ଶ୍ୱାସରୋଧ

ଉଇକିପିଡ଼ିଆ‌ରୁ
Choking
Foreign body airway obstruction (FBOA)[୧]
A demonstration of abdominal thrusts on a person showing signs of choking
ବିଭାଗEmergency medicine
ଲକ୍ଷଣDrooling, coughing, wheezing, stridor, shortness of breath, holding both hands around the throat[୨][୩]
ଆକ୍ରାନ୍ତ ସମୟSudden[୧]
ବିପଦ କାରକCertain foods, decreased saliva production, Alzheimer, Parkinson disease[୨]
ଚିକିତ୍ସାMild: Encourage coughing, back slaps[୪]
Severe: <1 year back slaps and chest thrusts; > 1 year abdominal thrusts
Unconscious: CPR, laryngoscopy[୧][୫]
ପୁନଃପୌନିକRelatively common[୨]
ମୃତ୍ୟୁ ସାନ୍ଦ୍ରତା5,000 (USA 2015)[୨]

ଶ୍ୱାସରୋଧ କୁହାଯାଏ ଯେତେବେଳେ ବାୟୁପଥ ଏପରି ଅବରୋଧ ହୋଇଯାଏ ଯେ ଜଣେ ବ୍ୟକ୍ତି ଶ୍ୱାସକ୍ରିୟା କରିବାକୁ ଅସମର୍ଥ ହୁଏ ।[୪] ହଠାତ୍ ଲାଳ ବୋହିବା, ଧଇଁ ପେଲା, କାଶ, ସ୍ଟ୍ରାଇଡର, ଅଣନିଶ୍ୱାସ କିମ୍ବା ଦୁଇ ହାତକୁ ଗଳାର ଆଗରେ ଧରି ରଖିବା ଏହାର ଲକ୍ଷଣ ଦେଖାଯାଇପାରେ | [୨] [୩] [୧] ସାମାନ୍ୟ ଶ୍ୱାସରୋଧ ଥିବା ବ୍ୟକ୍ତିମାନେ ସାଧାରଣତ କଥା ହୋଇପାରନ୍ତି, କିନ୍ତୁ ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ କାନ୍ଦି ପାରନ୍ତି ନାହିଁ । [୪] ବିନା ସାହାଯ୍ୟରେ ରୋଗୀର ଚେତାଶୁନ୍ୟ ଏବଂ ମୃତ୍ୟୁ ହୋଇପାରେ ।[୪] [୩]

ଛୋଟ ପିଲାମାନଙ୍କଠାରେ ଏହା ସାଧାରଣତ ଖାଦ୍ୟ, ଖେଳନା କିମ୍ବା ମୁଦ୍ରା ଯୋଗୁଁ ହୋଇଥାଏ; ବୃଦ୍ଧମାନଙ୍କ କ୍ଷେତ୍ରରେ ଏହା ସାଧାରଣତଃ ଖାଦ୍ୟ ହେତୁ ହୋଇଥାଏ ।[୨] ବୃଦ୍ଧାବସ୍ଥାରେ ବିପଦର କାରଣ ହେଉଛି ଲାଳ ଉତ୍ପାଦନ ହ୍ରାସ, ଆଲଜିମର ଏବଂ ପାର୍କିନ୍‌ସନ୍ ରୋଗ[୨] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ଏକ ପଦାର୍ଥ ଆଂଶିକ ବା ସମ୍ପର୍ଣ୍ଣ ଭାବେ ଟ୍ରାକିଆ କିମ୍ବା ବ୍ରୋଙ୍କସକୁ ଅବରୋଧ କରିଥାଏ । [୨] ଜଣେ ବ୍ୟକ୍ତିର ଶ୍ୱାସରୋଧ ହେଉଛି କି ନାହିଁ ଜାଣିବାକୁ ସେମାନଙ୍କୁ ମୁଣ୍ଡ ନୁଆଁଇବାକୁ କୁହାଯାଏ ଓ ତାହାଦ୍ୱାରା ରୋଗ ନିର୍ଣ୍ଣୟ ହୋଇପାରେ ।[୩]

