିଆଟା (Macaca radiata)
(ଅଟିଏନ୍ ଜ୍ୟଫ୍ରି ସେଣ୍ଟ୍ ହିଲାଏର୍, ୧୮୧୨)
Bonnet Macaque area.png
ବୋନ୍ନେଟ୍ ମାଙ୍କଡ଼ମାନଙ୍କ ବ୍ୟାପ୍ତି
Synonyms
  • diluta Pocock, ୧୯୩୧

ବୋନ୍ନେଟ୍ ମାଙ୍କଡ଼ (ଈଂରାଜୀରେ bonnet macaque)କୁ ଚ୍ୟାମ୍ବର୍ସ୍ ଈଂରାଜୀ ଶବ୍ଦକୋଶରେ “ଜ୍ୟାଟି” ବୋଲି କୁହାଯାଇଛି । [୨] ଏହି ମାଙ୍କଡ଼ର ଜୀବବିଜ୍ଞାନ ନାମ ହେଲା ମକାକା ରେଡ଼ିଆଟା (Macaca radiata) ଓ ଏହା ଦକ୍ଷିଣ ଭାରତରେ ଦେଖାଯାଏ । ଗୋଦାବରୀ ନଦୀତାପ୍ତୀ ନଦୀ ଏହାର ଉତ୍ତର ସୀମା ନିର୍ଦ୍ଧାରଣ କରୁଥିବା ବେଳେ, ଭାରତୀୟ ମହାସାଗର ଏହାର ବ୍ୟାପ୍ତିକ୍ଷେତ୍ରର ଦକ୍ଷିଣ ସୀମା ନିର୍ଦ୍ଧାରଣ କରେ । ଭାରତରେ ଏମାନେ ନିଜର ଅଧିବାସରେ ଏମାନଙ୍କ ପ୍ରତିଦ୍ୱନ୍ଦୀ ନାଲିମୁହାଁ ପାତି ମାଙ୍କଡ଼ ମଧ୍ୟ ବିଚରଣ କରନ୍ତି । [୧][୩][୪] ଗତ କିଛି ଦଶନ୍ଧିରେ ଲୋକଙ୍କଦ୍ୱାରା ଭୂମିର ବ୍ୟବହାରରେ ବହୁତ ପରିବର୍ତ୍ତନ ହୋଇଥିବାରୁ ପାତି ମାଙ୍କଡ଼ମାନଙ୍କ କ୍ଷେତ୍ର ଓ ବୋନ୍ନେଟ୍ ମାଙ୍କଡ଼ମାନଙ୍କ କ୍ଷେତ୍ରର ସୀମା ମଧ୍ୟ ବହୁ ମାତ୍ରାରେ ପରିବର୍ତ୍ତିତ ହୋଇଛି । ଏହା ଯୋଗୁଁ ବୋନ୍ନେଟ୍ ମାଙ୍କଡ଼ମାନଙ୍କ ସଂରକ୍ଷଣ ସ୍ଥିତି ଖରାପ ହୋଇଛି । [୫][୬]

ଏହି ପ୍ରଜାତିର ଆଦି ବାନରମାନେ ଦିବାଚର । [୭] ବୋନ୍ନେଟ୍ ମାଙ୍କଡ଼ମାନଙ୍କ ଶରୀରର ଦୈର୍ଘ୍ୟ ୩୫-୬୦ ସେଣ୍ଟିମିଟର୍ । ଏମାନଙ୍କ ଲାଙ୍ଗୁଡ଼ ପ୍ରାୟ ୩୫-୬୮ ସେ.ମି. ଲମ୍ବା । ଅଣ୍ଡିରା ବୋନ୍ନେଟ୍ ମାଙ୍କଡ଼ମାନେ ୫.୫-୯ କି.ଗ୍ରା. ଓ ମାଈ ମାଙ୍କଡ଼ମାନେ ୩.୫-୪.୫ କି.ଗ୍ରା. ଓଜନର ହୋଇଥାନ୍ତି । ଯନ୍ତାରେ ପାଳିତ ବୋନ୍ନେଟ୍ ମାଙ୍କଡ଼ମାନେ ୩୫ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବା ଦେଖାଯାଇଛି । [୮]

