ମସ୍ତିଷ୍କ ସ୍ୱଳ୍ପଅମ୍ଳଜାନ

ଉଇକିପିଡ଼ିଆ‌ରୁ
Cerebral hypoxia
Anoxic brain injury, hypoxic brain injury, hypoxic ischemic encephalopathy
Arteries beneath brain, Circle of Willis
ବିଭାଗCritical care medicine
ଲକ୍ଷଣPoor judgement, memory loss, poor coordination, coma, seizure, brain death[୧]
କାରଣCardiac arrest, drowning, strangulation, choking, suffocation, head trauma, carbon monoxide poisoning, severe anemia, drug overdose, low blood pressure, complications of general anesthesia[୧][୨]
ସଠିକ ରୋଗ ନିର୍ଣ୍ଣୟEpidural bleed, ischemic stroke, post ictal state, traumatic brain injury, subdural bleed[୨]
ଚିକିତ୍ସାDepends on underlying cause, supportive care[୧]
PrognosisOften poor[୨]
ପୁନଃପୌନିକ>50% post cardiac arrest[୨]

ମସ୍ତିଷ୍କ ସ୍ୱଳ୍ପଅମ୍ଳଜାନ ବା ହାଇପୋକ୍ସିଆ (ଇଂରାଜୀ ଭାଷାରେ Cerebral hypoxia) ରୋଗରେ ମସ୍ତିଷ୍କକୁ ଅମ୍ଳଜାନ ଯୋଗାଣ ହ୍ରାସ ହୋଇଥାଏ; ଯଦିଓ ପର୍ଯ୍ୟାପ୍ତ ରକ୍ତ ପ୍ରବାହ ଚାଲୁ ହୋଇଥାଏ ।[୧] ଏହାର ବିପରୀତରେ, "ଆନୋକ୍ସିଆ" ହେଉଛି ଅମ୍ଳଜାନର ସମ୍ପୂର୍ଣ୍ଣ ଅଭାବ ।[୨] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ବିଚାର ତୃଟି, ସମନ୍ୱୟ ଅଭାବ, ସ୍ମୃତି ଶକ୍ତି ହ୍ରାସ, କୋମା, ବାତ ଏବଂ ମସ୍ତିଷ୍କ ମୃତ୍ୟୁହୋଇପାରେ ।[୧]

ସମ୍ଭାବ୍ୟ କାରଣ ମଧ୍ୟରେ ହୃଦ୍‌ରୋଧ, କଣ୍ଠରୋଧ (strangulation), ବୁଡ଼ିଯିବା, ଶ୍ୱାସରୋଧ (choking), ମୁଣ୍ଡ ଆଘାତ , କାର୍ବନ ମନୋକ୍ସାଇଡ ବିଷକ୍ରିୟା, ଗୁରୁତର ରକ୍ତହୀନତା, ମାତ୍ରାଧିକ ଔଷଧ, ନିମ୍ନ ରକ୍ତଚାପ ବା ନିଶ୍ଚେତକ ଜଟିଳତା ଯୋଗୁ ହୋଇଥାଏ ।[୧] [୨] ମସ୍ତିଷ୍କ ଆଘାତକୁ ହାଇପୋକ୍ସିକ୍ ମସ୍ତିଷ୍କ ଆଘାତ କିମ୍ବା ହାଇପୋକ୍ସିକ୍ ଇସକେମିକ୍ ଏନସେଫାଲୋପାଥି (HIE) ଭାବରେ ଜଣାଶୁଣା, କିଛି ମିନିଟ୍ ମଧ୍ୟରେ ହୋଇପାରେ ଏବଂ ସ୍ଥାୟୀ ହୋଇପାରେ ।[୨] [୩]

ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ, କିନ୍ତୁ ସାଧାରଣତଃ ସ‌ହାୟକ ଚିକିତ୍ସାର ଅଧିକ ଆବଶ୍ୟକତା ହୋଇଥାଏ ।[୧] ଏଥିରେ ଯାନ୍ତ୍ରିକ ଭେଣ୍ଟିଲେସନ୍, ଶିରାଭ୍ୟନ୍ତର ତରଳ ପଦାର୍ଥ, ବାତ ହ୍ରାସ ପାଇଁ ଔଷଧ ଏବଂ ରକ୍ତଚାପ ଚିକିତ୍ସା ନିମନ୍ତେ ଔଷଧ ଆବଶ୍ୟକ ହୋଇପାରେ। [୧] ଫଳାଫଳ ମସ୍ତିଷ୍କ କ୍ଷତିର ମାତ୍ରା ଉପରେ ନିର୍ଭର କରେ ଏବଂ ୭୨ଘଣ୍ଟା ଭିତରେ ଏହା ସ୍ପଷ୍ଟ ହୋଇନପାରେ ।[୧] [୨] କୋମାରେ ଥିବା ଲୋକମାନଙ୍କ ମଧ୍ୟରୁ ପ୍ରାୟ ୩୦% ଚେତନା ଫେରି ପାଆନ୍ତି, ୧୦% କୋମାରେ ରହନ୍ତି ଏବଂ ୬୦% ମୃତ୍ୟୁ ବରଣ କରନ୍ତି ।[୨] ଯେଉଁମାନେ ଚେତନା ଫେରି ଆସେ, ସେମାନଙ୍କର ଗତିବିଧି ବ୍ୟାଘାତ ଏବଂ ଜ୍ଞାନଗତ ଅସୁବିଧା ହୁଏ ।[୨]

ହୃଦ୍‌ଘାତ ଯୋଗୁ ପ୍ରାୟ ୫୦% ରୋଗୀଙ୍କର ମସ୍ତିଷ୍କ ସ୍ୱଳ୍ପଅମ୍ଳଜାନ ହୋଇଥାଏ ।[୨] ଏହା ଜନ୍ମ ସମୟରେ ହେଲେ ତାହାକୁ ଜନ୍ମ ଆସଫିକ୍ସିଆ କୁହାଯାଏ, ଏହା ଫଳରେ ନବଜାତକ ହାଇପୋକ୍ସିକ-ଇସକେମିକ ଏନସେଫାଲୋପାଥି ହୋଇପାରେ ।[୪] ବିକାଶଶୀଳ ଦେଶମାନଙ୍କରେ ପ୍ରତି ୧୦୦୦ ସଜୀବ ଜନ୍ମରେ ପ୍ରାୟ ୧.୫ ଜଣକୁ ଏହି ରୋଗ ପ୍ରଭାବିତ କରିଥାଏ ।[୫] ବିକାଶଶୀଳ

ବିଶ୍ୱରେ ପ୍ରତି ୧୦୦୦ ସଜୀବ ମଧ୍ୟରୁ ୨ରୁ ୨୭ ଜଣଙ୍କର ଭିନ୍ନ ଭିନ୍ନ ସମସ୍ୟା ହୋଇଥାଏ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Cerebral Hypoxia | National Institute of Neurological Disorders and Stroke". www.ninds.nih.gov. Archived from the original on 1 September 2022. Retrieved 26 September 2022.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Lacerte, M; Hays Shapshak, A; Mesfin, FB (January 2022). "Hypoxic Brain Injury". PMID 30725995. {{cite journal}}: Cite journal requires |journal= (help)
  3. "Hypoxic Ischemic Encephalopathy: Causes and Symptoms". Massachusetts General Hospital (in ଇଂରାଜୀ). Archived from the original on 27 September 2022. Retrieved 27 September 2022.
  4. Gillam-Krakauer, M; Gowen Jr, CW (January 2022). "Birth Asphyxia". PMID 28613533. {{cite journal}}: Cite journal requires |journal= (help)
  5. Kurinczuk, JJ; White-Koning, M; Badawi, N (June 2010). "Epidemiology of neonatal encephalopathy and hypoxic-ischaemic encephalopathy". Early human development. 86 (6): 329–38. doi:10.1016/j.earlhumdev.2010.05.010. PMID 20554402.
  6. Lawn, JE; Lee, AC; Kinney, M; Sibley, L; Carlo, WA; Paul, VK; Pattinson, R; Darmstadt, GL (October 2009). "Two million intrapartum-related stillbirths and neonatal deaths: where, why, and what can be done?". International journal of gynaecology and obstetrics: the official organ of the International Federation of Gynaecology and Obstetrics. 107 Suppl 1: S5-18, S19. doi:10.1016/j.ijgo.2009.07.016. PMID 19815202.