ଉଇକିପିଡ଼ିଆ ଆଲୋଚନା:ନିୟମାବଳୀ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ନିୟମାବଳୀ[ସମ୍ପାଦନା]

   ଏକ ସ୍ଵତନ୍ତ୍ର ନିଯମାବଳୀ ପୃଷ୍ଠା ତିଆରି କରି ଏହି ଆଲୋଚନାକୁ ସେହି ପୃଷ୍ଠା ଆଲୋଚନା କୁ ଘୁଞ୍ଚାଇବା ପାଇଁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୨୦:୨୧, ୯ ଫେବୃଆରୀ ୨୦୧୪ (UTC)

ଉଇକିଆଳିଗଣ, ଯେହେତୁ ଧୀରେ ଧୀରେ ଉଇକିପିଡ଼ିଆରେ ପ୍ରସଙ୍ଗ ଓ ସମ୍ପାଦକଙ୍କ ସଂଖ୍ୟା ବଢ଼ୁଛି ଆପଣମାନେ ଅନୁଭବ କରୁଛନ୍ତି କି କିଛି ସାଧାରଣ ନିୟମାବଳୀର ଆବଶ୍ୟକ‌ତା ରହୁଛି? ଯେମିତିକି ପ୍ରସଙ୍ଗର ନାମ କି ଭଳି ହେବା ଉଚିତ, ପ୍ରସଙ୍ଗମନଙ୍କରେ କିପରି ଉପ‌ବିଭାଗ ରହିବା ଉଚିତ, ଗୋଟେ ପ୍ରସଙ୍ଗରେ କି କି ଅତ୍ୟାବଶ୍ୟକ ବିଭାଗ ରହିବା ଉଚିତ ଆଦି । ଓଡ଼ିଆ ଉଇକିପିଡ଼ିଆର ପରିଚାଳକଗଣ ଏହି ଭିତ୍ତିରେ ପ୍ରସଙ୍ଗଗୁଡ଼ିକୁ ଉଇକିକରଣ କରିପାରିବେ । ଦୟାକରି ନିଜର ମତମନ୍ତବ୍ୟ ଏଠାରେ ଦିଅନ୍ତୁ ଯାହାକୁ ଭିତ୍ତି କରି ପରିଚାଳକମାନେ ଏକ ପୃଷ୍ଠା ତିଆରି କରିପାରିବେ । --ସୁଭାସିସ ପାଣିଗାହିମୋ ସାଙ୍ଗେ କ‌ଥାବାର୍ତ୍ତା ୧୧:୦୩, ୩୦ ଡିସେମ୍ବର ୨୦୧୩ (UTC)

ମୋ ମତରେ :[ସମ୍ପାଦନା]

  • ପ୍ରାଥମିକ ସ୍ତରରେ ଆମେ ନିମ୍ନୋକ୍ତ ବିଷୟ ଗୁଡ଼ିକ ଉପରେ ଆଗ ଧ୍ୟାନ ଦେବା ଉଚିତ :
  1. ମୁଣ୍ଡିଆ ବା ଷ୍ଟବ ନିର୍ଦ୍ଧିଷ୍ଟ ଭାବେ ଆମେ କାହାକୁ କହିବା ?
  2. କିପରି ଲେଖା (article) କୁ Delete କରିବା ପାଇଁ ମନୋନୟନ କରିବା ?
  3. ପ୍ରସଙ୍ଗର ନାମ କିପରି ରହିବା ଉଚିତ ?
  4. ସତ୍ଵାଧିକାର ବିହୀନ ଲୋଗୋ ଓ ଚିତ୍ର ଓଡ଼ିଆ ଉଇକି ଓ ଇଂରାଜୀ ଉଇକିରେ ସମାନ ନିୟମ ରହିବ ?--ଶିତିକଣ୍ଠ (ଆଲୋଚନା) ୨୦:୪୨, ୨୦ ଜାନୁଆରୀ ୨୦୧୪ (UTC)

ମତାମତ :[ସମ୍ପାଦନା]

( ଆପଣଙ୍କ ମତାମତ ନିମ୍ନରେ 'କାରଣ' ସହ ଦେବାପାଇଁ ଅନୁରୋଧ )

ମୁଣ୍ଡିଆ ବା ଷ୍ଟବ ନିର୍ଦ୍ଧିଷ୍ଟ ଭାବେ ଆମେ କାହାକୁ କହିବା ?[ସମ୍ପାଦନା]

( କେଉଁ କେଉଁ ବିଷୟ ଗୋଟିଏ ପ୍ରସଙ୍ଗରେ ରହିବା ଉଚିତ ଓ ଅତିକମରେ କେତେ ବାଇଟ ଲେଖା ହେବ ଉଚିତ ? )

  • ମୋ ମତରେ ଗୋଟିଏ ବାକ୍ୟ ରୁ ଗୋଟିଏ ପାରା ଥିଲେ/ଗୋଟିଏ ବାକ୍ୟ/ପାରା ଥାଇ ଇନଫୋବକ୍ସ ଥିଲେ/ଦୁଇ ତିନୋଟି ପାରା ଥାଇ ମାତ୍ର ଗୋଟେ ଦୁଇଟା ଆଧାର ଥିଲେ (ଇଂରାଜୀ ଉଇକି ଦେଖିନାହିଁ) -- ଅଂଶୁମାନ ତାର ଯୋଡ଼ିବେ? ୧୪:୪୪, ୮ ଫେବୃଆରୀ ୨୦୧୪ (UTC)
  • ଷ୍ଟବ: - ଗୋଟିଏ ପ୍ରସଙ୍ଗକୁ ଆମେ ଷ୍ଟବ କହିବା ଯେତେବେଳେ ସେହି ଲେଖାରେ ଅଳ୍ପ କେତୋଟି ବାକ୍ୟ ଥିବ ଯାହା କିଛି ଆବଶ୍ୟକ ବିଷୟ ଜଣାଉଥିବ, ତାହାକୁ ଉନ୍ନତ କରି ହେବ କିନ୍ତୁ ତାହାର ଏନସାକ୍ଲୋପିଡିଆ ଭଳି ତଥ୍ୟ ନ ଥିବ । ଏହା ଦଶ ଧାଡି ବା ୨୫୦ ଶବ୍ଦ ଭିତରେ ଥିବ । ଏଠାରେ ମନେ ରଖିବାକୁ ହେବ ଯେ ଏପରି ଅନେକ ବିଷୟ ଅଛି ଯାହାର ଆକାର ଛୋଟ ଓ ଅଧିକ ବଢେଇ ହେବ ନାହିଁ । ତେଣୁ ନିର୍ଦ୍ଦିଷ୍ଟ ଆକାର କିପରି ହେବ ଲେଖିଲେ ଅସୁବିଧା ହେବ । ମୁଁ ଏହି ବିଷୟରେ ବାଙ୍ଗାଲୋରରେ କେତେକ ଅଭିଜ୍ଞ ଉଇକିଆଲିଙ୍କ ସଙ୍ଗେ କଥା ହୋଇ ଥିଲି । କୌଣସି ଆଧାର ନ ଥିଲେ ବା ଅନୁପଯୁକ୍ତ ଲେଖା ହେଲେ ତାହାକୁ ଲିଭେଇ ଦିଆ ଯାଇପାରିବ । --Subas Chandra Rout (ମୋ ଆଲୋଚନା) ୧୬:୦୨, ୯ ଫେବୃଆରୀ ୨୦୧୪ (UTC)
  • ମୋ ମତରେ ପ୍ରସଙ୍ଗଟି ଏହାର ଅର୍ଥ ଠିକ ଭାବରେ ପ୍ରକାଶିତ ନ କରିପାରୁଥିଲେ ଏହାକୁ ମୁଣ୍ଡିଆ କୁହାଯିବ । ଓଡିଆରେ ସବୁ ଜିନିଷ ପାଇଁ ବେଳେ ବେଳେ ଭଲ ଆଧାର ନ ମିଳିବାରେ ତଥାପି ଲେଖାଟି କେବଳ ଗୋଟିଏରୁ ଦୁଇଟି ଧାଡି ଥିଲେ ଏବଂ ଫଟୋ କି ଆଧାର ନଥିଲେ ଏହାକୁ ମୁଣ୍ଡିଆ କୁହାଯିବ । ତେଣୁ ଗୋଟିଏ ଦୁଇଟି ପାରା ଏବଂ ବୁଝିହେଉଥିବା ଭଳି ପ୍ରସଙ୍ଗ ଥିଲେ ଯଥେଷ୍ଟ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୮:୦୯, ୯ ଫେବୃଆରୀ ୨୦୧୪ (UTC)
  • ମୁଁ ନିର୍ଦ୍ଧିଷ୍ଟ ବାଇଟ କଥା ଉଠାଇଥିଲି କାରଣ କୌଣସି ଏକ ବଟ ଦ୍ଵାରା ଆମେ ଏହା ସ୍ଥିର କରି ପାରିବା । ନହେଲେ ବି କିଛି ଅସୁବିଧା ନାହିଁ । ଯଦି ଆମେ ଏକ ନିର୍ଦ୍ଧିଷ୍ଟ ନିୟମ ମାନିବା ଓ ମାନୁଆଲି ବି ଠିକ କରି ପାରିବା । ଆଖି ପ୍ରସଙ୍ଗଟି ଦେଖନ୍ତୁ .... କଣ ଏହାକୁ ଓଡ଼ିଆ ଉଇକି ପାଇଁ ମୁଣ୍ଡିଆ କୁହାଯିବ ? କଦାପି ନୁହେଁ । ଏଭଳି କିଛି ଭୁଲ କୁ ବି ଖୋଜି ଠିକ କରିବାକୁ ପଡିବ ।--ଶିତିକଣ୍ଠ (ଆଲୋଚନା) ୨୦:୧୭, ୯ ଫେବୃଆରୀ ୨୦୧୪ (UTC)
କିପରି ଲେଖା (article) କୁ Delete କରିବା ପାଇଁ ମନୋନୟନ କରିବା ?[ସମ୍ପାଦନା]