ବୋନ୍ନେଟ୍ ମାଙ୍କଡ଼ମାନେ ଫଳ, ବାଦାମ୍, ମଞ୍ଜି, ଫୁଲ, ଶସ୍ୟ ଓ ଛୋଟ ଅମେରୁଦଣ୍ଡୀ ପ୍ରାଣୀଙ୍କୁ ଖାଦ୍ୟ ଭାବେ ଆହରଣ କରିଥାନ୍ତି । ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ବୋନ୍ନେଟ୍ ମାଙ୍କଡ଼ମାନେ ମଣିଷମାନଙ୍କ ଆଖପାଖରେ ରହିବା ମଧ୍ୟ ଦେଖାଯାଇଛି । ସେମାନେ ମଣିଷମାନଙ୍କଠାରୁ ମିଳୁଥିବା ଖାଦ୍ୟ ଖାଆନ୍ତି, ଖେତ ଓ ଘରେ ପଶି ଖାଦ୍ୟ ଲୁଟି ନେଇଯାନ୍ତି ମଧ୍ୟ । [୯]

ଅଦ୍ୟାବଧି ବୋନ୍ନେଟ୍ ମାଙ୍କଡ଼ର M. r. radiataM. r. diluta ନାମକ ଦୁଇଟି ଉପ-ପ୍ରଜାତି ଚିହ୍ନଟ ହୋଇପାରିଛନ୍ତି । [୩]

ବ୍ୟବହାର[ସମ୍ପାଦନା]

ବୋନ୍ନେଟ୍ ମାଙ୍କଡ଼ କୃଷ୍ଣଚୂଡ଼ା ଫୁଲ ଖାଉଥିବାର ଚିତ୍ର

ବୋନ୍ନେଟ୍ ମାଙ୍କଡ଼ମାନଙ୍କ ଭିନ୍ନ ଭିନ୍ନ ଭାବଭଙ୍ଗୀ ଓ ଠାଣି ସହଜରେ ବାରିହୁଏ । ଦୁଇ ଓଠ ଓ ମାଢ଼ି ମଧ୍ୟରେ ଏମାନେ ବାରମ୍ବାର ନିଜ ଜିଭ ଭିତରକୁ ନେଇ ଓ ପଦାକୁ ବାହାର କରନ୍ତି ଯାହା ଫଳରେ ଏକ ପ୍ରକାରର ଶବ୍ଦ ସୃଷ୍ଟି ହୁଏ । ସଂଘର୍ଷ ପରେ ବା ଉଚ୍ଚ କ୍ରମର ମାଙ୍କଡ଼ମାନଙ୍କୁ ଭୟରେ ଆନୁଗତ୍ୟ ଦେଖାଇବା ବା ମୁଣ୍ଡ ନୁଆଁଇବା ପରି ବ୍ୟବହାର ମଧ୍ୟ ଦେଖାଯାଇଛି । ଅଜଗରକଲରାପତରିଆ ବାଘକୁ ଦୂରରୁ ଦେଖିଲେ ଏମାନେ ସତର୍କ ସୂଚକ ଶବ୍ଦ କରନ୍ତି ।[୧୦][୧୧]

ସାମାଜିକ ବିନ୍ୟାସ[ସମ୍ପାଦନା]

ବୋନ୍ନେଟ୍ ମାଙ୍କଡ଼ମାନଙ୍କ ଦଳରେ ଅନ୍ୟ ମାଙ୍କଡ଼ମାନଙ୍କ ପରି ଅନୁକ୍ରମ ରହିଥାଏ । ଦଳରେ ମୁଖ୍ୟ ଅଣ୍ଡିରା ମାଙ୍କଡ଼ (ଆଲ୍‍ଫା ମେଲ୍)ର ପ୍ରଭୁତ୍ୱ ରହିଥାଏ । ଆଲ୍‍ଫା ଅଣ୍ଡିରା ପରେ ଅନୁକ୍ରମରେ ବିଟା, ଗାମା ଏପରି ଅନ୍ୟ ଅଣ୍ଡିରା ମାଙ୍କଡ଼ ରହିଥାନ୍ତି । ମାଈ ମାଙ୍କଡ଼ମାନଙ୍କ ମଧ୍ୟରେ ଏପରି ଅନୁରୂପ ଅନୁକ୍ରମ ରହିଥାଏ । କିନ୍ତୁ ଦଳରେ ଅଣ୍ଡିରାମାନେ ନିଜର ଅନୁକ୍ରମକୁ ଓ ମାଈମାନେ ନିଜ ଅନୁକ୍ରମକୁ ସମ୍ମାନ ଦିଅନ୍ତି । ଦଳରେ ଅଣ୍ଡିରା ମାଙ୍କଡ଼ମାନେ ମାଈ ମାଙ୍କଡ଼ଙ୍କ ଉପରେ ପ୍ରଭୁତ୍ୱ ରହିଥାଏ । [୧୨]

