ବ୍ୟବହାରକାରୀଙ୍କ ଆଲୋଚନା:MKar/ଅଭିଲେଖ ୪

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଉକିପିଡ଼ିଆର ୧୦ମ ଜନ୍ମତିଥି ପାଇଁ ମତାମତ[ସମ୍ପାଦନା]

ଓଡ଼ିଆ ଉଉକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ସମ୍ବନ୍ଧରେ ମୁଁ ପୃଷ୍ଠାଟିଏ ତିଆରି କରିଛି । ତେବେ ଜଣେ ଅଭିଜ୍ଞ ଉଇକିଆଳି ଭାବରେ ତମର ଯୋଗଦାନ ଏହି ଉତ୍ସବରେ ତ‌ଥା ଏହି କାର୍ଯ୍ୟକ୍ରମ ପୃଷ୍ଠାରେ ଏକାନ୍ତ ଆବଶ୍ୟକ । ଆମେ ଏହି ଉତ୍ସବରେ ଅଧିକ କଣ କଣ କରିପାରିବା ସେ ବାବଦରେ ତମର ମତ ଦେଲେ ଭଲ ହେବ । ଏହା ବାଦ ଏହି ପୃଷ୍ଠାରେ ସେସବୁ ଉଲ୍ଲିଖିତ କରି ପୃଷ୍ଠାଟିକୁ ବାକିମାନଙ୍କ ସ‌ହ ବାଣ୍ଟିବ । ଶୁଭେଚ୍ଛା ସ‌ହ --ସୁଭାସିସ ପାଣିଗାହି ମୋ ସାଙ୍ଗେ କ‌ଥାବାର୍ତ୍ତା ୦୯:୧୫, ୮ ଜାନୁଆରୀ ୨୦୧୪ (UTC)

ଓଡ଼ିଆ ଉଇକିପିଡିଆର 'ଶ୍ରେଣୀ' ସୁଚୀ ଅଛି କି?[ସମ୍ପାଦନା]

ସମସ୍ତ ଉଇକିଆଳିମାନେ ବିଭିନ୍ନ ଶ୍ରେଣୀ ସହ ପରିଚିତ ହେବା ଆବଶ୍ୟକ । ଏହାର କୌଣସି ସୂଚୀ ଅଛି କି ?--Subas Chandra Rout (ମୋ ଆଲୋଚନା) ୧୪:୦୦, ୨ ମାର୍ଚ୍ଚ ୨୦୧୪ (UTC)

ଅପ୍ରେଲ ୨୦୧୩ରେ ଆଲୋଚନା ସଭାରେ ଏବାବଦରେ ଥରେ ଆଲୋଚନା କରାଯାଇଥିଲା, ଆପଣ ସେହି ପୁରୁଣା ଶ୍ରେଣୀ ବାବଦରେ ଆଲୋଚନା ପୃଷ୍ଠାଟିକୁ ଥରେ ଦେଖିଲେ ଉତ୍ତର ପାଇଯିବେ ବୋଲି ଆଶା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୦୯, ୨ ମାର୍ଚ୍ଚ ୨୦୧୪ (UTC)

ଓଡ଼ିଶା ଦିବସ ପାଇଁ ସାଇଟ ନୋଟିସ ଓ ଅନ୍ୟାନ୍ୟ ବିଷୟ[ସମ୍ପାଦନା]

ଭାଇ ଜୟ ଜଗନ୍ନାଥ, ସାଇଟ ନୋଟିସଟା ମୁଁ ଗଢ଼ିଦେଇଛି, ଯଦି କିଛି ବଦଳ ଆବଶ୍ୟକ କରି ଶୀଘ୍ର ପକାଇଦେଲେ ଭଲ ହେବ । ତମକୁ ମୋର ବ୍ୟକ୍ତିଗତ ଅନୁରୋଧ ରହିଲା ୨ ଟି ମୁଖ୍ୟ ଜିନିଷ ପାଇଁ କ) କାର୍ଯ୍ୟକ୍ରମରେ "ଓଡ଼ିଆ ଉଇକିପିଡ଼ିଆର ଯାତ୍ରା" ବାବଦରେ ଏକ ବିବରଣୀ ପାଇଁ କାର୍ଯ୍ୟକ୍ରମରେ ଯେଉଁ ନାଲି ଲିଙ୍କ ଅଛି ତାକୁ ଆରମ୍ଭ କରିଦେଲେ ବାକିମାନେ ସେଥିରେ ଅଧିକ ତ‌ଥ୍ୟ ଯୋଡ଼ିପାରନ୍ତେ । ସେଇଟି ଆମର ପୁସ୍ତିକାରେ ବି ର‌ହିବ । ଖ) ତମେ କାର୍ଯ୍ୟକ୍ରମର ସଂଯୋଜକ ହୋଇ ପରିଚାଳନା କଲେ ଭଲ ହୁଅନ୍ତା । ଏବେ ଯାଏ ଆଉ କେହି ସେଥିପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି ।

