ଦୁର୍ଗାଷ୍ଟମୀ

ଉଇକିପିଡ଼ିଆ‌ରୁ

An article related to
ହିନ୍ଦୁ ଧର୍ମ

Hinduism

Hinduଇତିହାସ

Portal:Hinduism

Hinduism Portal
Hindu Mythology Portal

ଦୁର୍ଗାଷ୍ଟମୀ ବା ମହାଷ୍ଟମୀ ଏକ ପବିତ୍ର ଦିବସ ଯାହା ପାଞ୍ଚଦିନିଆ ଦୁର୍ଗା ପୂଜା ଅବସରରେ ମା ଦୂର୍ଗାଙ୍କୁ ଭକ୍ତି ଓ ସମ୍ମାନ ଜଣେଇବାକୁ ପାଳନ କରାଯାଏ ।[୧][୨] ପରମ୍ପରା ଅନୁସାରେ ପ୍ରତି ହିନ୍ଦୁ ଗୃହରେ ଦୂର୍ଗା ପୂଜା ଦଶ ଦିନ ଧରି ପାଳନ କରିବା କଥା କିନ୍ତୁ ଦୂର୍ଗା ମଣ୍ଡପରେ ଏହା ଷଷ୍ଠୀ (Shashthi) ଦିବସଠାରୁ ପାଞ୍ଚ ଦିନ ପାଳନ କରାଯାଉଛି । ଭାରତରେ ଏହି ଦିନ ଅନେକ ସ୍ଥାନରେ ଲୋକମାନେ ଉପବାସ ପାଳନ କରନ୍ତି । ସୁନ୍ଦର ପୋଷାକ ପିନ୍ଧି ଲୋକମାନେ ଏକତ୍ରିତ ହୋଇ ଗରବା ନୃତ୍ୟ କରନ୍ତି । ଦେବୀଙ୍କର ଅସ୍ତ୍ରସବୁ ଏହି ଦିନ ପୂଜା କରାଯାଉଥିବାରୁ ଏହି ଦିବସକୁ ‘ଅସ୍ତ୍ର ପୂଜା’ ଦିବସ ମଧ୍ୟ କୁହାଯାଏ । ଅନେକ ସ୍ଥାନରେ ଅସ୍ତ୍ର ବ୍ୟବହାର କରି ମାର୍ଶାଲ କଳା ପ୍ରଦର୍ଶନ କରୁଥିବାରୁ ଏହି ଦିବସକୁ ବୀର ଅଷ୍ଟମୀ ମଧ୍ୟ କୁହାଯାଏ ।

ବର୍ଣ୍ଣନା[ସମ୍ପାଦନା]

ନବରାତ୍ରି (Navratri) ବା ଦୂର୍ଗା ପୂଜା ଉତ୍ସବର ଅଷ୍ଟମୀ ଦିନଟି ଦୂର୍ଗାଷ୍ଟମୀ ବା ଦୂର୍ଗା ଅଷ୍ଟମୀ ରୂପେ ପରିଚିତ । ଏହାକୁ ମହାଷ୍ଟମୀ ମଧ୍ୟ କୁହାଯାଏ ଓ ଏହି ଦିନଟି ହିନ୍ଦୁମାନଙ୍କର ଏକ ପବିତ୍ର ଦିବସ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିରେ ଏହି ଦିବସ ପାଳନ କରାଯାଏ ।[୩] କେତେକ ସ୍ଥାନରେ ବିଶ୍ୱାସ କରାଯାଏ, ମା ଦୁର୍ଗାଙ୍କର କପାଳରୁ ଦେବୀ ଚାମୁଣ୍ଡା ଏହି ଦିବସରେ ଜାତ ହୋଇ ମହିଷାସୁରର (Mahishasura) ତିନି ସାଥି ଚଣ୍ଡ, ମୁଣ୍ଡ ଓ ରକ୍ତବୀଜ ଅସୁରକୁ ମାରିଥିଲେ । ଚଉଷଠି ଯୋଗିନୀ ଓ ଅଷ୍ଟ ଶକ୍ତି ବା ଅଷ୍ଟ ମାତୃକା (ଦେବୀ ଦୁର୍ଗାଙ୍କର ଭୟାନକ ରୂପ) ପୂଜା ମଧ୍ୟ ଏହି ଦିନ କରାଯାଏ । ଭାରତର ବିଭିନ୍ନ ସ୍ଥାନରେ ଅଷ୍ଟ ଶକ୍ତିଙ୍କର ବିଭିନ୍ନ ରକମର ବର୍ଣ୍ଣନା କରାଯାଏ କିନ୍ତୁ ସମସ୍ତେ ଶକ୍ତିଙ୍କର ଅବତାର ରୂପେ ମାନ୍ୟତା ପାଇଥାନ୍ତି । ପୂଜା ପାଉଥିବା ଏହି ଅଷ୍ଟ ଶକ୍ତିଙ୍କର ନାମ ୟଥାକ୍ରମେ ବ୍ରାହ୍ମଣୀ, ମାହେଶ୍ୱରୀ, କୌମାରୀ, ବୈଷ୍ଣବୀ, ବରାହୀ, ନରସିଂହୀ, ଇନ୍ଦ୍ରାଣୀ ଓ ଚାମୁଣ୍ଡା ।[୪]

