ଅଟୋଇମ୍ମ୍ୟୁନ ଡିଜିଜ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅଟୋଇମ୍ମ୍ୟୁନ ଡିଜିଜ
Lupusfoto.jpg
ଲୁପସ (lupus) ରୋଗ‌ଗ୍ରସ୍ତ ଯୁବତୀର ମୁହଁରେ ପ୍ରଜାପତୀୟା ରାସ ("butterfly rash") ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Rheumatology, gastroenterology, other
ଆଇସିଡ଼ି-୧୦ D84.9, M35.9
ଆଇସିଡ଼ି-୯-ସିଏମ୍ 279.4
ଓଏମ୍‌ଆଇଏମ୍ 109100
ରୋଗ ଡାଟାବେସ 28805
ମେଡ଼ିସିନ-ପ୍ଲସ 000816
MeSH D001327

ଅଟୋଇମ୍ମ୍ୟୁନ ଡିଜିଜ (ଇଂରାଜୀ ଭାଷାରେ autoimmune disease) ଏକ ଏ ଭଳି ରୋଗ ଯେଉଁଥିରେ ନିଜ ଶରୀରର ଅଂଶ ବିରୁଦ୍ଧରେ ଅସାଧାରଣ ଇମ୍ମ୍ୟୁନ ପ୍ରତିକ୍ରିୟା (immune response) ସୃଷ୍ଟି ହୁଏ ।[୧] ଅଧୁନା ପ୍ରାୟ ୮୦ ପ୍ରକାର ଅଟୋଇମ୍ମ୍ୟୁନ ଡିଜିଜ ଚିହ୍ନଟ ହୋଇସାରିଲାଣି ।[୧] ଶରୀରର ଯେ କୋଣସି ଅଂଶ ପ୍ରଭାବିତ ହୋଇପାରିବ ।[୨] ଲକ୍ଷଣ: ଅଳ୍ପ ମାତ୍ରାର ଜ୍ୱରଥକ୍କା (feeling tired) ଅନୁଭବ ହୁଏ । ଏହି ଲକ୍ଷଣମାନ ଆସେ ଓ ଚାଲିଯାଏ ।[୧]

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୨] ଲୁପସ ଭଳି କେତେକ ରୋଗ ପରିବାରରେ ଚାଲୁରହେ ଓ ଅନ୍ୟ କେତେକ କୌଣସି ଅବସ୍ଥା ଯେପରିକି ସଂକ୍ରମଣ ବା ପରିବେଶ କାରକ ଯୋଗୁ ଟ୍ରିଗର ହୁଏ । କେତେକ ସାଧାରଣ ଅଟୋଇମ୍ମ୍ୟୁ ରୋଗମାନଙ୍କର ନାମ: ସିଲିଆକ୍ ଡିଜିଜ୍, ମଧୁମେହ ଟାଇପ ୧, ଗ୍ରେଭସ ରୋଗ, ଇନଫ୍ଲାମେଟରି ବାୱେଲ ଡିଜିଜ (inflammatory bowel disease), ମଲ୍ଟିପ୍ଲ ସ୍କ୍ଲେରୋସିସ, ସୋରିଆସିସ, ରିଉମାଟଏଡ ଆର୍ଥ୍ରାଇଟିସସିସ୍ଟମିକ ଲୁପସ୍ ଏରିଦେମାଟୋସସ୍ । ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହୋଇପାରେ ।[୧]

ରୋଗର ଶ୍ରେଣୀ ଓ ସାଂଘାତିକତା ଉପରେ ଚିକିତ୍ସା ନିର୍ଭର କରେ । ନନସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଡ୍ରଗସ (Nonsteroidal anti-inflammatory drugs) (NSAIDs) ଓ ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressants) ଔଷଧ ଅଧିକାଂଶ ସମୟରେ ବ୍ୟବ‌ହୃତ ହୁଏ ।[୧] ବେଳେବେଳେ ଶିରାଭ୍ୟନ୍ତର ଇମ୍ମୁନୋଗ୍ଲୋବ୍ୟୁଲିନ (Intravenous Immunoglobulin ଦିଆଯାଇପାରେ ।[୩] ଏହି ଚିକିତ୍ସାରେ ଲକ୍ଷଣ କମିଯାଏ କିନ୍ତୁ ଆରୋଗ୍ୟ ହୁଏନାହିଁ ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ୨୪ ନିୟୁତ (୭%) ଲୋକ ଅଟୋଇମ୍ମ୍ୟୁନ ରୋଗଦ୍ୱାରା ପିଡ଼ିତ ଅଛନ୍ତି ।[୧][୨] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ଯୁବାବସ୍ଥାରେ ଏହି ରୋଗ ଆରମ୍ଭ ହୁଏ ।[୧] ସନ ୧୯୯୦ର ପ୍ରାରମ୍ଭରେ ପ୍ରଥମ ଅଟୋଇମ୍ମ୍ୟୁନ ରୋଗ ବିଷୟରେ ବର୍ଣ୍ଣନା କରାଯାଇଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Autoimmune diseases fact sheet". OWH. 16 July 2012. Retrieved 5 October 2016. 
  2. ୨.୦ ୨.୧ ୨.୨ Borgelt, Laura Marie (୨୦୧୦). Women's Health Across the Lifespan: A Pharmacotherapeutic Approach. ASHP. p. ୫୭୯. ISBN ୯୭୮୧୫୮୫୨୮୧୯୪୭. 
  3. Katz, U; Shoenfeld, Y; Zandman-Goddard, G (2011). "Update on intravenous immunoglobulins (IVIg) mechanisms of action and off- label use in autoimmune diseases.". Current pharmaceutical design 17 (29): 3166–75. PMID 21864262. 
  4. Paniker, Ananthanarayan And (୧୬୯). Ananthanarayan and Paniker's Textbook of Microbiology. ୨୦୦୫: Orient Blackswan. ISBN ୯୭୮୮୧୨୫୦୨୮୦୮୬.