ଆମର ଏ ପ୍ରରମ୍ଭିକ କାମ ସବୁ ଆର ସ‌ପ୍ତାହ ସୁଦ୍ଧା ନ ସରିଲେ ବାହାଘର ବେଳେ ବାଇଗଣ ରୋଇବା ଭଳିଆ ହେବ । ତେଣୁ ଯେହେତୁ ବେଶୀ କେହି ଏ ଦାଯୀତ୍ୱ ନେବା ପାଇଁ ଆଲୋଚନାରେ ଲେଖିନାହାନ୍ତି ତମେ ପରିଚାଳକ ଭାବେ ଟିକେ ଏ ସବୁ ଦାୟୀତ୍ୱ ଗ୍ରହଣ କର । ଆଉ ଏକ ବ୍ୟକ୍ତିଗତ ଅନୁରୋଧ ରହିଲା ଉପସ୍ଥାପନାଟିଏ ପଠାଇବା ପାଇଁ । ମୁଁ ବି ପ‌ଠାଇବି ସମସ୍ତଙ୍କ ଅନୁମତି ପାଇଁ ।

ଉଇକିପିଡ଼ିଆ:ମେଳଣ/ଓଡ଼ିଶା ଦିବସ ୨୦୧୪ରୁ ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪କୁ ଘୁଞ୍ଚାଇବା କ‌ଥା ଅଂଶୁମାନ ଉଠାଇଦେଲା । ତମ କାନ୍ଧର ଭାର ଅଧିକ କରି ସେଇଟାକୁ ବି ଘୁଞ୍ଚାଇବା ପାଇଁ ଅନୁରୋଧ କଲି ।

--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୪:୧୮, ୧୯ ମାର୍ଚ୍ଚ ୨୦୧୪ (UTC)

ଘୁଞ୍ଚାଇବା କାମ ପରେ କଲେ ଚଳିବ, ମୁଁ ଘୁଞ୍ଚାଇଦେବି । ମୁଁ ଆପଣମାନଙ୍କୁ ଜଣାଉଥିଲି କେବଳ, କେବେବି ଭାର ଅଧିକ କରିବା ପାଇଁ ଚାହିଁବିନି । -- ଅଂଶୁମାନ ତାର ଯୋଡ଼ିବେ? ୧୫:୨୩, ୧୯ ମାର୍ଚ୍ଚ ୨୦୧୪ (UTC)
ଆରେ ନାଁ ନାଁ, ସେଇଟା ମୁଁ ମଜାରେ କ‌ହିଲି ନାଁ । ମୁଁ ଆଗରୁ ଭାଇଙ୍କ କାମର ଭାର ବଢ଼େଇଛି, ଆଉ ଘୁଞ୍ଚାଇବା ଟା କି ବଡ଼ କାମ? --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୫:୫୩, ୧୯ ମାର୍ଚ୍ଚ ୨୦୧୪ (UTC)
ଏହି ଘୁଞ୍ଚାଇବା କାମଟି ବଡ ବୋଲି, ଭାଇ ପର୍ଯ୍ୟାୟକ୍ରମେ ଓ ମୁଁ ଘୁଞ୍ଚାଇଦେବି କହି ତୋ ସହିତ ଗପୁଛି :D -- ଅଂଶୁମାନ ତାର ଯୋଡ଼ିବେ? ୧୦:୧୧, ୨୧ ମାର୍ଚ୍ଚ ୨୦୧୪ (UTC)
 Done, ଅଳସୁଆ (ମୁଁ) ଦୁଃଖିତ :(--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୩୩, ୨୨ ମାର୍ଚ୍ଚ ୨୦୧୪ (UTC)

Wikimedians Speak[ସମ୍ପାଦନା]

          

An initiative to bring the voices of Indian Wikimedians to the world
Hi MKar,

I am writing as Community Communications Consultant at CIS-A2K. I would like to interview you. It will be a great pleasure to interview you and to capture your experiences of being a wikipedian. You can reach me at rahim@cis-india.org or call me on +91-7795949838 if you would like to coordinate this offline. We would very much like to showcase your work to the rest of the world. Some of the previous interviews can be seen here.

Thank you! --Rahmanuddin Shaik (ମୋ ଆଲୋଚନା) ୦୬:୫୨, ୨୧ ମାର୍ଚ୍ଚ ୨୦୧୪ (UTC)


ଲୋଗୋରେ ବଦଳ[ସମ୍ପାଦନା]

ଭାଇ, ଜୟ ଜଗନ୍ନାଥ । ଏଇ ଡ୍ରାଫ୍ଟଟି ପଠେଇଲି, ସୁବିଧା ଦେଖି ଠିକ ଭୁଲ ପରଖି ଏହାକୁ ଆଲୋଚନା ସଭାରେ ପ୍ରକାଶ କରିବ । ଅଂଶୁମାନଶ୍ରୀକାନ୍ତ ନିଜର ମତ ବି ଦେବେ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୭:୫୮, ୧ ଅପ୍ରେଲ ୨୦୧୪ (UTC)