ପରମ୍ପରା[ସମ୍ପାଦନା]

ମହା ଅଷ୍ଟମୀ କୁମାରୀ ପୂଜା

ଉତ୍ତର ଭାରତରେ ଦୁର୍ଗାଷ୍ଟମୀ ଦିନ କୁମାରୀମାନଙ୍କୁ ଘରକୁ ଡାକି ସମ୍ମାନ ଦେବା ପରମ୍ପରା ଆରମ୍ଭ ହୋଇଥିଲା ଏକ ଦୂର୍ଗାଷ୍ଟମୀ ଦିନ । ପାଞ୍ଚରୁ ସାତ ଜଣ କୁଆଁରୀ ଝିଅଙ୍କୁ ଘରକୁ ଡାକି ସମ୍ମାନ ଦିଆଯାଏ । ଏହାର ତାତ୍ପର୍ଯ୍ୟ ହେଲା, କନ୍ୟାମାନଙ୍କୁ ପୃଥିବୀରେ ମା ଦୁର୍ଗାଙ୍କର ଶକ୍ତି ବୋଲି ମନେକରାଯାଏ । ସେହି ଝିଅମାନେ ଆସିଲେ ଘର ଭିତରକୁ ଆସିବା ପୂର୍ବରୁ ତାଙ୍କର ପାଦ ଧୋଇଦେଇ ଘରକୁ ସ୍ୱାଗତ କରାଯାଏ ଓ ଟା’ପରେ ତାଙ୍କର ଆଳତି ଓ ପୂଜା କରାଯାଏ । ଏହା ପରେ ତାଙ୍କୁ ଖାଦ୍ୟ ଓ ମିଠା ଓ ଉପହାର ଦେଇ ଆପ୍ୟାୟିତ କରାଯାଏ ।[୫]

ବିଗତ ଓ ଆସନ୍ତା ଦୂର୍ଗାଷ୍ଟମୀ ଦିନଗୁଡ଼ିକ ୟଥାକ୍ରମେ: - ରବିବାର,୬ ଅକ୍ଟୋବର ୨୦୧୯; ଶୁକ୍ରବାର ଅକ୍ଟୋବର ୨୦୨୦; ବୁଧବାର, ୧୩ ଅକ୍ଟୋବର ୨୦୨୧; ସୋମବାର, ୩ ଅକ୍ଟୋବର ୨୦୨୨ ଓ ଶନିବାର, ୨୨ ଅକ୍ଟୋବର ୨୦୨୩ ।[୬]

ଆଧାର[ସମ୍ପାଦନା]

  1. "Durga Ashtami". India.com.
  2. "Durga Ashtami tithi".
  3. "Durga Ashtami tithi".[permanent dead link]
  4. "Plot of Durga Ashtami". Archived from the original on 2015-11-19. Retrieved 2015-11-19.
  5. "Traditions of Durga Ashtami". Archived from the original on 2016-03-04. Retrieved 2023-03-02.
  6. "Mahashtami date and Puja time".