Jump to content

ଯକୃତ

ଉଇକିପିଡ଼ିଆ‌ରୁ
Liver
The human liver is located in the upper right abdomen
Location of human liver (in red) shown on a male body
ଲାଟିନ ଭାଷାରେ jecur, iecur
ବିଭାଗ Digestive system
ଧମନୀ Hepatic artery
ଶିରା Hepatic vein and hepatic portal vein
ସ୍ନାୟୁ Celiac ganglia and vagus nerve[]
Precursor Foregut
{{{Name}}}

ଯକୃତ (ଇଂରାଜୀ ଭାଷାରେ liver) ଦେହର ଏକ ଅଙ୍ଗ । କଥିତ ଭାଷାରେ ଏହାକୁ କଲିଜା ବୋଲି କୁହାଯାଏ । ଏକ ମୂଖ୍ୟ ବିପାକକାରୀ ଅଙ୍ଗ ଯାହା କେବଳ ମେରୁଦଣ୍ଡୀ ପ୍ରାଣୀଙ୍କ ଦେହରେ ଥାଏ ଯାହା ଅତ୍ୟାବଶ୍ୟକୀୟ ବିପାଚନ କ୍ରିୟା କରେ  ଯେଉଁଥିରେ ପ୍ରାଣୀ ଅଙ୍ଗର ବିଷାକ୍ତକାରୀ ପଦାର୍ଥକୁ ନଷ୍ଟ କରିଥାଏ; ପୁଷ୍ଟିସାର ସଂଯୋଗ କରେ ଓ ହଜମ ତଥା ବିକାଶ ନିମନ୍ତେ ଅନେକ ଜୈବ ରାସାଯନିକ କାମ କରିଥାଏ ।[][][] ଏହା ମାନବ ଶରୀରର ଡାହାଣ ଉଦ୍ଧ୍ଵ ଚତୁର୍ଥାଂଶରେ ଥାଏ ଯାହାକୁ ପଞ୍ଜରା ଅସ୍ଥି ସୁରକ୍ଷା ଦେଇଥାଏ । ଏହା ଦ୍ଵାରା ଶ୍ଵେତସାର ବିପାକ ହୁଏ ଅନେକ ପ୍ରକାରର ହରମୋନ ପ୍ରସ୍ତୁତ ହୋଇଥାଏ; ଶର୍କରା ଓ ଗ୍ଲାଇକୋଜେନ  ପ୍ରସ୍ତୁତ ଓ ଭଣ୍ଡାର କରି ରଖାଯାଏ ଓ ଲୋହିତ ରକ୍ତ କଣିକା ନଷ୍ଟ କରିଥାଏ ।[] ଶରୀର ଗଠନକାରୀ ଓ ଡାକ୍ତରୀ ଶବ୍ଦ ସବୁ ଯେପରିକି ହେପାଟୋଲୋଜି ଓ ହେପାଟାଇଟିସ ଶବ୍ଦମାନ ଏଥିରେ ବ୍ୟବହାର କରାଯାଏ ।[]ଯକୃତ ଏକ ଅତିରିକ୍ତ ହଜମକାରୀ ଅଙ୍ଗ ଯେଉଁଥିରୁ ପିତ୍ତ ନାମକ ଏକ କ୍ଷାରୀୟ ତରଳ ପଦାର୍ଥ ବାହାରେ ତଥା ଯେଉଁଥିରେ କୋଲେଷ୍ଟେରୋଲ ଓ ପିତ୍ତ ଅମ୍ଳ ଥାଏ । ଏହା ଖାଦ୍ୟରେ ଥିବା ଚର୍ବି ଅଂଶକୁ ଇମଲସନ ବା ଅବଦ୍ରବରେ ପରିଣତ କରିଥାଏ । ଗଲବ୍ଲାଡର ଏକ ଥଳି ଯାହା ଡାହାଣ ଯକୃତର ନିମ୍ନ ଭାଗରେ ଥାଏ । ଏହା ଯକୃତରୁ ବାହାରୁଥିବା ପିତ୍ତକୁ ଜମା କରି ଗାଢ କରିଥାଏ ଓ ପରେ ଏହା ଡୂଓଡେନମରେ ତ୍ୟାଗ କରି ହଜମ କରିବାରେ ସାହାଯ୍ୟ କରିଥାଏ ।[] ଯକୃତରେ କିଛି ବିଶେଷ ଧରଣର ତନ୍ତୁ ଥାଏ ଯେଉଁଥିରେ ଅଧିକାଂଶ ହେପାଟୋସାଇଟ ଜୀବକୋଷ ଥାଏ । ଏହି ଜୀବକୋଷ ବିଭିନ୍ନ ପ୍ରକାରର ଉଚ୍ଚ ଧରଣର ଜୈବରାସାୟନିକ ପ୍ରତିକ୍ରିୟା କରିଥାଏ । ଏହା ଛୋଟ ଓ ଜଟିଳ ଜୈବିକ ମଲିକ୍ୟୁଲ ସବୁକୁ ଭାଙ୍ଗିଥାଏ ତଥା ସଂଯୁକ୍ତ କରିଥାଏ ଯେଉଁଗୁଡ଼ିକ ପ୍ରାଣଧାରକ କାମ ପାଇଁ ଆବଶ୍ୟକ ହୁଏ ।[] ଏହି ଅଙ୍ଗ ଦ୍ୱାରା ପ୍ରାୟ ୫୦୦ ପ୍ରକାର କାମ ହୋଇଥାଏ ।[] ଏହି କାରଣରୁ ୟକୃତକୁ ଦେହର ଏକ ରାସାୟନିକ କାରଖାନା ମନେ କରାଯାଏ ।[][୧୦]

ଦୀର୍ଘକାଳୀନ ଭିତ୍ତିରେ ଯକୃତ କର୍ମ ଅଭାବକୁ କିପରି ପୂରଣ କରିହେବ ତାହା ଅଜ୍ଞାତ ଅଛି ଯଦିଓ ସ୍ଵଳ୍ପ କାଳୀନ ଡାଏଲିସିସ କରିହେବ । ଯକୃତ ଅଭାବ ନିମନ୍ତେ ଦୀର୍ଘ କାଳୀନ କାମ ନିମନ୍ତେ କୃତ୍ରିମ ଯକୃତ ସୃଷ୍ଟି ହୋଇ ନାହିଁ । ସମ୍ପୂର୍ଣ୍ଣ ଯକୃତ ଅଭାବରେ ପ୍ରତିରୋପଣ ହିଁ ଏକ ମାତ୍ର ପନ୍ଥା ।[୧୧]

ଦୀର୍ଘକାଳୀନ ଭିତ୍ତିରେ ଯକୃତ କର୍ମ ଅଭାବକୁ କିପରି ପୂରଣ କରିହେବ ତାହା ଅଜ୍ଞାତ ଅଛି ଯଦିଓ ସ୍ଵଳ୍ପ କାଳୀନ ଡାଏଲିସିସ କରିହେବ । ଯକୃତ ଅଭାବ ନିମନ୍ତେ ଦୀର୍ଘ କାଳୀନ କାମ ନିମନ୍ତେ କୃତ୍ରିମ ଯକୃତ ସୃଷ୍ଟି ହୋଇ ନାହିଁ । ସମ୍ପୂର୍ଣ୍ଣ ଯକୃତ ଅଭାବରେ ପ୍ରତିରୋପଣ ହିଁ ଏକ ମାତ୍ର ପନ୍ଥା ।[୧୧]

ଯକୃତର ରଙ୍ଗ ଗାଢ ଲାଲ ଓ ତ୍ରିକୋଣାକାର ଅଟେ ଯାହାର ଦୁଇଟି ଅସମାନ ଭାଗ ବା ଲୋବ (ଲୋବ ) ଅଛି । ମାନବ ଯକୃତ ଓଜନ ୧.୫ କେଜି ଅଟେ ଓ[୧୨] ଚଉଡ଼ା ୧୫ ସେମି ଅଟେ ।[୧୩] ବ୍ୟକ୍ତି ଅନୁସାରେ ଆକାର (୯୭୦-୧୮୬୦ ଗ୍ରାମ) ଅଲଗା ହୋଇପାରେ ।[୧୪] ମହିଳାଙ୍କର ୬୦୦-୧୭୭୦ ଗ୍ରାମ ହୋଇପାରେ ।[୧୫] ମାନବ ଶରୀରରେ ଏହା ସବୁଠାରୁ ଓଜନିଆ ଓ ବଡ଼ ଅଙ୍ଗ ।[]

ଯକୃତ ସହିତ ଦୁଇଟି ବଡ଼ ହେପାଟିକ ଧମନୀ ଓ ପୋର୍ଟାଲ ଶିରା ସଂଯୁକ୍ତ ହୋଇଥାଏ ।  ଆଓଟା ଧମନୀରୁ ସିଲିଆକ ଟ୍ରଙ୍କ୍ ମାଧ୍ୟମରେ ହେପାଟିକ ରକ୍ତନଳୀ ଅମ୍ଳଜାନ ସହିତ ଯକୃତକୁ ଯାଏ ।  ସମୁଦାୟ ପ୍ୟାକ ଅନ୍ତନଳୀ, ପ୍ଳୀହା ଓ ପାନକ୍ରିୟାସରୁ ହଜମ ହୋଇଥିବା ପୌଷ୍ଟିକ ପଦାର୍ଥ ପୋର୍ଟାଲ ଶିରାରେ ଗତି କରେ ।[୧୬] ଏହି ରକ୍ତନଳୀଗୁଡ଼ିକ ଛୋଟ ଛୋଟ କାପିଲାରୀ (en:liver sinusoid) ମାଧ୍ୟମରେ ଯକୃତ ଲୋବ୍ୟୁଲକୁ (hepatic lobules) ଯାଏ ।

ଯକୃତ ଲୋବ୍ୟୁଲ ଗୁଡିକ ପ୍ରତ୍ୟେକ ଏକ କର୍ମକାରୀ ଏକକ । ପ୍ରତ୍ୟେକ ଲୋବ୍ୟୁଲରେ ଅନେକ ନିୟୁତ ହେପାଟୋସାଇଟ ଜୀବକୋଷ ଥାଏ ଯାହା ମୌଳିକ ବିପାକ କରେ ।  ଲୋବ୍ୟୁଲ ଗୁଡିକ ପରସ୍ପର ସହିତ ଫାଇବ୍ରୋଇଲାଷ୍ଟିକ ତନ୍ତୁ ଦ୍ଵାରା ସଂଯୁକ୍ତ ହୋଇଥାଆନ୍ତି ଓ ଏହା ସମୁଦାୟ ୟକୃତକୁ ଘୋଡ଼େଇ ରଖିଥାଏ । ଏହାକୁ ଗ୍ଳିସନ କାପଶୂଳ (Glisson's capsule) କୁହାଯାଏ । ଇଂରାଜୀ ଡାକ୍ତର ଫ୍ରାନ୍ସିସ ଗ୍ଳିସନ[]  ନାମରୁ ଏହି ନାମ ଆନୀତ ହୋଇଛି । [] ଏହି ତନ୍ତୁଗୁଡିକ ରକ୍ତନାଳୀ ସହିତ ଯକୃତ ଅଭ୍ୟନ୍ତରକୁ ଯାଇଥାଏ । ଯକୃତର ପୁରା ବାହ୍ୟ ଭାଗକୁ ଏକ ଆବରଣ ଘୋଡ଼େଇ ଥାଏ ଯାହା ପେରିଟୋନିଅମରୁ (ପେରିଟୋନିଅମ) ଆସିଥାଏ ଓ ଗ୍ଳିସନ କାପଶୂଲ ସହିତ ଦୃଢ ଭାବରେ ସଂଯୁକ୍ତ ହୋଇଥାଏ ।

ସ୍ଥୂଳ ଆକାର

[ସମ୍ପାଦନା]

ଉପରୁ ଦେଖିଲେ ଯକୃତର ଦୁଇଟି ଭାଗ ଦେଖାଯାଏ – ଡାହାଣ ଲୋବ ଓ ବାମ ଲୋବ – କିନ୍ତୁ ନିମ୍ନରୁ ଦେଖିଲେ ଚାରି ଭାଗ ଦେଖାଯାଏ –(ବାମ, ଡାହାଣ, କଡେଟ ଲୋବ) ଓ କ୍ଵାଡ୍ରେଟ ଲୋବ ।[୧୭]

ଫାଲସିଫର୍ମ ଲିଗାମେଣ୍ଟ ସାହାଯ୍ୟରେ ବାହ୍ୟ ଦୃଷ୍ଟିରେ ଦୁଇ ଭାଗ ବିଭକ୍ତ ହୋଇଥାଏ । ନିମ୍ନ ଭାଗରୁ ଦେଖିଲେ ଦୁଇଟି ଅଧିକ ଲୋବ ଦେଖାଯାଏ ଯାହା ଡାହାଣ ଓ ବାମ ଲୋବ ମଝିରେ ଥାଏ । ଏକ କଳ୍ପିତ ରେଖା ଭେନା କାଭାର ବାମ ପାଖରୁ ଯକୃତ ଓ ପିତ୍ତ କୋଷକୁ ଦୁଇ ଭାଗରେ ବିଭକ୍ତ କରିଥାଏ ।[୧୮] ଏହି ରେଖାକୁ କାଣ୍ଟଲି ରେଖା ( କାଣ୍ଟଲି ରେଖା) କୁହାଯାଏ ।[୧୯]

ଅନ୍ୟାନ୍ୟ ସୀମା ଚିହ୍ନ ମଧ୍ୟରୁ ଲିଗମଏଣ୍ଟମ ଭେନୋସମ ଓ ଗୋଲାକାର ଲିଗାମେଣ୍ଟ ଯାହା ବାମ ପାଖକୁ ଆଉ ଦୁଇ ଭାଗରେ ବିଭକ୍ତ କରିଥାଏ । ଅନ୍ୟ ଏକ ସୀମା ଚିହ୍ନ, ପୋର୍ଟା ହେପାଟିସ, ବାମ ପାଖକୁ ଆଉ ଚାରି ଭାଗରେ ବିଭକ୍ତ କରିଥାଏ । ପାରାଏତାଳ ଦୃଷ୍ଟି କୋଣରୁ ଦେଖିଲେ ୭ ଭାଗ ଦେଖାଯାଏ ଓ ଅଷ୍ଟମ ଭାଗଟି ଭିଶେରାଲ ଭିଉରେ ଦେଖାଯାଏ ।[୨୦]

ବାହ୍ୟ ଭାଗ

[ସମ୍ପାଦନା]
Normal human liver at autopsy

ଡାଏଫରାମାଟିକ ବାହ୍ୟ ଭାଗରେ ଏକ ତ୍ରିକୋଣାକାର ଖାଲି ସ୍ଥାନ ବ୍ୟତୀତ ଯକୃତକୁ ଏକ ପତଳା ଦୁଇ ପ୍ରସ୍ତ ବିଶିଷ୍ଟ ପରଦା ଘୋଡ଼େଇ ରଖିଥାଏ ଯାହାକୁ ପେରିଟୋନିଅମ କୁହାଯାଏ ଯାହା ସାହାଯ୍ୟରେ ଅନ୍ୟ ଅଙ୍ଗ ସହିତ ଘର୍ଷଣ ହୁଏ ନାହିଁ ।[୨୧] ଏହି ବାହ୍ୟ ଭାଗ କନଭେକସ ଆକାରର ଦୁଇ ଲୋବକୁ ଘୋଡ଼େଇ ରଖିଥାଏ । ପେରିତୋନିଆମ ନିଜର ଦୁଇ ପ୍ରସ୍ତ ହୋଇ ଫାଲସିଫର୍ମ ଲିଗାମେଣ୍ଟ ତିଆରି କରି ଡାହାଣ ତଥା ବାମ ତ୍ରିକୋଣାକାର ଲିଗାମେଣ୍ଟ ତିଆରି କରିଥାଏ ।[୨୨]

ଗଣ୍ଠି ଲିଗାମେଣ୍ଟ ସହିତ ଏହି ଲିଗାମେଣ୍ଟର କିଛି ସମ୍ପର୍କ ନ ଥାଏ ଓ ଏହାର କୌଣସି କ୍ରିୟାଶୀଳ ଗୁରୁତ୍ତ୍ଵ ନ ଥାଏ କିନ୍ତୁ କେବଳ ବାହ୍ୟ ଚିହ୍ନ କାମ କରେ ।[୨୨]

ଭିଶେରାଲ ବାହ୍ୟ ଭାଗ ଓ ନିମ୍ନ ଭାଗର ଆକାର କନକେଭ ଓ ଆବଡ଼ା ଖାବଡ଼ା ଥାଏ । ଏହା ପିତ୍ତକୋଷ ଓ ପୋର୍ଟା ହେପାଟିସ ସହିତ ସଂଯୁକ୍ତ ହୋଇଥାଏ । [୨୧]  

Impressions of the liver

ଯକୃତ ପୃଷ୍ଠ ଭାଗରେ ଅନେକ ଛାପ ଦେଖାଯାଏ ଯେଉଁଥିରେ ଅନ୍ୟ କେତେକ ଅଙ୍ଗ ଖାପ ଖାଇଥାଏ । ଡାହାଣ ଲୋବର ନିମ୍ନ ଭାଗରେ ପିତ୍ତ କୋଷ ଚିହ୍ନ ପାଖରେ ଡାହାଣ ପାଖରେ ଆଗ ପଛ ହୋଇ ଦୁଇଟି ଛାପ ଦେଖାଯାଏ ଓ ଦୁଇଟିର ମଝିରେ ଏକ ହିଡ଼ ଥାଏ । ସାମନା ଛାପରେ ହେପାଟିକ ଫ୍ଲେକଶର (en:hepatic flexure) ଦ୍ୱାରା କୋଲୋନ ଚିହ୍ନ ଓ ପଛ ପାଖ ଚିହ୍ନ ଡାହାଣ ବୃକ୍କ ଓ ସୁପ୍ରାରେନାଲ ଗ୍ରନ୍ଥି ଦ୍ଵାରା ହୋଇଥାଏ ।[୨୩]

ସୁପ୍ରାରେନାଲ ଛାପ ଏକ ତ୍ରିକୋଣାକାର ଚିହ୍ନ ଏହା ଫୋସାର ଡାହାଣ ପାଖରେ ଥାଏ ଓ ବୃକ୍କ ଚିହ୍ନର ଉପରି ଭାଗରେ ଦେଖାଯାଏ । ସେଠାରେ ପେରିଟୋନିଅମ ଲାଗି ନଥାଏ ଓ ଅଧିକାଂଶ ସ୍ଥାନରେ ଡାହାଣ ସୁପ୍ରାରେନାଲ ଗ୍ରନ୍ଥି ଲାଗିଥାଏ ।[୨୪]

ବାମ ଲୋବର ନିମ୍ନ ଭାଗରେ ପାକସ୍ଥଳୀ ଚିହ୍ନ ଥାଏ । [୨୪]  

ଅଣୁବିକ୍ଷଣିକ ଗଠନ

[ସମ୍ପାଦନା]
Cells, ducts, and blood vessels

ଅଣୁବୀକ୍ଷଣରେ ଦେଖିଲେ ଯକୃତର ପ୍ରତ୍ୟକ ଲୋବରେ ଅନେକ ହେପାଟିକ ଲୋବ୍ୟୁଲ (en: hepatic lobule) ଦେଖାଯାଏ । ଏହି ଲୋବ୍ୟୁଲଗୁଡିକର ଆକାର ଷଡ଼ଭୁଜି; ସେଥିରେ ହେପାଟୋସାଇଟ ପ୍ଳେଟ ଓ ଯକୃତ ସାଇନୁସାଇଡ ଥାଏ ଯାହା ଇଣ୍ଟର ଲୋବ୍ୟୁଲାର  ପୋର୍ଟାଲ ଟ୍ରାଏଡରୁ ବ୍ୟାସାର୍ଥ ଭଳି ସଜା ହୋଇଥାଏ ।[୨୫] ମାଧ୍ୟମିକ ଶିରାରେ ରକ୍ତ ଯାଇ ପୋର୍ଟାଲ ଶିରାରେ ମିଶିଥାଏ । ଏହାକୁ ପୋର୍ଟାଲ ଟ୍ରାଏଡ କହନ୍ତି ଓ ଏଥିରେ ହେପାର୍ଟିକ ଧମନୀ, ପୋର୍ଟାଲ ଶିରା ଓ କମନ ବାଇଲ ଡକ୍ଟ ଥାଏ ।[୨୬] ଏହି ପୋର୍ଟାଲ ଟ୍ରାଏଡ ଅଲ୍ଟ୍ରାସାଉଣ୍ଡରେ ଦେଖିହୁଏ ଯାହା ମିକି ମାଉସ (en:Mickey Mouse sign) ଭଳି ଦେଖାଯାଏ; ପୋର୍ଟାଲ ଶିରା ମୁଣ୍ଡ ଭଳି ଓ ହେପାଟିକ ଶିରା ଓ କମନ ବାଇଲ ଡକ୍ଟ କାନ ଭଳି ଦେଖାଯାଏ ।[୨୭]

ଅଣୁବୀକ୍ଷଣରେ ଦୁଇ ମୁଖ୍ୟ ଯକୃତ ଜୀବକୋଷ ଦେଖାଯାଏ: ପାରେନକାଇମା ଓ ଅଣ-ପାରେନକାଇମା ଜୀବକୋଷ । ଯକୃତର ୭୦–୮୫%  ପାରେନକାଇମାଲ ହେପାଟୋସାଇଟ ଅଧିକାର କରିଥାଏ । ଅଣ-ପାରେନକାଇମା (en:parenchyma) ଜୀବକୋଷ ୪୦% ଥାଏ କିନ୍ତୁ ଆୟତନର   ମାତ୍ର ୬.୫% ଥାଏ ।[୨୮] ଯକୃତ ସାଇନୁସାଇଡ ସହିତ ଫେଗୋସାଇଟିକ କୂପଫର (phagocytic en:Kupffer cell) ଜୀବକୋଷ ଓ ସାଇନୁସାଇଡାଲ ଏଣ୍ଡୋଥେଲିଆଲ ଜୀବକୋଷ (sinusoidal endothelial cells) ରେଖାଙ୍କିତ ଥାଏ ।[୨୯] ସାଇନୁସାଇଡ ଓ ହେପାଟୋସାଇଟ ମଝିରେ ଥିବା ପେରିସାଇନୁସାଇଡ ମଝିରେ ହେପାଟିକ ଷ୍ଟିଲେଟ ଜୀବକୋଷ (en:Hepatic stellate cell) ଓ  ଅଣ-ପାରେନକାଇମା ଜୀବକୋଷ ଥାଏ ।[୨୮]

ଅଧିକନ୍ତୁ ସାଇନୁସଏଡ ରେଖାଙ୍କିତ ଅଭ୍ୟନ୍ତରରେ ଇଣ୍ଟରାହେପାଟିକ ଲିମ୍ଫୋସାଇଟ ଦେଖାଯାଏ ।[୨୮]

କାର୍ଯ୍ୟକାରୀ ଗଠନ

[ସମ୍ପାଦନା]
Hilum of the liver, circled in yellow

କେନ୍ଦ୍ର ସ୍ଥାନ ବା ହାଇଲମ (hepatic hilum) ରେ ସାଧାରଣ ପିତ୍ତନଳୀ, ସାଧାରଣ ଯକୃତ ରକ୍ତନାଳୀ ଓ ପୋର୍ଟାଲ ଶିରା ଥିବା ସ୍ଥାନକୁ ପୋର୍ଟା ହେପାଟିସ କୁହାଯାଏ । ନଳୀ, ଶିରା ଓ ଧମନୀ ବାମ ଓ ଡାହାଣ ଭାଗରେ ବିଭକ୍ତ ହୋଇଥାଏ । ଏହି ସବୁ ସ୍ଥାନକୁ କାର୍ଯ୍ୟାତ୍ମକ କାର୍ମିକ ବାମ ଓ ଡାହାଣ ଲୋବ କୁହାଯାଏ । ଏହି କାର୍ଯ୍ୟାତ୍ମକ ଲୋବ ଏକ କଳ୍ପିତ ରେଖା ଦ୍ଵାରା ବିଭକ୍ତ ହୋଇଥାଏ ଯାହାକୁ କାଣ୍ଟଲି ରେଖା କୁହାଯାଏ ଯାହା ପିତ୍ତକୋଷ ଗହ୍ବର ଓ ଇନଫିରିଆର ଭେନାକାଭା ପର୍ଯ୍ୟନ୍ତ ଗତି କରିଥାଏ । ଏହା ଦ୍ଵାରା ପ୍ରକୃତ ଡାହାଣ ଓ ବାମ ଲୋବ ଭାବରେ ବିଭକ୍ତ ହୋଇଥାଏ । ମଧ୍ୟମ ହେପାଟିକ ଶିରା ମଧ୍ୟ ବାମ ଓ ଡାହାଣ ଭାବରେ ବିଭକ୍ତ କରିଥାଏ । ଡାହାଣ ଲୋବ ପୁନଶ୍ଚ ସାମନା ଓ ପୃଷ୍ଠ ଭାବରେ  ବିଭକ୍ତ ହୋଇଥାଏ । ବାମ ଲୋବ ମଧ୍ୟ ବାମ ହେପାଟିକ ଶିରା ଦ୍ଵାରା ବିଭକ୍ତ ହୋଇଥାଏ ।    

ହାଇଲମକୁ ତିନି ପ୍ଳେଟରେ ବିଭକ୍ତ କରାଯାଏ ଯେଉଁଥିରେ ପିତ୍ତନଳୀ ଓ ରକ୍ତନଳୀ ଥାଏ । ଏହି ସମଷ୍ଟି ଚାରି ପାଖରେ ଏକ ପରଦା ଥାଏ ।[୩୦] ଏହି ତିନି ପ୍ଳେଟମାନଙ୍କର ନାମ ଯଥାକ୍ରମେ ହାଇଲାର ପ୍ଳେଟ, ଶିଷ୍ଟିକ ପ୍ଳେଟ ଓ ନାଭି ପ୍ଳେଟ । ଏମାନଙ୍କ ମଧ୍ୟରେ ଗଠନ ମୂଳକ ବିଭିନ୍ନତା ଥାଇପାରେ ।[୩୦]

କୌନଡ଼ ପ୍ରଣାଳୀ

[ସମ୍ପାଦନା]

କୌନଡ଼ ପ୍ରଣାଳୀ ଅନୁସାରେ କାର୍ଯ୍ୟକାରୀ ଲୋବ ଅଧିକ ବିଭକ୍ତ ହୋଇ ଆଠଟି ସେଗମେଣ୍ଟ ହୋଇଛି ଯାହା ମୂଖ୍ୟ ପୋର୍ଟାଲ ଶିରା ଦୁଇ ଭାଗ ଅନୁସାରେ ନିଶ୍ଚିତ କରାଯାଇଛି ।[୩୧] କାଡ଼େଟ ଲୋବ ଏକ ଭିନ୍ନ ଆକୃତି ଯାହା ଉଭୟ ବାମ ତଥା ଡାହାଣ ଧମନୀ ଶାଖା ମାନଙ୍କରୁ ରକ୍ତ ସଂଗ୍ରହ କରିଥାଏ ।[୩୨][୩୩] କୌନଡ଼ ପ୍ରଣାଳୀରେ ଥିବା ଆଠ ସେଗମେଣ୍ଟ ପ୍ରତ୍ୟେକର ନିଜସ୍ବ ଶିରା ଧମନୀ ତଥା ପିତ୍ତ ନଳୀ ଅଛି ।  ପ୍ରତ୍ଯେକ ସେଗମେଣ୍ଟର ରକ୍ତ ହେପାଟିକ ଶିରା ମଧ୍ୟରେ ସ୍ରୋତ ହେଉଛି ।[୩୪]

ଜିନ ଓ ପୁଷ୍ଟିସାର ପ୍ରକାଶ

[ସମ୍ପାଦନା]

ମାନବ ଜୀବକୋଷରେ ପ୍ରାୟ ୨୦,୦୦୦ ପୁଷ୍ଟିସାର କୋଡିଙ୍ଗ ବିକଶିତ ହୁଏ ଯାହା ମଧ୍ୟରେ ୬୦% ଜିନ କେବଳ ବୟଃପ୍ରାପ୍ତ ଯକୃତରୁ ବିକଶିତ ହୋଇଥାଏ ।[୩୫][୩୬] ଯକୃତରୁ ୪୦୦ ଜିନରୁ ଅଧିକ ହେପାଟୋସାଇଟରୁ ବିକଶିତ ହୁଏ ଯାହା ରକ୍ତରେ ମିଶି ପ୍ଲାଜମା ଓ ହେପାଟୋକାଇନ (en:hepatokines) ସୃଷ୍ଟି କରିଥାଏ । ଅନ୍ୟାନ୍ୟ ଯକୃତ ନିର୍ଦ୍ଦିଷ୍ଟ ପୁଷ୍ଟିସାର ମଧ୍ୟରୁ କେତେକ ଯକୃତ ଏନଜାଇମ ଯେଭଳିକି ହାଇଡ୍ରୋଏସିଡ ଅକ୍ସିଡେଜ (ଗ୍ଲାଇକୋଲେଟ  ଅକ୍ସିଡେଜ) (HAO1) ୧|ଏଚେ କ୍ୟୁ୧ ଓ ଆର ଏଚଡି୧୬ (en:RDH16) ଭଳି ଯକୃତ ଏଞ୍ଜାଇମ ଓ ପିତ୍ତ  ମେଟାବୋଲିକ ଔଷଧ ଯେପରିକି  ଏବିସିବି ABCB11 ଓ ଜିଏଲୟୁଟି୨|ଏସେଏଲ୨ଏ୨(SLC2A2) ପ୍ରଭୃତି ପିତ୍ତ ସିନଥେସିସ ନିମନ୍ତେ ସୃଷ୍ଟି ହୁଏ । ନିର୍ଦ୍ଦିଷ୍ଟ ଯକୃତ ପୁଷ୍ଟିସାର ମଧ୍ୟରେ ଏପିଓଏ୨ apolipoprotein A II, କୋଆଗୁଲେସନ ବା ଜମାଟ ଫ୍ୟାକଟର F2, ଫ୍ୟାକଟର ୯, କମ୍ପଲିମେଣ୍ଟ ଫ୍ୟାକଟର ସମ୍ପର୍କୀୟ ପୁଷ୍ଟିସାର ଓ ଫିବ୍ରିନୋଜେନ ବିଟା ଚେନ ପୁଷ୍ଟିସାର ଥାଏ ।[୩୭]

ବିକାଶ

[ସମ୍ପାଦନା]
CT scan showing an adult liver in the axial plane
Shape of human liver in animation, with eight Couinaud segments labelled
Cells, ducts, and blood vessels
Impressions of the liver
The liver, viewed from above, showing the left and right lobes separated by the falciform ligament
ଯକୃତ ଓ ପାଚନ ତନ୍ତ୍ର
CT scan showing an adult liver in the axial plane

ଭ୍ରୁଣ ଅବସ୍ଥାରେ ଏକ ଜୀବନର ବିକାଶକୁ ଅର୍ଗାନୋଜେନେସିସ କୁହାଯାଏ, ଯାହା ୩ୟରୁ ଅଷ୍ଟମ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହେ । ଯକୃତ ସୃଷ୍ଟି ଉଭୟ ଫୋରଗଟ ଭେଣ୍ଟ୍ରାଲ ସ୍ଥାନରେ ଓ ମେସେନକାଇମା ରୁ ହୁଏ । ସେପଟମ ଟ୍ରାନ୍ସଭର୍ସମର ମେସେନକାଇମା ଉକ୍ତ ଏଣ୍ଡୋଡର୍ମକୁ ଉତ୍ପନ୍ନ କରେ ଯାହା ଯକୃତର ଏଣ୍ଡୋଥେଲିଅମ ତିଆରି କରେ । ମାନବ ଏମ୍ବ୍ରିଓରେ ହେପାଟିକ ଡାଇଭର୍ଟିକୁଲମ ହେଉଛି ଏକ ଏକ ଏଣ୍ଡୋଡର୍ମ ନଳୀ ଯାହା ଫୋରଗଟରୁ ବାହାରି ମେସେନକାଇମାକୁ ବ୍ୟାପିଥାଏ । ସେପ୍ଟମ ଡାଇଭର୍ଟିକୁଲମର ମେସେନକାଇମା ଏଣ୍ଡୋଡର୍ମକୁ ଶାଖା କରିବାକୁ ପ୍ରେରଣ କରେ ଓ ଯକୃତର ଗ୍ଲାଣ୍ଡୁଲାର ଏପିଥେଲିଏମ ସୃଷ୍ଟି କରେ । ହେପାଟିକ ଡାଇଭର୍ଟିକୁଲମର ଏକ ଅଂଶ ଯକୃତର ଡ୍ରେନେଜ ନଳୀ ଭାବରେ କାମ କରେ ଓ ଏହି ନାଳୀର ଏକ ଶାଖା ପିତ୍ତକୋଷ ସୃଷ୍ଟି କରେ ।[୩୮]

ସେପ୍ଟମ ଡାଇଭର୍ଟିକୁଲମର ମେସେନକାଇମାର ସିଗନାଲ ବ୍ୟତୀତ ବିକାଶଶୀଳ ହୃତପିଣ୍ଡ ମଧ୍ୟ ଯକୃତର ଦକ୍ଷତା ବିକାଶ ନିମନ୍ତେ ସାହାଯ୍ୟ କରେ । ହେପାଟିକ ଏଣ୍ଡୋଡର୍ମାଲ ଜୀବକୋଷର ଏକ ମରଫୋଲୋଜିକାଳ ପରିବର୍ତ୍ତନ ହୋଇ କଲମନାର ରୁ ସୁଡୋଷ୍ଟ୍ରାଟିଫାଏଡ କୁ ପରିବର୍ତ୍ତିତ ହୋଇ ଯକୃତ ବଡ ସୃଷ୍ଟି ହୁଏ । ଏହା ଯୋଗୁ ବାଇପୋଟେନସିଆଲ ହେପାଟୋବ୍ଲାଷ୍ଟ ସୃଷ୍ଟି ହୁଏ ।[୩୯] ମେସେନକାଇମାରୁ ହେପାଟିକ ଷ୍ଟିଲେଟ ଜୀବକୋଷ ସୃଷ୍ଟି ହୁଏ ।[୪୦]

ହେପାଟୋବ୍ଲାଷ୍ଟର ସେପ୍ଟମ ଟ୍ରାନ୍ସଭର୍ସମ ମେସେନକାଇମାକୁ ଗମନ ହେବା ପରେ ଯକୃତ ଗଠନ ତିଆରି ସୃଷ୍ଟି ପ୍ରତିଷ୍ଠା ହୁଏ ଯେଉଁଥିରେ ଯକୃତ ସାଇନୁଶଏଡ ଓ ପିତ୍ତ କାନାଲିକୁଲି ସୃଷ୍ଟି ଆରମ୍ଭ ହୁଏ । ଯକୃତ ବଡରୁ ଲୋବ ସୃଷ୍ଟି ହୁଏ । ବାମ ପାଖର ଅମ୍ବିଳିକାଲ ଶିରାରୁ ଡକ୍ଟସ ଭେନୋଶସ ସୃଷ୍ଟି ହୁଏ ଓ ଡାହାଣ ପାଖ ଭାଇଟେଲୀନ ଶିରାରୁ ପୋର୍ଟାଲ ଶିରା ସୃଷ୍ଟି ହୁଏ । ବିସ୍ତାରିତ ଯକୃତ ବଡରୁ ହେମାଟୋପଏଟିକ ଜୀବକୋଷ କଲୋନୀ ସୃଷ୍ଟି ହୁଏ । ବାଇପୋଟେନସିଆଲ ହେପାଟୋବ୍ଲାଷ୍ଟରୁ ବିଲିଆରୀ ଏପିଥେଲିଆଲ ଜୀବକୋଷ ଓ ହେପାଟୋ ସାଇଟ ସୃଷ୍ଟି ହୁଏ । ବିଲିଆରୀ ଏପିଥେଲିଆଲ ଜୀବକୋଷରୁ ପୋର୍ଟାଲ ଶିରା ଚାରି ପାଖରେ ହେପାଟୋବ୍ଲାଷ୍ଟ ତିଆରି ହୁଏ, ପ୍ରଥମେ ମୋନୋସାଇଟ ଓ ପରେ ଦୁଇ ଥାକ ବିଶିଷ୍ଟ କ୍ୟୁବଏଡ ଜୀବକୋଷ ତିଆରି ହୁଏ । ଏହି ଭଳି ଯକୃତ ଧୀରେ ଧୀରେ ତିଆରି ହୁଏ ।

[[File:Ultrasound liver right lobe and right kidney.jpg|thumb|Adult ultrasound showing the right lobe of the liver and right kidney]]

ଜନ୍ମ ସମୟରେ ଯକୃତର ଓଜନ ଦେହ ଓଜନର ୪% ବା ପ୍ରାୟ ୧୨୦ ଗ୍ରାମ 120 g (4 oz) ଥାଏ । ଦେହର ବିକାଶ ହେଲେ ଏହାର ଓଜନ ପ୍ରାୟ ୧.୬ କେଜି ହୁଏ (1.4–1.6 kg (3.1–3.5 lb)) କିନ୍ତୁ ଦେହ ଓଜନର ଏହା ୨.୫ ବା ୩.୫% ହୁଏ ।[୪୧]

ଯକୃତ ଓଜନ ଓ ଦେହ ଓଜନର ଅନୁପାତକୁ ହେପାଟୋସୋମାଟିକ ଇଣ୍ଡେକ୍ସ କୁହାଯାଏ ।[୪୨]

ଭ୍ରୁଣ ରକ୍ତ ସଂଚାଳନ

[ସମ୍ପାଦନା]
Adult ultrasound showing the right lobe of the liver and right kidney

ବର୍ଦ୍ଧିଷ୍ଣୁ ଭ୍ରୁଣରେ ନାଭି ଶିରା ସାହାଯ୍ୟରେ ଯକୃତକୁ ମୁଖ୍ୟ ଭାଗ ରକ୍ତ ସଂଚାଳନ ହୁଏ ଯାହା ସାହାଯ୍ୟରେ ଯକୃତକୁ ପୋଷକ ତତ୍ତ୍ଵ ସରବରାହ ହୁଏ  । ନାଭିଠାରେ ନାଭି ଶିରା ଉଦରରେ ପ୍ରବେଶ କରି ଯକୃତର ଖୋଲା ଫାଲସିଫର୍ମ ଲିଗାମେଣ୍ଟର ଖୋଲା ଧାର ପଥ ଦେଇ ଯକୃତକୁ ପ୍ରବେଶ କରେ । ସେଠାରେ ଏହା ପୋର୍ଟାଲ ଶିରାର ବାମ ଶାଖା ସହିତ ସଂଯୁକ୍ତ ହୁଏ । ବାମ ପୋର୍ଟାଲ ଶିରାରୁ ବାମ ହେପାଟିକ ଶିରା ପର୍ଯ୍ୟନ୍ତ ଯାଇ ଇନଫିରିଅର ଭେନା କାଭା ପର୍ଯ୍ୟନ୍ତ ଯାଏ ଯାହା ଫଳରେ ଯକୃତରୁ ଭ୍ରୁଣ ରକ୍ତ ଏଡ଼େଇ ଯାଏ ।

ଶୈଶବ ଯକୃତରୁ ପୋଷକ ତତ୍ତ୍ଵ ସିଧା ସଳଖ ମାତାର ଦେହରୁ ପ୍ଲାସେଣ୍ଟା ପଥ ଦେଇ ଗମନ କରିବା ହେତୁ ବିଶେଷ ହଜମକାରୀ ପ୍ରଥା ଆବଶ୍ୟକ ହୁଏ ନାହିଁ । ଭ୍ରୁଣ ଯକୃତରୁ ରକ୍ତ ସ୍ଟେମ ଜୀବକୋଷ ଭ୍ରୁଣ ଥାଇମସକୁ ଗତି କରିବା ଫଳରେ ଟି-ଲିମ୍ଫୋସାଇଟ ସୃଷ୍ଟି ହୁଏ । ଜନ୍ମ ପରେ ରକ୍ତ ସ୍ଟେମ ଜୀବକୋଷ ଚାଲିଯାଏ ଅସ୍ଥି ମଜ୍ଜାକୁ  । ଦୁଇରୁ ପାଞ୍ଚ ଦିନ ପରେ ଭ୍ରୁଣ ଶିରା ଓ ଡକ୍ଟସ ଭେନୋଶସ ବିଲୋପ ହୋଇଯାଏ, ପ୍ରଥମଟି ଯକୃତର ଗୋଲାକାର ଲିଗାମେଣ୍ଟ ଓ ଦ୍ଵିତୀୟଟି ଲିଗମଏଣ୍ଟମ ଭେନୋସମ ହୋଇଯାଏ  । ଶିରୋସିସ ଓ ପୋର୍ଟାଲ ଉଚ୍ଚ ରକ୍ତ ଚାପ ରୋଗ ହେଲେ ନାଭି ଶିରା ପୁନଶ୍ଚ ଖୋଲିଯାଏ ।    