( କଣ ଥିଲେ ବା କଣ ନଥିଲେ ଲେଖାଟିକୁ ଲିଭାଇଦିଆଯିବା ଉଚିତ । e.g. କୃସ୍ତଦେଲଫିୟାନ, କିଶୋର ମାଣିଆBorigumma ଭଳି ଲେଖାକୁ ଲିଭାଇବା ଉଚିତ ନା ଉନ୍ନତ କରିବା ଦରକାର ? )

  • କୃସ୍ତଦେଲଫିୟାନ; ଯେହେତୁ ଲେଖାଟି ଅନ୍ୟ ଉଇକିରେ ଅଛି, ଉନ୍ନତ କରାଯାଇପାରିବ । କିଶୋର ମାଣିଆ; ଜୀବନ୍ତ ବ୍ୟକ୍ତିଙ୍କ ଉପରେ ଲେଖା ବିନା ଆଧାରରେ ରଖାଯାଇପାରିବନି, ଲେଖା ଲେଖିଥିବା ବ୍ୟକ୍ତିଙ୍କୁ ଆଧାର ଯୋଡିବା ପାଇଁ କହିପାରିବା, ନହେଲେ ଲିଭାଇବାକୁ ହେବ । Borigumma; କ୍ଷମା କରିବେ ଲିଭାସରିଛି, ଲେଖାଟି ଇଂରାଜୀରେ ଥିଲା, ଜାଗା ଉପରେ ଲେଖା ଅନ୍ୟ ଉଇକିରେ ନଥିଲେ ବା ଆଧାର ନଥିଲେ ଲିଭାଇବାକୁ ହେବ । ଯଦି ଆମଭିତରୁ କେହି ଜାଗାଟିକୁ ଚିହ୍ନଟ କରି ଆଧାର ଯୋଡିପାରିବା, ତାହେଲେ ଅନୁବାଦ କରି ରଖିପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୧୪:୪୪, ୮ ଫେବୃଆରୀ ୨୦୧୪ (UTC)
  • ଲେଖାଟିରେ କିଛି ବୁଝିଲାଭଳି ନଥିଲେ କିମ୍ବା ପ୍ରସଙ୍ଗ ନାମ ସହ ଲେଖା ଖାପ ଖାଉନଥିଲେ ଏହାକୁ ଲିଭାଇ ଦିଆଯିବା ଉଚିତ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୮:୧୪, ୯ ଫେବୃଆରୀ ୨୦୧୪ (UTC)
ପ୍ରସଙ୍ଗର ନାମ କିପରି ରହିବା ଉଚିତ ?[ସମ୍ପାଦନା]

( ସଂପୂର୍ଣ୍ଣ ମୃତ ଓ ମୃତ ପ୍ରାୟ ଶବ୍ଦ ପାଇଁ କେବଳ ଓଡ଼ିଆ ଶବ୍ଦ ବ୍ୟବହୃତ ହେବା ଉଚିତ ? ଯଥା: ସାଇକେଲ ନା ଶୂନଗାଡି ; କଲମ ନା ପେନ ; ଟେବୁଲ ନା ମେଜ ଇତ୍ୟାଦି । ବିଜ୍ଞାନ ଓ ଗଣିତ ଶବ୍ଦ ଗୁଡିକ ପାଇଁ କଣ କରାଯିବା ଉଚିତ ? )

  • ଯେଉଁ ଶବ୍ଦଟି ଜଣାଶୁଣା, ଅଧିକ ବ୍ୟବହାର ହେଉଛି । ଯଥାର୍ଥ ଓଡ଼ିଆ ଶବ୍ଦ ଥିଲେ ବ୍ୟବହୃତ ହେବା ଉଚିତ । -- ଅଂଶୁମାନ ତାର ଯୋଡ଼ିବେ? ୧୪:୪୪, ୮ ଫେବୃଆରୀ ୨୦୧୪ (UTC)
  • ଜଣା ଶୁଣା ଶବ୍ଦ ଲେଖିଲେ ପାଠକଙ୍କୁ ଖୋଜି ପାଇବାକୁ ସୁବିଧା ହେବ ଯାହାଙ୍କ ନିମନ୍ତେ ଆମେ କଷ୍ଟ ସ୍ଵୀକାର କରି ଲେଖୁଛେ । ମୃତ ବା ମୃତପ୍ରାୟ ଶବ୍ଦକୁ ଗୋତିଏ ନୂଆ ବିଷୟ ଭାବେ ଆରମ୍ଭ କରି ଜଣା ଶୁଣା ଶବ୍ଦକୁ ଲିଙ୍କ ଦେଲେ ସମସ୍ୟା ସମାଧନ ହୋଇଯିବ । ଶୂନଗାଡି ବିଷୟ ଲେଖି ସାଇକେଲ ବିଷୟର ଲିଙ୍କ ଦେଲେ ପାଠକ ଖୋଜି ପାଇଯିବେ । --Subas Chandra Rout (ମୋ ଆଲୋଚନା) ୧୬:୧୨, ୯ ଫେବୃଆରୀ ୨୦୧୪ (UTC)
  • ମୁଁ ସୁବାଷ ସାରଙ୍କ ସହ ଏକମତ । ମୃତ ଶବ୍ଦଗୁଡିକ ପାଇଁ ଆଧୁନିକ ନାମ କିମ୍ବା ଇଂରାଜୀ ନାମ ବ୍ୟବହାର କଲେ ଚଳିବ ଯେମିତି କି କମ୍ୟୁଟରକୁ କମ୍ୟୁଟର ଲେଖିଲେ ଠିକ ହେବ ସଂଗଣକ ଲେଖିଲେ କେହି ବୁଝିବେନି ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୮:୨୦, ୯ ଫେବୃଆରୀ ୨୦୧୪ (UTC)
ସତ୍ଵାଧିକାର ବିହୀନ ଲୋଗୋ ଓ ଚିତ୍ର ଓଡ଼ିଆ ଉଇକି ଓ ଇଂରାଜୀ ଉଇକିରେ ସମାନ ନିୟମ ରହିବ ?[ସମ୍ପାଦନା]
ନିଜ ଉପରେ ପ୍ରସଙ୍ଗ[ସମ୍ପାଦନା]

