ଜଣ୍ଡିସ୍
ICD-10 | R17. |
---|---|
ICD-9 | 782.4 |
DiseasesDB | 7038 |
MedlinePlus | 003243 |
MeSH | D007565 |
ଜଣ୍ଡିସ୍ ବା କାମଳ (ଇଂରାଜୀ ଭାଷାରେ Jaundice, ଅନ୍ୟ ଇଂରାଜୀ ନାମ icterus[୧]) ରୋଗରେ ଚର୍ମ ଓ ଚକ୍ଷୁର ଶ୍ୱେତପଟଳରେ (whites of the eyes) ହଳଦିଆ ବା ଶାଗୁଆ ବର୍ଣ୍ଣକଣା ଜମାହୋଇଯାଏ; ରକ୍ତରେ ଅଧିକ ବିଲିରୁବିନ (high bilirubin levels) ସ୍ତର ରହିବା ଯୋଗୁ ଏହି ପରିବର୍ତ୍ତନ ହୁଏ ।[୨][୩] ଏହି ରୋଗରେ ସାଧାରଣତଃ ଗଲୁ ହୁଏ । [୪] ମଳ (feces) ଫିକା ଓ ପରିସ୍ରା ଗାଢ଼ ଦେଖାଯାଏ ।[୫] ଅର୍ଦ୍ଧେକ ନବଜାତ ଶିଶୁଙ୍କ ଜନ୍ମର ପ୍ରଥମ ସପ୍ତାହରେ ନବଜାତ କାମଳ (Jaundice in babies) ରୋଗ ହୁଏ କିନ୍ତୁ ଅଧିକାଂଶ କେଶ୍ରେ ଏହା ଏକ ସମସ୍ୟା ନୁହେଁ ।[୨][୩] ବିଲିରୁବିନ ସ୍ତର ଅତି ଅଧିକ ଓ ବହୁତ ସମୟ ଧରି ରହିଲେ ମସ୍ତିଷ୍କ କ୍ଷତିଗ୍ରସ୍ତ ହୋଇପାରେ ଯାହାକୁ କେର୍ନିକ୍ଟେରସ (kernicterus) କୁହାଯାଏ ।[୬]
କାମଳର ବିଭିନ୍ନ କାରଣମାନ ଅଣସାଂଘାତିକରୁ ସମ୍ଭାବ୍ୟ ଘାତକ ହୋଇପାରନ୍ତି ।[୭] ସାଧାରଣତଃ ରକ୍ତର ବିଲିରୁବିନ ସ୍ତର ୧ମିଗ୍ରା (୧୭ମା:ମୋ:)/ଡେ:ଲି:ରୁ କମ୍ ଥାଏ; ଓ ଏହି ସ୍ତର ୨-୩ମିଗ୍ରା/ଡେ:ଲି: (୩୪-୫୧ ମା:ମୋଲ/ଲି)ରୁ ଅଧିକ ହେଲେ ଜଣ୍ଡିସ୍ ହୁଏ ।[୮][୫] ବିଲିରୁବିନ ଦୁଇ ପ୍ରକାର ଥାଏ; କଞ୍ଜୁଗେଟେଡ (ପ୍ରତ୍ୟକ୍ଷ) ଓ ଅନ୍କଞ୍ଜୁଗେଟେଡ (ପରୋକ୍ଷ) ବିଲିରୁବିନ ।[୯] ପରିସ୍ରାରେ ବିଲିରୁବିନ ମିଳିଲେ କଞ୍ଜୁଗେଟେଡ ବିଲିରୁବିନ ଥିବା ନିଶ୍ଚିତ ହୋଇଯାଏ ।[୧୦] କାମଳ ବ୍ୟତୀତ ଚର୍ମ ହଳଦିଆ କରୁଥିବା ଅନ୍ୟାନ୍ୟ କାରଣ: ବହୁତ ପରିମାଣର କାରୋଟିନ ଜାତୀୟ ଖାଦ୍ୟ (certain foods) ଖାଇ କାରୋଟିନେମିଆ (carotenemia) ହେଲେ ଓ ରିଫାମ୍ପିସିନ ଔଷଧ ଖାଇଲେ ହୁଏ ।[୫]
ଅଧିକ ଅନକଞ୍ଜୁଗେଟେଡ ବିଲିରୁବିନ ହେବାର କାରଣ: ହେମୋଲାଇଟିକ ଆନିମିଆ (excess red blood cell breakdown), ବିରାଟ ଅଧଃକ୍ଷତ (large bruise), ଗିଲବର୍ଟ୍ସ ସିଣ୍ଡ୍ରୋମ (Gilbert's syndrome), ଅନେକ ଦିନର ଉପବାସ, ନବଜାତ କାମଳ ବା ଥାଇରଏଡ ସମସ୍ୟା (thyroid problems) ।[୫][୭] ଅଧିକ କଞ୍ଜୁଗେଟେଡ ବିଲିରୁବିନ ହେବାର କାରଣ: ସିରୋସିସ୍ ବା ହେପାଟାଇଟିସ (hepatitis), ସଂକ୍ରମଣ, ଔଷଧ (medication), ଓ ପିତ୍ତନଳୀ ଅବରୋଧ (blockage of the bile duct) ।