ହୃଦ୍‌ରୋଧ

ଉଇକିପିଡ଼ିଆ‌ରୁ
ହୃଦ୍‌ରୋଧ
ଇଂରାଜୀ ପ୍ରତିଶବ୍ଦ - cardiopulmonary arrest, circulatory arrest, sudden cardiac arrest (SCA), sudden cardiac death (SCD)[୧]
ହୃଦ୍‌ରୋଧ ହେଲେ କିପରି ରିସସିଟେସନ CPR କରାଯାଏ ତାହା ନ‌କଲ କରି ଦେଖେଇ ଦିଆଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିହୃଦ୍‌ରୋଗ ବିଜ୍ଞାନ
ଆଇସିଡ଼ି-୧୦I46.
ଆଇସିଡ଼ି-୯-ସିଏମ୍427.5
ରୋଗ ଡାଟାବେସ2095
MeSHD006323

ହୃଦ୍‌ରୋଧ (ଇଂରାଜୀ ଭାଷାରେ Cardiac arrest) ରୋଗରେ ହୃତ୍‌ପିଣ୍ଡ ସଙ୍କୋଚନ ହଠାତ୍ ବନ୍ଦ ହେବାରୁ ରକ୍ତ ସରବରାହ ବନ୍ଦ ହୋଇଯାଏ ।[୨] ମୂର୍ଚ୍ଛା ଓ ଅସାଧାରଣ ଶ୍ୱାସକ୍ରିୟା ବା ଆଦୌ ଶ୍ୱାସକ୍ରିୟା ନ ହେବା ଆଦି ଲକ୍ଷଣ ଦେଖାଯାଏ । [୧][୩] କେତେକ ଲୋକଙ୍କର ଛାତି ଯନ୍ତ୍ରଣା (chest pain), ଛୋଟ ଶ୍ୱାସକ୍ରିୟା (shortness of breath), ଅଇ (nausea) ଇତ୍ୟାଦି ଲକ୍ଷଣ ହୃଦ୍‌ରୋଧ ହେବା ପୂର୍ବରୁ ଦେଖାଯାଏ ।[୩] କିଛି ମିନିଟ ମଧ୍ୟରେ ଚିକିତ୍ସା ନ ହେଲେ ସାଧାରଣତଃ ମୃତ୍ୟୁ ହୁଏ ।[୨]

କରୋନାରି ଧମନୀ ରୋଗ‌ଯୋଗୁ (coronary artery disease) ସାଧରଣତଃ ହୃଦ୍‌ରୋଧ ରୋଗ ହୁଏ । ଅତ୍ୟଧିକ ରକ୍ତସ୍ରାବ (major blood loss), ଅମ୍ଳଜାନ ଅଭାବ, ଅଳ୍ପ ପୋଟାସିଅମ (very low potassium), ହୃଦ୍‌ପାତ (heart failure), ଓ ଅତ୍ୟଧିକ ଶାରୀରିକ ବ୍ୟାୟାମ କଲେ ମଧ୍ୟ ଏହି ରୋଗ ହୋଇପାରେ । କେତେକ ବଂଶାନୁକ୍ରମିକ ବେମାରୀ ଯେପରିକି ଦୀର୍ଘ କ୍ୟୁଟି ସିଣ୍ଡ୍ରୋମ (long QT syndrome) ରୋଗରେ ହୃଦ୍‌ରୋଧ ସଙ୍କଟ ଥାଏ । ରୋଗ ଆରମ୍ଭ ସମୟରେ ଭେଣ୍ଟ୍ରିକୁଲାର ଫିବ୍ରିଲେସନ (ventricular fibrillation) ହୁଏ ।[୪] ନାଡ଼ି ଅନୁଭବ କରି ନ ପାରିଲେ ଏହି ରୋଗ ହୋଇଥିବା ସିଦ୍ଧ ହୁଏ ।[୧] ଉଭୟ ହୃଦ୍‌ଘାତହୃଦ୍‌ପାତ ରୋଗମାନଙ୍କରେ ହୃଦ୍‌ରୋଧ ହେଲେ ମଧ୍ୟ ସେହି ଦୁଇ ରୋଗ ସମାନ ନୁହେଁ ।[୨]