ଅନେକ ସମୟରେ ଜଣାଶୁଣା ବ୍ୟକ୍ତି ଉଇକିପିଡ଼ିଆରେ ନିଜ ଉପରେ ପ୍ରସଙ୍ଗ ଲେଖିବା ଓ ସମ୍ପାଦନା କରିବା ପ୍ରାଥମିକ ସ୍ତରରେ ଆରମ୍ଭ କରିଥାନ୍ତି । ଉଇକିପିଡ଼ିଆର ନିୟମାବଳୀ ଅନୁସାରେ ସେହି ପ୍ରସଙ୍ଗ ଯାହା ଉପରେ ଲେଖାଯାଇଛି ସେ ଜଣାଶୁଣା କି ନୁହେଁ ତାହା ଅଭିଜ୍ଞ ଉଇକିଆଳିମାନେ ପରଖି ପ୍ରସଙ୍ଗଟି ରହିବ ବା ଲିଭାଇଦିଆଯିବ ସେ ବାବଦରେ ନିଷ୍ପ‌ତ୍ତି ନେଇପାରିବେ । ଉଦାହରଣ ସ୍ୱରୂପ ହିମାଂଶୁ ଶେଖର ଫତେସିଂହ ଜଣେ ଜଣାଶୁଣା ଲେଖକ, କିନ୍ତୁ ଉଇକିପିଡ଼ିଆର ନିୟମ ଅନୁସାରେ ସେ ନିଜ ଉପରେ ନ ଲେଖି ଅନ୍ୟ ଉଇକିଆଳିମାନେ ତାଙ୍କ ସମ୍ବନ୍ଧରେ ତ‌ଥ୍ୟ ଖୋଜି ଲେଖି ପାରିବେ । ତେଣୁ ଏହି ନିୟମଟି ଓଡ଼ିଆ ଉଇକିପିଡ଼ିଆରେ ସାବଧାନ‌ତାର ସ‌ହକାରେ ପାଳନ କରିବାକୁ ପଡ଼ିବ । ନ‌ହେଲେ ଅନେକ ବିଜ୍ଞ ସମ୍ପାଦକଙ୍କୁ ଆମେ ହରାଇବୁ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୪:୦୮, ୧୪ ଫେବୃଆରୀ ୨୦୧୪ (UTC)

ମତାମତ[ସମ୍ପାଦନା]

ବିଦେଶୀ ଭାଷାର ଶବ୍ଦରେ ହଳନ୍ତର ବ୍ୟବହାର[ସମ୍ପାଦନା]

ଶିତିକଣ୍ଠ ଦାଶ ଫେସବୁକ ଚାଟ ମାଧ୍ୟମରେ ମୋ ନଜରରେ ଏକ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଆଣିଛନ୍ତି । ମୋ ଅଜାଣତରେ ବା ଜାଣତରେ ମୁଁ ଅନେକ ସ୍ଥାନରେ ଇଂରାଜୀ/ଉର୍ଦ୍ଦୁ ଆଦି ବିଦେଶୀ ଶବ୍ଦ ଓ କେତେକ ଓଡ଼ିଆ ଶବ୍ଦ ଯାହାର ସଂସ୍କୃତ ପ୍ରଭାବରେ ହଳନ୍ତ ଦେଇ ଲେଖାହୁଏ (କେହି କେହି ଲେଖନ୍ତି, କେହି କେହି ଲେଖନ୍ତି ନାହିଁ ) । ଏହି ଶ୍ରେଣୀରେ ଥିବା ଶବ୍ଦ ବିଦ୍ୟୁତ୍ ଓ ବିଦ୍ୟୁତ ଉଭୟ ଠିକ, ସେହିପରି ବେଶ୍ ଓ ବେଶ, ଶିକ୍ଷାବିଦ୍ ଓ ଶିକ୍ଷାବିଦ ମାନକ ଓଡ଼ିଆରେ ଉଭୟ ବ୍ୟବହାର ହେବାର ନଜିର । ମୋର ବ୍ୟକ୍ତିଗତ ମତ ଓ ଯୁକ୍ତି ହେଲା ଓଡ଼ିଆ ଭାଷାର ମୌଳିକତା ଯେହେତୁ ତାହାର ସ୍ୱରାନ୍ତ (ସ୍ୱର ବର୍ଣ୍ଣରେ ଶବ୍ଦର ଅନ୍ତ, ବା ହଳନ୍ତ ରହିତ) ହେଉଥିବାରୁ ହଳନ୍ତ ରହିତ ମାନକଟି ଗ୍ରହଣ କରିବା ଅଧିକ ଯୁକ୍ତିଯୁକ୍ତ । ସେହିପରେ ଅନେକ ବିଦେଶୀ ଶବ୍ଦର ବନାନ {ଯଥା: ଡାକ୍ତର, ସାର, ଟେବୁଲ, କମ୍ପ୍ୟୁଟର, କପ, ମଗ, ନୋଟ...(ଓ ଆହୁରି ଅନେକ)} ହଳନ୍ତ ରହିତ । ଅନେକ ଶବ୍ଦର ଉଚ୍ଚାରଣ ବିଦେଶୀ ଭାଷାର ଉଚ୍ଚାରଣ ପ୍ରଭାବରେ ବଦଳି ଯାଇଥିଲେ ହେଁ ଲିଖିତ ଓଡ଼ିଆ ଓଡ଼ିଆର ନିୟମ ଅନୁସାରେ ବଦଳି ନାହିଁ । ମୋ ନିଜ ନାଁ ଟି ଉଚ୍ଚାରଣ କଲାବେଳେ ହଳନ୍ତ ସହିତ ଉଚ୍ଚାରଣ ହେଲେ ବି ପ୍ରକୃତ ଓଡ଼ିଆ ଉଚ୍ଚାରଣ ଅନୁସାରେ ହଳନ୍ତ ରହିତ । ତେବେ ଖୋଜିବସିଲେ ମାନକ ଓଡ଼ିଆରେ ଅନେକ ଶବ୍ଦର ଉଚ୍ଚାରଣ ଏକା ଶବ୍ଦ ପାଇଁ ବି ଉଭୟ ହଳନ୍ତ ଥିବା ଓ ହଳନ୍ତ ରହିତ ଉଚ୍ଚାରଣ ମିଳିବ । ପ୍ରଶ୍ନ ହେଉଛି ଆମେ ଉଇକିପିଡ଼ିଆରେ କେଉଁଟି ରଖିବା? ବା ତାଲିକାଟିଏ କରି ସେଥିରେ ଦିନକୁ ଦିନ ଉଇକିପିଡ଼ିଆରେ ଗୃହୀତ ମାନକ ବନାନର ତାଲିକାଟିଏ କରିବା? ଦ୍ୱିତୀୟଟି ପାଇଁ ମୁଁ ଆଉଥରେ ବ୍ୟକ୍ତିଗତ ଭାବେ ହଁ କରିବି । ଆଉ ନୀୟମାବଳୀ ପୃଷ୍ଠାର ଉପପୃଷ୍ଠା ହୋଇ ଏ ତାଲିକା ରହୁ ଯେଉଁଥିଲେ ଏମିତି ଦ୍ୱନ୍ଦ ଉପୁଜିଲେ ତାହାର ସମାଧାନ ପରେ ଶବ୍ଦଟି ତାଲିକାଭୁକ୍ତ ହେଉ । ଦିଓଟି ଜିନିଷ ଯାହା ମୁଁ ଦୁଇଜଣ ସାଙ୍ଗଙ୍କଠାରୁ ଶିଖିଛି ଏ ବିଷୟ ସହ ଯୋଡ଼ା ହେଇଥିବାରୁ ଏଠାରେ ଲେଖିଲି:

  1. "ଆମେ ଭୁଲଟେ ଆଜି ଲୁଚାଇଦେଲେ ଆଜି ପାଇଁ ଚଳିବ, ହେଲେ ଠିକ କାମଟେ କରିଲେ ଆଗାମୀ ୩୦ ବର୍ଷ ପାଇଁ ରହିବ" - ଅଂଶୁମାନ (ମୋର ଯାହା ମନେପଡ଼ିଲା ସେତିକି ଲେଖୁଛି.. ଲେଖିବାର ଉଦ୍ଦେଶ୍ୟ ହେଲା ଆଜି ଯଦି ଏ ତାଲିକାଟି କିମ୍ବା ଏଇ ନୀୟମାବଳୀ ଆମେ ଗଢ଼ିପାରିବା କାଲି ଯେତେ ନୂଆ ଉଇକିଆଳି ଆସିବେ ଏଇଟି ତାଙ୍କ କାମରେ ଆସୁଥିବ)
  2. "ସାର୍ ଆଉ ସାର ବଦଳରେ ଯଦି ସାର ଲେଖିବା ତାହେଲେ କେଉଁଟି Sir ଆଉ କେଉଁଟି "ସାର" ତାହା ପାଠକ context ରୁ ଜାଣିହେବ । ତାମିଳଭାଷୀଏ ଏତେ ବର୍ଷ ଧରି ବିନା 'ଶ' ଆଉ 'ହ' ରେ, ଆମେ ଆମ ଭାଷାର ମୌଳିକତାକୁ ବଜାୟ ରଖି ସାମାନ୍ୟ ହଳନ୍ତଟିଏ ଛାଡ଼ିପାରିବାନି?" - ସମ୍ବିତ ମହାପାତ୍ର