[୫] ବିକଶିତ ଦେଶମାନଙ୍କରେ ଏହା ପିତ୍ତନଳୀ ଅବରୋଧ ବା ଔଷଧ ଯୋଗୁ ହେଉଥିବା ବେଳେ ବିକାଶଶୀଳ ଦେଶମାନଙ୍କରେ ଏହା ଭୁତାଣୁ ହେପାଟାଇଟିସ (viral hepatitis), ଲେପ୍ଟୋସ୍ପାଇରୋସିସ (leptospirosis), ସଂକ୍ରମଣ, ସିସ୍ଟୋସୋମିଆସିସ ବା ମ୍ୟାଲେରିଆ ଯୋଗୁ ହୁଏ ।[୫] ପିତ୍ତାସ୍ମରୀ, କର୍କଟ ରୋଗ, ବା ଅଗ୍ନାଶୟ ପ୍ରଦାହ ଯୋଗୁ ପିତ୍ତନଳୀ ଅବରୋଧ ହୁଏ ।[୫] ପିତ୍ତନଳୀ ଅବରୋଧ ଚିହ୍ମଟ କରିବା ନିମନ୍ତେ ଅଲଟ୍ରାସାଉଣ୍ଡ (ultrasound) ଭଳି ମେଡିକାଲ ଇମେଜିଙ୍ଗ (Medical imaging) ଉପକାରୀ ହୁଏ ।[୧୦]
କାମଳ ରୋଗର ଚିକିତ୍ସା ତାହାର କାରଣ ଉପରେ ନିର୍ଭର କରେ ।[୧୧] ପିତ୍ତନଳୀ ଅବରୋଧ ହୋଇଥିଲେ ଅପରେଶନ (surgery) କରାଯାଏ ଅନ୍ୟଥା ମେଡିକାଲ ଚିକିତ୍ସା କରାଯାଏ ।[୧୧] କୌଣସି ଔଷଧ ଯୋଗୁ ହେଉଥିଲେ ତାହା ବନ୍ଦ କରାଯାଏ, ସଂକ୍ରାମକ କାରଣ ହୋଇଥିଲେ ଉପଯୁକ୍ତ ଚିକିତ୍ସା କରାଯାଏ ।[୧୧] ନବଜାତଙ୍କ ମଧ୍ୟରେ ବୟସ ଓ ଅପରିପକ୍ୱତା (prematurity) ଥିଲେ, ବିଲିରୁବିନ ମାତ୍ରା ୪-୨୧ ମିଗ୍ରା/ଡେ:ଲି (୬୮-୩୬୦ ମାମୋଲ/ଲି)ରୁ ଅଧିକ ଥିଲେ ଫୋଟୋଥେରାପି (phototherapy) ବା ବିନିମୟ ରକ୍ତସଞ୍ଚାର (exchanged transfusion) କରାଯାଏ ।[୮] ଗଲୁ ହେଉଥିଲେ ପିତ୍ତକୋଷରୁ ପିତ୍ତ ନିସ୍କାଷନ କରାଯାଏ ବା ଉର୍ସୋଡିଓଲ (ursodeoxycholic acid) ଔଷଧ ଦିଆଯାଏ ।[୪] ଜଣ୍ଡିସ ଶବ୍ଦଟି ଫରାସୀ ଶବ୍ଦ jaunisseରୁ ନିଆଯାଇଛି ଯାହାର ଅର୍ଥ ହଳଦିଆ ରୋଗ ।[୧୨]
ଚିହ୍ନ ଓ ଲକ୍ଷଣ
[ସମ୍ପାଦନା]ଚର୍ମ, ମ୍ୟୁକସ ଝିଲ୍ଲୀ ଓ କଞ୍ଜଙ୍କଟାଇଭା ବା ଆଖିର ଧଳା ଦେଖାଯାଉଥିବା ଅଂଶ ହଳଦିଆ ରଙ୍ଗଯୁକ୍ତ ହେବା ଏହି ରୋଗର ମୂଖ୍ୟ ଲକ୍ଷଣ ।
ରକ୍ତରେ ବିଲିରୁବିନ ସ୍ତର ବଢ଼ିଲେ ସର୍ବପ୍ରଥମେ କଞ୍ଜଙ୍କଟାଇଭା ହଳଦିଆ ଦେଖାଯାଏ । ଆଖିର ଧଳା ଅଂଶ ହଳଦିଆ ଦେଖାଗଲେ ମଧ୍ୟ ପ୍ରକୃତରେ ତାହା ହଳଦିଆ ହୁଏନି, ତାହାର ଆବରଣ ଯାହାର ନାମ କଞ୍ଜଙ୍କଟାଇଭା ତାହା ହଳଦିଆ ହୁଏ । ଇକ୍ଟେରସ ଶବ୍ଦକୁ ଭୁଲରେ ଜଣ୍ଡିସ ଆଖ୍ୟା ଦେଲେ ମଧ୍ୟ ଏହି ଶବ୍ଦଟି ଜଣ୍ଡିସ ଶବ୍ଦର ପ୍ରତିଶବ୍ଦ ।[୧][୧୩]
ହଳଦିଆ ରଙ୍ଗ ଦେଖାଯିବା ବ୍ୟତୀତ ଏହି ରୋଗୀଙ୍କର ଝାଡ଼ା ରଙ୍ଗ ଫିକା ହୁଏ, ପରିସ୍ରା ଗାଢ଼ ହୁଏ ଓ ