ଉଇକିପିଡ଼ିଆ:ଜନ୍ମତିଥି/୧୦

ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି

୨୮ ଜାନୁଆରୀ: ଭୁବନେଶ୍ୱର
ସ୍ଥାନ:
କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (ଏହି ଲିଙ୍କରେ ରାସ୍ତା ଓ ମାନ‌ଚିତ୍ର ଦେଖନ୍ତୁ)
ସମୟ: ସକାଳ ୧୦ ଘଟିକା
ନିମନ୍ତ୍ରିତ ଅତିଥି:
* ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ (ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ଲାଙ୍ଗୁଏଜେସ (CIIL), ମହୀଶୂରର ପ୍ରତିଷ୍ଠାତା ଓ ଓଡ଼ିଆ ଭାଷାବିଦ)
* ଡ. ଗୌରହରି ଦାସ (ଓଡ଼ିଆ ସାହିତ୍ୟ ଏକାଡେମୀର ଅବାହକ ଓ ଭାଷାବିଦ)
* ଡ. ବ୍ରଜେନ୍ଦ୍ର ପ୍ରସାଦ ଦାସ (ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ପ୍ରାକ୍ତନ ଡାଇରେକ୍ଟର)
* ସୁବ୍ରତ ପୃଷ୍ଟି (ଭାଷା ଗବେଷକ)
୨୯ ଜାନୁଆରୀ: ଢେଙ୍କାନାଳ
ସ୍ଥାନ:
ଭାରତୀୟ ଜନସଂଚାର ସଂସ୍ଥାନ (ଏହି ଲିଙ୍କରେ ରାସ୍ତା ଓ ମାନ‌ଚିତ୍ର ଦେଖନ୍ତୁ)
ସମୟ: ସକାଳ ୧୦ ଘଟିକା
ନିମନ୍ତ୍ରିତ ଅତିଥି:
* ଉଷା ପାଢ଼ୀ (ମୁଖ୍ୟ ସଚିବ, ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର)
* ଡ. ମୃଣାଳ ଚାଟାର୍ଜୀ (ପ୍ରଫେସର ଓ ମୁଖ୍ୟ, ଭାରତୀୟ ଜନସଂଚାର ସଂସ୍ଥାନ, ବରିଷ୍ଠ ସାମ୍ବାଦିକ ଓ ଓଡ଼ିଆ ସାହିତ୍ୟିକ)
ପୁସ୍ତିକା

୨୦୦୨ରେ ଆରମ୍ଭ ହୋଇଥିବା ଓଡ଼ିଆ ଉଇକିପିଡ଼ିଆରେ ଜାନୁଆରୀ ୨୯ ତାରିଖରେ ପ୍ରଥମ ସମ୍ପାଦନା ହୋଇଥିଲା । ପ୍ରତିବର୍ଷ ଏହି ଦିନ ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନା କରୁଥିବା ଉଇକିଆଳିମାନେ ଏହାର ଜନ୍ମତିଥି ପାଳନ କରିଥାନ୍ତି । ଏହି ବର୍ଷ ଦୁଇ ଦିନ ଧରି ଏହି ଉତ୍ସବ ପାଳନ କରାଯାଉଛି ।

ଭାଗନେଉଥିବା ଉଇକିଆଳି[ସମ୍ପାଦନା]

ଏହି ବିଭାଗଟିକୁ [ସମ୍ପାଦନା] କରି ତଳେ # ଚିହ୍ନଟିଏ ଦିଅନ୍ତୁ, ଆପଣଙ୍କ ଏଡିଟ ଟୁଲବାରରେ ଥିବା କଲମ ପରି ଦିଶୁଥିବା ଆଇକନରେ କ୍ଲିକ କରି "ସାଇତିବେ [Save]"ରେ କ୍ଲିକ କରିଦେଲେ ଆପଣଙ୍କ ନାମ ଆପେଆପେ ଯୋଡ଼ିଯିବ ।