ସ୍ୱାସ୍ଥ୍ୟପ୍ରଦ ଓଜନ ରଖିଲେ, ଶାରୀରିକ ସକ୍ରିୟତା ଥିଲେ ଓ ଧୂମ୍ରପାନ ନ କଲେ ଏହି ରୋଗ ପ୍ରତିଷେଧ ସମ୍ଭବ ହୁଏ ।[୫] ହୃଦ୍‌ରୋଧରେ ତୁରନ୍ତ ରିସସିଟେସନ (cardiopulmonary resuscitation ବା CPR) ଆବଶ୍ୟକ ହୁଏ ଓ ସକେବ୍ଲ ରିଦମ (shockable rhythm) ଥିଲେ ଡିଫିବ୍ରିଲେସନ (defibrillation) ଦିଆଯାଏ ।[୬] ବଞ୍ଚିଯାଇଥିବା ଲୋକଙ୍କୁ ଟାର୍ଗେଟେଡ ଟେମ୍ପରେଚର ମ୍ୟାନେଜମେଣ୍ଟ (targeted temperature management) ଦେଲେ ଫଳାଫଳ ଉନ୍ନତ ହୁଏ ।[୭] ପୁନରାବୃତ୍ତି ନ ହେବା ପାଇଁ କାର୍ଡ଼ିଆକ ଡିଫିବ୍ରିଲେଟର ଇମ୍ପ୍ଲାଣ୍ଟ (implantable cardiac defibrillator) ଦେଲେ ମୃତ୍ୟୁ ସଙ୍କଟ କମିଯାଏ ।[୫]

ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ଡାକ୍ତରଖାନା ସମ୍ମୁଖରେ ପ୍ରତି ୧୦,୦୦୦ ଲୋକ ମଧ୍ୟରୁ ୫.୨ ଜଣଙ୍କର ମୃତ୍ୟୁ ହୁଏ ।[୮] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ହୃଦ୍‌ରୋଧ ସାଧାରଣ ହୋଇଯାଏ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୯] ଚିକିତ୍ସା ସତ୍ତ୍ୱେ ମାତ୍ର ୮% ରୋଗୀ ବଞ୍ଚିପାରନ୍ତି । ବଞ୍ଚିଯାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଅସମର୍ଥ (disability) ହୋଇଯାଆନ୍ତି । ଟେଲିଭିଜନରେ କିନ୍ତୁ ଅନେକ ସମୟରେ ୭୫% ବଞ୍ଚିଯିବା ଦେଖାଯାଏ ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Field, John M. (2009). The Textbook of Emergency Cardiovascular Care and CPR (in ଇଂରାଜୀ). Lippincott Williams & Wilkins. p. 11. ISBN 9780781788991.
  2. ୨.୦ ୨.୧ ୨.୨ "What Is Sudden Cardiac Arrest?". NHLBI. June 22, 2016. Retrieved 16 August 2016.
  3. ୩.୦ ୩.୧ "What Are the Signs and Symptoms of Sudden Cardiac Arrest?". NHLBI. June 22, 2016. Retrieved 16 August 2016.
  4. "What Causes Sudden Cardiac Arrest?". NHLBI. June 22, 2016. Retrieved 16 August 2016.
  5. ୫.୦ ୫.୧ "How Can Death Due to Sudden Cardiac Arrest Be Prevented?". NHLBI. June 22, 2016. Retrieved 16 August 2016.
  6. "How Is Sudden Cardiac Arrest Treated?". NHLBI. June 22, 2016. Retrieved 16 August 2016.
  7. Schenone, AL; Cohen, A; Patarroyo, G; Harper, L; Wang, X; Shishehbor, MH; Menon, V; Duggal, A (10 August 2016). "Therapeutic hypothermia after cardiac arrest: a systematic review/meta-analysis exploring the impact of expanded criteria and targeted temperature". Resuscitation. PMID 27521472.
  8. ୮.୦ ୮.୧ Adams, James G. (2012). Emergency Medicine: Clinical Essentials (Expert Consult -- Online) (in ଇଂରାଜୀ). Elsevier Health Sciences. p. 1771. ISBN 1455733946.
  9. "Who Is at Risk for Sudden Cardiac Arrest?". NHLBI. June 22, 2016. Retrieved 16 August 2016.