Jump to content

ବୁଡ଼ିଯିବା

ଉଇକିପିଡ଼ିଆ‌ରୁ
ବୁଡ଼ିଯିବା (Drowning)
Vasily Perov: The Drowned, 1867 painting
ବିଭାଗCritical care medicine
ଲକ୍ଷଣଅଧିକାଂଶ ସମୟରେ ଲୋକଟିଏ ଅଚେତ (unconscious) ଅବସ୍ଥାରେ ମିଳେ,[][]
ଉଦ୍ଧାର କଲାପରେ ବାନ୍ତି, ଦ୍ୱନ୍ଦ୍ୱ, ଚେତାଶୁନ୍ୟ [][]
ଆକ୍ରାନ୍ତ ସମୟଦୃତ[]
ବିପଦ କାରକଆଲକ‌ହଲ ବ୍ୟବ‌ହାର, ଅପସ୍ମାର ବାତ, ନିମ୍ନ ସାମାଜିକ-ଅର୍ଥନୈତିକ ପରିସ୍ଥିତି (low socioeconomic status), ସୁଲଭ ଜଳାଶ‌ୟ []
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ []
ସଠିକ ରୋଗ ନିର୍ଣ୍ଣୟଆତ୍ମହତ୍ୟା, ଫିଟସ ବା ବାତ (seizure), ହାଇପୋଗ୍ଲାସେମିଆ (hypoglycemia), ହୃତ୍‌ପିଣ୍ଡ ଆରିଦମିଆ (heart arrhythmia)[]
ପ୍ରତିକାରବାଡ଼ଥିବା ଜଳାଶୟ, ପ‌ହଁରା ଶିକ୍ଷା, ନିରାପଦ ଡଙ୍ଗା ଅଭ୍ୟାସ ।[][]
ଔଷଧଅମ୍ଳଜାନ ଥେରାପି (Oxygen therapy), ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଭାସୋପ୍ରେସର (vasopressors)[]
ଚିକିତ୍ସାରକ୍ଷାକାରୀ ଶ୍ୱାସକ୍ରିୟା (Rescue breathing), ସିପିଆର (CPR), ମେଡିକାଲ ଭେଣ୍ଟିଲେସନ (mechanical ventilation)[]
ପୁନଃପୌନିକ୪.୫ ନିୟୁତ (୨୦୧୫)[]
ମୃତ୍ୟୁ ସାନ୍ଦ୍ରତା୩୨୪,୦୦୦ (୨୦୧୫)[]

ବୁଡ଼ିଯିବା (ଇଂରାଜୀ ଭାଷାରେ Drowning) କୁହାଯାଏ ଯେତେବେଳେ ତରଳ ପଦାର୍ଥ ଭିତରେ ରହି ଶ୍ୱାସରୁଦ୍ଧ (respiratory impairment) ହୋଇଯାଏ ।[][] ଏହା ନିରବରେ ସଂଘଟିତ ହୁଏ, କେବଳ ଅଳ୍ପ କେତେକ ଲୋକ ଉପରକୁ ହାତ ଉଠେଇ ସାହାଯ୍ୟ ପାଇଁ ଡାକନ୍ତି ।[] ଅଧିକାଂଶ ସମୟରେ ଲୋକଟିଏ ଅଚେତ (unconscious) ଅବସ୍ଥାରେ ମିଳେ,[][]
ଉଦ୍ଧାର କଲାପରେ ବାନ୍ତି, ଦ୍ୱନ୍ଦ୍ୱ, ଚେତାଶୁନ୍ୟ ଅବସ୍ଥାର ଲକ୍ଷଣ ଦେଖାଯାଇପାରେ ।[][] ବେଳେବେଳେ ୬ ଘଣ୍ଟା ପର ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଏନାହିଁ ।[] ଏହା ଜଟିଳ ହୋଇ ଅଳ୍ପ ଶାରୀରିକ ଉତ୍ତାପ (low body temperature), ଫୁସଫୁସ ଭିତରକୁ ବାନ୍ତି ପଦାର୍ଥ ଶୋଷି ହୋଇଯାଏ (aspiration) ବା ଆକ୍ୟୁଟ ରେସ୍ପିରେଟରି ଡିସ୍ଟ୍ରେସ ସିଣ୍ଡ୍ରମୋ (acute respiratory distress syndrome) ହୋଇଯାଏ ।[୧୦][୧୧]

ଜଳାଶୟ ପାଖରେ ଥିଲେ ଓ ପାଗ ଉଷୁମ ଥିବା ଅବସ୍ଥାରେ ଅଧିକ ବୁଡ଼ିଯିବା ଦେଖାଯାଏ ।[୧୦][] ଆଲକ‌ହଲ ବ୍ୟବ‌ହାର, ଅପସ୍ମାର ବାତ, ନିମ୍ନ ସାମାଜିକ-ଅର୍ଥନୈତିକ ପରିସ୍ଥିତି (low socioeconomic status) ଇତ୍ୟାଦି ଥିଲେ ଏହି ସଙ୍କଟ ଅଧିକ ରହେ ।[] ସ୍ୱିମିଙ୍ଗ ପୁଲ, ଗାଧୁଆ ଟବ ଇତ୍ୟାଦି ସ୍ଥାନମାନଙ୍କରେ ଏହି ଭଳି ଘଟଣା ଘଟେ ।[][] ବୁଡ଼ିଗଲା ବେଳେ ଲୋକ ପ୍ରଥମେ ପ୍ରଶ୍ୱାସ ରୋକନ୍ତି ଓ ତାହାପରେ ଲାରିଙ୍କସ ସ୍ପାଜମ ହୋଇ ଦେହରେ ଅମ୍ଳଜାନ ସ୍ତର କମିଯାଏ ।[୧୦] ଏହି ପ୍ରସଙ୍ଗରେ ପରେ ଫୁସଫୁସ ଭିତରେ ଜଳ ପ୍ରବେଶ କରେ ।[୧୦]

