କାଳନ୍ଦୀ ଚରଣ ବେହେରା
କାଳନ୍ଦୀ ଚରଣ ବେହେରା | |
---|---|
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ପ୍ରଭାତ ରଞ୍ଜନ ବିଶ୍ୱାଳ |
ପର ଅଧିକାରୀ | ଚନ୍ଦ୍ର ସାରଥୀ ବେହେରା |
ନିର୍ବାଚନ ମଣ୍ଡଳୀ | କଟକ ସଦର |
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୯ | |
ପୂର୍ବ ଅଧିକାରୀ | ରବୀନ୍ଦ୍ର କୁମାର ବେହେରା |
ପର ଅଧିକାରୀ | ଚନ୍ଦ୍ର ସାରଥୀ ବେହେରା |
ନିର୍ବାଚନ ମଣ୍ଡଳୀ | ସାଲେପୁର |
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ମାୟାଧର ସେଠୀ |
ପର ଅଧିକାରୀ | ରବୀନ୍ଦ୍ର କୁମାର ବେହେରା |
ନିର୍ବାଚନ ମଣ୍ଡଳୀ | ସାଲେପୁର |
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ବାଇଧର ବେହେରା |
ପର ଅଧିକାରୀ | ମାୟାଧର ସେଠୀ |
ନିର୍ବାଚନ ମଣ୍ଡଳୀ | ସାଲେପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୫ ମଇ ୧୯୪୪ |
ମୃତ୍ୟୁ | ୧୮ ଫେବୃଆରୀ ୨୦୧୫ | (ବୟସ ୭୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ, ଜନତା ପାର୍ଟି, ଉତ୍କଳ କଂଗ୍ରେସ |
ଜୀବନ ସାଥୀ | ପ୍ରମିଳା ବେହେରା |
ସନ୍ତାନ | ଚନ୍ଦ୍ର ସାରଥୀ ବେହେରା |
ବାପା/ବୋଉ | ଧଡ଼ି ବେହେରା (ବାପା) |
ବୃତ୍ତି | ରାଜନୀତିଜ୍ଞ |
କାଳନ୍ଦୀ ଚରଣ ବେହେରା (୨୫ ମଇ ୧୯୪୪ - ୧୮ ଫେବୃଆରୀ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । କାଳନ୍ଦୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୭, ୧୯୯୦, ୨୦୦୦ ଓ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସାଲେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୧୦ମ, ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]କାଳନ୍ଦୀ ଚରଣ ବେହେରା ୧୯୪୪ ମସିହାର ମଇ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଧଡ଼ି ବେହେରା ଏବଂ ପତ୍ନୀଙ୍କ ନାମ ପ୍ରମିଳା ବେହେରା ।[୧] କାଳନ୍ଦୀଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।
ରାଜନୈତିକ ଜୀବନ
[ସମ୍ପାଦନା]ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରେ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା କାଳନ୍ଦୀ ବିଜୁ ପଟ୍ଟନାୟକଙ୍କ ପ୍ରେରଣାରେ ରାଜନୀତିରେ ଯୋଗଦେଇଥିଲେ । ୧୯୭୪ ମସିହାରେ ପ୍ରଥମେ ସାଲେପୁର ନିର୍ବାଚନ ମଣ୍ଡଳୀରୁ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହେଇଥିଲେ ।[୨] ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ, ଜନତା ପାର୍ଟି ଓ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର ଏବଂ ମନ୍ତ୍ରୀ ଭାବରେ ୧୯୭୯ରୁ ୧୯୮୯, ୧୯୯୧ରୁ ୧୯୯୫ ଏବଂ ୨୦୦୨ରୁ ୨୦୦୬ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]କାଳନ୍ଦୀ ଚରଣ ବେହେରା ୨୦୧୫ ମସିହାର ଫେବୃଆରୀ ମାସ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Kalindi Behera". odishaassembly.nic.in. Odisha Assembly. Retrieved 24 November 2019.
- ↑ "Former Odisha minister Kalindi Behera passes away". The Hindu. Retrieved 20 June 2020.
- ↑ "BJD Vice-President Kalindi Behera Dies at 71". Outlook. Retrieved 20 June 2020.