ମାଈ ମାଙ୍କଡ଼ମାନଙ୍କ ଅନୁକ୍ରମ ପ୍ରାୟତଃ ସବୁବେଳ ପାଇଁ ସମାନ ରହିଥାଏ । କିନ୍ତୁ ଦଳର ଅଣ୍ଡିରାମାନଙ୍କ ଅନୁକ୍ରମରେ ପରିବର୍ତ୍ତନ ହେଉଥାଏ । ଏକ ଅନୁକ୍ରମରେ ନିର୍ଦ୍ଦିଷ୍ଟ ସ୍ଥାନ ଅକ୍ତିଆର କରିବା ପାଇଁ ବା କ୍ରମୋନ୍ନତି ହାସଲ କରିବା ପାଇଁ ଅଣ୍ଡିରା ମାଙ୍କଡ଼ମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗିରହିଥାଏ । ପରିପକ୍ୱତା ଲାଭ କରିଥିବା ବା ଯୌବନାବସ୍ଥାର ଶ୍ରେଷ୍ଠ ସମୟରେ ରହିଥିବା ମାଙ୍କଡ଼ମାନେ ଅନୁକ୍ରମରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥାନ୍ତି ଓ ଦଳର ମାଈ ମାଙ୍କଡ଼ଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରିବାର ଏକଚାଟିଆ ସୁଯୋଗ ଓ ଅଧିକାର ଲାଭ କରନ୍ତି । ମାଈ ମାଙ୍କଡ଼ମାନେ ବର୍ଷର କିଛି ମାସ ପ୍ରଜନନକ୍ଷମ ନଥାନ୍ତି , ଯାହା ଅଣ୍ଡିରାମାନଙ୍କ ମଧ୍ୟରେ ଏପରି ପ୍ରତିଯୋଗିତାର ମୁଖ୍ୟ କାରଣ । ତେଣୁ ଏପରି ଅବସ୍ଥାରେ ପରସ୍ପର ସହିତ ଦ୍ୱନ୍ଦ ବା ଯୁଦ୍ଧରୁ ସାମୟିକ ଭାବେ ବିଜେତା ସ୍ଥିରୀକୃତ ହୋଇଥାଏ । ହେଲେ ପ୍ରତିଯୋଗିତା ବଜାୟ ରହିଥାଏ । ସମୟେ ସମୟେ ଏହି ସଂଘର୍ଷ ଅତି ଭୟଙ୍କର ରୂପ ନିଏ ଯେଉଁଥିରେ ଏକାଧିକ ପ୍ରତିଯୋଗୀ ମୃତ୍ୟୁ ବରଣ କରିପାରନ୍ତି । ଅଣ୍ଡିରା ମାଙ୍କଡ଼ମାନେ ମୁଖିଆ ପଦ ଲାଭ କରିବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣେଇଥାନ୍ତି । ପଦ ଆଶାୟୀ ଦୁଇ ଅଣ୍ଡିରାଙ୍କ ମଧ୍ୟରେ ମେଣ୍ଟ ଏହାର ଏକ ଉଦାହରଣ । ପୁଣି ଅନ୍ୟ ଦଳରେ ଅନୁକ୍ରମରେ ଉପରକୁ ଉଠିବା ସହଜ ହୋଇପାରେ -ଏହି ଆଶାରେ କିଛି ଅଣ୍ଡିରାମାଙ୍କଡ଼ ବାରମ୍ବାର ଦଳ ବଦଳାଉଥାନ୍ତି । ମାଈ ମାଙ୍କଡ଼ମାନଙ୍କ କ୍ଷେତ୍ରରେ ଦଳ ପରିବର୍ତ୍ତନ ହେଉନଥିବାରୁ ଗୋଟିଏ ଦଳରେ ଅନେକ ସମ୍ପର୍କୀୟ ମାଈ ରହିଯାନ୍ତି । ତେଣୁ ମାଈ ମାଙ୍କଡ଼ମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ହୋଇଥାଏ । ସମ୍ପର୍କୀୟଙ୍କ ମଧ୍ୟରେ ନୂଆ ମାଈ ଜନ୍ମ ନିଅନ୍ତି ଯେଉଁମାନେ ସେହି ବୃହତ୍ ପରିବାରର ଅଂଶ ଓ ଏହି କାରଣରୁ ଅନୁକ୍ରମରେ ବେଶୀ ପରିବର୍ତ୍ତନର ସମ୍ଭାବନା ନଥାଏ । ଅବଶ୍ୟ ଅଳ୍ପ କେତେକ କ୍ଷେତ୍ରରେ ଏହି ନିୟମରେ ବ୍ୟତିକ୍ରମ ଘଟିବାର ଉଦାହରଣ ମଧ୍ୟ ରହିଛି ।

