ହାଇଭ୍‌ସ

ଉଇକିପିଡ଼ିଆ‌ରୁ
ହାଇଭ୍‌ସ
ବାହୁରେ ହାଇଭ୍‌ସ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିଚର୍ମ ବିଜ୍ଞାନ
ଆଇସିଡ଼ି-୧୦L50.
ଆଇସିଡ଼ି-୯-ସିଏମ୍708
ରୋଗ ଡାଟାବେସ13606
ମେଡ଼ିସିନ-ପ୍ଲସ000845
ଇ-ମେଡ଼ିସିନtopic list
Patient UKହାଇଭ୍‌ସ
MeSHD014581

ହାଇଭ୍‌ସ (ଇଂରାଜୀ ଭାଷାରେ Hives ବା ଅର୍ଟିକେରିଆ/urticaria) ଏକ ପ୍ରକାର ଲାଲ, ଉତ୍ଥିତ ଓ ଗଲୁକାରୀ ଚର୍ମ ରାସ (skin rash) ।[୧] ଏହ ପୋଡ଼ିବା ବା ନାହୁଡ଼ ମାରିବା ଭଳି ଲାଗେ । ଅଧିକାଂଶ ସମୟରେ ଏହି ପ୍ୟାଚ୍ ସ୍ଥାନ ବଦଳାଏ । ଏହି ରୋଗ କିଛି ଦିନ ନିମନ୍ତେ ରହେ ଓ କୌଣସି ସ୍ଥାୟୀ ଚର୍ମ ପରିବର୍ତ୍ତନ କରେନାହିଁ । ଛଅ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ୫% ରୋଗ ରହେ । ଏହି ରୋଗ ପ୍ରତ୍ୟାବର୍ତ୍ତନ କରେ । [୨]

ସଂକ୍ରମଣ ତ‌ଥା ଔଷଧ, ପୋକ କାମୁଡ଼ା ବା ଖାଦ୍ୟ ଆଲର୍ଜିର ପ୍ରତିକ୍ରିୟା (allergic reaction) ଯୋଗୁ ହାଇଭ୍‌ସ ରୋଗ ହୁଏ ।[୨] ମାନସିକ ଚାପ (Psychological stress), ଥଣ୍ଡା ଉତ୍ତାପ କିମ୍ବା କମ୍ପନ ଟ୍ରିଗର ଯୋଗୁ ଏହି ରୋଗ ହୋଇପାରେ ।[୧][୨] ପ୍ରାୟ ଅର୍ଦ୍ଧେକ କେଶ୍‌ରେ କୌଣସି କାରଣ ଖୋଜିଲେ ମିଳେନି ।[୨] ହେ ଫିଭର (hay fever) ବା ଆଜ୍‌ମା (asthma) ରୋଗ ଥିଲେ ହାଇଭ୍‌ସ ରୋଗ ହେବା ସମ୍ଭାବନା ରହେ ।[୩] ଏହି ରୋଗର ସ୍ୱରୁପ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଆଲର୍ଜି ନିର୍ଣ୍ଣୟ କରିବାରେ ପ୍ୟାଚ ଟେଷ୍ଟିଙ୍ଗ (Patch testing ) ଆବଶ୍ୟକ ହୋଇପାରେ ।[୨]

ପ୍ରତିଷେଧ ପାଇଁ ଏହି ରୋଗ ସୃଷ୍ଟି କରୁଥିବା କାରକମାନଙ୍କୁ ତ୍ୟାଗ କରାଯାଏ । ଡାଇଫେନହାଇଡ୍ରାମିନ (diphenhydramine) ଭଳି ଆଣ୍ଟିହିସ୍ଟାମିନ (antihistamines) ଓ ରାନିଟିଡିନ ଔଷଧ ଦେଇ ଚିକିତ୍ସା କରାଯାଏ । ସାଂଘାତିକ ହୋଇଥିଲେ କର୍ଟିକୋସ୍ଟିରଏଡ ବା ଲିଉକୋଟ୍ରିଏନ ଇନହିବିଟର (leukotriene inhibitors) ଦିଆଯାଏ । ପରିବେଶ ଉତ୍ତାପ ଥଣ୍ଡା ରଖିପାରିଲେ ଉପକାର ହୁଏ । ଛଅ ସପ୍ତାହରୁ ଅଧିକ ସମୟ ରୋଗ ରହିଲେ ସାଇକ୍ଲୋସ୍ପୋରିନ (cyclosporine) ଭଳି ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressants) ଦିଆଯାଇପାରେ ।[୨]

ହାଇଭ୍‌ସ ରୋଗରେ ପ୍ରାୟ ୨୦% ଲୋକ ଆକ୍ରାନ୍ତ ହୁଅନ୍ତି ।[୨] ସ୍ୱଳ୍ପକାଳୀନ ରୋଗ ଉଭୟ ପୁରୁଷ ଓ ମହିଳାଙ୍କୁ ସମ ଭାବରେ ହୁଏ, କିନ୍ତୁ ଦୀର୍ଘକାଳୀନ ରୋଗ ସାଧାରଣତଃ ମହିଳାଙ୍କୁ ଅଧିକ ହୁଏ । ସ୍ୱଳ୍ପକାଳୀନ ରୋଗ ପିଲାମାନଙ୍କୁ ହୁଏ, କିନ୍ତୁ ଦୀର୍ଘକାଳୀନ ରୋଗ ସାଧାରଣତଃ ମଧ୍ୟ ବୟସ୍କ ଲୋକଙ୍କୁ ଅଧିକ ହୁଏ । ହିପ୍ପୋକ୍ରେଟ୍‌ସଙ୍କ ଅମଳରୁ ହାଇଭ୍‌ସ ରୋଗର ବର୍ଣ୍ଣନା ହୋଇଆସିଛି ।[୪] ଅର୍ଟିକେରିଆ ଶବ୍ଦଟି ଲାଟିନ ଭାଷାରୁ ଆସିଛି ଯାହାର ଅର୍ଥ ନେଟ୍‌ଲ (nettle) । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Hives". Retrieved 10 August 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Jafilan, L; James, C (December 2015). "Urticaria and Allergy-Mediated Conditions". Primary care. 42 (4): 473–83. PMID 26612369.
  3. Zuberbier, Torsten; Grattan, Clive; Maurer, Marcus (2010). Urticaria and Angioedema (in ଇଂରାଜୀ). Springer Science & Business Media. p. 38. ISBN 9783540790488.
  4. Griffiths, Christopher; Barker, Jonathan; Bleiker, Tanya; Chalmers, Robert; Creamer, Daniel (2016). Rook's Textbook of Dermatology, 4 Volume Set (in ଇଂରାଜୀ) (9 ed.). John Wiley & Sons. p. Chapter 42.3. ISBN 9781118441176.
  5. A Dictionary of Entomology (in ଇଂରାଜୀ). CABI. 2011. p. 1430. ISBN 9781845935429.