ଆଲୋଚନା:ଜଣ୍ଡିସ୍

Page contents not supported in other languages.
ଉଇକିପିଡ଼ିଆ‌ରୁ

କାମଳ ଓ ଜଣ୍ଡିସ୍[ସମ୍ପାଦନା]

ସାର, ପଢ଼ାବହିରେ "କାମଳ" ଓ ଖବରକାଗଜରେ ଉଭୟ "କାମଳ" ଓ 'ଜଣ୍ଡିସ" ଲେଖାଯାଉଛି । ତେବେ ବ୍ୟାବହାରିକ ଦୃଷ୍ଟିକୋଣରୁ ଫାଇଲେରିଆ ପାଳିଜର ଅପେକ୍ଷା ଅଧିକ ଗ୍ରହଣୀୟ । କିନ୍ତୁ ଉଇକିପିଡ଼ିଆରେ ଅଧିକ ଜଣାଶୁଣା ନାମକୁ ଗ୍ରହଣ କରାଯିବା ନୀତି ସକାଶେ ଗୁଗଲରେ କାମଳ ଖୋଜିଲେ ଜଣ୍ଡିସ୍ ଅପେକ୍ଷା କିଛି ଅଧିକ କଲହୋଜା ଫଳ ମିଳୁଛି । ତେଣୁ ମୋର ଅନୁରୋଧ, କାମଳ ନାମକୁ ଲେଉଟାଇବା ପାଇଁ । ହୁଏତ ଭବିଷ୍ୟତରେ "ଜଣ୍ଡିସ୍" ଅଧିକ ବ୍ୟବହାର ହେଲେ ପୃଷ୍ଠା ନାମଟି "ଜଣ୍ଡିସ୍" ହେବ । ତା ଛଡ଼ା ଉଭୟ ନାମ ପ୍ରସଙ୍ଗର ପ୍ରଥମ ବାକ୍ୟରେ ରହିବା ବିଧେୟ । --ସୁଭାସିସ ପାଣିଗାହି ଆଳାପ ୧୪:୦୬, ୫ ଫେବୃଆରୀ ୨୦୧୫ (UTC)