  1. ଶିତିକଣ୍ଠ ଦାଶ
  2. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୦୨, ୯ ଜାନୁଆରୀ ୨୦୧୪ (UTC)
  3. --ସୁଭାସିସ ପାଣିଗାହି ମୋ ସାଙ୍ଗେ କ‌ଥାବାର୍ତ୍ତା ୧୨:୪୬, ୯ ଜାନୁଆରୀ ୨୦୧୪ (UTC)
  4. --Subas Chandra Rout (ମୋ ଆଲୋଚନା) ୧୧:୪୬, ୧୭ ଜାନୁଆରୀ ୨୦୧୪ (UTC)
  5. Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୩୪, ୨୩ ଜାନୁଆରୀ ୨୦୧୪ (UTC)
  6. --ଆଦିତ୍ୟ ମହାର (ମୋ ଆଲୋଚନା) ୧୦:୨୦, ୨୬ ଜାନୁଆରୀ ୨୦୧୪ (UTC)
  7. -- କମଳାକାନ୍ତ ନାୟକ

ପ୍ରେସ ବିବୃତି[ସମ୍ପାଦନା]

ଦଶବର୍ଷର ଓଡ଼ିଆ ଉଇକିପିଡ଼ିଆ: ଇଣ୍ଟରନେଟରେ ଜ୍ଞାନକୋଷ ନିର୍ମାଣର ଏକ ଆନ୍ଦୋଳନ
ଓଡ଼ିଆ ଉଇକିପିଡ଼ିଆ ଏକ ମୁକ୍ତ ଜ୍ଞାନକୋଷ ଯାହା ସମସ୍ତ ଭାରତୀୟ ଭାଷାମାନଙ୍କ ମଧ୍ୟରେ ପ୍ରଥମେ ଆରମ୍ଭ ହୋଇଥିବା ଉଇକିପିଡ଼ିଆ ମାନଙ୍କ ମଧ୍ୟରେ ଅନ୍ୟତମ । ଜାନୁଆରୀ ୨୮ ଓ ୨୯ ତାରିଖରେ ଏହାର ଦଶମ ବାର୍ଷିକୀ ପାଳନ କରାଯାଇଛି । ୨୦୦୪ରେ ପ୍ରଥମ କରି ଆରମ୍ଭ କରାଯାଇଥିବା ଏହି ଅନଲାଇନ ଜ୍ଞାନକୋଷର ପ୍ରଥମ ସମ୍ପାଦନା ୨୦୦୪ ମସିହା ଜାନୁଆରୀ ୨୯ରେ ଆରମ୍ଭ ହୋଇଥିଲା । ଆଶ୍ଚର୍ଯ୍ୟର କଥା ଏହିକି ଯେ ଯେଉଁମାନେ ଉଇକିପିଡ଼ିଆ ନିୟମିତଭାବେ ବ୍ୟବହାର କରନ୍ତି ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ବ୍ୟବାହରକାରୀ ଜାଣିନଥାନ୍ତି ଯେ ପ୍ରକୃତରେ ଏହାକୁ କିଏ ଲେଖନ୍ତି ବା ସମ୍ପାଦନା କରନ୍ତି । ଉଇକିପିଡ଼ିଆ ୨୯୦ ରୁ ଅଧିକ ଭାଷାରେ ଏବଂ ୨୦ ରୁ ଅଧିକ ଭାରତୀୟ ଭାଷାରେ ଉଇକିପିଡ଼ିଆ ଉପଲବ୍ଧ । ଏହା ଏକ ମୁକ୍ତ ଜ୍ଞାନକୋଷ ଯାହାକୁ କେହି ବି ସମ୍ପାଦନା କରିପାରିବେ କିମ୍ବା ନୂଆ ତଥ୍ୟ ଯୋଡ଼ିପାରିବେ ।

