ମାନବ ମସ୍ତିଷ୍କ

ଉଇକିପିଡ଼ିଆ ରୁ
Jump to navigation Jump to search
ମାନବ ମସ୍ତିଷ୍କ
Skull and brain normal human.svg
ମାନବ ମସ୍ତିଷ୍କ ଓ ଖପୁରୀ
Cerebral lobes.png
Cerebral lobes: the frontal lobe (pink), parietal lobe (green) and occipital lobe (blue)
ଲାଟିନ ଭାଷାରେ ସେରେବ୍ରମ (Cerebrum)[୧]
ବିଭାଗ Central nervous system
Neuroimmune system
ଧମନୀ Internal carotid arteries, vertebral arteries
ଶିରା Internal jugular vein, internal cerebral veins;
external veins: (superior, middle, and inferior| cerebral veins), basal vein, and cerebellar veins
Precursor Neural tube

ମାନବ ମସ୍ତିଷ୍କ ସ୍ନାୟୁ ମଣ୍ଡଳର (nervous system) ଏକ କେନ୍ଦ୍ରୀୟ ଅଙ୍ଗ ଓ ମେରୁଦଣ୍ଡ (spinal cord) ସ‌ହିତ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ ସୃଷ୍ଟି କରନ୍ତି । ମସ୍ତିଷ୍କ‌କୁ ତିନି ଭାଗରେ ବିଭକ୍ତ କରାଯାଇଥାଏ ଯଥା:- ପ୍ରମସ୍ତିଷ୍କ (cerebrum), ବ୍ରେନଷ୍ଟେମ (brainstem) ଓ ସେରିବେଲମ (cerebellum) । ମାନବ ଶରୀରର ଅଧିକାଂଶ କାର୍ଯ୍ୟ ଏହି ଅଙ୍ଗଦ୍ୱାରା ସମାହିତ ହୋଇଥାଏ; ସ୍ନାୟୁ ମାଧ୍ୟମରେ ଆସିଥିବା ବିଭିନ୍ନ ଖବରମାନଙ୍କର ପ୍ରୋସେସିଙ୍ଗ, ଇଣ୍ଟିଗ୍ରେଟିଙ୍ଗ ଓ ସ୍ପର୍ଶ ଅଙ୍ଗ ମାନଙ୍କଦ୍ୱାରା ଆସିଥିବା ବିଭିନ୍ନ ଖବରକୁ ନିୟନ୍ତ୍ରଣ କରାଯାଇଥାଏ ଓ ସେହି ଅନୁସାରେ କାର୍ଯ୍ୟ କରିବାକୁ ଶରୀରର ବିଭିନ୍ନ ସ୍ଥାନ‌କୁ ଅନୁଦେଶ ବା ଇନସ୍ଟ୍ରକସନ ଦିଆଯାଏ । ମାନବ ମୁଣ୍ଡର (head) ଖପୁରୀ (skull bones) ଭିତରେ ଏହା ସୁରକ୍ଷିତ ହୋଇ ରହିଥାଏ ।

ମାନବ ମସ୍ତିଷ୍କର ସର୍ବାଧିକ ବଡ଼ ଅଂଶର ନାମ ପ୍ରମସ୍ତିଷ୍କ ବା ସେରେବ୍ରମ । ସେରେବ୍ରାଲ ହେମିସ୍ଫିଅର (cerebral hemispheres) ନାମରେ ଏହା ଦୁଇ ଭାଗରେ ବିଭକ୍ତ ହୋଇଥାଏ । ପ୍ରତ୍ୟେକ ଭାଗରରେ ଥିବା ସେରେବ୍ରାଲ କର୍ଟେକ୍ସର ବାହ୍ୟ ଅଂଶକୁ ଗ୍ରେମାଟର ଓ ଅଭ୍ୟନ୍ତର ଅଂଶକୁ ହ୍ୱାଇଟ ମାଟର କୁହାଯାଏ । କର୍ଟକ୍ସରେ ଥିବା ବଡ଼ ଅଂଶକୁ ନିଓକର୍ଟେକ୍ସ (neocortex) ଓ ଛୋଟ ଅଂଶକୁ ଆଲୋକର୍ଟେକ୍ସ (allocortex) କୁହାଯାଏ । ନିଓକର୍ଟେକ୍ସରେ ଛଅଟି ସ୍ତର ଥାଏ ଓ ଆଲୋକର୍ଟେକ୍ସରେ ତିନିରୁ ଚାରି ସ୍ତର ଥାଏ । ପ୍ରତ୍ୟେକ ହେମିସ୍ଫିଅରକୁ ଚାରି ଲୋଗରେ ବିଭକ୍ତ କରାଯାଇଥାଏ ଯଥା:- ଫ୍ରଣ୍ଟାଲ (frontal), ଟେମ୍ପୋରାଲ (temporal), ପାରାଇଏଟାଲ (parietal) ଓ ଅକ୍ସିପିଟାଲ (occipital lobe) ଲୋବ । ଫ୍ରଣ୍ଟାଲ ଲୋବରେ ସ୍ୱନିୟନ୍ତ୍ରଣ (self-control), ଯୋଜନା (planning), ଯୁକ୍ତିଯୁକ୍ତ ବିଚାର (reasoning) ଓ ଆବସ୍ଟ୍ରାକ୍ଟ ବିଚାର (abstract thought) ଭଳି ଏକଜିକ୍ୟୁଟିଭ କର୍ମ (executive functions) କରାଯାଏ; ଅକ୍ସିପିଟାଲ ଲୋବରେ ଦୃଷ୍ଟିର କେନ୍ଦ୍ର ଥାଏ । ପ୍ରତ୍ୟେକ ଲୋବରେ ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ଦ୍ଦିଷ୍ଟ କାମ ହୁଏ ଯେପରିକି ସେନ୍‌ସରି କର୍ଟେକ୍ସ, ମୋଟୋର କର୍ଟେକ୍ସ ଓ ସେରେବ୍ରାଲ କର୍ଟେକ୍ସ ଆସୋସିଏସନ କ୍ଷେତ୍ର । ଉଭୟ ଲୋବ ଏକାଭଳି ଦେଖାଯାଉଥିଲେ ମଧ୍ୟ କାର୍ଯ୍ୟ ନିର୍ଦ୍ଦିଷ୍ଟ ଯାଗାରେ ସାଧିତ ହୁଏ ଯେପରିକି ଭାଷା ବାମ ପାଖରେ ଓ ସ୍ପାସିଆଲ ଦୃଷ୍ଟି ସକ୍ଷମତା (visual-spatial ability) ଡାହାଣ ପାଖରେ ଥାଏ । ଦୁଇ ହେମିସ୍ଫିଅର ପରସ୍ପର ସ‌ହିତ କମିସ୍ୟୁରାଲ ସ୍ନାୟୁ ଟ୍ରାକ୍ଟ (commissural nerve tracts) ସାହାଯ୍ୟରେ ସଂଯୁକ୍ତ ହୋଇଥାଏ ଓ କର୍ପସ କାଲୋସମ (corpus callosum) ସବୁଠାରୁ ବଡ଼ ଥାଏ ।

