Jump to content

ତୁଳସୀ ଚଉରା

ଉଇକିପିଡ଼ିଆ‌ରୁ
ତୁଳସୀ ଚଉରା
ଓଡ଼ିଶାରେ ଏକ ଗାଡ଼ିଆ କୂଳରେ ଥିବା ତୁଳସୀ ଚଉରା

ତୁଳସୀ ଚଉରା ଏକ ଛୋଟ ପଥର ବା ସିମେଣ୍ଟ ତିଆରି ମଞ୍ଚ ଯାହା ଉପରେ ତୁଳସୀ ଗଛ ରୋପି ଘର ସାମନାରେ ରଖାଯାଇଥାଏ । ଓଡ଼ିଶାର ହିନ୍ଦୁମାନଙ୍କ ଦେଇ ଏହା ବୃନ୍ଦାବତୀ ଭାବରେ ପୂଜିତ ହୋଇଥାଏ ।

ବିଶେଷତା

[ସମ୍ପାଦନା]

ତୁଳସୀ (Ocimum tenuiflorum) ଲାମିନାସି (Lamiaceae) ଜାତିର ଏକ ବାସ୍ନାଯୁକ୍ତ ଓ ପୁରାତନ ପୃଥିବୀର ମଧ୍ୟଭାଗରେ ଦେଖାଯାଉଥିବା ଏକ ଛୋଟ ଗଛ/ଗୁଳ୍ମ ।[] ହିନ୍ଦୁମାନେ ଏହାକୁ ଏକ ପବିତ୍ର ଗଛ ମଣି ବୃନ୍ଦାବତୀ ଭାବରେ ପୂଜା କରିଥାନ୍ତି । ସବୁ ଦିନ ସକାଳେ ଓଡ଼ିଆମାନେ ସ୍ନାନ ଅନ୍ତେ ଚଉରାରେ ଥିବା ତୁଳସୀ ଗଛ ମୂଳରେ ଜଳ ଢାଳି ପୂଜା କରିଥାନ୍ତି ଓ ଏହି ଗଛର ପତ୍ରକୁ ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି । ହିନ୍ଦୁ ପୁରାଣରେ ତୁଳସୀ ପାଖୁଡ଼ା ଓ ପତ୍ର ସେବନ ଆତ୍ମାକୁ ସ୍ୱର୍ଗକୁ ଘେନିଯାଇଥାଏ ବୋଲି ବିଶ୍ୱାସ କରାଯାଇଥାଏ ।[] ଏହା ବ୍ୟତିରେକ ତୂଳସୀ ଗଛର ନାନାଦି ଅଙ୍ଗ କଫ, ଥଣ୍ଡାଜର ନିମନ୍ତେ ଆୟୁର୍ବେଦିକ ଔଷଧ ରୂପରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ପାର୍ବଣରେ ତୂଳସୀ ଚଉରା

[ସମ୍ପାଦନା]

ପଣା ସଙ୍କ୍ରାନ୍ତି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ । ଛତୁଆ, ଦହି, ଗୁଡ଼କୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଥାଏ ।[]

  1. Staples, George; Michael S. Kristiansen (1999). Ethnic Culinary Herbs. University of Hawaii Press. p. 73. ISBN 9780824820947.
  2. "ଆର୍କାଇଭ୍ କପି". Archived from the original on 2004-11-11. Retrieved 2011-08-03. {{cite web}}: Cite has empty unknown parameter: |1= (help)
  3. http://www.hindu-blog.com/2009/04/maha-vishuba-sankranti-orissa-new-year.html oriya new year