== ଲୋଗୋରେ ବଦଳ ==
# ଓଡ଼ିଆ ଉଇକିପିଡ଼ିଆ ଲୋଗୋରେ ବ୍ୟବହୃତ ଫଣ୍ଟ "ମୁକ୍ତା" ସମ୍ପୂର୍ଣ୍ଣ ରୂପେ ଫ୍ରି ଲାଇସେନ୍ସ
ଯୁକ୍ତ ନୁହେଁ-ଏହା କେବଳ ଅଣଲାଭକାରୀ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ ଯାହାକୁ କିଛି ମାତ୍ରାରେ ଉଇକିପିଡ଼ିଆର ମୂଳ ନିୟମ (ସମ୍ପୂର୍ଣ୍ଣ ଖୋଲା, ଲାଭକାରୀ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହୃତ ହୋଇପାରିବ)ର ବ୍ୟତିକ୍ରମ । ଏବେ ଆମ ଉଦ୍ୟମରେ "ଓଡ଼ିଆ ଓଟି ଜଗନ୍ନାଥ" ଫଣ୍ଟ ସମ୍ପୂର୍ଣ୍ଣ ଖୋଲା ଲାଇସେନ୍ସ ବିତରିତ ହୋଇଛି । ଏହାର ନିର୍ମାଣରେ ଓଡ଼ିଆ ଉଇକି ସଂଘର ଅନୁବାଦ ମଧ୍ୟ ରହିଛି । ତେଣୁ ମୁଁ ଏହି ଫଣ୍ଟର ବ୍ୟବହାର କରି ଓଡ଼ିଆ ଉଇକିପିଡ଼ିଆର ଲୋଗୋକୁ ବଦଳା ଇବା ନିମନ୍ତେ ଆବେଦନ କଲି ।
# ଉଇକିପିଡ଼ିଆର ଲୋଗୋରେ ଥିବା ଉପଶିରୋନାମ "A free encyclopedia"ର ଆକ୍ଷରିକ ଅନୁବାଦ ଅନୁସାରେ "ଏକ ଖୋଲା ଜ୍ଞାନକୋଷ" ହୋଇଛି । କିନ୍ତୁ ଓଡ଼ିଆରେ ଏକ ବଚନରେ "ଏକ ଜ୍ଞାନକୋଷ" ବଦଳରେ "ଜ୍ଞାନକୋଷଟିଏ" କିମ୍ବା "ଜ୍ଞାନକୋଷ" ହୋଇଥାଏ । ସେହିପରି ବହୁବଚନରେ "ଜ୍ଞାନକୋଷମାନ" ହୋଇଥାଏ । ସମାନ ଉଦାହରଣ ହେବ ବହିଟିଏ/ବହିଖଣ୍ଡେ (ଏକ ବହି ନୁହେଁ), ଦୁଆତଟିଏ, ସାଇକେଲଟିଏ, ବ୍ୟକ୍ତିଜଣକ ଆଦି । ତେଣୁ "A free encyclopedia"ର ଆକ୍ଷରିକ ଅର୍ଥ ବଦଳରେ ଭାବଗତ ଅର୍ଥ ତଥା ଓଡ଼ିଆ ବ୍ୟାକରଣ ଆଧାରରେ ନାମଟି ହେବା ଜରୁରୀ । ଏହି ଲୋଗୋ ତିଆରି ବେଳେ ସୀମିତ ସଂଖ୍ୟକ ଉଇକିଆଳି ଥିବାରୁ ଏହା ଗୃହୀତ ହୋଇଯାଇଥିଲା । ଅନେକେ ଭିନ୍ନ ଭିନ୍ନ ମତ ଲୋଗୋକୁ ନେଇ ଦେଇଛନ୍ତି । ଏବେ ସମସ୍ତେ ମତ ଦେଲେ ଏହାକୁ ବଦଳାଯାଇପାରିବ ।

''ଧ୍ୟାନ ଦେବେ'': କେବଳ ଲଗ-ଇନ କରିଥିବା ଓ ୫୦ରୁ ଅଧିକ ସମ୍ପାଦନା କରିଥିବା ଉଇକିଆଳିଙ୍କ ମତ ଗ୍ରହଣ କରାଯିବ, ବାକିମାନଙ୍କ ମତ ଗ୍ରହଣ କରାଯିବନାହିଁ ।

=== ଲୋଗୋରେ "ଓଡ଼ିଆ ଓଟି ଜଗନ୍ନାଥ"ର ବ୍ୟବହାର ===
==== ସମର୍ଥନ ====
# 

==== ବିରୋଧ ====
#

==== ଭିନ୍ନ ମତ ====
#

=== ଲୋଗୋର ଉପଶିରୋନାମର ବଦଳ ===
==== ସମର୍ଥନ ====
#

==== ବିରୋଧ ====
#

==== ଭିନ୍ନ ମତ ====

ଓଡ଼ିଆ ବଂଶବିନ୍ୟାସ[ସମ୍ପାଦନା]