ବ୍ରେନସ୍ଟେମଦ୍ୱାରା ସେରେବ୍ରମ ଓ ମେରୁଦଣ୍ଡ ସଂଯୁକ୍ତ ହୋଇଥାଆନ୍ତି । ବ୍ରେନସ୍ଟେମରେ ମିଡବ୍ରେନ, ପନ୍ସ ଓ ମେଡୁଲା ଓବଲଙ୍ଗାଟା ଥାଏ । ସେରେବ୍ରମ ଓ ବ୍ରେନସ୍ଟେମ ପରସ୍ପର ସ‌ହିତ ସେରିବେଲାର ପେଡୁନ‌କ୍ଲ ସାହାଯ୍ୟରେ ସଂଯୁକ୍ତ ହୋଇଥାଆନ୍ତି । ସେରେବ୍ରମ ଭିତରେ ଚାରୋଟି ଭେଣ୍ଟ୍ରିକ୍ଲ ଥାଏ ଓ ସେଗୁଡ଼ିକ ପରସ୍ପର ସ‌ହିତ ସଂଯୁକ୍ତ ହୋଇଥାଆନ୍ତି ଓ ତାହା ମଧ୍ୟରେ ସେରେବ୍ରୋସ୍ପାଇନାଲ ଫ୍ଲୁଇଡ ପ୍ରସ୍ତୁତ ଓ ସଂଚାଳନ ହେଉଥାଏ । ସେରେବ୍ରାଲ କର୍ଟେକ୍ସ ତଳେ ଥାଲାମସ (thalamus), ଏପିଥାଲାମସ, ପାଇନିଆଲ ଗ୍ରନ୍ଥି, ହାଇପୋଥାଲାମସ (hypothalamus), ପିଟୁଇଟାରି ଗ୍ରନ୍ଥି ଓ ସବଥାଲାମସ; ଲିମ୍ବିକ ସିସ୍ଟମରେ ଆମିଗଡାଲା (amygdala) ଓ ହିପୋକାମ୍ପସ (hippocampus); କ୍ଲସ୍ଟ୍ରମ, ବାସାଲ ଗାଙ୍ଗ୍ଲିଆର (basal ganglia) ଅନେକ ନ୍ୟୁକ୍ଲିଅସ; ବାସାଲ ଫୋରବ୍ରେନ ଓ ତିନୋଟି ସରକମ‌ଭେଣ୍ଟ୍ରିକୁଲାର ଅର୍ଗାନ ଥାଏ । ମସ୍ତିଷ୍କରେ ସ୍ନାୟୁ ଓ ନିଉରୋଗ୍ଲିଆ ଜୀବକୋଷ ଥାଏ । ମସ୍ତିଷ୍କରେ ୮୬ ବିଲିଅନ ସ୍ନାୟୁ ଥାଏ ଓ ସମାନ ସଂଖ୍ୟକ ଅନ୍ୟ ଜୀବକୋଷମାନ ଥାଏ । ନିଉରୋଟ୍ରାନ୍ସମିସନ ସାହାଯ୍ୟରେ ସ୍ନାୟୁରୁ ସ୍ନାୟୁକୁ ଖବର ସଞ୍ଚାଳିତ ହୁଏ ।

ଆଧାର[ସମ୍ପାଦନା]

  1. "Cerebrum Etymology". dictionary.com. Archived from the original on October 24, 2015. Retrieved October 24, 2015. Unknown parameter |url-status= ignored (help)