ଦୀର୍ଘ ୮ ବର୍ଷ ଧରି ପ୍ରକଳ୍ପଟି ନିଷ୍କ୍ରିୟ ହୋଇପଡ଼ି ରହିଥିଲା ବେଳେ ୨୦୧୧ ମସିହା ଫେବ୍ରୁଆରି ବେଳକୁ ବେଙ୍ଗୁଲୁରୁରେ ରହୁଥିବା କିଛି ଉତ୍ସାହିତ ଓଡ଼ିଆ ଏହାର ପୁନରାରମ୍ଭ କରିଥିଲେ । ସେହି ବର୍ଷ ଅପ୍ରେଲ ମାସରେ ପ୍ରଥମ କରି ଗୋଟେ କର୍ମଶାଳା ଭୁବନେଶ୍ଵରରେ କରାଯାଇଥିଲା । ସେହିଦିନଠାରୁ ଅନେକ ସ୍ଵେଚ୍ଛାସେବୀ ସମ୍ପାଦକମାନଙ୍କୁ ନେଇ ଓଡ଼ିଆ ଉଇକିପିଡ଼ିଆ ୫୫୦ ଲେଖାରୁ ଆଜି ୫୧୫୧ରୁ ଅଧିକ ଲେଖାରେ ପହଞ୍ଚିଛି । ଏପରିକି ୨୦୧୧ରେ ଉଇକିପିଡ଼ିଆ ପାଠକ ସଂଖ୍ୟା ମାସକୁ ୦.୭ ଲକ୍ଷରୁ ଆସି ୨୦୧୩ ମସିହା ଶେଷ ବେଳକୁ ୪ ଲକ୍ଷରେ ପହଞ୍ଚିଛି ।

ଗତ ଦୁଇବର୍ଷଧରି ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଗୋଟିଏ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଯାହା ଓଡ଼ିଆ ଗଣମାଧ୍ୟମର ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆରେ ଅନେକ ବିଷୟରେ ପ୍ରସଙ୍ଗ ଲେଖିବା ସମ୍ବନ୍ଧରେ ତାଲିମ ଦିଆଯାଉଛି । ଏହି ବର୍ଷ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସର ଛାତ୍ର ଓଡ଼ିଆ ଉଇକିପିଡ଼ିଆ ଅଧିକରୁ ଅଧିକ ପାଠକମାନଙ୍କ ପାଖରେ ପହଞ୍ଚିବା ଲକ୍ଷ ରଖିଛି ବିଶେଷ କରି ସେଇମାନଙ୍କ ପାଖରେ ଯେଉଁମାନେ ଓଡ଼ିଆ ଭାଷା ପାଇଁ କୌଣସି ବାଟରେ ବି କିଛି ଅବଦାନ କରିବାକୁ ଚାହୁଁଛନ୍ତି । ଓଡ଼ିଆ ଉଇକିପିଡ଼ିଆର ଦୁଇ ସକ୍ରିୟ ସଦସ୍ୟ ଶିତିକଣ୍ଠ ଦାସ ଏବଂ ଜ୍ଞାନରଞ୍ଜନ ସାହୁ କହନ୍ତି, 'ଭବିଷ୍ୟତରେ ଆମେ ସରକାରଙ୍କ ପାଖରେ ଏହି ପ୍ରସ୍ତାବ ରଖିବାକୁ ଚେଷ୍ଟା କରୁଛୁ ଯେମିତିକି ଓଡ଼ିଆ ଉଇକିପିଡ଼ିଆ-ସମ୍ପାଦନାକୁ ବିଦ୍ୟାଳୟର ପାଠ୍ୟଖସଡ଼ାରେ ସାମିଲ କରାଯିବ ଯାହାଫଳରେ ଛାତ୍ରଛାତ୍ରୀମାନଙ୍କର ଉଇକିପିଡ଼ିଆରେ ଲେଖାଲେଖି ଏବଂ ଗବେଷଣା କରିବା କ୍ଷମତା ବଢିବ ଏବଂ ସେମାନେ ମଧ୍ୟ ଜ୍ଞାନ ବାଣ୍ଟିବାର ଏହି ଖୋଲାମଞ୍ଚରେ ସାମିଲ ହେବେ ।' ଓଡ଼ିଆ ଉଇକିପିଡ଼ିଆକୁ or.wikipedia.org ରେ ପଢ଼ିହେବ । ଅଧିକ ସହାୟତା ପାଇଁ ବ୍ୟବହାରକାରୀମାନେ fb.com/groups/odiawiki ଦେଖିପାରିବେ ଏବଂ ପ୍ରଶ୍ନଥିଲେ ସେଠାରେ ପଚାରିପାରିବେ ।

ଖବରରେ (In News)[ସମ୍ପାଦନା]