ଭାଇ, ଓଡ଼ିଶାରେ ପରିବାରମାନଙ୍କର ବଂଶବିନ୍ୟାସ ଉପରେ ଏଯାଏ କିଛି ପ୍ରସଙ୍ଗ ନାହିଁ । ତେବେ ମୁଁ ଇଂରାଜୀ ଉଇକିପିଡ଼ିଆରେ ସେମିତି କିଛି ପାଇଲି ନାହିଁ । ତମ ଆଖିରେ କିଛି ପଡ଼ିଛି କି? ବଂଶବିନ୍ୟାସ ଓଡ଼ିଆ ପାଇଁ ଭିନ୍ନ ହେବ ଆଉ ତଳେ ତାହା କେମିତି ଦେଖାଯିବ ମୁଁ ଦର୍ଶେଇଛି । ଆମ ଗଜପତିମାନଙ୍କ ଉପରେ ଏକ ପ୍ରକଳ୍ପ ଆରମ୍ଭ କରି ଏହି ଭଳି ବଂଶବିନ୍ୟାସ କରିବା ବାବଦରେ ୨୦୧୧ରେ ଏକ କଟକ କର୍ମଶାଳାରେ ଜ୍ୟୋତିପ୍ରକାଶ ଭାଇ ଆଲୋଚନା କରିଥିଲେ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୦୦, ୨୦ ଅଗଷ୍ଟ ୨୦୧୪ (UTC)

ଗୋସାଇଁ ମା
(ଗୋସମା)/
ଜେଜେ ମା
ଗୋସାଇଁ ବାପା
(ଗୋସ ବାପା)/
ଜେଜେ ବାପା
ବୋଉ/ମାବାପାପିଉସୀ
ଭାଇମୁଁଭଉଣୀ
ଇଂରାଜୀ ଉଇକିପିଡ଼ିଆରେ କୁରୁବଂଶନେହେରୁ-ଗାନ୍ଧୀ ପରିବାର ଭଳି କେତେକ ପ୍ରସଙ୍ଗରେ ବଂଶବିନ୍ୟାସ ବ୍ୟବହାର କରାଯାଇଛି । ଓଡ଼ିଆ ଉଇକିପିଡ଼ିଆରେ ଦିବ୍ୟସିଂହ ଦେବ ପ୍ରସଙ୍ଗରେ ଏହା ଆରମ୍ଭ କଲେ ଭଲ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୦୫, ୨୦ ଅଗଷ୍ଟ ୨୦୧୪ (UTC)

ଫାଇଲ ଅପଲୋଡ଼ କରିବେ, ଅପଲୋଡ଼ ଉଇଜାର୍ଡ଼?[ସମ୍ପାଦନା]

Wikimedia Commons logo

Hello! Sorry for writing in English. As you're an administrator here, please check the message I left on MediaWiki talk:Licenses and the village pump. Thanks, Nemo ୧୯:୨୨, ୧୮ ସେପ୍ଟେମ୍ବର ୨୦୧୪ (UTC)

ଆଇଆଇଏମସି ଢେଙ୍କାନାଳ କର୍ମଶାଳା (ସେପ୍ଟେମ୍ବର ୨୩) ପାଇଁ ଉଦାହରଣ ପ୍ରସଙ୍ଗ[ସମ୍ପାଦନା]

ଭାଇ, ଆଜିର କର୍ମଶାଳା ପାଇଁ ଏକ ଉଦାହରଣ ପ୍ରସଙ୍ଗ ଏଠାରେ ରଖିଲି । --ସୁଭାସିସ ପାଣିଗାହି କଥା ୦୧:୫୫, ୨୩ ସେପ୍ଟେମ୍ବର ୨୦୧୪ (UTC)


ସିଦ୍ଧେଶ୍ୱର ଦେଉଳ, ହୀରାପୁର

ସିଦ୍ଧେଶ୍ୱର ଦେଉଳ (ହରିହର ଏକାତ୍ମ ନାମରେ ମଧ୍ୟ ଜଣା) ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ହୀରାପୁର ଗ୍ରାମରେ ଥିବା ଏକ ଶିବ ଦେଉଳ । ଏହା ଏକ ବୌଦ୍ଧ ସ୍ତୁପ ଭାବେ ୨ୟ - ୩ୟ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇ ପରବର୍ତ୍ତୀ ସମୟରେ ସୋମବଂଶୀ ରାଜାମାନଙ୍କର ଶାସନ କାଳରେ ଶିବଲିଙ୍ଗ ପ୍ରତିଷ୍ଠା ହେଲା ପରେ ଶିବ ଦେଉଳରେ ପରିଣତ ହୋଇଥିଲା । ଏହି ଦେଉଳର ଉତ୍ତରବାହିନୀ ଭାବେ ବୈତରଣୀ ନଦୀ ସିଦ୍ଧବଟ ଚାରିପାଖେ ବହିଯାଇଛି । କପିଳ ସଂହିତାରେ ଏହି ଦେଉଳ ବାବଦରେ ବର୍ଣ୍ଣନା ରହିଛି ।