ବୁଡ଼ିନ‌ଯିବା ପାଇଁ ପିଲାଙ୍କୁ ପ‌ହଁରା ଶିକ୍ଷା ଦେବା, ଡଙ୍ଗା ଚଲା ଶିକ୍ଷା ଓ ଜଳାଶୟକୁ ସ‌ହଜରେ ନ‌ଯିବା ବ୍ୟବସ୍ଥା କରିବା ଦରକାର । [][] ଶ୍ୱାସକ୍ରିୟା ନହେଉଥିବା ଲୋକଙ୍କର ଶ୍ୱାସନଳୀରୁ ତରଳ ପଦାର୍ଥ କାଢ଼ିବା ବ୍ୟବସ୍ଥା କରାଯାଏ ।[] ପାଣି ଭିତରେ ଏକ ଘଣ୍ଟାରୁ କମ୍ ସମୟ ବୁଡ଼ିରହିଥିବା ଓ ହୃତ୍‌ପିଣ୍ଡ ବନ୍ଦଥିବା (heart is not beating) ଲୋକର କାର୍ଡ଼ିଓପଲମୋନାରୀ ରିସସିଟେସନ (cardiopulmonary rescitation) କରିବାକୁ ସୁପାରିସ କରାଯାଏ ।[] ଅଳ୍ପ ସମୟ ପାଣି ଭିତରେ ଥିବା ଲୋକଙ୍କର ବଞ୍ଚିବା ହାର ଅଧିକ ରହେ ।[] ବଞ୍ଚିଯାଇଥିବା ପିଲାଙ୍କ ମଧ୍ୟରୁ ୭.୫% କେଶ୍‌ରେ ଫଳାଫଳ ବିଶେଧ ଉତ୍ସାହଜନ‌କ ରହେନାହିଁ । []

ସନ ୨୦୧୫ରେ ପ୍ରାୟ ୪.୫ ନିୟୁତ ଲୋକ ଅନିଚ୍ଛାକୃତ ଭାବରେ ବୁଡ଼ିଯାଇଥିଲେ ।[] ଏହା ଫଳରେ ସେହି ବର୍ଷ ଅନିଚ୍ଛାକୃତ ଆଘାତ (unintentional injuries) ଯୋଗୁ ପ୍ରାୟ ୩୨୪,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଯାହା ପତନ (falls) ଓ ମଟର ଭେହିକ୍ଲ ଧକ୍କା (motor vehicle collisions) ପରେ ତୃତୀୟ ସର୍ବାଧିକ ମୃତ୍ୟୁ ସଂଖ୍ୟାର କାରଣ ବିବେଚିତ ହୋଇଥିଲା ।[] ଏହି ମୃତ୍ୟୁ ସଂଖ୍ୟାରୁ ୫୬,୦୦୦ କେବଳ ୫ବର୍ଷରୁ କମ୍ ବୟସର ପିଲା ଥିଲେ ।[] ଆଘାତ ଜନିତ ମୃତ୍ୟୁ ସଂଖ୍ୟାର ଏହା ପ୍ରାୟ ୭% ଓ ଏମାନଙ୍କ ମଧ୍ୟରୁ ୯୦% ବିକାଶଶୀଳ ଦେଶରେ (developing countries) ହୋଇଥିଲା ।[][] ପୁରୁଷ ଓ ଅଳ୍ପ ବୟସ୍କ ପିଲାମାନେ ଅଧିକ ବୁଡ଼ିଯିବା ଦେଖାଯାଏ ।[]

  1. 1 2 3 "Drowning". CDC (in ଆମେରିକୀୟ ଇଂରାଜୀ). 15 September 2017. Retrieved 9 August 2018.
  2. 1 2 3 4 5 Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 404. ISBN 9780323529570.
  3. 1 2 3 4 5 6 "Drowning - Injuries; Poisoning - Merck Manuals Professional Edition". Merck Manuals Professional Edition. September 2017. Retrieved 9 August 2018.
  4. 1 2 3 4 5 6 7 "Drowning". World Health Organization. 15 January 2018. Retrieved 9 August 2018.
  5. 1 2 Preventing drowning: an implementation guide (PDF). WHO. 2015. p. 2. ISBN 978-92-4-151193-3. Retrieved 9 August 2018.
  6. 1 2 3 4 5 6 7 8 Mott, TF; Latimer, KM (1 April 2016). "Prevention and Treatment of Drowning". American Family Physician. 93 (7): 576–82. PMID 27035042.
  7. 1 2 GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  8. 1 2 3 4 GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  9. van Beeck, EF; Branche, CM; Szpilman, D; Modell, JH; Bierens, JJ (November 2005). "A new definition of drowning: towards documentation and prevention of a global public health problem". Bulletin of the World Health Organization. 83 (11): 853–6. PMC 2626470. PMID 16302042.
  10. 1 2 3 4 Handley, AJ (16 April 2014). "Drowning". BMJ (Clinical Research Ed.). 348: g1734. doi:10.1136/bmj.g1734. PMID 24740929.
  11. Wall, Ron (2017). Rosen's Emergency Medicine: Concepts and Clinical Practice (9 ed.). Elsevier. p. 1802. ISBN 978-0323354790.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