ପିତ୍ତାସ୍ମରୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପିତ୍ତାସ୍ମରୀ ବା ଗଲ୍‌ସ୍ଟୋନ
cholelith
Human gallstones 2015 G1.jpg
କୋଲେସ୍ଟେରୋଲଦ୍ୱାରା ତିଆରି ହୋଇଥିବା ଅନେକ ଗୁଡ଼ିଏ ପିତ୍ତାସ୍ମରୀ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ cholelith ( /ˈkləlɪθ/), cholelithiasis /ˌkləlɪˈθəsɪs/
ସ୍ପେଶାଲିଟି ସାଧାରଣ ଶଲ୍ୟ ବିଭାଗ
ଆଇସିଡ଼ି-୧୦ K80.
ଆଇସିଡ଼ି-୯-ସିଏମ୍ 574
ଓଏମ୍‌ଆଇଏମ୍ 600803
ରୋଗ ଡାଟାବେସ 2533
ମେଡ଼ିସିନ-ପ୍ଲସ 000273
ଇ-ମେଡ଼ିସିନ emerg/97
MeSH D042882

ପିତ୍ତାସ୍ମରୀ (ଇଂରାଜୀ ଭାଷାରେ ଗଲ୍‌ସ୍ଟୋନ/ gallstone) ଦେହରେ ଥିବା ପିତ୍ତକୋଷରୁ ନିର୍ଗତ ପିତ୍ତରୁ ତିଆରି ଏକ ପ୍ରକାର ପଥରକୁ କୁହାଯାଏ ।[୧] ପିତ୍ତକୋଷରେ ପିତ୍ତାସ୍ମରୀ ରହିଥିବା ଯୋଗୁ ବା ପିତ୍ତାସ୍ମରୀ ଥିବା ଯୋଗୁ ହେଉଥିବା ବେମାରୀକୁ କୋଲିଲିଥିଆସିସ (cholelithiasis) ରୋଗ କୁହାଯାଏ ।[୨] ପିତ୍ତାସ୍ମରୀ ଥିଲେ ମଧ୍ୟ ପ୍ରାୟ ୮୦% ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ ।[୧][୩] ପିତ୍ତାସ୍ମରୀ ଥିବା ଲୋକଙ୍କ ମଧ୍ୟରୁ ୧-୪% ଲୋକଙ୍କର ଉଦରର ଉପର ପାର୍ଶ୍ୱରେ ପ୍ରତିବର୍ଷ କ୍ରାମ୍ପ ଧରଣର ଯନ୍ତ୍ରଣା ହୁଏ ଯାହାକୁ ବିଲିଆରି କଲିକ କୁହାଯାଏ ।[୪] ପିତ୍ତାସ୍ମରୀ ଜଟିଳତାରେ ପିତ୍ତକୋଷ ପ୍ରଦାହ (inflammation of the gallbladder), ଅଗ୍ନାଶୟ ପ୍ରଦାହହେପାଟାଇଟିସ୍ (liver inflammation) ହୋଇପାରେ ।[୪][୧] ଜଟିଳ ରୋଗ ହେବାର ଲକ୍ଷଣ: ୫ ଘଣ୍ଟାରୁ ଅଧିକ ସମୟର ଯନ୍ତ୍ରଣା, ଜ୍ୱର, କାମଳ, ବାନ୍ତି ଓ ଚା' ରଙ୍ଗର ପରିସ୍ରା ହୁଏ ।[୧]

ପିତ୍ତାସ୍ମରୀ ତିଆରି ହେବାର ସଙ୍କଟଜନ‌କ ଅବସ୍ଥା: ଜନ୍ମ ନିରୋଧ ବଟିକା (birth control pill), ଗର୍ଭାବସ୍ଥା, ପାରିବାରିକ ପିତ୍ତାସ୍ମରୀ ଥିବା ଇତିହାସ, ମୋଟାପଣ, ଡାଏବେଟିସ (diabetes), ଯକୃତର ସିରୋସିସ୍ (liver disease), ବା ତୀବ୍ର ଓଜନ ହ୍ରାସ । କୋଲେସ୍ଟେରଲ (cholesterol) ବା ବିଲିରୁବିନରୁ (bilirubin) ପିତ୍ତାସ୍ମରୀ ତିଆରି ହୁଏ ।[୧] ଲକ୍ଷଣରୁ ପିତ୍ତାସ୍ମରୀ ଥିବା ଜଣାଯାଏ ।[୪] ତା'ପରେ ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ । ରକ୍ତ ପରୀକ୍ଷା କରି ଜଟିଳତା ନିରୁପଣ କରାଯାଇପାରେ । [୧]