ସୁଭାସିସ ପାଣିଗାହି ଆଳାପ, କାମଳ ନାମରେ ଆଗରୁ ଲେଖାଅଛି । ଏହି ନାମ ଲେଖିଲେ ରିଡାଇରେକ୍ଟ ହୋଇ ଜଣ୍ଡିସ୍ ଆସିବ । ଅସଲ କଥା ହେଲା ମୁଁ ଆଗରୁ କାମଳ ଲେଖିଥିଲି ଓ ଭୁଲି ଯାଇଥିଲି । ଚାରିଆଡ଼େ ଜଣ୍ଡିସ୍ ହେବାପରେ ଓ ସମ୍ବାଦରେ ଜଣ୍ଡିସ୍ ଲେଖା ହେବା ଦେଖି ଆଉଥରେ ଜଣ୍ଡିସ୍ ଲେଖିଦେଲି । ଏହାକୁ ମୃତ୍ୟୁଞ୍ଜୟ ଦେଖି ମୋତେ ଜଣାଇ ଥିଲେ । ନୂଆ କରି ଲେଖିଥିବା ଜଣ୍ଡିସ୍‌ରେ କିଛି ଅଧିକ ତ‌ଥ୍ୟ ଥିଲା । ତେଣୁ ନୂଆକୁ ରଖିଲି । ଉପକ୍ରମଣିକାରେ ଏହି ଦୁଇଟି ଶବ୍ଦର ଅବତାରଣା କରାଯାଇଛି । ଧନ୍ୟବାଦ । --Subas Chandra Rout (ମୋ ଆଲୋଚନା) ୧୪:୨୭, ୫ ଫେବୃଆରୀ ୨୦୧୫ (UTC)
ବୁଝିଲି, ତେବେ ମୃତ୍ୟୁଞ୍ଜୟ ଭାଇଙ୍କୁ ଟ୍ୟାଗ କରୁଛି ଏ ବାବଦରେ ମତ ଦେବା ପାଇଁ । "କାମଳ" ଅଧିକ ବ୍ୟବହାର ହୋଇଛି ଆଉ ଉଇକିପିଡ଼ିଆ ନୀତି ଅନୁସାରେ ଅଧିକ ବ୍ୟବହାର ହୋଇଥିବା ନାମଟି ପୃଷ୍ଠାର ନାମ ଭାବେ ରହିବ ଓ ଅନ୍ୟାନ୍ୟ ନାମ ବନ୍ଧନୀରେ ଲେଖା ହେବ । --ସୁଭାସିସ ପାଣିଗାହି ଆଳାପ ୧୫:୪୩, ୫ ଫେବୃଆରୀ ୨୦୧୫ (UTC)
ଉପରେ ମନ୍ତବ୍ୟ ଦେଇଥିବା ଉଇକିଆଳିଙ୍କୁ ଅନୁରୋଧ ଖାତା ଖୋଲି ଲଗ ଇନ ନିଜର ମତ ଦିଅନ୍ତୁ, ଅଜଣା ଭାବେ ମତ ନ ଦେବାକୁ ଅନୁରୋଧ। ମୋ ମତରେ ଜଣ୍ଡିସ୍ ଓଡ଼ିଆରେ ଜଣ୍ଡିସ୍ ଅଧିକ ପ୍ରଚଳିତ ବୋଧେ। ମୁଁ ମଧ୍ୟ ନିଶ୍ଚିନ୍ତ ନୁହଁ, ସେ ବାବଦରେ ସୁବାସ ସାର୍ ଅଧିକ ଜାଣିଥିବେ । ସମସ୍ତଙ୍କ ମତକୁ ଆଧାର କରି ନିର୍ଣ୍ଣୟ ନିଆଯାଉ। --ଆଦିତ୍ୟ ମହାର (ଆଲୋଚନା) ୦୭:୨୩, ୬ ଫେବୃଆରୀ ୨୦୧୫ (UTC)
ପ୍ରିୟ ଅଜଣା ବନ୍ଧୁ, ପରିଚାଳକ ମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇଥିବାରୁ ଧନ୍ୟବାଦ । ପରିଚାଳକ ମାନେ ମଧ୍ୟ ମଣିଷ, ସେମାନଙ୍କୁ ସବୁ ନିୟମ ଜଣା, ସେମାନଙ୍କ ଦ୍ଵାରା ଭୁଲ ହେବନି ଏପରି ଭାବିବା ଆପଣଙ୍କର ଏକ ଭୁଲ ଧାରଣା । ତେବେ ଆପଣ କେଉଁଠାରୁ ଜାଣିଲେଯେ, 'ବଛାଲେଖାରେ ଥିବା ସମୟରେ ସେ ଲେଖାକୁ ବଦଳାଇବା ଅଥବା ଆଲୋଚନା କରିବା କଥା ନୁହଁ ?' ଦୟାକରି ଏହି ନିୟମର ମୂଳ ସ୍ରୋତଟି ଜଣାଇବେ
ଆପଣଙ୍କ ଲେଖାର ଭଲ ଦିଗଟି ହେଲା: ଆପଣଙ୍କ ଭଳି ନୀତିନିୟମ ଜାଣିଥିବା ବ୍ୟବହାରକାରୀ ଖାତା ଖୋଲି ଉଇକି ସମ୍ପାଦନା କଲେ ବହୁତ ଭଲ ହୁଅନ୍ତା । ମୋର ଅନୁରୋଧ ଆପଣ ଓଡ଼ିଆ ଉଇକିପିଡ଼ିଆରେ ନିୟମିତ ଲେଖନ୍ତୁ, ଭବିଷ୍ୟତରେ ଆପଣଙ୍କୁ ଜଣେ ପରିଚାଳକ ଭାବେ ଦେଖିବା ମୋର ଇଚ୍ଛା :)
ଆପଣଙ୍କ ଲେଖାର ମନ୍ଦ ଦିଗଟି ହେଲା: xxxx (ଓଡ଼ିଆ ଉଇକିପିଡ଼ିଆ ମୋର ନିଜସ୍ଵ ସମ୍ପତ୍ତି ନୁହଁ, ତେଣୁ ମତ ଦେବାକୁ ଇଚ୍ଛା ଥିଲେ ମଧ୍ୟ ଲେଖି ହେଉନି । ଅନେକ ବ୍ୟବହାରକାରୀ ମୋ ଉଇକି ଅଭିଜ୍ଞତା ଓ ସମ୍ପାଦନା ଦକ୍ଷତା ଉପରେ ବିଶ୍ଵାସ କରି ସହ-ପରିଚାଳକ ଦାୟିତ୍ଵ ଦେଇଛନ୍ତି, ସେମାନଙ୍କୁ ମନରେ କଷ୍ଟ ଦେବାକୁ ମୁଁ ଚାହୁଁନି ।)
ଉପରୋକ୍ତ ସମସ୍ତ ମନ୍ତବ୍ୟ ଜଣେ ସହ-ପରିଚାଳକ ଭାବେ:
ଜଣେ ବ୍ୟବହାରକାରୀ ଭାବେ:
ମୁଁ ଯାହା ଲକ୍ଷ୍ୟ କରିଛି ସୁବାସ ସାର ପ୍ରକୃତରେ 'କାମଳ' ନାମକୁ ହିଁ ଉପଯୁକ୍ତ ଭାବି ପ୍ରଥମେ ପ୍ରସଙ୍ଗଟି ଆରମ୍ଭ କରିଥିଲେ । ପରେ ବ୍ୟସ୍ତତାବଶତଃ ପୁଣିଥରେ ଲେଖାଟିକୁ ଲେଖିବାବେଳେ ଜଣ୍ଡିସ୍ ନାମରେ ଲେଖିଛନ୍ତି । କାମଳ ଲେଖାର 'ଉପକ୍ରମ'ଟି 'ଜଣ୍ଡିସ' ଅପେକ୍ଷା ଭଲ ଲେଖିଥିଲେ । ମୋର ବ୍ୟକ୍ତିଗତ ମତ ପ୍ରସଙ୍ଗଟିର ନାମ କାମଳ ରଖିବା ନିୟମାନୁସାରେ ଠିକ ହେବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୪୧, ୬ ଫେବୃଆରୀ ୨୦୧୫ (UTC)