ଶିତିଭାଇଙ୍କୁ ଢେରେ ସାଧୁବାଦ, ମୋତେ ବାଟ ଓଗାଳିଥିବାରୁ । ସଭିଙ୍କୁ ଅନୁରୋଧ ରହିଲା ମତାମତ ପାଇଁ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୮:୦୧, ୨୭ ମଇ ୨୦୧୪ (UTC)

  • ମୁଁ ମୋ ଦ୍ଵନ୍ଦ ବାବଦରେ ପଚାରୁଥିଲି ଭାଇ । କାରଣ ମୋତେ ଲାଗିଲା ସବୁ ଶବ୍ଦରେ ହଳନ୍ତ ଉଠେଇଦେବା ଠିକ ନୁହେଁ । ହୁଏତ ଜଣେ ପାଠକ ପଢିଲେ ତାକୁ ହଠାତ ବୁଝି ନପାରେ, ଯେମିତି: 'ଓମ୍' ଓ 'ଓମ' । ପୂର୍ବରୁ ଯେଉଁ ଡାଇନୋସର ପ୍ରକଳ୍ପ ହେଇଥିଲା ସେଥିରୁ (ଡାଇନୋସରମାନଙ୍କ ନାମରୁ) ଯଦି ହଳନ୍ତ ଉଠାଇଦେବା ତେବେ ନାଁ ଗୁଡିକୁ ପଢି ଜଣେ ବୁଝି ପାରିବ ନାହିଁ; ଇଂରାଜୀରେ ସେ ଜୀବ ବିଷୟରେ ପଢିଥିଲେ ବି ବୁଝିପାରିବ ନାହିଁ । ବୈଜ୍ଞାନିକ ଶବ୍ଦ, ଯେଉଁ ଗୁଡ଼ିକ ଓଡ଼ିଆରେ ଆଗରୁ ପ୍ରଚଳିତ ନୁହେଁ କିନ୍ତୁ ବର୍ତ୍ତମାନ ସିଧାସଳଖ କପି କରାଯାଉଛି ତାକୁ ହଳନ୍ତ ଦେଇ ଲେଖାଯାଉ । ପୁରୁଣା ଶବ୍ଦ, ଯେମିତି 'ଡାକ୍ତର', 'କମ୍ପ୍ୟୁଟର' ଇତ୍ୟାଦିରେ ହଳନ୍ତ ନ ରହିଲେ ବି ଜଣେ ବୁଝିପାରିବ । ମୁଁ ସଂବିଦ ଭାଇଙ୍କ ମୌଳିକତା ରକ୍ଷାପାଇଁ ହଳନ୍ତକୁ ବାଦ ଦେବା କଥା ବୁଝି ପାରିଲିନି । ଆଉ ସ୍ଵରାନ୍ତ ବାବଦରେ ମୋର ଯୁକ୍ତି ହେଲା ଆମେ 'ବସ୍' ବି କହୁ ଆଉ 'ବଅସ' ବି କହୁ ଆଉ 'ବସ' ବି କହୁ । ଏକା ଅର୍ଥ କିନ୍ତୁ ଅଲଗା ଅଲଗା ଭାବ ପ୍ରକାଶ କରିପାରେ (ସ୍ନେହ, ରାଗ, ବେଖାତିର ଇତ୍ୟାଦି) । ଏମିତି କ୍ଷେତ୍ରରେ ହଳନ୍ତ ବାଦ ଦିଆଯାଇପରିବ । କିନ୍ତୁ 'ବେଶ୍ ଭଲ ହେଲା' ଓ 'ସେ ରାବଣ ବେଶରେ ସଜେଇ ହେଇଛି' ଇତ୍ୟାଦି ଅଲଗା ଅର୍ଥ ପ୍ରକାଶ କରେ । ସାର ଓ ସାର୍ ଦୁଇଟି ଅଲଗା ଶବ୍ଦ ବ୍ୟବହାର କରିବାରେ କିଛି ଅସୁବିଧା ମନେହୁଏନି, ଟିକିଏ ଅଡୁଆ ଲାଗୁଛି; କିନ୍ତୁ ସାର ଶବ୍ଦ ପୁରୁଣା ଓ ବହୁଳ ବ୍ୟବହୃତ, ଏଣୁ ଶୀଘ୍ର ବୁଝିହେଇଯିବ କିନ୍ତୁ ହଠାତ ନୂଆ ବୈଜ୍ଞାନିକ ଶବ୍ଦ କି ବିଦେଶୀ ବୈଜ୍ଞାନିକଙ୍କ ନାମ ଇତ୍ୟାଦି (ପୁରୁଣା ନାମ ଯଥା 'ନିଉଟନ୍' ବଦଳରେ 'ନିଉଟନ' ଲେଖିବାରେ କିଛି ଅସୁବିଧା ହେବାପରି ଲାଗୁନାହିଁ ) ବୁଝି ହେଇନପାରେ । 'ସାଇକେଲ' କ୍ଷେତ୍ରରେ ହଳନ୍ତ ଆବଶ୍ୟକ ପରି ମନେ ହୁଏନି କିନ୍ତୁ 'ମାଗ୍‌ଲେଭ୍' ଓ 'ଟ୍ରାମ୍' କିମ୍ବା ଏହିପରି କିଛି ହଠାତ ଓଡ଼ିଆକୁ ଆସିଥିବା ନୂଆ ଶବ୍ଦରୁ ହଳନ୍ତ ଉଠାଇନେଲେ ଅଡୁଆ ଲାଗିପାରେ । ତେବେ ଅନ୍ୟମାନେ ମତ ଦିଅନ୍ତୁ ଓ ସର୍ବ ସମ୍ମତି କ୍ରମେ ଯାହା ଗୃହିତ ହେବ ତାହା ରହୁ ।--ଶିତିକଣ୍ଠ (ଆଲୋଚନା) ୧୧:୪୧, ୨୭ ମଇ ୨୦୧୪ (UTC)
  • ତମ ମତସବୁ ଯୁକ୍ତିଯୁକ୍ତ ଲାଗୁଛି । ତେବେ ଟେବୁଲଟିଏ ତିଆରି କରି ସେଥିରେ ଶେଷରେ ଆମେ ସବୁ ଶବ୍ଦ ସାଇତିବା । ବାକି ସଭିଙ୍କ ମତକୁ ଅପେକ୍ଷା । ତେବେ ନୂଆ ପୁରୁଣା ବାବଦରେ ପଦେ କହିବି, ଯାହା ଆଜି ପୁରୁଣା, ଦିନେ ସେ ନୂଆ ଥିଲା ଆଉ ଆମ ବଡ଼ବଡ଼ୁଆ ମାନେ ହଳନ୍ତ ରହିତ କରିବାର ନିଷ୍ପତ୍ତି ନେଇଥିଲେ ବୋଲି ଆଜି ଆମେ ସେସବୁକୁ ପଢ଼ିବାରେ କାଣିଚାଏ ଅସୁବିଧା ଭୋଗୁନୁ । ଆମେ ଯଦି କିଛି କରିବୁ ତାହା ଆମର ପର ପିଢ଼ି ଅନୁସରଣ କରିବେ ।
  • ସମ୍ବିତର ଲେଖାର ଅର୍ଥ ହେଲା ଯେଉଁ ବିଷୟରେ ଆଲୋଚନା ହେଉଛି ସେଠାରେ ଗୋଟେ ଶବ୍ଦର ବ୍ୟବହାରରୁ ପାଠକଟିଏ ଠଉରେଇ ପାରିବ ଯେ ଅର୍ଥ କଣ । ଉଦାହରଣ ସ୍ୱରୂପ: ଜମିରେ ସାର ଦିଆଗଲା ଆଉ ସାର ଆଜି ନୂଆ କବିତାଟିଏ ପଢ଼େଇଲେ । ଗୋଟେ ଓଡ଼ିଆ ଆଉ ଗୋଟେ ଇଂରାଜୀ ଶବ୍ଦ ଏକା ବନାନ ହେଲେ ବି ପାଠକ ବୁଝିପାରିବ କେଉଁ ଅର୍ଥରେ ବ୍ୟବହାର ହୋଇଛି । ଆଉ ଯଦି ପାଠକ ଟିକିଏ କସରତ ନ କରୁଛି ତାହେଲେ ଭାଷା ଉପରଠାଉରିଆ, ନୀରସା ଆଉ "Spoon-feeding" ହେଇଯିବ ଯାହା ଆଜି ଇଂରାଜୀ ମିଡ଼ିଅମ ସ୍କୁଲ ଇଣ୍ଟରନ୍ୟାସନାଲ ସିଲାବସ ନାଁରେ କରୁଛନ୍ତି । ତୁମେ ଆଉ ଆମେ ଟିକେ କସରତ କରି ପଢ଼ିଥିଲେ ବୋଲି ଇଞ୍ଜିନିଅରିଂ କରି ବି ଓଡ଼ିଆରେ ପ୍ରାଞ୍ଜଳ ଭାବେ ଲେଖୁଛୁ (ଏ ଭାଗଟି ଉଇକିପିଡ଼ିଆ ବାହାରେ ବୋଧେ ଭଲରେ ଆଲୋଚିଥେଇପାରିବ) :) --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୪:୨୬, ୨୭ ମଇ ୨୦୧୪ (UTC)
  • ଶିତିକଣ୍ଠ ଭାଇଙ୍କ କହିବା ଅନୁସାରେ ଯଦି କିଛି ବିଦେଶୀ ଶବ୍ଦ ବିନା ହଳନ୍ତରେ ବୁଝିହେଉନି, ତେବେ ପ୍ରଥମେ ସେଭଳି କିଛି ଶବ୍ଦଗୁଡିକର ତାଲିକାଟେ ତିଆରି କରାଯାଉ, ସମୟକ୍ରମେ ଅଧିକ ସେଭଳି ଶବ୍ଦ ଯୋଡାଯିବ । ଏବେ ପାଇଁ କେବଳ ସେହି ଶବ୍ଦ ମାନଙ୍କରେ ହଳନ୍ତର ବ୍ୟବହାର କରାଯାଉ, ଯେଉଁ ଶବ୍ଦ ବିନା ହଳନ୍ତରେ ବୁଝିବା ସମ୍ଭବ ନୁହେଁ । ନାମ, ବ୍ୟକ୍ତିବିଶେଷ ହେଉ କି ବୈଜ୍ଞାନିକ ଶବ୍ଦ, ଯେଉଁ ଜାଗାରେ ହଳନ୍ତ ନଦେଲେ ପଢି ବୁଝିବା କଷ୍ଟକର, ସେଇ ଜାଗାରେ ବ୍ୟବହାର କରିପାରିବା । ଆଉ ଭଲ ବାଟ କଣ? -- ଅଂଶୁମାନ ତାର ଯୋଡ଼ିବେ? ୦୬:୫୦, ୩୧ ମଇ ୨୦୧୪ (UTC)
