ସ୍ୱଳ୍ପଅମ୍ଲଜାନ (ମେଡିକାଲ)

ଉଇକିପିଡ଼ିଆ‌ରୁ
Hypoxia
Anoxia, hypoxiation, oxygen desaturation, lack of oxygen, low blood oxygen, oxygen starvation
Cyanosis of the hand in an elderly person with low oxygen saturation
ବିଭାଗPulmonology, toxicology
ଲକ୍ଷଣShortness of breath, confusion, headache, bluish skin[୧]
କାରଣHypoxemia: Pneumonia, asthma, COPD, pulmonary edema, foreign body aspiration, opioid overdose, pulmonary embolism, congenital heart defects, high altitude, carbon monoxide toxicity, interstitial lung disease[୧]
Ischemia: Arterial blood clot, vasospasm, peripheral artery disease[୨]
Other: Anemia, cardiogenic shock, cyanide poisoning[୧]
ରୋଗ ନିର୍ଣ୍ଣୟ ପଦ୍ଧତିPulse oximetry[୧]
ଚିକିତ୍ସାAirway management, oxygen therapy, improving lung function[୧]
ପୁନଃପୌନିକCommon[୧]

ସ୍ୱଳ୍ପଅମ୍ଲଜାନ ବା ହାଇପୋକ୍ସିଆ (ଇଂରାଜୀ ଭାଷାରେ Hypoxia) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରେ ଶରୀରର ତନ୍ତୁମାନଙ୍କୁ ସ୍ୱଳ୍ପ ଅମ୍ଳଜାନ ସରବରାହ ହୋଇଥାଏ | [୩] ଏହା ହଠାତ୍ ଆରମ୍ଭ ହେଲେ ଏହାର ଲକ୍ଷଣରେ ଅଣନିଶ୍ୱାସ ଏବଂ ଦ୍ରୁତ ହୃଦ୍‌ଗତି ହୁଏ | [୧] ମଧ୍ୟମ ଗମ୍ଭୀର ଅବସ୍ଥା ଥିଲେ ଦ୍ୱନ୍ଦ୍ୱ, ଏବଂ ମୁଣ୍ଡ ବିନ୍ଧା ହୋଇପାରେ, ଗୁରୁତର ରୋଗରେ ଚର୍ମ ନୀଳ ଦେଖାଯାଏ ଏବଂ ବ୍ୟକ୍ତି ପ୍ରତିକ୍ରିୟାବିହୀନ ହୋଇପାରେ | [୧] ଧୀରେ ଧିରେ ଆରମ୍ଭ ହେଉଥିଲେ ପ୍ରାରମ୍ଭିକ ଲକ୍ଷଣରେ ବ୍ୟାୟାମ କଲାବେଳେ ଅଣନିଶ୍ୱାସ ଲାଗେ | [୧]

ସ୍ୱଳ୍ପଅମ୍ଲଜାନର ଦୁଇଟି ମୁଖ୍ୟ କାରଣ ଅଛି ଯଥା:- ରକ୍ତରେ କମ୍ ଅମ୍ଳଜାନ (ହାଇପୋକ୍ସେମିଆ) ଏବଂ ତନ୍ତୁମାନଙ୍କୁ ସ୍ୱଳ୍ପ ରକ୍ତ ପ୍ରବାହ (ଅଳ୍ପରକ୍ତ‌ତା) ହୁଏ | [୧] ନିମୋନିଆ, ଆଜମା, ସିଓପିଡି, ଫୁସଫୁସ ଇଡିମା, ବାହ୍ୟ ପଦାର୍ଥ ନିଷ୍କାସନ, ଓପିଓଏଡ ମାତ୍ରାଧିକ, ଫୁସଫୁସ ଏମ୍ବୋଲିଜ୍ମ, ଜନ୍ମଗତ ହୃତ୍‌ପିଣ୍ଡ ତ୍ରୁଟି, ଅତ୍ୟଧିକ ଉଚ୍ଚତା, କାର୍ବନ ମୋନୋକ୍ସାଇଡ ବିଷାକ୍ତତା ଏବଂ ଇଣ୍ଟରସ୍ଟିସିଆଲ ଫୁସଫୁସ ରୋଗ ଇତ୍ୟାଦି କାରଣମାନଙ୍କରୁ ଏହି ଅବସ୍ଥା ଉପୁଜି ପାରେ । [୧] ଧମନୀରେ ରକ୍ତ ଜମାଟ, ଭାସୋସ୍ପାଜ୍ମ, କିମ୍ବା ପେରିଫେରାଲ୍ ଧମନୀ ରୋଗ କାରଣରୁ ଇସକେମିଆ ହୋଇପାରେ। [୨] ଆନିମିଆ, କାର୍ଡ଼ିଓଜେନିକ ସକ, ଏବଂ ସାଇନାଇଡ ବିଷକ୍ରିୟା ଯୋଗୁ ମଧ୍ୟ ସ୍ୱଳ୍ପ ଅମ୍ଳଜାନ ହୋଇପାରେ । [୧] ପଲ୍ସ ଅକ୍ରିମେଟ୍ରିରେ ୯୦-୯୫ରୁ କମ୍ ସାଚୁଚରେସନ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ | [୧] [୪]

ରୋଗ ପରିଚାଳନାରେ ଶ୍ୱାସକ୍ରିୟା ପଥ ପରିସ୍କାର ରଖିବା, ପ୍ରଶ୍ୱାସରେ ଅମ୍ଳଜାନ ପରିମାଣ ବୃଦ୍ଧି କରିବା ଏବଂ ଫୁସଫୁସରେ ଅମ୍ଳଜାନ ବୃଦ୍ଧି କରାଯାଏ । [୧] ଏହି ସମସ୍ତ ପ୍ରଚେଷ୍ଟା ନାଜାଲ କାନୁଲାରୁ ଆରମ୍ଭ କରି ଏଣ୍ଡୋଟ୍ରାକିଆଲ ଇନଟ୍ୟୁବେସନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପଦକ୍ଷେପ ସହିତ ହାସଲ କରାଯାଇପାରେ | [୧] ଚିକିତ୍ସା ଶାସ୍ତ୍ରରେ ହାଇପୋକ୍ସିଆ ଏକ ସାଧାରଣ ଅବସ୍ଥା ଅଟେ | [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Bhutta, BS; Alghoula, F; Berim, I (January 2020). "Anoxia". PMID 29493941. {{cite journal}}: Cite journal requires |journal= (help)
  2. ୨.୦ ୨.୧ "Ischemia and Hypoxia". www.cvphysiology.com. Retrieved 22 February 2021.
  3. "Definition of HYPOXIC". www.merriam-webster.com (in ଇଂରାଜୀ). Retrieved 22 February 2021.
  4. "Oxygen Desaturation - Critical Care Medicine". Merck Manuals Professional Edition. Retrieved 22 February 2021.