ଯେଉଁମାନେ ଏପର୍ଯ୍ୟନ୍ତ କାଶ କରିବାକୁ ସକ୍ଷମ ଅଟନ୍ତି, ସେମାନଙ୍କୁ କାଶିବାକୁ ଉତ୍ସାହିତ କରିବା ଉଚିତ୍; ଯଦି ଏହା ଯଥେଷ୍ଟ ନୁହେଁ ତେବେ ପିଠି ଚାପୁଡ଼ା ବ୍ୟବହାର କରାଯାଇପାରେ । [୪] ଯେଉଁମାନେ କାଶ କରିପାରନ୍ତି ନାହିଁ କିନ୍ତୁ ତଥାପି ସଚେତନ ଅଟନ୍ତି; ୧ ବର୍ଷରୁ କମ୍ ବୟସର ପିଲାଙ୍କୁ ଛାତି ବଙ୍କା କରେଇ ୫ଥର ପିଠିରେ ଚାପୁଡ଼ା ଦିଆଯିବା ଉଚିତ୍ ଏବଂ ପରେ ୫ଥର ଛାତି ଚାପୁଡ଼ା କୁଦିଆଯାଏ; ୧ ବର୍ଷରୁ ଅଧିକ ବୟସ୍କମାନଙ୍କୁ ଉଦର ଚାପ ଦିଆଯିବା ଉଚିତ ।[୨] ଚେତାଶୂନ୍ୟ ଲୋକଙ୍କର ଛାତି ସଙ୍କୋଚନରୁ ଆରମ୍ଭ କରି ପାଟି ଯାଞ୍ଚ କରିବା ଏବଂ ଏବଂ ଭେଣ୍ଟିଲେସନ୍ ପ୍ରୟାସ କରିବା ଉଚିତ୍ । [୧] ଚେତାଶୂନ୍ୟ ବ୍ୟକ୍ତିର ଲାରିଙ୍ଗୋସ୍କୋପି କରିବା ମଧ୍ୟ ସୁପାରିଶ କରାଯାଏ ଓ କିଛି ପଦାର୍ଥ ଥିଲେ ଫୋରସେପ ସାହାଯ୍ୟରେ ବାହାର କରିଦିଆଯାଏ । [୫]

ଶ୍ୱାସରୋଧ ଅପେକ୍ଷାକୃତ ସାଧାରଣ ଅଟେ ।[୨] ସାଧାରଣତଃ ଏହା ୧ରୁ 3 ବର୍ଷର ଶିଶୁ ଏବଂ ୬୦ବର୍ଷରୁ ଅଧିକ ବୟସର ଲୋକମାନଙ୍କଠାରେ ଘଟିଥାଏ ।[୨] ଯୁକ୍ତରାଷ୍ଟ୍ରରେ ଅତି କମରେ ୧୫୦୦ ମସିହାରେ ୫୦୦୦ ମୃତ୍ୟୁ ହୋଇଥିଲା ଓ ଅନିଚ୍ଛାକୃତ ମୃତ୍ୟୁ ମଧ୍ୟରେ ଏହା ଚତୁର୍ଥ ସ୍ଥାନରେ ଥିଲା । [୨] ଖ୍ରୀଷ୍ଟପୂର୍ବ ୧୫୦୦ରେ ଏହି ଅବସ୍ଥାକୁ ଦଲିଲ କରାଯାଇଛି, ପାପିରସ୍ ଏବର୍ସ ଏହାର ଚିକିତ୍ସା ଭାବରେ ବେକ ଆଂଶିକ ଭାବରେ କାଟି ବାୟୁପଥ ଖୋଲିବାକୁ ପରାମର୍ଶ ଦେଇଛନ୍ତି । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Berg, Marc D.; Schexnayder, Stephen M.; Chameides, Leon; Terry, Mark; Donoghue, Aaron; Hickey, Robert W.; Berg, Robert A.; Sutton, Robert M.; Hazinski, Mary Fran (2 November 2010). "Part 13: Pediatric Basic Life Support: 2010 American Heart Association Guidelines for Cardiopulmonary Resuscitation and Emergency Cardiovascular Care". Circulation. 122 (18_suppl_3). doi:10.1161/CIRCULATIONAHA.110.971085.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Duckett, Stephanie A.; Bartman, Marc; Roten, Ryan A. (2022). "Choking". StatPearls. StatPearls Publishing. Archived from the original on 1 October 2021. Retrieved 22 April 2022.
  3. ୩.୦ ୩.୧ ୩.୨ ୩.୩ "Part 3: Adult Basic Life Support". Circulation. 102 (suppl_1): I–22. 22 August 2000. doi:10.1161/circ.102.suppl_1.I-22. Archived from the original on 23 April 2022. Retrieved 22 April 2022.
  4. ୪.୦ ୪.୧ ୪.୨ ୪.୩ ୪.୪ "What should I do if someone is choking?". nhs.uk (in ଇଂରାଜୀ). 26 June 2018. Archived from the original on 23 March 2022. Retrieved 22 April 2022.
  5. ୫.୦ ୫.୧ Gausche-Hill, Marianne (2007). The Pediatric Emergency Medicine Resource (in ଇଂରାଜୀ). Jones & Bartlett Learning. p. 699. ISBN 978-0-7637-4414-4. Archived from the original on 2022-04-23. Retrieved 2022-04-22.
  6. Engs, Ruth Clifford (11 January 2022). Bizarre Medicine: Unusual Treatments and Practices through the Ages (in ଇଂରାଜୀ). ABC-CLIO. p. 85. ISBN 978-1-4408-7125-2. Archived from the original on 23 April 2022. Retrieved 22 April 2022.