ଇଉଥେରୀଆନ ସ୍ତନ୍ୟପାୟୀ ଭଳି ନ ହୋଇ ମାରସୁପିଆଲ ଗୋଷ୍ଠୀରେ ଯକୃତ ଜନ୍ମ ପରେ ସୁନ୍ଦର ହେମାଟୋପଏଟିକ ହୋଇ

ରହେ ।[୪୩][୪୪][୪୫][୪୬]

 

କାର୍ଯ୍ୟ

[ସମ୍ପାଦନା]

ଯକୃତ ଶରୀରର ଅନେକ ଜରୁରୀ କାମ କରିଥାଏ ।

  • ଯକୃତ ପିତ ତିଆରି କରିଥାଏ । ପିତ ହେଉଛି ଏକ ହଳଦିଆ-ସବୁଜ ରଙ୍ଗର ତରଳ ଯାହା କ୍ଷୁଦ୍ରାନ୍ତ୍ରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।
  • ଯକୃତ ଶର୍କରା ଗଚ୍ଛିତ କରେ ଓ ରକ୍ତର ଶର୍କରା ମାତ୍ରା ସ୍ଥିର ରଖେ ।
  • ଯକୃତ ପୁଷ୍ଟିସାର ଓ ସ୍ନେହସାରରୁ ଶର୍କରା ତିଆରି କରିଥାଏ ।
  • ଯକୃତ କିଛି ମାତ୍ରାରେ ସ୍ନେହସାର ଓ କୋଲେଷ୍ଟରଲ୍ ମଧ୍ୟ ତିଆରି କରେ ।
  • ଯକୃତ ରକ୍ତରେ ଅନେକ ବସ୍ତୁକୁ ବିଘଟନ କରେ :
  • ଯକୃତ ଜୀବସାର ଓ ଧାତୁସାରକୁ ଗଚ୍ଛିତ ରଖେ ।
  • ଯକୃତ ଅନେକ ପୁଷ୍ଟିସାର ତିଆରି କରିଥାଏ ।
  • ଭୃଣରେ ଲୋହିତ ରକ୍ତ କଣିକା ତିଆରି କରିଥାଏ ।