ୱିକିପିଡିଆ ର ମୂଳ ଲକ୍ଷ୍ୟ ହେଲା ଏହାର ବ୍ୟବହାର କରି ମାନେ ବିଷୟବସ୍ତୁ ବାବଦ ରେ ପ୍ରାଞ୍ଜଲ ଭାବେ ଜାଣିବା । ତେଣୁ ଏଥିରେ ଦରକାରୀ ତଥ୍ୟ ସବୁ ପ୍ରଚଳିତ ଥିବା ଶବ୍ଦ ବ୍ୟବହାର କରି ବିଷୟବସ୍ତୁ କୁ ଯେତେ ସାଧାରଣ ଓ ସରଲ ଭାବେ ହେବ ବୁଝେଇ କରି ଦେଲେ ଉଦେଶ୍ୟ ସାଧିତ ହେବ । ମୋ ମତରେ କାମଳ ନ କହି ଜଣ୍ଡିସ୍ କହିଲେ ବେସୀ ଭଲ କରି ବୁଝିବେ ସାଧାରଣ ଲୋକ । ତେବେ ଏହା ସତ ଯେ ଜଣ୍ଡିସ ମୂଳ ଓଡିଆ ଶବ୍ଦ ନୁହେ , କାମଳ ହି ତାର ପ୍ରକୃତ ଓଡିଆ । ତେବେ ଏଠି ନେଇ ବିତର୍କ ର କିଛି ଆବଶ୍ୟକତା ଥିଲା ପରି ଲାଗୁନାହିଁ । ତେବେ ଏହି ପ୍ରଶ୍ନ ଟି ଉଠେଇଥିବା ବନ୍ଧୁ ନିଶ୍ଚୟ ଅଯଥା ରେ ଏତେ ଅସୁବିଧା ସତ୍ବେ ଭଲ ଭାବେ ଓଡିଆ ୱିକି ର ଉନ୍ନତି ପାଇଁ କମ କରୁଥିବା ପରିଚାଳକ ଙ୍କୁ ଏଭଳି ଦାୟିତ୍ଵହିନ ମନ୍ତବ୍ୟ ଦେବା ଠିକ ହାଉ ନାହିଁ । ସେ ନିଜେ ଜେନ ବ୍ୟବହାରକାରି ଭାବେ ଖାତା ଭି ଖୋଲି ନାହାନ୍ତି । ମୋର ନିଜ ମତ ହେଲା ଏହି ଓଡିଆ ୱିକି ର ପରିଚାଳକ ମାନେ ଖୁବ ତତ୍ପରତା ର ସହ କାର୍ଯ୍ୟ କରୁଛନ୍ତି ଓ ଓଡିଆ ୱିକି ର ସର୍ବାଙ୍ଗୀନ ଉନ୍ନତି ଦିଗରେ ତତ୍ପର ଅଛନ୍ତି । ଆମେ ସମସ୍ତେ ସେମାନଙ୍କୁ ପାରୁ ପର୍ଯ୍ୟନ୍ତ ସହାୟତା କରିବା ଦରକାର । ଏପରି ତାଙ୍କ ବିଷୟ ରେ ଲେଖି ତାଙ୍କ ମନୋବଳ କୁ ଦୁର୍ବଳ କରିବା ଉଚିତ ନୁହେ । Susant purohit (ମୋ ଆଲୋଚନା) ୨୦:୫୪, ୭ ସେପ୍ଟେମ୍ବର ୨୦୧୬ (IST)[reply]

ମେଡିକାଲ ସମ୍ପର୍କୀୟ ବିଷୟ ଗୁଡ଼ିକର ସର୍ବଦା ଅଦ୍ୟତନ ବା ଅପଡେଟ ହେଇଚାଲିଛି । ଗୁଣାତ୍ମକ ମାନ ରଖିବା ନିମନ୍ତେ ଆମକୁ ଅଦ୍ୟତନ କରିବାକୁ ପଡ଼ିବ । ଆଗରୁ ଭଲ ଲେଖିଥିଲେ ବା ନିଜ ମନରୁ ଲେଖିଲେ ଅନେକ କଥା ଆହୁରି ଭଲ ଲେଖିହେବ, କିନ୍ତୁ ଏହା ସମ୍ଭବ ହେଉନାହିଁ । ଭାଷା ବା ସାହିତ୍ୟ ଅପେକ୍ଷା ତ‌ଥ୍ୟ ଅଧିକ ଆବଶ୍ୟକ ।--Subas Chandra Rout (ମୋ ଆଲୋଚନା) ୧୭:୨୨, ୧୪ ସେପ୍ଟେମ୍ବର ୨୦୧୬ (IST)[reply]