ବହୁତ ଦିନ ହେଲା ଏହି ବିଷୟରେ ଆଲୋଚନା କରିନଥିବାରୁ ଦୁଃଖିତ । ମୋତେ ଲାଗିଲା ବୋଧେ ଆଉ ଟିକିଏ ହେଲେ ବଡିଆ ବାଡି ହେଇଯିବା :P ଏଣୁ ଚୁପ ରହିଗଲି । ଏବେ ସବୁ ଥଣ୍ଡା ପଡିଗଲାଣି । ଏ ଭିତରେ ମୁଁ ଗୁଡ଼ିଏ ବହି ଖବର କାଗଜ, ଆମ ପୁରୁଣା ବିଜ୍ଞାନ/ଗଣିତ-୧/୨ ବହି, ଆଉ ଗପ ବହି ଯାହା ପଢିଥିଲି ସବୁଥିଲେ ହଳନ୍ତ ଉପରେ ଧ୍ୟାନ ଦେଉଛି । ଅବଶ୍ୟ କିଛି ହାସ୍ୟାସ୍ପଦ ଲାଗିଲା କିନ୍ତୁ ଭାବିଲି ମୁଁ ଆଗରୁ ତାକୁ ତ ଠିକ ଠାକ ପଢିପାରୁଥିଲି । ଏଣୁ ଶୁଭ ଭାଇଙ୍କ ଯୁକ୍ତିକୁ ସଂପୂର୍ଣ୍ଣ ଅଯୌକ୍ତିକ ମାନିବା ଠିକ ହେବ ନାହିଁ । ସେ ସବୁ ବହିରେ ହଳନ୍ତକୁ ସଂପୂର୍ଣ୍ଣ ରହିତ କରାଯାଇ ନାହିଁ । ଏଣୁ ଶୁଭ ଭାଇଙ୍କ ଯୁକ୍ତିକୁ ସଂପୂର୍ଣ୍ଣ ଠିକ ଭାବିବା ବି ଠିକ ନୁହେଁ । ଶୁଭ ଭାଇ ତ ହଳନ୍ତକୁ ଅଛୁଆଁ ମାନିନେଇଛନ୍ତି, ସତେ ଯେମିତି ହଳନ୍ତ ରହିଲେ ଉଇକିପିଡ଼ିଆ ମାରା ହେଇଯିବ :P (ମୁଁ ବ୍ୟକ୍ତିଗତ ଭାବେ ଆକ୍ରମଣ କରୁଛି; ଜାଣିଛି ଶୁଭ ଭାଇ ଡିପ୍ଲୋମାଟିକ ଲୋକ, ସେ ରାଗିବେ ନାହିଁ :P ) ।
  • ଆପଣ ଯେଉଁ ଲିଷ୍ଟ କରିବା କଥା କହିଥିଲେ ତାହା ସମ୍ଭବ ନୁହେଁ, ତେବେ କିଛି ମାନକ (ଷ୍ଟାଣ୍ଡାର୍ଟ) ତିଆରି କରିପାରିବା ।
  • ଆଉ ପୂର୍ବ ପୁରୁଷଙ୍କ କଥା - ମୋ ଜାଣିବାରେ କେହି କଉଠି ଏମିତି ବସି ଆଲୋଚନା କରି ଭାଷା ପାଇଁ ଶବ୍ଦ ଖୋଜୁନଥିବେ, ତାହା ଆପେ ଆପେ ହେଇଛି । ହୁଏତ ମନ୍ଧାତା ପୁରୁଣା କାଳିଆ ଉଚ୍ଚାରଣ ଯୋଗୁଁ ! ଭାଷା ବଦଳିଥାଏ, ଆଉ ଉଇକିପିଡିଆରେ ବହୁଳ ବ୍ୟବହୃତ ଶବ୍ଦଟି ହିଁ ବ୍ୟବହାର ହୁଏ । ସେ ପୁରୁଣା-କାଳିଆ, ଗାଉଁଲି ଉଚ୍ଚାରଣ ଶୈଳୀ, ବିଜ୍ଞାନ/ଚିକିତ୍ସା ବିଜ୍ଞାନ ସମ୍ପର୍କିତ ଲେଖାରେ ଯୋଡିବା ହୁଏତ ଠିକ ହେବ ନାହିଁ ।
  • ଆଉ ରହିଲା ପାଠକଙ୍କ ପରିଶ୍ରମ କଥା - ଆଖାଡୁଆ ଉଚ୍ଚାରଣ ଭାବି ଯଦି ପାଠକ ହସି, ମୁହଁ ମୋଡି ଚାଲିଗଲେ ?
--ଶିତିକଣ୍ଠ (ଆଲୋଚନା) ୧୫:୦୪, ୨୨ ଅକ୍ଟୋବର ୨୦୧୪ (UTC)
ଶିତି ଭାଇ, ଉଇକିର କଥା ମୁଁ ଖରାପ ଅର୍ଥରେ କେବେ ଦିହକୁ ନିଏନି, ତେଣୁ ଯେତେ ତତଲା ଆଲୋଚନା ହେଲେ ବି ମୁଁ ଦିହକୁ ନେବିନି । ତେବେ ମୁଁ କଠୋରପନ୍ଥୀ ନୁହେଁ, ମଝିମପନ୍ଥୀ । ତେଣୁ କେବଳ ଅତୀତକୁ ଭିଡ଼ି ଓଟାରି ନ ଆଣି ଯାହା ଏବେ ଅଛି ତାକୁ ନେଇ ଆଗକୁ ଯିବା ବାବଦରେ କହିବା । ଦ୍ୱିତୀୟ କଥା, ତମ ମତ "ମୁଁ ହଳନ୍ତକୁ ଏକେବାର ବାସନ୍ଦ କରିଦେଇଛି" କୁ ଖଣ୍ଡନ କରିବି । ହଳନ୍ତର ଚେର ଏତେ ଦୂର ମାଡ଼ିଗଲାଣି ବୋଲି ଆମେ ଆଲୋଚନା କରୁଛେ ଆଜି । ତେଣୁ ମୁଁ ଜଣେ ଲୋକ ବିରୋଧ କଲେ ବି ସେ ଉଠିପାରିବ ନାହିଁ, ଏ ହେଉଛି ବାସ୍ତବତା । ଏକ ବଡ଼ ଭାଷାର ବଡ଼ ଲକ୍ଷଣ ହେଲା ଅଳ୍ପରେ ଅଧିକ କହିବା । ଆମେ ଯେତେ ଅଧିକ ଅଧିକ ଉଚ୍ଚାରଣ ଗଢ଼ିବା ସେ ସେତେ ଅସୁବିଧାରେ ପକାଇବ । ଦ୍ୱନ୍ଦ କେବଳ ନୂଆ ପାଠକଙ୍କ ପାଇଁ, ଆଉ ଥରୁଟେ । ଯେ ପୂରା ବିଷୟଟି ପଢ଼ିବ ବା ଟିକେ ଧ୍ୟାନ ଦେଇ ପଢ଼ିବ ସେଠି "ଆମ ସ୍କୁଲରେ ନୂଆ ସାର ଆସିଛନ୍ତି"ର ମାନେ "ଆମ ସ୍କୁଲକୁ ଉର୍ବର କରିବା ପାଇଁ ସମ୍ମାନସୂଚକ ପିଡ଼ିଆ-ସାର" ଆସିଛନ୍ତି ବୋଲି ଜମାରୁ ବୁଝିବ ନାହିଁ କି "ସେ ହାଲକୁ ଗଲେ"ର ଅର୍ଥ "ସେ ଏକ ଅବସ୍ଥାକୁ (ହାଲ - ଅବସ୍ଥା, ହାଲ - ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ଼) ଗଲେ" ବୋଲି ବୁଝିବ ନାହିଁ । କଣ୍ଟେକ୍ସଟ ବା ଯେଉଁ ଅର୍ଥରେ ଯେଉଁ ବନାନ ବ୍ୟବହାର ହୋଇଛି ତାହା ବୁଝିବା ବେଶୀ ଜରୁରୀ । ପାଠକ ଯେତେ ଏ ବିଭବଟି ବୁଝିପାରିବ ସେ ଭାଷା ସେତେ ଉନ୍ନତ । ଯେଉଁ ଭାଷା ଯେତେ ସହଜଗାମୀ ସେ ଭାଷା ସେତେ ମରଣମୁଖୀ । ଆମେ "ଫୁଟିବା" ଶବ୍ଦଟି ୫,୬ ଟି ଅର୍ଥରେ ବ୍ୟବହାର କରୁ । ହେଲେ ଆଜି ଯାଏ ତ ଦ୍ୱନ୍ଦ ଉପୁଜିନାହିଁ । ଆଉ ଦ୍ୱନ୍ଦ ଉପୁଜିଲା ବୋଲି ନୂଆ ପାଠକ ଯଦି ଛାଡ଼ି ଚାଲିଯାଉଛନ୍ତି ତାହେଲେ ଆମେ କଣ ତାଙ୍କୁ ଖୁସି କରିବା ପାଇଁ ସବୁ କରିବା । ଏଇଟା ଭଦ୍ରମାନଙ୍କ ଆଲୋଚନା ସଭା ବୋଲି ଲେଖୁନାହିଁ । ନହେଲେ ଶବ୍ଦଟେ ବ୍ୟବହାର କରିଥାନ୍ତି ଯାହା ସମସ୍ତଙ୍କୁ ଖୁସି କରିବା ଅର୍ଥରେ ବ୍ୟବହାର ହୋଇଥାଏ । ଏ ସବୁ ଯାହା ମୁଁ ଲେଖୁଛି ତାହା ଜଣେ ଓ ଓଡ଼ିଆ ଓ ତା ଉପରେ ଜଣେ ଉଇକିଆଳିର ପଗଡ଼ି ପିନ୍ଧି ଲେଖୁଛି । ଆମ ଓଡ଼ିଆରେ ୧୮୯୫ ପରେ "ଲ" ଆଉ "ୟ" ସଂସ୍କୃତ ପ୍ରଭାବରେ ମଧୁ ରାଓ ଯୋଡ଼ିଲେ । ଏକଥା ଏ ଦୁଇଦିନ ତଳେ ଜାଣିଲି । "ୱ"ର ବ୍ୟବହାର ଗୋପାଳ ପ୍ରହରାଜ ୩୦ ଦଶକରେ ଆରମ୍ଭ କଲେ । ତେବେ ଆଜି ଆମେ ସେସବୁକୁ ଗ୍ରହଣ କରିନେଇଛୁ ଆଉ ହଳନ୍ତକୁ ଗ୍ରହଣ କରିନେଇଛୁ । ତେବେ କଥା ପଡ଼ିଛି ନିହାତି ଆବଶ୍ୟକ କି ନୁହେଁ । ନୂଆ ପାଠକଙ୍କୁ ଆକୃଷ୍ଟ କରିବା ବା ମାନ୍ଧାତା ଅମଳର ଭାଷା ଏ ସବୁର ଉପସ୍ଥାପନା ଲୋଡ଼ା ନାହିଁ । ଯଦି ଶବ୍ଦଟିଏ ନିହାତି ବୁଝି ନ ହେଉଛି ତାହେଲେ ହଳନ୍ତର ବ୍ୟବହାର କରାଯାଉ । ହେଲେ ଦିଅଁ ଗଢ଼ୁଗଢ଼ୁ ମାଙ୍କଡ଼ ଗଢ଼ି "ଧ୍ୟାନ୍ ଚାନ୍ଦ୍" ଲେଖାନଯାଉ । "ହୁଡ଼ହୁଡ଼" ବା "ହୁଡ଼୍‌ହୁଡ଼୍" ରେ "ଡ଼"ର ବ୍ୟବହାର ଆବଶ୍ୟକୀୟ । "ଡ଼"ରେ "ଡ" ତଳେ ବିନ୍ଦୁ ରହିବା ପରେ ଆଉ ଗୋଟେ ହଳନ୍ତ ଚିହ୍ନ ରଖିବାପରେ ଦେଖିବାରେ ଅଡ଼ୁଆ ଲାଗୁଛି । ଏମିତି ଗୁଡ଼ାଏ ଶବ୍ଦରେ ହଳନ୍ତର ବ୍ୟବହାର ପଢ଼ିବା ବେଳେ ଝୁଣ୍ଟିବା ଅବସ୍ଥା ତିଆରି କରୁଛି । ତେଣୁ ଆଉ ଗାଉଁଲୀ, ନୂଆ ପାଠକଙ୍କ ମନ ମୋହିବା କଥା ଆଲୋଚନା ନ କରି ତାଲିକା ତିଆରିରେ ମନ ଦେବା । :) --ସୁଭାସିସ ପାଣିଗାହି ଆଳାପ ୦୩:୦୩, ୨୩ ଅକ୍ଟୋବର ୨୦୧୪ (UTC)