କିମ୍ବଦନ୍ତୀ

କିମ୍ବଦନ୍ତୀ ଅନୁସାରେ ବ୍ରହ୍ମା ଯଜ୍ଞ ସାଧନ ପାଇଁ ବୈତରଣୀଙ୍କୁ ଆହ୍ୱାନ କରି ଆଣି ଯଜ୍ଞ ଶେଷରେ ତାଙ୍କୁ ନିଜ ସ୍ଥାନାଭିମୁଖୀ କରାଇ ଉତ୍ତର ଆଡ଼କୁ ବୁହାଇଥିଲେ । ଏଣୁ ନଦୀ ଉତ୍ତର ଦିଗକୁ ଗତିପଥ ବଦଳାଇ ସମୁଦ୍ରଗାମୀ ହୋଇଛି । ଏହାକୁ ସୁରମ୍ୟ ସ୍ଥାନ ବୋଲି ଭାବି କୃଷ୍ଣଙ୍କ ପୁଅ ପ୍ରଦ୍ୟୁମ୍ନ ଏଠାରେ ତପସ୍ଯା କରିଥିଲେ ।

ଆଧାର: ବିରଜା କ୍ଷେତ୍ରର ଶିବଲିଙ୍ଗ, ସମାଜ ସେପ୍ଟେମ୍ବର ୨୨, ଲେଖକ: ନାରାୟଣ କୁମାର ରାଉତରାୟ

ସାଇଟ ନୋଟିସ[ସମ୍ପାଦନା]

ଭାଇ, ସାଇଟ ନୋଟିସରେ ମୋଦି/ମୋଦୀ ବନାନ ବାବଦରେ ଆଲୋଚନା ମୋ ମତରେ ଆବଶ୍ୟକ ନାହିଁ । ପ୍ରସଙ୍ଗ ନାମକରଣ କେବଳ ପୁରୁଖା ସଭ୍ୟଙ୍କ ଭିତରେ ଆଲୋଚନା ପାଇଁ ଓ ଉଇକିପିଡ଼ିଆରେ ହେଉଥିବା ଏକ ନିୟମିତ ଆଲୋଚନା ଭିତରୁ ଗୋଟେ । ଏଥିରେ ପାଠକମାନଙ୍କର କୌଣସି ଭୂମିକା ନାହିଁ । ଦ୍ୱିତୀୟତଃ କିଛି ବିଶେଷ ଘୋଷଣା ଥିଲେ ସାଇଟ ନୋଟିସ ବଦଳାଇବା ଉଚିତ ହେବ । ତେଣୁ ଅନୁରୋଧ କରିବି ଆଗଭଳି ଚାଟସଭାର ଲିଙ୍କ ଦେବା ପାଇଁ । --ସୁଭାସିସ ପାଣିଗାହି ଆଳାପ ୧୧:୨୯, ୯ ନଭେମ୍ବର ୨୦୧୪ (UTC)

