Jump to content

ପେମ୍ଫିଗଏଡ ଗର୍ଭଧାରଣ

ଉଇକିପିଡ଼ିଆ‌ରୁ
Pemphigoid gestationis
Gestational pemphigoid, herpes gestationis[]
ବିଭାଗDermatology. obstetrics
ଲକ୍ଷଣBlisters, itch, hives[]
ଆକ୍ରାନ୍ତ ସମୟMid pregnancy to shortly after birth[]
ଅବଧିAround 6-months[]
କାରଣAutoimmune[]
ବିପଦ କାରକPregnancy, molar pregnancy, choriocarcinoma, birth control pill[]
ରୋଗ ନିର୍ଣ୍ଣୟ ପଦ୍ଧତିAppearance, skin biopsy with immunofluorescence[]
ସଠିକ ରୋଗ ନିର୍ଣ୍ଣୟPruritic urticarial papules and plaques of pregnancy, erythema multiforme, drug reactions, scabies[]
ଔଷଧPrednisolone 40mg/day by mouth[]
ଚିକିତ୍ସାCorticosteroid applied to the skin or by mouth[]
ପୁନଃପୌନିକ1 in 20,000 to 50,000 pregnancies[]

ପେମ୍ଫିଗଏଡ ଗର୍ଭଧାରଣ (PG) (ଇଂରାଜୀ ଭାଷାରେ Pemphigoid gestationis ) ଯାହାକୁ ଜେଷ୍ଟେସନାଲ୍ ପେମ୍ଫିଗଏଡ ମଧ୍ୟ କୁହାଯାଏ, ହେଉଛି ଚର୍ମ ରୋଗର ଏକ ପ୍ରକାର ଅଟୋଇମ୍ୟୁନ ଡିଜିଜ ଯାହା ଗର୍ଭଧାରଣ ସମୟରେ ପ୍ରଥମେ ଦେଖାଯାଏ ।[] ଏହାର ଲକ୍ଷଣ ମଧ୍ୟରେ ଫୁଲା, ଛୋଟ ଗୁଣ୍ଡ, ହାଇଭ୍‌ସ ଏବଂ ତୀବ୍ର ଗଲୁ ହୋଇପାରେ ।[] ଛାତି ଏବଂ ଅଙ୍ଗରେ ବିସ୍ତାର ହେବା ପୂର୍ବରୁ ଏହା ସାଧାରଣତଃ ନାଭି ଚାରିପାଖରୁ ଆରମ୍ଭ ହୋଇଥାଏ କିନ୍ତୁ ମୁଣ୍ଡ, ମୁହଁ ଏବଂ ପାଟିକୁ ଅବ୍ୟାହତି ଦିଆଯାଏ ।[] [] ଏହା ଗର୍ଭଧାରଣର ମଧ୍ୟଭାଗରେ ବା ପ୍ରସବ ପର ସମୟରେ ଆରମ୍ଭ ହୁଏ ।[] []

ଏଥିରେ ମାତାର ନିଜ ଚର୍ମ ବିରୁଦ୍ଧରେ ଆଣ୍ଟିବଡି ତିଆରି ହୋଇଥାଏ, ଫଳସ୍ୱରୂପ ଚର୍ମ ସ୍ତରଗୁଡିକ ଫାଟିଯାଇ ଫୋଟକା ସୃଷ୍ଟି ହୁଏ ।[] ଏହା ସମ୍ଭବତଃ ମା’ର ରକ୍ତରେ କିଛି ପ୍ଲେସେଣ୍ଟା କୋଷ ପ୍ରବେଶ କରିବା ଯୋଗୁ ହୁଏ ।[] ସଙ୍କଟ କାରକ ମଧ୍ୟରେ ମୋଲାର ଗର୍ଭଧାରଣ ଏବଂ କୋରିଓକାର୍ସିନୋମା ହୋଇପାରେ ।[] ଏହା ଲୋକଙ୍କ ମଧ୍ୟରେ ବିସ୍ତାର ହୁଏ ନାହିଁ ଏବଂ ପରିବାରରେ ଚାଲିନଥାଏ ।[] ଏହା ସାଧାରଣତ ଛଅ ମାସ ପର୍ଯ୍ୟନ୍ତ ରହିଥାଏ ଏବଂ ଭବିଷ୍ୟତରେ ଗର୍ଭଧାରଣ, ମାସିକ ଋତୁସ୍ରାବ ଏବଂ ଜନ୍ମ ନିୟନ୍ତ୍ରଣ ବଟିକା ସେବନଠାରୁ ପୁନର୍ବାର ହୋଇପାରେ ।[] କିଛି ଲୋକଙ୍କ ମଧ୍ୟରେ, ଏହା ଦୀର୍ଘକାଳୀନ ହୋଇ ରହିଥାଏ ।[] ରୋଗର ଲକ୍ଷଣ, ରକ୍ତ ପରୀକ୍ଷା, ଏବଂ ଇମ୍ୟୁନୋଫ୍ଲୋରିସେନ୍ସ ସହିତ ଚର୍ମ ବାୟୋପସି ସାହାଯ୍ୟରେ ନିର୍ଣ୍ଣୟ କରାଯାଏ ।[] [] ଏହା ପ୍ରୁରିଟିକ୍ ୟୁର୍ଟାରିଆଲ୍ ପାପୁଲ୍ସ ଓ ଗର୍ଭାବସ୍ଥାର ପ୍ଲେକ୍ (PUPP), ଏରିଦେମା ମଲ୍ଟିଫର୍ମ, ଔଷଧ ପ୍ରତିକ୍ରିୟା ଏବଂ ଫୁଲା କାଛୁ ଭଳି ଦେଖାଯାଇପାରେ ।[]