────────────────────────────────────────────────────────────────────────────────────────────────────

ଶୁଭ ଭାଇଙ୍କ ପାଇଁ ମୋ ଉତ୍ତର :
  • "ତମ ମତ 'ମୁଁ ହଳନ୍ତକୁ ଏକେବାର ବାସନ୍ଦ କରିଦେଇଛି' କୁ ଖଣ୍ଡନ କରିବି" -- ଗୋଟେ ଲେଖା ଦେଖେଇଲ ଯେଉଁଠି ତୁମେ ହଳନ୍ତ ଦେଇଛ ? ଲେଖାରେ ହାତ ଡେଲ ମାନେ ହଳନ୍ତ ଗଲା :P । ବୋଧେ ଫାଇଣ୍ଡ ଆଣ୍ଡ ଋପ୍ଲେସ ମାରୁଥିବ
  • "ଯଦି ଶବ୍ଦଟିଏ ନିହାତି ବୁଝି ନ ହେଉଛି ତାହେଲେ ହଳନ୍ତର ବ୍ୟବହାର କରାଯାଉ । ହେଲେ ଦିଅଁ ଗଢ଼ୁଗଢ଼ୁ ମାଙ୍କଡ଼ ଗଢ଼ି "ଧ୍ୟାନ୍ ଚାନ୍ଦ୍" ଲେଖାନଯାଉ " -- ସଂପୂର୍ଣ୍ଣ ଏକ ମତ । ଆଚ୍ଛା 'ସାଇନ୍‌ସ୍ / ସାଇନ୍‌ସ' ରୁ ହଳନ୍ତ ଉଠେଇ କଣ ଲେଖିବା 'ସାଇନସ' । ହଳନ୍ତ କିମ୍ବା ପୁରା-ଲେଖା-ପଢିବା ଭିନ୍ନ ଅଲଗା ଉପାୟ ଥିଲେ ଜଣେଇବେ ।
  • "ଏକ ବଡ଼ ଭାଷାର ବଡ଼ ଲକ୍ଷଣ ହେଲା ଅଳ୍ପରେ ଅଧିକ କହିବା" - ଆଧାର ଲୋଡା ?
  • "ଯେଉଁ ଭାଷା ଯେତେ ସହଜଗାମୀ ସେ ଭାଷା ସେତେ ମରଣମୁଖୀ" - ମୁଁ ଆଦୌ ଏକମତ ନୁହେଁ । ଭୁଲ ଥିଲେ ଜଣେଇବେ ।
(ଲେଖା ମଝିରେ ଖୁନ୍ଦି ଉତ୍ତର ଦେବନି ତଳେ ଦେବେ )--ଶିତିକଣ୍ଠ (ଆଲୋଚନା) ୦୭:୫୪, ୨୬ ଅକ୍ଟୋବର ୨୦୧୪ (UTC)
ନିଷ୍ଠା ଭାଇଙ୍କ ପାଇଁ ମୋ ଉତ୍ତର :
  • "ଶୁଦ୍ଧ ଅଶୁଦ୍ଧ କହି କେତେ ନାଟ ଚାଲିଚି ପୁଣି ହଳନ୍ତକୁ କାହିଁକି ଟାର୍ଗେଟ କରୁଛନ୍ତି ? " - ମଜାଦାର କଥାଟିଏ କହିଲେ ଭାଇ ।
  • "କିନ୍ତୁ ଏବେ ଏହାର (ହଳନ୍ତ) ବ୍ୟବହାର ଆବଶ୍ୟକତା ଅନୁଭବ ହେଉଛି " - ଏକମତ ।
--ଶିତିକଣ୍ଠ (ଆଲୋଚନା) ୦୭:୫୪, ୨୬ ଅକ୍ଟୋବର ୨୦୧୪ (UTC)