ଲଗ-ଇନ କରିନଥିବା ସମସ୍ତ ପାଠକ/ ସମ୍ପାଦକ ଏବେ ଚାଟସଭାର ଲିଙ୍କ ହିଁ ଦେଖୁଛନ୍ତି । ବନାନ ସମ୍ପର୍କିତ ସୂଚନାଟି କେବଳ ଲଗ-ଇନ କରିଥିବା ପାଠକ/ ସମ୍ପାଦକଙ୍କ ନିମନ୍ତେ ଉଦ୍ଦିଷ୍ଟ । ସେଥିରେ ପ୍ରଥମେ ନଭେମ୍ବର ମାସର ବଛାଲେଖା ବାବଦରେ ଗୋଟିଏ ସୂଚନା ରଖିଥିଲି । ବନାନ ସମ୍ପର୍କିତ ଆଲୋଚନାଟି ୧୨ଅକ୍ଟୋବରରୁ ଆରମ୍ଭ ହୋଇଥିଲେ ସୁଦ୍ଧା ୧ ନଭେମ୍ବର ସୁଦ୍ଧା ଗୋଟିଏ ବି ମତ ଆସିନଥିବାରୁ, ସେହି ଲିଙ୍କଟିକୁ ରଖିବା ଠିକ ହେବ ଭାବି ରଖିଥିଲି (ଏହାପରେ ଦୁଇଜଣ ପୁରୁଖାସଭ୍ୟ ନିଜ ନିଜ ମତ ଦେଇଛନ୍ତି) । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୩୮, ୧୦ ନଭେମ୍ବର ୨୦୧୪ (UTC)
ହେଉ ତାହେଲେ । ହେଲେ ସକ୍ରିୟ ନ ଥିବା ଓ ଲଗ ଇନ କରୁଥିବା ସଭ୍ୟ ମାନେ କେବଳ ଏକ ପ୍ରସଙ୍ଗର ନାମ ବଦଳ ଭଳି ସାଧାରଣ ଘୋଷଣାରେ ଭାଗ ନେବେ କି ନାଁ ସେ ବିଷୟରେ ସନ୍ଦିହିନ । କେତେ ଦିନ ରଖିବ କିଛି ଯୋଜନା କରିଛ? --ସୁଭାସିସ ପାଣିଗାହି ଆଳାପ ୧୨:୧୦, ୧୧ ନଭେମ୍ବର ୨୦୧୪ (UTC)
ଯୋଜନା ଅନୁସାରେ ଏଥିରେ ପ୍ରତ୍ୟେକ ସପ୍ତାହର ଶେଷରେ ବଛା ଛବି ନିମନ୍ତେ ଅନୁରୋଧ (୨ ଦିନ) ଓ ପ୍ରତ୍ୟେକ ମାସର ଶେଷରେ ବଛାଲେଖା ନିମନ୍ତେ ଅନୁରୋଧ (୫ଦିନ), ଏହିପରି ଭାବେ ଅନୁରୋଧ ଗୁଡ଼ିକୁ ପ୍ରଦର୍ଶିତ କରାଯାଇଥା'ନ୍ତା । ଏହାଛଡ଼ା ମଝିରେ ସର୍ବାଧିକ ୫ଦିନ ନିମନ୍ତେ ଅନ୍ୟ ଆଲୋଚନାର ଲିଙ୍କ ରଖିଥାନ୍ତି । ଅନ୍ୟାନ୍ୟ କାମରେ ବ୍ୟସ୍ତ ରହି ଏହାକୁ ଠିକ ସମୟରେ ବଦଳ କରିପାରିଲିନି (ଭବିଷ୍ୟତରେ ମଧ୍ୟ ଠିକ ସମୟରେ ବଦଳ କରିପାରିବି ଏହାର କିଛି ନିଶ୍ଚିତତା ନାହିଁ ), ସେଇଥିପାଇଁ ଦୁଃଖିତ । ପୂର୍ବରୁ ଥରେ ଲେଖିଥିଲି ଓଡ଼ିଆ ଉଇକିପିଡ଼ିଆର କେତେକ ବିଷୟ ନିମନ୍ତେ ସ୍ଵତନ୍ତ୍ର ନିୟମାବଳୀ ନଥିବାରୁ ପରିଚାଳକ କ୍ଷମତା ବ୍ୟବହାର କରିବାବେଳେ କେତେକ ନିଷ୍ପତ୍ତି ମୁଁ ନିଜେ ନିଜେ ନେଇଥାଏ, ଏହାକୁ ସେହିପରି ବିନା ଆଲୋଚନାରେ ବ୍ୟବହାର କରିଥିଲି, ତେଣୁ ପୁଣିଥରେ ଏଭଳି ଭୁଲ ନହେବା ପାଇଁ ଏଥିରେ ପୂର୍ବଭଳି ଚାଟସଭାର ଲିଙ୍କ ରଖିଦେଉଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୧୫, ୧୩ ନଭେମ୍ବର ୨୦୧୪ (UTC)
  • ମୃତ୍ୟୁଞ୍ଜୟ ଭାଇ, ତୁମ ସାଇଟ ନୋଟିସ ଯୋଜନା ବହୁତ ସ୍ଵାଗତଯୋଗ୍ୟ । ଏଥିରେ ଭୁଲ ରହିଲା କେଉଁଠି ଯେ ତୁମେ କ୍ଷମା ପ୍ରାର୍ଥନା କରୁଛ ? ଆମର ପରିସ୍ଥିତି ଯାହା ତମ ଅନୁପସ୍ଥିରେ ନୂଆ ମାନଙ୍କୁ ସ୍ଵାଗତ କରିବା ଓ ଚାଟସଭା ପ୍ରଶ୍ନର ଉତ୍ତର ଠିକ ସମୟରେ ମଧ୍ୟ ଦିଆଯାଇପାରୁନାହିଁ । ମୋ ମତରେ ସମୟ ଓ ପରିସ୍ଥିତିକୁ ସମ୍ନାରେ ରଖି ଆମର ଉନ୍ନତି ପାଇଁ ଅଦରକାରୀ ଆଲୋଚନାକୁ ଗୁରୁତ୍ତ୍ଵ ନ ଦେବା ଠିକ ହେବ । ଆଉ ମଧ୍ୟ ଅନୁରୋଧ ଏମିତି ନୂଆ ଯୋଜନା ଉପସ୍ଥାପନା କରି ଉନ୍ନତିର ନୂଆପଥରେ ସାରଥୀ ହୋଇରହିଥାଅ ।  : ) --ଆଦିତ୍ୟ ମହାର (ଆଲୋଚନା) ୦୫:୪୪, ୧୪ ନଭେମ୍ବର ୨୦୧୪ (UTC)
ଆଦିତ୍ୟ ଭାଇଙ୍କ ସଙ୍ଗେ ଏକମତ । ତମେ ଭଲ କାମଟେ କରୁଛ ସେଥିରେ କ୍ଷମା କଣ ପାଇଁ ମାଗିବ? ମୁଁ ଖାଲି କହୁଛି ପ୍ରସଙ୍ଗର ନାମ ବଦଳ ଭଳି ଆଲୋଚନା କେବଳ ପୁରୁଖା ମାନଙ୍କ ଭିତରେ ସୀମିତ । ଆମର ସାଇଟ ନୋଟିସ ନୂଆ ମାନଙ୍କୁ ସମ୍ପାଦନା ଆଡ଼କୁ ମୁହାଁଇବା ଉଦ୍ଦେଶ୍ୟରେ । ତେବେ ଭାଇ ଏତେ ଫର୍ମାଲ ଆଉ ମୋଡେଷ୍ଟ ହେଲେ ହବ? :) ମୁଁ ଠୋ ଠୋ କହିଦେଉଛି, ଭୁଲ ବୁଝିବନି । --ସୁଭାସିସ ପାଣିଗାହି ଆଳାପ ୦୭:୦୬, ୧୯ ନଭେମ୍ବର ୨୦୧୪ (UTC)
  • ଆଲୋଚନାରେ ଭାଗ ନେବା ପାଇଁ ଯଥେଷ୍ଟ ସଭ୍ୟ ନାହାନ୍ତି, ପୁଣି ନୂଆ, ପୁରୁଖା ସଭ୍ୟ କଣ? ଉଇକିପିଡିଆରେ ଯେକୌଣସି ଆଲୋଚନାରେ ସମସ୍ତେ ଭାଗ ନେଇପାରିବେ, ଯେତେ ପର୍ଯ୍ୟନ୍ତ ବିନିର୍ଦ୍ଧିଷ୍ଟ ନକରାଯାଇଛି । ଆଉ ଯେଉଁଠି ମତ ଓ ମନୋନୟନ ଆବଶ୍ୟକ, ସେଥିପାଇଁ MediaWiki:Sitenotice ବ୍ୟବହାର କରାଯାଇପାରିବ/କରାଯାଉ । ଆଉ ଯେତେ ପର୍ଯ୍ୟନ୍ତ ମତ/ସର୍ବସମ୍ମତ ନ ମିଳିଛି ବା ନୂଆ ଘୋଷଣାର ଆବଶ୍ୟକ ପଡିନାହିଁ ରଖାଯାଇପାରିବ/ରଖାଯାଉ କିମ୍ବା ଉଭୟ ରଖାଯାଇପାରିବ । ମୋ ମତରେ ଘୋଷଣାକୁ ଅତି କମରେ ୭ ଦିନ ଓ ବେଶୀରେ ୩୦ ବା ଅଧିକ ଦିନ ପର୍ଯ୍ୟନ୍ତ ରଖାଯାଇପାରିବ । ପାଠକମାନଙ୍କ ପାଇଁ MediaWiki:Anonnotice ଅଛି ପୁଣି ଅସୁବିଧା କଣ ? ଆଉ ଏସବୁ କରିବା ପୂର୍ବରୁ ଆଲୋଚନା କରିବା କିଛି ଆବଶ୍ୟକ ନାହିଁ en:WP:Be bold ଅନୁସାରେ । ଜଣେ ଏସବୁ କରୁଛି, ଆଉ ଖାସ କରି ଯେ 'Anonnotice' ଓ 'Sitenotice' କୁ ଅଲଗା କରି ଅପଡେଟ କରୁଛି ତାଙ୍କୁ ଏମିତି ନବୁଝି ମନା/ପ୍ରଶ୍ନ କରିବା ଠିକ ନୁହେଁ । କେବେ ଶିଖିବୁ ଉଇକିପିଡିଆରେ କାମ କରିବା! -- ଅଂଶୁମାନ ତାର ଯୋଡ଼ିବେ? ୧୮:୦୨, ୨୧ ନଭେମ୍ବର ୨୦୧୪ (UTC)