  • ମିଡିଆ, ସଂଚାର (୩୦ ଜାନୁଆରୀ ୨୦୧୪). "ଦଶମ ବର୍ଷରେ ଓଡ଼ିଆ ୱିକିପିଡ଼ିଆ". ସଂଚାର. {{cite news}}: |access-date= requires |url= (help); Check date values in: |date= (help)
  • "ଆଇଆଇଏମସି'ରେ ଖବରକାଗଜ ଦିବସ ପାଳିତ". ସମାଜ. {{cite news}}: |access-date= requires |url= (help)
  • ମୃତ୍ୟୁଞ୍ଜୟ କର, ଜ୍ଞାନରଞ୍ଜନ ସାହୁ, ସୁଭାସିସ ପାଣିଗ୍ରାହୀ. "ଓଡ଼ିଆ ଉଇକିପିଡ଼ିଆ: ତିନି ବର୍ଷର ସକ୍ରିୟ ଅବଦାନ ୧୦ ବର୍ଷର ପ୍ରକଳ୍ପକୁ ପୁନର୍ଜୀବନ ଦେଲା". ଉଇକିମିଡ଼ିଆ ବ୍ଲଗ. Retrieved 6 February 2014.
  • Panigrahi, Subhashish Panigrahi. "Odia Wikipedia: Three years of active contributions gives life to a ten year old project". Wikimedia blog. Retrieved 6 February 2014.
  • "Odia Wikipedia celebrated it's 10th birthday at KISS, IIMC- Dhenkanal". OdishaDiary.com. 6 February 2014. Retrieved 6 February 2014.

ବିବରଣୀ (Report)[ସମ୍ପାଦନା]

ସମ୍ବାଦ ଅଫିସରେ "କ‌ଥା" ପ‌ତ୍ରିକାର ସମ୍ପାଦକ ଡଃ ଗୌରହରି ଦାସ ଓ ସିଇଓ ସ୍ୱରାଜ ମିଶ୍ରଙ୍କ ସ‌ହ ଆଲୋଚନାରତ ଓଡ଼ିଆ ଉଇକିଆଳିଗଣ
ଭୁବନେଶ୍ୱରର କିସ ଠାରେ ଓଡ଼ିଆ ଉଇକିପିଡ଼ିଆର ୧୦ବର୍ଷ ପୂର୍ତ୍ତି ଅବସରରେ ଏକ ଏକଜୁଟ ହୋଇଥିବା ଉଇକିଆଳି ମାନଙ୍କର ଏକ ଫଟୋ

ଓଡ଼ିଆ ଉଇକିପିଡ଼ିଆ ୨୯ ଜାନୁଆରୀରେ ଏହାର ୧୦ ବର୍ଷ ପୂରଣ କଲା । ୨୦୦୪ରେ ଏହା ପ୍ରଥମ ଭାରତୀୟ ଭାଷାର ଉଇକିପିଡ଼ିଆ ଭାବେ ଆରମ୍ଭ ହେଇଥିଲେ ମଧ୍ୟ, ଏଥିରେ ପ୍ରକୃତ ଅର୍ଥରେ ଲେଖାଲେଖି ୨୦୧୧ରେ ଆରମ୍ଭ ହେଇଥିଲା । ସେତେବେଳେ ୫୫୦ଟି ଯାହିତାହି ପ୍ରସଙ୍ଗ ଏବଂ କହିବାକୁ ଗଲେ ଜଣେ ମଧ୍ୟ ସକ୍ରିୟ ସଭ୍ୟ ନଥିଲେ । ତତ୍କାଳୀନ ପରିସ୍ଥିତିରେ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଲାଗି ଉଇକିଆଳିଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଅଧିକ ଲୋକ ଇଣ୍ଟରନେଟ ତଥା ବିଶେଷ ଭାବେ ସୋସିଆଲ ମିଡ଼ିଆ ବ୍ୟବହାର କରିବା ଓ ଓଡ଼ିଆରେ ଲେଖିବା ପାଇଁ ଅଧିକ ଇନପୁଟ ପ୍ରଣାଳୀ ଆସିବା ଦ୍ଵାରା ଏହି ଗୋଷ୍ଠୀଗତ ପ୍ରକଳ୍ପଟି ଲୋକଲୋଚନାକୁ ଆସିବାକୁ ଲାଗିଲା । ଓଡ଼ିଆ ଉଇକିପିଡ଼ିଆର ଫେସବୁକ ପୃଷ୍ଠା ଏବଂ ଗୋଠ ଅଧିକ ଲୋକମାନଙ୍କର ଓଡ଼ିଆ ଭାଷାରେ ଲେଖିବା ପାଇଁ ଏକ ସାମାଜିକ ଦ୍ଵାର ହୋଇଥିଲା । ଇଉନିକୋଡ଼ରେ ଲେଖା ହୋଇ ଇଣ୍ଟରନେଟରେ ଉପଲବ୍ଧ ଥିବା ଲେଖା ଏହି ଭାଷାରେ ପ୍ରାୟତଃ କିଛି ନାହିଁ ବା ବହୁତ କମ । ଅନ୍ୟ ଭାଷାଭାଷୀ ଲୋକମାନଙ୍କ ତୁଳନାରେ ଏହି ଭାଷାରେ ଉପଲବ୍ଧ ଥିବା ଛବି, ଭିଡ଼ିଓ ଓ ଅଡ଼ିଓ ମିଡ଼ିଆଗୁଡ଼ିକ ବହୁତ କମ । ଏବେ ମଧ୍ୟ ବହୁତ ଲୋକ ସେହି ପୁରୁଣା ଚୋରା ଅପରେଟିଂ ସିଷ୍ଟମକୁ ସେମାନଙ୍କ କମ୍ପ୍ୟୁଟରରେ ବ୍ୟବହାର କରୁଛନ୍ତି ଯାହାକି ସମସ୍ତ ଉଇକିପିଡ଼ିଆ ପ୍ରକଳ୍ପର ଉନ୍ନତିରେ ଏକ ବଡ଼ ବାଧା ପାଲଟିଛି । ଅଧୁନା ଓଡ଼ିଆରେ ଅନଲାଇନ ଅବଦାନ ଓ ଅନେକ ଗୁଡ଼ିଏ ଇନପୁଟ ପ୍ରଣାଳୀ ଆସିବାକୁ ଲାଗିଛି । ଅଧିକ ଲୋକ ଓଡିଆରେ ଇଇଉନିକୋଡ଼ବ୍ୟବହାର କରି ଇଣ୍ଟରନେଟରେ ଖୋଜିବା ଆରମ୍ଭ କଲେଣି । ଏହି କ୍ଷେତ୍ରରେ ଓଡ଼ିଆ ଉଇକିପିଡ଼ିଆ ବହୁତ ଗୁଡ଼ିଏ ଲେଖା ଓ ପାଠକ ଦେଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମାସିକ ପୃଷ୍ଠା ଦେଖା ଯାହାକି ବର୍ଷ ବର୍ଷ ଧରି ଲଗାତର କମ ଥିଲା ତାହା ୧୦୦୦ରୁ ୪,୦୦,୦୦୦ ରୁ ଅଧିକ ହେଲାଣି ଯାହା ବେଳେବେଳେ ୫,୦୦,୦୦୦ ମଧ୍ୟ ପହଞ୍ଚିଛି । ଓଡ଼ିଆ ଲେଖାଥିବା ସମସ୍ତ ୱେବସାଇଟ ମଧ୍ୟରେ ଏହା ସର୍ବାଧିକ । ଦୁଇଦିନ ଧରି ଅଧିକ ଲୋକମାନଙ୍କୁ ଆକର୍ଷିତ କଲାଭଳି ନୂଆ ପ୍ରକଳ୍ପ ସହ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମତିଥି ପାଳନ କରିଛି । ଓଡ଼ିଆ ଉଇକିଆଳିଗଣ ୨୮ ଜାନୁଆରୀରେ କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ ସୋସିଆଲ ସାଇନ୍ସେସ ଏବଂ ୨୯ ଜାନୁଆରୀରେ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ମାସ କମ୍ୟୁ ନିକେସନ ଏହି ଦୁଇଟି ଶିକ୍ଷାନୁଷ୍ଠାନଠାରେ ଏକଜୁଟ ହୋଇ ଏଥିରେ ସାମିଲ ହୋଇଥିଲେ ।

ପ୍ରଥମ ଦିବସ[ସମ୍ପାଦନା]