ଉପ‌ଯୁକ୍ତ ଖାଦ୍ୟ ଓ ସୁସ୍ଥା ଓଜନ ରଖି ପାରିଲେ ଏହି ରୋଗର ପ୍ରତିରୋଧ ହୋଇପାରିବ । ଲକ୍ଷଣ ନ ଥିଲେ ଚିକିତ୍ସା ଆବଶ୍ୟକ ହୁଏନାହିଁ । ପିତ୍ତାସ୍ମରୀ ଯନ୍ତ୍ରଣା ହେଉଥିଲେ ପିତ୍ତକୋଷକୁ ଅପରେଶନ କରି କାଢ଼ିଦିଆଯାଏ ଯାହାକୁ କୋଲିସିସ୍ଟେକ୍ଟୋମି (surgery to remove the gallbladder) କୁହାଯାଏ । ଏହି ଅପରେଶନ ଲାପାରୋସ୍କୋପି (through several small incisions) ବା ବଡ଼ ଛେଦନ କରି କରାଯାଏ । ଶାରୀରିକ ନିଶ୍ଚେତକ (general anesthesia) ଦେଇ ଏହି ଅପରେଶନ କରାଯାଏ । ଅପରେଶନ ସମ୍ଭବ ହେଉ ନ ଥିବା ଲୋକଙ୍କର ପଥର ତରଳେଇବାକୁ ଔଷଧ ଦିଆଯାଏ ବା ସକ୍ ୱେଭ ଲିଥୋଟ୍ରିପ୍‌ସି (shock wave lithotripsy) ଦିଆଯାଏ ।[୧]

ବିକଶିତ ଦେଶରେ ୧୦-୧୫% ଲୋକଙ୍କର ପିତ୍ତାସ୍ମରୀ ଥାଏ । [୪] ଆଫ୍ରିକାର ଅନେକ ସ୍ଥାନରେ ଏହା ୩% ମଧ୍ୟ ଥାଏ । [୫] ସନ ୨୦୧୩ରେ ପିତ୍ତକୋଷ ଓ ସେହି ସମ୍ବନ୍ଧୀୟ ରୋଗରେ ପ୍ରାୟ ୧୦୪ ନିୟୁତ ଲୋକ (୧.୬%) ପିଡ଼ିତ ଥିଲେ ଓ ଫଳତଃ ୧୦୬,୦୦୦ମୃତ୍ୟୁ ହୋଇଥିଲା ।[୬][୭] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ଏ ରୋଗ ଅଧିକ ହେଉଥିଲା ଓ ୪୦ ବର୍ଷ ପରେ ଅଧିକ ହେଉଥିଲା । କେତେକ ଜାତିର ଲୋକଙ୍କୁ ଏ ରୋଗ ଅଧିକ ହୁଏ ଯଥା:- ଆମେରିକୀୟ ଭାରତୀୟଙ୍କ (American Indian) ମଧ୍ୟରୁ ୪୮% ଲୋକଙ୍କର ପିତ୍ତାସ୍ମରୀ ଥାଏ । ପିତାସ୍ମରୀ କାଢ଼ିଦେବା ପରେ ଫଳ ବ‌ହୁତ ଭଲ ହୁଏ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Gallstones". NIDDK. November 2013. Retrieved 27 July 2016. 
  2. Internal Clinical Guidelines Team (October 2014). "Gallstone Disease: Diagnosis and Management of Cholelithiasis, Cholecystitis and Choledocholithiasis. Clinical Guideline 188". p. 101. PMID 25473723. 
  3. Lee, JY; Keane, MG; Pereira, S (June 2015). "Diagnosis and treatment of gallstone disease.". The Practitioner 259 (1783): 15–9, 2. PMID 26455113. 
  4. ୪.୦ ୪.୧ ୪.୨ ୪.୩ Ansaloni, L (2016). "2016 WSES guidelines on acute calculous cholecystitis.". World journal of emergency surgery : WJES 11: 25. PMID 27307785. 
  5. editors, Ronnie A. Rosenthal, Michael E. Zenilman, Mark R. Katlic, (୨୦୧୧). Principles and practice of geriatric surgery (୨nd ed. ed.). Berlin: Springer. p. ୯୪୪. ISBN ୯୭୮୧୪୪୧୯୬୯୯୯୬. 
  6. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013.". Lancet (London, England) 386 (9995): 743–800. PMID 26063472. 
  7. GBD 2013 Mortality and Causes of Death, Collaborators (10 January 2015). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.". Lancet (London, England) 385 (9963): 117–71. PMID 25530442.