ଚିକିତ୍ସା ସାଧାରଣତ କର୍ଟିକୋଷ୍ଟେରଏଡ ସହିତ ହୋଇଥାଏ ଯାହା ଚର୍ମରେ ପ୍ରୟୋଗ କରାଯାଏ କିମ୍ବା ପାଟିରେ ପ୍ରେଡନିସୋଲୋନ ଦୈନିକ୪୦ମିଗ୍ରା ଦିଆଯାଏ ।[] ଚେଷ୍ଟା କରାଯାଇଥିବା ଅନ୍ୟ ଔଷଧଗୁଡ଼ିକ ମଧ୍ୟରେ ପାଇରିଡକ୍ସିନ ଏବଂ ନିକୋଟିନାମାଇଡ୍ ସହିତ ଟେଟ୍ରାସାଇକ୍ଲିନ୍ ଦିଆଯାଇପାରେ ।[] ଜଟିଳତା ମଧ୍ୟରେ ଏକ ଛୋଟ ଆକାର ଶିଶୁର ଅକାଳ ପ୍ରସବ ଅନ୍ତର୍ଭୁକ୍ତ ହୋଇପାରେ; କିମ୍ବା ଫୋଟକା ଏବଂ ହାଇଭ ସହିତ ହୋଇପାରେ, ଯାହା ସାଧାରଣତଃ ଛଅ ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ ।[] ଫୋଟକା ପରବର୍ତ୍ତୀ ସମୟରେ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇପାରେ। ।[] ପ୍ରଭାବିତ ମହିଳାଙ୍କ ମଧ୍ୟରୁ ପ୍ରାୟ ୧୦% ଗ୍ରଭସ ରୋଗରେ ଆକ୍ରାନ୍ତ ହୁଅନ୍ତି। []

ପେମ୍ଫିଗଏଡ ଗର୍ଭଧାରଣ ୨୦,୦୦୦ରୁ ୫୦,୦୦୦ ଗର୍ଭଧାରଣ ମଧ୍ୟରୁ ପ୍ରାୟ ଜଣେ ଏହି ରୋଗରେ ପ୍ରଭାବିତ ହୋଇଥାଏ ।[] ଏହି ଅବସ୍ଥା ପ୍ରଥମେ ଲଣ୍ଡନର ଚିକିତ୍ସକ ଜନ୍ ଲସ୍ ମିଲଟନ୍ 1872 ମସିହାରେ ବର୍ଣ୍ଣନା କରିଥିଲେ ।[] ଫୁଲା ଦେଖାଯିବା ହେତୁ ଏହାକୁ ମୂଳତଃ ହର୍ପିସ୍ ଜେଷ୍ଟେସନ୍ କୁହାଯାଉଥିଲା ଯଦିଓ ଏହା ହର୍ପିସ୍ ଜୀବାଣୁ ସହିତ ଜଡିତ ନୁହେଁ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "21. Chronic blistering dermatoses". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Edinburgh: Elsevier. pp. 464–465. ISBN 978-0-323-54753-6. Archived from the original on 2023-06-30. Retrieved 2023-05-15.
  2. Wakelin, Sarah H. (2020). "22. Dermatology". In Feather, Adam; Randall, David; Waterhouse, Mona (eds.). Kumar and Clark's Clinical Medicine (in ଇଂରାଜୀ) (10th ed.). Elsevier. pp. 686–687. ISBN 978-0-7020-7870-5.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Pemphigoid (herpes) gestationis". www.BAD.org.uk. British Association of Dermatologists. November 2020. Archived from the original on 2 February 2020. Retrieved 21 March 2022.
  4. ୪.୦ ୪.୧ Roth, MM (1 February 2011). "Pregnancy dermatoses: diagnosis, management, and controversies". American journal of clinical dermatology. 12 (1): 25–41. doi:10.2165/11532010-000000000-00000. PMID 21110524.
  5. Johnstone, Ronald B. (2017). "6. Vesiculobullous reaction pattern". Weedon's Skin Pathology Essentials (2nd ed.). Elsevier. p. 123. ISBN 978-0-7020-6830-0. Archived from the original on 2021-05-25. Retrieved 2022-03-21.
  6. "Pemphigoid gestationis | DermNet NZ". dermnetnz.org (in ଇଂରାଜୀ). Archived from the original on 9 March 2022. Retrieved 23 March 2022.
  7. Murrell, Dédée F. (28 April 2011). AutoImmune Blistering Disease Part I, An Issue of Dermatologic Clinics (in ଇଂରାଜୀ). Elsevier Health Sciences. p. 447. ISBN 978-1-4557-1247-2. Archived from the original on 19 December 2023. Retrieved 16 December 2023.