Jump to content

ପାଇରିଡକ୍ସିନ

ଉଇକିପିଡ଼ିଆ‌ରୁ
ପାଇରିଡକ୍ସିନ
Pyridoxine
Clinical data
Synonymsvitamin B6,[] pyridoxol[]
AHFS/Drugs.commonograph
Pregnancy
category
  • US: A (No risk in human studies) and C
    Routes of
    administration
    by mouth, IV, IM, subQ
    ATC code
    Identifiers
    • 4,5-Bis(hydroxymethyl)-2-methylpyridin-3-ol
    CAS Number
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.548 Edit this at Wikidata
    Chemical and physical data
    FormulaC8H11NO3
    Molar mass୧୬୯.୧୮ g·mol−1
    3D model (JSmol)
    Melting point159 to 162 °C (318 to 324 °F)
    • OCc1cnc(C)c(O)c1CO
    • InChI=1S/C8H11NO3/c1-5-8(12)7(4-11)6(3-10)2-9-5/h2,10-12H,3-4H2,1H3
       checkY
    • Key:LXNHXLLTXMVWPM-UHFFFAOYSA-N

    ପାଇରିଡକ୍ସିନ (ଇଂରାଜୀ ଭାଷାରେ Pyridoxine, ଅନ୍ୟ ନାମ ଭିଟାମିନ ବି /vitamin B6ପାଇରିଡକ୍ସଲ/pyridoxol) ଏକ ପ୍ରକାର ଜୀବସାର ଖ ଯାହା ସାଧାରଣତଃ ଖାଦ୍ୟରେ ମିଳେ ଓ ଖାଦ୍ୟ ଅନୁପୂରକରେ (dietary supplement) ଦିଆଯାଇଥାଏ । [] ଖାଦ୍ୟ ଅନୁପୂରକ ଭାବରେ ଏହା ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ଦିଆଯାଉଥିବା ରୋଗମାନଙ୍କ ନାମ ଯଥାକ୍ରମେ ପାଇରିଡକ୍ସିନ ଅଭାବ (pyridoxine deficiency), ସିଡେରୋବ୍ଲାସ୍ଟିକ ଆନିମିଆ (sideroblastic anaemia), ପାଇରିଡକ୍ସିନ-ଡିପେଣ୍ଡେଣ୍ଟ ଏପିଲେପ୍ସି (pyridoxine-dependent epilepsy), କେତେକ ମେଟାବୋଲିକ ଡିଜଅର୍ଡ଼ର (metabolic disorders), ଆସୋନିଆଜିଡ (isoniazid) ସମସ୍ୟା ଓ ଛତୁ ବିଷକ୍ରିୟା (mushroom poisoning) । [][] ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ପାଇରିଡକ୍ସିନ ଦେହରେ ଉତ୍ତମରୂପେ ସ‌ହ୍ୟ କରିହୁଏ । ବେଳେବେଳେ ମୁଣ୍ଡବଥା, କାଲୁଆ ଅନୁଭବ ଓ ନିଦୁଆ ଆଦି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ସାଧାରଣ ମାତ୍ରାରେ ନେଲେ ଏହା ନିରାପଦ ରହେ । ପାଇରିଡକ୍ସିନ ଏକ ଭିଟାମିନ ବି/ଜୀବସାର ଖ ଶ୍ରେଣୀର ଭିଟାମିନ । ଶରୀରରେ ଆମିନୋ ଏସିଡ (amino acids), ଶ୍ୱେତସାର (carbohydrates) ଓ ଲିପିଡ (lipids) ତିଆରି କରିବାରେ ପାଇରିଡକ୍ସିନ ଆବଶ୍ୟକ ହୁଏ । [] ଫଳ (fruit), ପନିପରିବା (vegetables) ଓ ଶସ୍ୟମାନଙ୍କରେ (grain) ଏହାର ଉତ୍ସ ଥାଏ ।[]

    ସନ ୧୯୩୪ରେ ପାଇରିଡକ୍ସିନ ଆବିଷ୍କୃତ ହୋଇଥିଲା, ସନ ୧୯୩୪ରେ ପୃଥକ କରାଯାଇଥିଲା ଓ ସନ ୧୯୩୯ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର କ୍ରୟ ମୂଲ୍ୟ ୦.୫୯ରୁ ୩.୫୪ ଆମେରିକୀୟ ଡଲାର ।[] ଅନେକ ଦେଶମାନଙ୍କରେ ଖାଦ୍ୟରେ (breakfast cereal) ଏହା ମିଶେଇ ଦିଆଯାଏ । []

    1. 1 2 3 WHO Model Formulary 2008 (PDF). World Health Organization. 2009. p. 496. ISBN 9789241547659. Retrieved 8 December 2016.
    2. Dryhurst, Glenn (2012). Electrochemistry of Biological Molecules (in ଇଂରାଜୀ). Elsevier. p. 562. ISBN 9780323144520.
    3. 1 2 3 4 "Pyridoxine Hydrochloride". The American Society of Health-System Pharmacists. Retrieved 8 December 2016.
    4. 1 2 "Office of Dietary Supplements - Dietary Supplement Fact Sheet: Vitamin B6". ods.od.nih.gov. 11 February 2016. Retrieved 30 December 2016.
    5. Squires, Victor R. (2011). The Role of Food, Agriculture, Forestry and Fisheries in Human Nutrition - Volume IV (in ଇଂରାଜୀ). EOLSS Publications. p. 121. ISBN 9781848261952.
    6. Harris, Harry (2012). Advances in Human Genetics 6 (in ଇଂରାଜୀ). Springer Science & Business Media. p. 39. ISBN 9781461582649.
    7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    8. "Vitamin B6". International Drug Price Indicator Guide. Retrieved 8 December 2016.[permanent dead link]