ବାହାର ୱେବ୍‌ସାଇଟ୍‌

[ସମ୍ପାଦନା]
  1. Nosek, Thomas M. "Section 6/6ch2/s6ch2_30". Essentials of Human Physiology. Archived from the original on 2016-03-24.
  2. Elias, H.; Bengelsdorf, H. (1 July 1952). "The Structure of the Liver in Vertebrates". Cells Tissues Organs. 14 (4): 297–337. doi:10.1159/000140715. PMID 14943381.
  3. Abdel-Misih, Sherif R.Z.; Bloomston, Mark (2010). "Liver Anatomy". Surgical Clinics of North America. 90 (4): 643–653. doi:10.1016/j.suc.2010.04.017. PMC 4038911. PMID 20637938.
  4. ୪.୦ ୪.୧ ୪.୨ ୪.୩ "Anatomy and physiology of the liver – Canadian Cancer Society". Cancer.ca. Archived from the original on 2015-06-26. Retrieved 2015-06-26.
  5. "Etymology online hepatic". Archived from the original on December 15, 2013. Retrieved December 12, 2013.
  6. ୬.୦ ୬.୧ Tortora, Gerard J.; Derrickson, Bryan H. (2008). Principles of Anatomy and Physiology (12th ed.). John Wiley & Sons. p. 945. ISBN 978-0-470-08471-7.
  7. Maton, Anthea; Jean Hopkins; Charles William McLaughlin; Susan Johnson; Maryanna Quon Warner; David LaHart; Jill D. Wright (1993). Human Biology and Health. Englewood Cliffs, New Jersey, USA: Prentice Hall. ISBN 978-0-13-981176-0. OCLC 32308337.
  8. Zakim, David; Boyer, Thomas D. (2002). Hepatology: A Textbook of Liver Disease (4th ed.). ISBN 978-0-7216-9051-3.
  9. Basics, Liver. "VA.gov | Veterans Affairs". www.hepatitis.va.gov (in ଇଂରାଜୀ). Retrieved 2024-07-15.
  10. "Function of the Liver". UPMC | Life Changing Medicine (in ଇଂରାଜୀ). Retrieved 2024-07-15.
  11. ୧୧.୦ ୧୧.୧ Liver Anatomy at eMedicine
  12. Cotran, Ramzi S.; Kumar, Vinay; Fausto, Nelson; Nelso Fausto; Robbins, Stanley L.; Abbas, Abul K. (2005). Robbins and Cotran pathologic basis of disease (7th ed.). St. Louis, MO: Elsevier Saunders. p. 878. ISBN 978-0-7216-0187-8.
  13. "Enlarged liver". Mayo Clinic. Archived from the original on 2017-03-21. Retrieved 2017-03-29.
  14. Molina, D. Kimberley; DiMaio, Vincent J.M. (2012). "Normal Organ Weights in Men". The American Journal of Forensic Medicine and Pathology. 33 (4): 368–372. doi:10.1097/PAF.0b013e31823d29ad. ISSN 0195-7910. PMID 22182984. S2CID 32174574.
  15. Molina, D. Kimberley; DiMaio, Vincent J. M. (2015). "Normal Organ Weights in Women". The American Journal of Forensic Medicine and Pathology. 36 (3): 182–187. doi:10.1097/PAF.0000000000000175. ISSN 0195-7910. PMID 26108038. S2CID 25319215.
  16. ଆଧାର ଭୁଲ: ଅଚଳ <ref> ଚିହ୍ନ; EMedicine19001592 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  17. "Anatomy of the Liver". Liver.co.uk. Archived from the original on 2015-06-27. Retrieved 2015-06-26.
  18. Renz, John F.; Kinkhabwala, Milan (2014). "Surgical Anatomy of the Liver". In Busuttil, Ronald W.; Klintmalm, Göran B. (eds.). Transplantation of the Liver. Elsevier. pp. 23–39. ISBN 978-1-4557-5383-3.
  19. "Cantlie's line | Radiology Reference Article". Radiopaedia.org. Archived from the original on 2015-06-27. Retrieved 2015-06-26.
  20. Kuntz, Erwin; Kuntz, Hans-Dieter (2009). "Liver resection". Hepatology: Textbook and Atlas (3rd ed.). Springer. pp. 900–903. ISBN 978-3-540-76839-5.
  21. ୨୧.୦ ୨୧.୧ Singh, Inderbir (2008). "The Liver Pancreas and Spleen". Textbook of Anatomy with Colour Atlas. Jaypee Brothers. pp. 592–606. ISBN 978-81-8061-833-8.[permanent dead link]
  22. ୨୨.୦ ୨୨.୧ McMinn, R.M.H. (2003). "Liver and Biliary Tract". Last's Anatomy: Regional and Applied. Elsevier. pp. 342–351. ISBN 978-0-7295-3752-0.
  23. Skandalakis, Lee J.; Skandalakis, John E.; Skandalakis, Panajiotis N. (2009). "Liver". Surgical Anatomy and Technique. pp. 497–531. doi:10.1007/978-0-387-09515-8_13. ISBN 978-0-387-09515-8.
  24. ୨୪.୦ ୨୪.୧ Dorland's illustrated medical dictionary 2012, p. 925.
  25. Moore, K (2018). Clinically oriented anatomy (Eighth ed.). Wolters Kluwer. p. 501. ISBN 978-1-4963-4721-3.
  26. Moore, K (2018). Clinically oriented anatomy (Eighth ed.). Wolters Kluwer. p. 494. ISBN 978-1-4963-4721-3.
  27. "Mickey Mouse sign". Retrieved 31 July 2020.
  28. ୨୮.୦ ୨୮.୧ ୨୮.୨ Kmieć Z (2001). "Introduction — Morphology of the Liver Lobule". Cooperation of Liver Cellsଟୋ  in Health and Disease. Advances in Anatomy Embryology and Cell Biology. Vol. 161. pp. iii–xiii, 1–151. doi:10.1007/978-3-642-56553-3_1. ISBN 978-3-540-41887-0. PMID 11729749. {{cite book}}: no-break space character in |title= at position 30 (help)
  29. Pocock, Gillian (2006). Human Physiology (Third ed.). Oxford University Press. p. 404. ISBN 978-0-19-856878-0.
  30. ୩୦.୦ ୩୦.୧ Kawarada, Y; Das, BC; Taoka, H (2000). "Anatomy of the hepatic hilar area: the plate system". Journal of Hepato-Biliary-Pancreatic Surgery. 7 (6): 580–586. doi:10.1007/s005340070007. PMID 11180890.
  31. "Couinaud classification | Radiology Reference Article". Radiopaedia.org. Archived from the original on 2015-06-26. Retrieved 2015-06-26.
  32. "Three-dimensional Anatomy of the Couinaud Liver Segments". Archived from the original on 2009-02-09. Retrieved 2009-02-17.
  33. Strunk, H.; Stuckmann, G.; Textor, J.; Willinek, W. (2003). "Limitations and pitfalls of Couinaud's segmentation of the liver in transaxial Imaging". European Radiology. 13 (11): 2472–2482. doi:10.1007/s00330-003-1885-9. PMID 12728331. S2CID 34879763.
  34. "The Radiology Assistant: Anatomy of the liver segments". Radiologyassistant.nl. 2006-05-07. Archived from the original on 2015-06-26. Retrieved 2015-06-26.
  35. "The human proteome in liver – The Human Protein Atlas". www.proteinatlas.org. Archived from the original on 2017-09-21. Retrieved 2017-09-21.
  36. Uhlén, Mathias; Fagerberg, Linn; Hallström, Björn M.; Lindskog, Cecilia; Oksvold, Per; Mardinoglu, Adil; Sivertsson, Åsa; Kampf, Caroline; Sjöstedt, Evelina (2015-01-23). "Tissue-based map of the human proteome". Science (in ଇଂରାଜୀ). 347 (6220) 1260419. doi:10.1126/science.1260419. ISSN 0036-8075. PMID 25613900. S2CID 802377.
  37. Kampf, Caroline; Mardinoglu, Adil; Fagerberg, Linn; Hallström, Björn M.; Edlund, Karolina; Lundberg, Emma; Pontén, Fredrik; Nielsen, Jens; Uhlen, Mathias (2014-07-01). "The human liver-specific proteome defined by transcriptomics and antibody-based profiling". The FASEB Journal (in ଇଂରାଜୀ). 28 (7): 2901–2914. doi:10.1096/fj.14-250555. ISSN 0892-6638. PMID 24648543. S2CID 5297255.
  38. Gilbert SF (2000). Developmental Biology (6th ed.). Sunderland (MA): Sinauer Associates. Archived from the original on 2017-12-18. Retrieved 2017-09-04.
  39. Lade AG, Monga SP (2011). "Beta-catenin signaling in hepatic development and progenitors: which way does the WNT blow?". Dev Dyn. 240 (3): 486–500. doi:10.1002/dvdy.22522. PMC 4444432. PMID 21337461.
  40. Berg T, DeLanghe S, Al Alam D, Utley S, Estrada J, Wang KS (2010). "β-catenin regulates mesenchymal progenitor cell differentiation during hepatogenesis". J Surg Res. 164 (2): 276–285. doi:10.1016/j.jss.2009.10.033. PMC 2904820. PMID 20381814.
  41. Clemente, Carmin D. (2011). Anatomy a Regional Atlas of the Human Body. Philadelphia: Lippincott Williams & Wilkins. p. 243. ISBN 978-1-58255-889-9.
  42. Egerton, S.; Wan, A.; Murphy, K.; Collins, F.; Ahern, G.; Sugrue, I.; Busca, K.; Egan, F.; Muller, N.; Whooley, J.; McGinnity, P.; Culloty, S.; Ross, R. P.; Stanton, C. (6 March 2020). "Replacing fishmeal with plant protein in Atlantic salmon (Salmo salar) diets by supplementation with fish protein hydrolysate". Scientific Reports. 10 (1): 4194. Bibcode:2020NatSR..10.4194E. doi:10.1038/s41598-020-60325-7. PMC 7060232. PMID 32144276.
  43. Old, J.M.; Deane, E.M. (July 2000). "Development of the immune system and immunological protection in marsupial pouch young". Developmental & Comparative Immunology. 24 (5): 445–454. doi:10.1016/S0145-305X(00)00008-2. PMID 10785270.
  44. Old, Julie M. (May 2016). "Haematopoiesis in Marsupials". Developmental & Comparative Immunology. 58: 40–46. doi:10.1016/j.dci.2015.11.009. PMID 26592963.
  45. Old, J.M; Selwood, L; Deane, E.M (April 2004). "A developmental investigation of the liver, bone marrow and spleen of the stripe-faced dunnart (Sminthopsis macroura)". Developmental & Comparative Immunology. 28 (4): 347–355. doi:10.1016/j.dci.2003.08.004. PMID 14698220.
  46. Old, J. M.; Deane, E. M. (February 2003). "The lymphoid and immunohaematopoietic tissues of the embryonic brushtail possum (Trichosurus vulpecula)". Anatomy and Embryology. 206 (3): 193–197. doi:10.1007/s00429-002-0285-2. PMID 12592570.