ଭୈରବ ଚନ୍ଦ୍ର ମହାନ୍ତି
ଭୈରବ ଚନ୍ଦ୍ର ମହାନ୍ତି | |
---|---|
ସଭ୍ୟ: ରାଜ୍ୟ ସଭା | |
କାର୍ଯ୍ୟକାଳ ୩ ଅପ୍ରେଲ ୧୯୭୪ – ୨ ଅପ୍ରେଲ ୧୯୮୦ | |
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୩ ମାର୍ଚ୍ଚ ୧୯୭୧ – ୧୯୭୨ | |
ପୂର୍ବ ଅଧିକାରୀ | ବୀରେନ ମିତ୍ର |
ପର ଅଧିକାରୀ | ନନ୍ଦିନୀ ଶତପଥୀ |
ନିର୍ବାଚନ ମଣ୍ଡଳୀ | କଟକ ସିଟି |
ସଭ୍ୟ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ନିର୍ବାଚନ ମଣ୍ଡଳୀ | କଟକ-ଗ୍ରାମାଞ୍ଚଳ |
ସଭ୍ୟ: ସ୍ୱାଧୀନତା ପୂର୍ବରୁ ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୪୬ – ୧୯୫୨ | |
ନିର୍ବାଚନ ମଣ୍ଡଳୀ | ଉତ୍ତର କଟକ ସଦର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୩ ଜୁଲାଇ ୧୯୧୩ |
ମୃତ୍ୟୁ | ୨୩ ଜୁଲାଇ ୧୯୮୦ | (ବୟସ ୬୭)
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | କଂଗ୍ରେସ |
ଜୀବନ ସାଥୀ | ଗୀତାଞ୍ଜଳି ମହାନ୍ତି |
ଶିକ୍ଷା | ସ୍ନାତକ |
ପ୍ରସିଦ୍ଧି | କ୍ରୀଡ଼ା ସଂଗଠକ ଓ ରାଜନେତା |
ଭୈରବ ଚନ୍ଦ୍ର ମହାନ୍ତି ଓଡ଼ିଶାର ଜଣେ କ୍ରୀଡ଼ା ସଂଗଠକ ଓ ରାଜନେତା ଥିଲେ ।[୧] ତାଙ୍କୁ ଓଡ଼ିଶା କ୍ରୀଡ଼ାଜଗତର "ଧର୍ମପିତା" କୁହାଯାଏ । ସେ ବାରବାଟି ଷ୍ଟାଡିଅମର ନିର୍ମାଣ ଦାୟିତ୍ୱରେ ଥିଲେ ଓ ଏହାର ନାମକରଣ କରିଥିଲେ ।[୨] ୧୯୫୮ ଓ ୧୯୭୦ ମସିହାରେ ଭୈରବଙ୍କ ଉଦ୍ୟମରେ ବାରବାଟି ଷ୍ଟାଡିଅମରେ ଜାତୀୟ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରେ ପ୍ରତମ ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜନ କରିବାର ଶ୍ରେୟ ମଧ୍ୟ ଭୈରବଙ୍କୁ ଯାଏ ।
ଜୀବନୀ
[ସମ୍ପାଦନା]ଭୈରବ ଚନ୍ଦ୍ର, ୧୯୧୩ ମସିହା ଜୁଲାଇ ୧୩ତାରିଖ ଦିନ ବାଲିସୁକୁରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୩] ଶୈଶବରୁ ସେ ଖେଳପ୍ରିୟ ଥିଲେ । ଫୁଟବଲ, କ୍ରିକେଟ ଓ ହକି ଆଦି ଖେଳରେ ସେ ଦକ୍ଷ ଥିଲେ । ପକେଟରେ ସବୁବେଳେ ଏକ କ୍ରିକେଟ ବଲ ରଖୁଥିଲେ । ଜଣେ କିରାଣି ଭାବରେ ସେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ଇସ୍ତଫା ଦେଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ସେ ଏକାଧିକ ବାର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ [୪] ଏବଂ ମନ୍ତ୍ରୀପଦ ଲାଭ କରିଥିଲେ ।[୫] ସେ ପ୍ରଜାତନ୍ତ୍ର ଓ ଇଷ୍ଟର୍ନ ଟାଇମସର ପ୍ରଥମ ସମ୍ପାଦକ ଥିଲେ । ୨୩ ଜୁଲାଇ ୧୯୮୦ରେ ତାଙ୍କର ପରଲୋକ ଘଟିଥିଲା ।[୬]
ଆଧାର
[ସମ୍ପାଦନା]- ↑ Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
- ↑ "ଓଡ଼ିଶାର କ୍ରୀଡ଼ା ଜଗତର ଧର୍ମପିତା". ସମ୍ବାଦ ୧୩/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. 13 July 2015. Retrieved 13 July 2015.[permanent dead link]
- ↑ "ଆଜି ଜନ୍ମଦିନ". ସମ୍ବାଦ ୧୩/୦୭/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 22 July 2017. Retrieved 13 July 2017.
- ↑ http://odisha.gov.in/e-magazine/orissaannualreference/ORA-2004/pdf/list_of_members_of_OLA-1951-2004.pdf
- ↑ Sunit Ghosh (1978). Orissa in Turmoil: A Study in Political Developments. Sankha.
- ↑ "Bhairab Chandra Mohanty". Odisha Helpline. Retrieved 14 July 2015.