ଫଟୋ ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ {{{assessors}}} (2008). Macaca radiata. In: IUCN 2008. IUCN Red List of Threatened Species. Downloaded on 24 Nov 2008.
  2. Chambers English Dictionary
  3. ୩.୦ ୩.୧ Groves, C. P. (2005). Wilson, D. E.; Reeder, D. M (eds.). Mammal Species of the World (3rd ed.). Baltimore: Johns Hopkins University Press. p. 164. OCLC 62265494. ISBN 0-801-88221-4.
  4. Fooden, Jack (1988) Taxonomy and Evolution of the Sinica Group of Macaques: 6. Interspecific Comparisons and Synthesis. Fieldiana Zoology (New Series) 45.
  5. Kumar, R. Radhakrishna; S. Sinha, A (2011). "Of Least Concern? Range Extension by Rhesus Macaques (Macaca mulatta) Threatens Long-Term Survival of Bonnet Macaques (M. radiata) in Peninsular India". International Journal of Primatology. 32 (4): 945. doi:10.1007/s10764-011-9514-y.
  6. Govindarajan, Vinita. "South India is losing its endemic bonnet monkey to an aggressive invader from the north". Scroll.in (in ଇଂରାଜୀ). Retrieved 2017-09-14.
  7. Old World Monkeys Archived June 28, 2012, at the Wayback Machine.. Animalcorner.co.uk (2004-01-01). Retrieved on 2013-04-25.
  8. Brown, M. (2008) Macaca radiata. Animal Diversity Web.
  9. bonnet monkey. Merriam-Webster. Retrieved on 2013-04-25.
  10. Coss, Richard G.; McCowan, Brenda; Ramakrishnan, Uma (2007). "Threat-Related Acoustical Differences in Alarm Calls by Wild Bonnet Macaques (Macaca radiata) Elicited by Python and Leopard Models" (PDF). Ethology. 113 (4): 352. doi:10.1111/j.1439-0310.2007.01336.x.
  11. Friends Help More Promptly, at Least in Monkeys. Sciencedaily.com (2012-07-31). Retrieved on 2013-04-25.
  12. Singh, Mewa; Jeyaraj, Tephillah; Prashanth, U.; Kaumanns, Werner (2010). "Male–Male Relationships in Lion-tailed Macaques (Macaca silenus) and Bonnet, Macaques (Macaca radiata)" (PDF). International Journal of Primatology. 32: 167. doi:10.1007/s10764-010-9448-9. Archived from the original (PDF) on 2014-10-14.

ଆହୁରି ଦେଖନ୍ତୁ[ସମ୍ପାଦନା]

ବଣ ମଣିଷ

ହୁଲକ୍ ଗିବନ୍

ଓରାଂଗୁଟାନ୍