ସ୍ଵାଗତ ସନ୍ଦେଶ ବିଷୟରେ[ସମ୍ପାଦନା]

ଭାଇ, OTRS-member; User:NahidSultan ଭଳି ଇଉଜରଙ୍କୁ କଣ ପାଇଁ ସ୍ଵାଗତ କରୁଛନ୍ତି ? ଯେଉଁଠି ଲାଲି ଲିଙ୍କ ଦେଖୁଚନ୍ତି, ମାଡ଼ିଯାଉଚନ୍ତି ବୋଧେ :-) -- ଅଂଶୁମାନ ତାର ଯୋଡ଼ିବେ? ୧୬:୪୦, ୯ ଡିସେମ୍ବର ୨୦୧୪ (UTC)

User:NahidSultanଙ୍କୁ ସ୍ଵାଗତ କରିଛି, କିନ୍ତୁ OTRS-member ? ବୁଝିପାରିଲିନି :(--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୬:୪୮, ୯ ଡିସେମ୍ବର ୨୦୧୪ (UTC)
ଦେଖ, ସେ ଦୁଇଦିନ ତଳେ କେବଳ ଜଣଙ୍କ ନାମ ବଦଳିବାକୁ ଆସିଥିଲେ (Automated Edit), ମେଟାରେ ସେ "global-renamer" ଏଭଳି ଗ୍ଲୋବାଲ ଇଉଜରଙ୍କୁ ମାନୁଆଲି ସ୍ଵଗତ ସନ୍ଦେଶ ଦେବା ଆବଶ୍ୟକ ନାହିଁ । ହଁ ଯଦି ଚିହ୍ନା-ଜଣା ତାହେଲେ ଅଲଗା କଥା :-) -- ଅଂଶୁମାନ ତାର ଯୋଡ଼ିବେ? ୧୮:୫୭, ୧୦ ଡିସେମ୍ବର ୨୦୧୪ (UTC)