  • ହଳନ୍ତ ବ୍ୟବହାର ବାବଦରେ କିଛି ତଥ୍ୟ ତର୍ଜମା କରି ସାରିବା ପରେ ଆଉ ହଳନ୍ତ ବ୍ୟବହର ନ କରିବାକୁ ମୁଁ ନିଷ୍ପତି ନେଇଛି କାରଣ ଭାଷାର ସ୍ବତନ୍ତ୍ର୍ୟତା ତଥା ମାଧୁର୍ଯ୍ୟ ହାନୀ ହେଉଛି (କହିବା/ଶୁଣିବାରେ ଏବଂ ଲେଖାରେ ମଧ୍ୟ) । --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୮:୦୪, ୫ ଜାନୁଆରୀ ୨୦୧୬ (UTC)


କିଛି ମାନକ (ଷ୍ଟାଣ୍ଡାର୍ଟ) ପାଇଁ ପ୍ରସ୍ତାବ[ସମ୍ପାଦନା]

  • ବହୁତ ବହି ଓ ଖବର କାଗଜରେ ଏକାଧିକ ବନାନ ବ୍ୟବହୃତ ହେଉଛି । ଯେହେତୁ ବୈଦେଶିକ ଶବ୍ଦର କୌଣସି ନିର୍ଦ୍ଧିଷ୍ଟ ବନାନ ନାହିଁ । ଆମେ ଗୋଟିଏ ଲେଖାରେ ଏକାଧିକ ବନାନ ଗ୍ରହଣ କରିବାରେ ଆପତ୍ତି କେଉଁଠି ? ଗୋଟିଏ ବାକ୍ୟରେ ପ୍ରଥମେ କିଛି ଶବ୍ଦ ହଳନ୍ତ ଦେଇ ଲେଖିବା ଆଉ କିଛି ଶବ୍ଦ ହଳନ୍ତ ରହିତ କରି । ଖବର କାଗଜ, ଆଉ ବିଜ୍ଞାନ ତରଙ୍ଗ / ବିଜ୍ଞାନ ଦିଗନ୍ତ ଭଳି ବିଜ୍ଞାନ ପତ୍ରିକା ଏହି ଉପାୟ ଆପଣେଇଥିବା ଭଳି ଲାଗୁଛି । କେତେକ ଜାଗାରେ 'ସେ ଜେଲରୁ ମୁକୁଳିଲେ' ଆଉ କେତେକ ଜାଗାରେ 'ସେ ଜେଲ୍‌ରୁ ମୁକୁଳିଲେ' ବ୍ୟବହାର ହେଇଛି । ପ୍ରଥମ କେତୋଟି ବାକ୍ୟରେ 'ମିଟ୍‌ନର୍' ବ୍ୟବହାର କରି ପରବର୍ତ୍ତୀ କିଛି ବାକ୍ୟରେ 'ମିଟନର୍' / 'ମିଟନର' ବ୍ୟବହାର କଲେ ଅବୁଝା ରହିବ ନାହିଁ ।--ଶିତିକଣ୍ଠ (ଆଲୋଚନା) ୧୫:୦୪, ୨୨ ଅକ୍ଟୋବର ୨୦୧୪ (UTC)
ଆଲୋଚନା :


  • ଆଜି ଏକ ଖବର କାଗଜରେ 'ସେ ହାଲକୁ ଗଲେ' ପଢିବା ପରେ ବୁଝି ପାରିଲିନି, ପରେ ବୁଝିଲି ଯେ ସେ HAL କଥା କହୁଥିଲେ । ଯଦି ଗୋଟିଏ ଛୋଟିଆ ହଳନ୍ତ ଏପରି ସମସ୍ୟାର ସମାଧାନ କରିପାରୁଛି ତେବେ ବ୍ୟବହାର କରିବାରେ ଆପତ୍ତି କାହିଁକି ? ଏଣୁ ଯେଉଁ ଶବ୍ଦ ଦ୍ଵାରା ଦ୍ଵନ୍ଦ ଉପୁଜୁଛି ସେଠାରେ ହଳନ୍ତ ବ୍ୟବହାର ହେଉ । ଏହା ଦ୍ଵାରା ପାଠକଙ୍କ ନିକଟରେ ଉଇକିପିଡ଼ିଆର ଆଦର ବଢିବ । ଯଦି ପାଠକ ସଂପୂର୍ଣ୍ଣ ନୂଆ ବିଷୟଟିଏ ପଢୁଥିବ, ଏପରି ନକଲେ ହୁଏତ ସେ ଉଇକିପିଡ଼ିଆରୁ ଭୁଲ ତଥ୍ୟ ପାଇବ । ଆବଶ୍ୟକ କ୍ଷେତ୍ରରେ ବନ୍ଧନୀ ମଧ୍ୟରେ ଇଂରାଜୀ ଶବ୍ଦଟି ଲେଖାଯାଉ ।--ଶିତିକଣ୍ଠ (ଆଲୋଚନା) ୧୫:୦୪, ୨୨ ଅକ୍ଟୋବର ୨୦୧୪ (UTC)
ଆଲୋଚନା :


  • ସର୍ଟ ଫର୍ମ ଯଥା - ଏସ୍ଏମ୍ଏସ୍ , ଏନ୍‌ବି ଇତ୍ୟାଦି କ୍ଷେତ୍ରରେ ହଳନ୍ତ ଉଠେଇବାର ଆବଶ୍ୟକତା ମାନେ ହୁଏନି ।--ଶିତିକଣ୍ଠ (ଆଲୋଚନା) ୧୫:୦୪, ୨୨ ଅକ୍ଟୋବର ୨୦୧୪ (UTC)
ଆଲୋଚନା :


  • ହଳନ୍ତ ବିଷୟକୁ ନେଇ ପ୍ରସଙ୍ଗ ନାମ ପରିବର୍ତ୍ତନ କରିବା ପୂର୍ବରୁ ଆଲୋଚନା କରାଯାଉ । ନିହାତି (ନିହାତି) ଯଦି କିଛି ନାମ ଭୁଲ ନାହିଁ ସମସ୍ତଙ୍କ ମତାମତ ନିଆଯାଉ । ଯଦି ଲେଖକ ସକ୍ରିୟ ନାହାନ୍ତି ତେବେ ସେହି ପ୍ରକଳ୍ପରେ ସକ୍ରିୟ ଅନ୍ୟ ବ୍ୟକ୍ତିଙ୍କ ମତ ନିଆଯାଉ ।--ଶିତିକଣ୍ଠ (ଆଲୋଚନା) ୧୫:୦୪, ୨୨ ଅକ୍ଟୋବର ୨୦୧୪ (UTC)
ଆଲୋଚନା :