ଦେବୀପ୍ରସନ୍ନ ପଟ୍ଟନାୟକ "ଭଏସ ଇଣ୍ଟ୍ରୋ" ପ୍ରକଳ୍ପ ପାଇଁ ନିଜର ପରିଚୟ ଦେଉଛନ୍ତି

ଉଇକିପିଡ଼ିଆ ୧୦ର ପ୍ରଥମ ଦିନରେ ପାରମ୍ପରିକ ଭାବେ ଛେନାପୋଡ଼ କାଟି ବିଶିଷ୍ଟ ଭାଷାବିଦ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ । ଓଡ଼ିଶା ଏବଂ ଏହାର ଆଖପାଖ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକରେ ଥିବା ୬୨ଟି ଆଦିବାସୀ ଗୋଷ୍ଠୀମାନଙ୍କ ବାବଦରେ ଲେଖା ଯୋଗାଡ଼, ନଥିପତ୍ର ସଂଗ୍ରହ ଏବଂ ନୂଆ ଉଇକିପିଡ଼ିଆ ପ୍ରକଳ୍ପ ଗଠନ ପାଇଁ କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ ସୋସିଆଲ ସାଇନ୍ସେସ (KISS) ଓ ସେଣ୍ଟର ଫର ଇନ୍ତରନେଟ ଏଣ୍ଡ ସୋସାଇଟି (CIS) ସହ କିଛି ଦିନ ପୂର୍ବେ ଏକ ସହବନ୍ଧନ ସ୍ୱାକ୍ଷରିତ ହୋଇଛି । ପ୍ରାଥମିକ ସୋପାନରେ ବିଜ୍ଞାନ, କଳା ଏବଂ ବାଣିଜ୍ୟରେ ସ୍ନାତକ କରୁଥିବା କିଛି ଛାତ୍ରଛାତ୍ରୀ ଏବଂ ୧୦ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନେଇ କର୍ମଶାଳା ଆରମ୍ଭ କରାଯାଇଛି । ଏହି ପ୍ରକଳ୍ପ ଏହି ଶିକ୍ଷାନୁଷ୍ଠାନରେ ଥିବା ମଦର ଟଙ୍ଗ ବେସ୍‌ଡ ମଲ୍ଟିଲିଙ୍ଗୁଆଲ ଲ୍ୟାବ ପାଇଁ ମିଳିତ ଭାବେ ଆଦିବାସୀ ଭାଷାଗୁଡ଼ିକର ଉନ୍ନତି ପାଇଁ ଏକ ପୋଷକ ହୋଇ ପାରିବ । ଡ. ପଟ୍ଟନାୟକ ଏହି ଅବଦାନକାରୀ ମାନଙ୍କ ସହ କଥା ହୋଇ ଭାଷାର ଅନଲାଇନ ଉପସ୍ଥିତି ଏବଂ ନଥିପତ୍ର ତିଆରି କରିବାର ଆବଶ୍ୟକତା ବିଷୟରେ ବଖାଣିଥିଲେ । ଜନସମ୍ମିଳନୀର ସାଧାରଣ ସମ୍ପାଦକ ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସୁବ୍ରତ ପୃଷ୍ଟି ସଭ୍ୟ ମାତୃଭାଷାରେ କିଛି ଶବ୍ଦର ବିଲୁପ୍ତି, ଅପବ୍ୟବହାର ଏବଂ ମିଳିତ ଭାବେ ଲୁପ୍ତ ଭାଷାଗୁଡ଼ିକରର ଉନ୍ନତି ବିଷୟରେ ସୂଚନା ଦେଇଥିଲେ, ଏହାଛଡା ସେ ଓଡ଼ିଆ ଉଇକିପିଡ଼ିଆ ସହ ୫୦୦୦ ଶବ୍ଦ ଥିବା ଏକ ଅଭିଧାନ ଖୋଲା ଲାଇସେନ୍ସରେ ବିତରଣ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ଡ. ପଟ୍ଟନାୟକଙ୍କ ନିଜ ପରିଚୟକୁ ରେକର୍ଡିଙ୍ଗ କରି ଓଡ଼ିଆ ଉଇକିଆଳି ଭାରତରେ ପ୍ରଥମ ଭାବେ "ଭଏସ ଇଣ୍ଟ୍ରୋ" ପ୍ରକଳ୍ପ ଆରମ୍ଭ କରିଥିଲେ । ଓଡ଼ିଆ ଉଇକିଆଳିମାନେ କିସର ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ସହ ଉଇକିପିଡ଼ିଆ ସମ୍ପାଦନା କରିବା ଦ୍ଵାରା ସେମାନଙ୍କ ଜ୍ଞାନର ବିକାଶରେ ପଡ଼ିଥିବା ପ୍ରଭାବ ବିଷୟରେ ଅଲୋଚନ କରିଥିଲେ ।