ଅଭିମନ୍ୟୁ ସେନାପତିଙ୍କର ପୃଷ୍ଠାକୁ ନ ଲିଭେଇବାକୁ ଅନୁରୋଧ[ସମ୍ପାଦନା]

ଅଭିମନ୍ୟୁ ସେନାପତି ଙ୍କର ପୃଷ୍ଠାକୁ ନ ଲିଭେଇବାକୁ ଅନୁରୋଧ
ନମସ୍କାର କର ବାବୁ । ଏହି ଲେଖାଟି ମୋର ୧ମ ଲେଖା । ଦୟାକରି ଏହି ଲେଖାରେ କିଛି ତୃଟି ଥିଲେ ବଦଳାଇ ଦିଅନ୍ତୁ ହେଲେ ଉଇକିପିଡ଼ିଆରେ ସ୍ଥାନ ଦିଅନ୍ତୁ । Ssgapu (ମୋ ଆଲୋଚନା) ୦୮:୧୨, ୧୮ ଡିସେମ୍ବର ୨୦୧୪ (UTC)
ପ୍ରିୟ ସଂଗ୍ରାମ ମୁଁ ମଧ୍ୟ ତୁମ ଭଳି ଜଣେ ସାଧାରଣ ଉଇକିଆଳି, ଉଇକିପିଡ଼ିଆରେ କୌଣସି ପ୍ରସଙ୍ଗକୁ ସ୍ଥାନ ଦେବା ବା ଲିଭାଇବାରେ ମୋର ବ୍ୟକ୍ତିଗତ ଇଚ୍ଛା-ଅନିଚ୍ଛାର କୌଣସି ପ୍ରଶ୍ନ ନାହିଁ । ଅନ୍ୟ କିଛି ସାଥି ଉଇକିଆଳି ବିଶ୍ଵାସ କରୁଥିବାରୁ ଏହି ଲିଭେଇବା କ୍ଷମତାଟି ଅନ୍ୟ ତିନିଜଣଙ୍କ ସହ ମତେ ମଧ୍ୟ ଦିଆଯାଇଛି । ଏହି ଲିଭାଇବା କ୍ଷମତାଟି ବ୍ୟବହାର କରିବାବେଳେ ମୁଁ ଓ ଅନ୍ୟ ସାଥି ପରିଚାଳକ ମାନେ ଉଇକିପିଡ଼ିଆର ନିତିନିୟମ ଗୁଡ଼ିକ ମାନିବାକୁ ବାଧ୍ୟ ତେଣୁ ସେହି ପ୍ରସଙ୍ଗଟିକୁ ମୁଁ ନ ଲିଭାଇଲେ ମଧ୍ୟ ଅନ୍ୟ ଯେକୌଣସି ପରିଚାଳକ ଲିଭାଇଦେବେ ।
ତୁମଆଲୋଚନା ପୃଷ୍ଠାରେ ମୁଁ ପୂର୍ବରୁ ପ୍ରସଙ୍ଗଟିକୁ କାହିଁକି ଲିଭାଇ ଦିଆଯିବ ସେ ବାବଦରେ ଲେଖିଛି । ଓଡ଼ିଆ ଉଇକିପିଡ଼ିଆରେ କେଉଁ ପ୍ରସଙ୍ଗ ଗୁଡ଼ିକୁ ଲିଭାଇଦିଆଯିବ ସେ ବାବଦରେ ପୂର୍ବରୁ ଆଲୋଚନା ମଧ୍ୟ ହୋଇସାରିଛି । ମୋର ଆଲୋଚନା ପୃଷ୍ଠା ଦେଖି ଜାଣିପାରୁଥିବ ମୋର ଯେକୌଣସି ନିଷ୍ପତ୍ତି/ପଦକ୍ଷେପ ବାବଦରେ ଯେକେହିବି ମତେ ପ୍ରଶ୍ନ ପଚାରିପାରିବେ ଆଉ ମୁଁ ସେସବୁ ପ୍ରଶ୍ନର ଯଥାର୍ଥ ଉତ୍ତର ଦେବାକୁ ବାଧ୍ୟ ! ତେଣୁ ମତେ ଲାଗୁନି ମୁଁ ତୁମକୁ ଏବାବଦରେ କିଛି ସାହାଯ୍ୟ କରିପାରିବି । ଓଡ଼ିଆ ଉଇକିପିଡ଼ିଆରେ ତୁମର ଅବଦାନ ନିମନ୍ତେ ତୁମକୁ ସାଧୁବାଦ ଜଣାଉଛି ଓ ଆଶା କରୁଛି ତୁମେ ନିଜ ଅବଦାନ ଜାରି ରଖିବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୦୩, ୧୯ ଡିସେମ୍ବର ୨୦୧୪ (UTC)

ଧନ୍ୟବାଦ[ସମ୍ପାଦନା]

ଧନ୍ୟବାଦ ମୃତ୍ୟୁଞ୍ଜୟ କର ବାବୁ ।