  • ଜଟିଳ ଯୁକ୍ତାକ୍ଷରରେ ହଳନ୍ତ ଦିଆନଯାଉ, ଏହା ଯୋଗୁଁ ହୁଏତ ପଢିବାରେ ଅସୁବିଧା ହୋଇପାରେ । ଆବଶ୍ୟକ କ୍ଷେତ୍ରରେ ଯୁକ୍ତାକ୍ଷରକୁ ହଳନ୍ତ ଦେଇ ସରଳ କରି ଲେଖାଯାଉ । ଯଥା - ଫୋଲ୍ଡର -> ଫୋଲ୍‌ଡର ।--ଶିତିକଣ୍ଠ (ଆଲୋଚନା) ୦୭:୧୯, ୨୬ ଅକ୍ଟୋବର ୨୦୧୪ (UTC)
ଆଲୋଚନା :

ହଳନ୍ତ ଥିବା / ନଥିବା (?) କିଛି ଶବ୍ଦ[ସମ୍ପାଦନା]

  • ଏହି ଶବ୍ଦ ଗୁଡ଼ିକ ଭାଷାକୋଷ ଲିଙ୍କ ସହ ଦିଆଯାଇଛି, କିଛି ଦିଆଯାଇନାହିଁ । ଏଥିରେ ହଳନ୍ତ ବ୍ୟବହାର ହୋଇଥିବା କିଛି ନିତ୍ୟ-ବ୍ୟବହାର୍ଯ୍ୟ ଶବ୍ଦ ଲେଖାଯାଇଛି ଓ ହଳନ୍ତ ନଥାଇ ଏହାର ପ୍ରତିରୂପ ବି ଦିଆଯାଇଛି ।
ଶବ୍ଦ -୧ ଶବ୍ଦ - ୨ ଶବ୍ଦ - ୩ ଆଲୋଚନା
ବେଶ୍ ବେଶ -- --
ଖୁବ୍ -- -- --
ବସ୍ / ବାସ୍ ବସ --- ---
ଖାସ୍ ଅପିଲ୍ / ଦେବାନୀ ଖାସ୍ / ଖାସ୍ --- --- ---
ସାର୍ (ଧାତୁ) / ଉଏଲ୍ସଲି ସାର୍ ଆର୍ଥର୍ / ସାର୍ (ଇତ୍ଯାଦି) / ସର୍ ସାର କଥା / ସାର --- ---
ତତ୍‌କାଳୀନ / ତତ୍କାଳୀନ --- --- ---
--- --- --- ---
--- --- --- ---

--ଶିତିକଣ୍ଠ (ଆଲୋଚନା) ୦୮:୧୧, ୨୬ ଅକ୍ଟୋବର ୨୦୧୪ (UTC)

ଆପାତତ ସ୍ଥାୟୀ ସମାଧାନ[ସମ୍ପାଦନା]

ଭାଷାକୋଷରେ ବ୍ୟବହାର ହୋଇଥିବା ସବୁ ବନାନକୁ ଆମେ ମାନକ ବୋଲି ବିଧିବଦ୍ଧ ଭାବେ ନେଇପାରିବା ନାହିଁ । ଅନେକ ସ୍ଥଳେ ଉଚ୍ଚାରଣକୁ ସହଜ କରିବା ସକାଶେ "ହଳନ୍ତ"ର ବ୍ୟବହାର କରାଯାଇଛି । ତେବେ ମୁଁ ପ୍ରସ୍ତାବ ଦେବି କି ଆମେ ଭିନ୍ନ ଭିନ୍ନ ମତଗାମୀ ୩-୪ ଜଣ ଭାଷା/ଲିପିବିଦଙ୍କୁ ଏକ ତାଲିକା ଦେବା ଆଉ ସେମାନଙ୍କ ମତରୁ ଅଧିକ ମତ ଥିବା ଶବ୍ଦଗୁଡ଼ିକ ମାନକ ଭାବେ ବ୍ୟବହାର କରିବା । ଏ କାମଟି ଟିକେ ସମୟ ସାପେକ୍ଷ କିନ୍ତୁ ଦିନେ ନା ଦିନେ କରିବାକୁ ପଡ଼ିବ । ଏଇଟି ହୋଇଗଲେ ଆମ ପାଇଁ ଗୋଟେ ବଡ଼ ମାଇଲଖୁଣ୍ଟ ବି ହେବ ପ୍ରତିଷ୍ଠ ଭାଷାବିଦଙ୍କ ପରାମର୍ଶରେ ଏହା କରାଗଲା ବୋଲି । ମୁଁ ତଳେ ୩ ଜଣଙ୍କ ନାଁ ଯୋଡ଼ିଲି । ବାକି ମାନେ ମତ ଦେବେ/ଯୋଡ଼ିବେ । --ସୁଭାସିସ ପାଣିଗାହି ଆଳାପ ୦୩:୧୪, ୨୩ ଅକ୍ଟୋବର ୨୦୧୪ (UTC)

  1. ଦେବୀପ୍ରସନ୍ନ ପଟ୍ଟନାୟକ, ଓଡ଼ିଆ ଭାଷାବିଦ ଓ ଗବେଷକ, ଓଡ଼ିଆ ଭାଷା ଶାସ୍ତ୍ରୀୟ ହେବାରେ ମୁଖ୍ୟ ଭୂମିକା
  2. ପ୍ରଫୁଲ୍ଲ ତ୍ରିପାଠୀ, ଲିପିବିଦ
  3. ନିର୍ମଳକାନ୍ତ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷା ବୋର୍ଡ଼ର ପ୍ରାକ୍ତନ ପରାମର୍ଶଦାତା ଓ ଭାଷାବିଦ
  4. ନଟବର ଶତପଥୀ, ଓଡ଼ିଆ ପ୍ରଫେସର, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଦେଢ଼ ଲକ୍ଷ ଶବ୍ଦ ସମ୍ବଳିତ ଅଭିଧାନ ପ୍ରଣୟିତା
  • ସବୁଠାରୁ ଭଲ ପ୍ରସ୍ତାବ । ସମସ୍ତଙ୍କ ସନ୍ଦେହ ଦୂର ହେଇଯିବ ଆଉ ଉଇକିପିଡ଼ିଆ ପାଇଁ ଏକ ମାନକ ପ୍ରଣୟନ କରାଯାଇପାରିବ । ଆଉ ଏକ ପ୍ରସ୍ତାବ ଥିଲା - ଆମେ ଖବର କାଗଜରେ ବି ଏବିଷୟରେ ଆଲୋଚନା ପାଇଁ ପଚାରି ପାରିବା । କିଛି ଓଡ଼ିଆ ବିଶେଷଜ୍ଞ / ଭାଷା ପ୍ରେମୀ ଏଥିରେ ମତ ଦେଇ ପାରନ୍ତି ଓ ଏହା ସହ ଉଇକିପିଡ଼ିଆର ପ୍ରଚାର ବି ହେଇଯିବ । --ଶିତିକଣ୍ଠ (ଆଲୋଚନା) ୦୮:୦୪, ୨୬ ଅକ୍ଟୋବର ୨୦୧୪ (UTC)

ଲେଖା ଲିଭାଇବା[ସମ୍ପାଦନା]

ଲେଖାରେ {{ଲିଭାନ୍ତୁ}} ଛାଞ୍ଚ ପଡ଼ିବାର କେତେ ଦିନ ପରେ ଏହା ପରିଚାଳକମାନେ ଲିଭାଇଦେବେ? ପୁରୁଖା ଉଇକିଆଳିମାନଙ୍କୁ ତଳେ ନିଜ ମତ ତଳେ ଦେବା ପାଇଁ ଅନୁରୋଧ । --ସୁଭାସିସ ପାଣିଗାହି ଆଳାପ ୦୯:୪୦, ୧୩ ଫେବୃଆରୀ ୨୦୧୫ (UTC)

ସଙ୍ଗସଙ୍ଗେ/ଦିନକ ଭିତରେ[ସମ୍ପାଦନା]

୫ ଦିନ ପରେ[ସମ୍ପାଦନା]

  1. --ସୁଭାସିସ ପାଣିଗାହି ଆଳାପ ୦୯:୪୦, ୧୩ ଫେବୃଆରୀ ୨୦୧୫ (UTC)
  2. ମୋ ମତରେ ଗୋଟେ ଦିନ କିନ୍ତୁ ଓଡ଼ିଆ ଉଇକିପିଡ଼ିଆର ଏବେକାର ସକ୍ରିୟତା ଅନୁସାରେ ୫ ଦିନ ହିଁ ଠିକ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୪୩, ୧୩ ଫେବୃଆରୀ ୨୦୧୫ (UTC)

୫ ରୁ ଅଧିକ ଦିନ (ନାମ ସହିତ କେତେ ଦିନ ଜଣାଇବେ)[ସମ୍ପାଦନା]