ଦ୍ଵିତୀୟ ଦିବସ[ସମ୍ପାଦନା]

ଇଣ୍ଡିଆନ ଇନଷ୍ଟିଟ୍ୟୁଟ ମାସ କମ୍ୟୁନିକେଶନ, ଢେଙ୍କାନାଳଠାରେ ଉଇକିପିଡ଼ିଆ ୧୦ ପାଳନ ଅବସରରେ ଛେନାପୋଡ଼ କଟା

ଉଇକିପିଡିଆ ୧୦ର ଦ୍ଵିତୀୟ ଦିନ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ମାସ କମ୍ୟୁନିକେଶନ(IIMC), ଢେଙ୍କାନାଳଠାରେ ଅନୁଷ୍ଠିତ ହୋଇଥିଲା । ଯେଉଁ ଛାତ୍ରଛାତ୍ରୀ ମାନେ ଏକାଧିକ କର୍ମଶାଳାମାନଙ୍କରେ ଆଗରୁ ଭାଗ ନେଇଥିଲେ ସେମାନେ ସେହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବିଶିଷ୍ଟ ଟିଭି ଏବଂ ଖବରକାଗଜ ସାମ୍ବାଦିକ ସମ୍ପଦ ମହାପାତ୍ର ପାରମ୍ପରିକ ଭାବେ ଦୀପ ଜଳାଇ ଏବଂ ଛେନାପୋଡ଼ କାଟି ଏହି କାର୍ଯ୍ୟକ୍ରମଟିର ଶୁଭାରମ୍ଭ କରିଥିଲେ । କିପରି ମିଡ଼ିଆ ଉଇକିପିଡ଼ିଆ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭର କରନ୍ତି ଏବଂ ଆଞ୍ଚଳିକ ଭାଷାରେ ଉଇକିପିଡ଼ିଆର ଉନ୍ନତି ଅଧିକ ମିଡ଼ିଆ ବିଭାଗରେ ଅଧିକ ଚାକିରୀ ସୃଷ୍ଟି କରିବା ତାହା ବର୍ଣ୍ଣନା କରିଥିଲେ । ଏହି ଶିକ୍ଷାନୁଷ୍ଠାନର ମୁଖ୍ୟ ପ୍ରଫେସର ଡ. ମୃଣାଳ ଚାଟ୍ଟାର୍ଜୀ କିପରି ଜ୍ଞାନ ଆହରଣ କରିବା ଧୀରେ ଧୀରେ ଇଣ୍ଟରନେଟରେ ଖୋଜିବା ଆଡ଼କୁ ବଢୁଛି ତାହା କହିଥିଲେ । ସେ ବିଭିନ୍ନ ଉପାୟ କହିଥିଲେ ଯାହାଦ୍ୱାରା ଆଞ୍ଚଳିକ ଭାଷା ପାଇଁ ଅଧିକ ଅନଲାଇନ ଲେଖା ଆସିପାରିବ ଏବଂ ଏହା ଜ୍ଞାନର ବିକାଶରେ ସାହାଯ୍ୟ କରିବ । ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ସଚିବ ଶ୍ରୀମତୀ ଉଷା ପାଢ଼ୀ, ଅଧିକ ସମ୍ପାଦନା କରିଥିବା ଉଇକିଆଳି ମାନଙ୍କୁ ପୁରସ୍କୃତ କରିଥିଲେ । ସେ ପରେ ମିଡ଼ିଆର ସମାଜ ବିକାଶରେ ଭୂମିକା ଏବଂ ଖୋଲା ଜ୍ଞାନକୋଷ ଜ୍ଞାନ ବିକାଶରେ କିପରି ସହାୟକ ହୋଇଥାଏ ତାହା କହିଥିଲେ

ଫେସବୁକ (Facebook)[ସମ୍ପାଦନା]

ଟୁଇଟର (Twitter)[ସମ୍ପାଦନା]

ଛବି (Photos)[ସମ୍ପାଦନା]

ଛବିସବୁ ଉଇକି କମନ୍ସର Category:Odia Wikipedia 10 ଶ୍ରେଣୀରେ ରହିବ ।