ଭୈରବ ଚନ୍ଦ୍ର ମହାନ୍ତି

ଉଇକିପିଡ଼ିଆ‌ରୁ
(Bhairav Chandra Mohantyରୁ ଲେଉଟି ଆସିଛି)
ଭୈରବ ଚନ୍ଦ୍ର ମହାନ୍ତି
ସଭ୍ୟ: ରାଜ୍ୟ ସଭା
କାର୍ଯ୍ୟକାଳ
୩ ଅପ୍ରେଲ ୧୯୭୪ – ୨ ଅପ୍ରେଲ ୧୯୮୦
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୩ ମାର୍ଚ୍ଚ ୧୯୭୧ – ୧୯୭୨
ପୂର୍ବ ଅଧିକାରୀବୀରେନ ମିତ୍ର
ପର ଅଧିକାରୀନନ୍ଦିନୀ ଶତପଥୀ
ନିର୍ବାଚନ ମଣ୍ଡଳୀକଟକ ସିଟି
ସଭ୍ୟ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀକଟକ-ଗ୍ରାମାଞ୍ଚଳ
ସଭ୍ୟ: ସ୍ୱାଧୀନତା ପୂର୍ବରୁ ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀଉତ୍ତର କଟକ ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1913-07-13)୧୩ ଜୁଲାଇ ୧୯୧୩
ମୃତ୍ୟୁ୨୩ ଜୁଲାଇ ୧୯୮୦(1980-07-23) (ବୟସ ୬୭)
ଜାତୀୟତାଭାରତୀୟ
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀଗୀତାଞ୍ଜଳି ମହାନ୍ତି
ଶିକ୍ଷାସ୍ନାତକ
ପ୍ରସିଦ୍ଧିକ୍ରୀଡ଼ା ସଂଗଠକ ଓ ରାଜନେତା

ଭୈରବ ଚନ୍ଦ୍ର ମହାନ୍ତି ଓଡ଼ିଶାର ଜଣେ କ୍ରୀଡ଼ା ସଂଗଠକ ଓ ରାଜନେତା ଥିଲେ ।[୧] ତାଙ୍କୁ ଓଡ଼ିଶା କ୍ରୀଡ଼ାଜଗତର "ଧର୍ମପିତା" କୁହାଯାଏ । ସେ ବାରବାଟି ଷ୍ଟାଡିଅମର ନିର୍ମାଣ ଦାୟିତ୍ୱରେ ଥିଲେ ଓ ଏହାର ନାମକରଣ କରିଥିଲେ ।[୨] ୧୯୫୮ ଓ ୧୯୭୦ ମସିହାରେ ଭୈରବଙ୍କ ଉଦ୍ୟମରେ ବାରବାଟି ଷ୍ଟାଡିଅମରେ ଜାତୀୟ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରେ ପ୍ରତମ ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜନ କରିବାର ଶ୍ରେୟ ମଧ୍ୟ ଭୈରବଙ୍କୁ ଯାଏ ।

ଜୀବନୀ[ସମ୍ପାଦନା]

ଭୈରବ ଚନ୍ଦ୍ର, ୧୯୧୩ ମସିହା ଜୁଲାଇ ୧୩ତାରିଖ ଦିନ ବାଲିସୁକୁରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୩] ଶୈଶବରୁ ସେ ଖେଳପ୍ରିୟ ଥିଲେ । ଫୁଟବଲ, କ୍ରିକେଟ ଓ ହକି ଆଦି ଖେଳରେ ସେ ଦକ୍ଷ ଥିଲେ । ପକେଟରେ ସବୁବେଳେ ଏକ କ୍ରିକେଟ ବଲ ରଖୁଥିଲେ । ଜଣେ କିରାଣି ଭାବରେ ସେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ଇସ୍ତଫା ଦେଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ସେ ଏକାଧିକ ବାର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ [୪] ଏବଂ ମନ୍ତ୍ରୀପଦ ଲାଭ କରିଥିଲେ ।[୫] ସେ ପ୍ରଜାତନ୍ତ୍ରଇଷ୍ଟର୍ନ ଟାଇମସର ପ୍ରଥମ ସମ୍ପାଦକ ଥିଲେ । ୨୩ ଜୁଲାଇ ୧୯୮୦ରେ ତାଙ୍କର ପରଲୋକ ଘଟିଥିଲା ।[୬]

ଆଧାର[ସମ୍ପାଦନା]

  1. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  2. "ଓଡ଼ିଶାର କ୍ରୀଡ଼ା ଜଗତର ଧର୍ମପିତା". ସମ୍ବାଦ ୧୩/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. 13 July 2015. Retrieved 13 July 2015.[permanent dead link]
  3. "ଆଜି ଜନ୍ମଦିନ". ସମ୍ବାଦ ୧୩/୦୭/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 22 July 2017. Retrieved 13 July 2017.
  4. http://odisha.gov.in/e-magazine/orissaannualreference/ORA-2004/pdf/list_of_members_of_OLA-1951-2004.pdf
  5. Sunit Ghosh (1978). Orissa in Turmoil: A Study in Political Developments. Sankha.
  6. "Bhairab Chandra Mohanty". Odisha Helpline. Retrieved 14 July 2015.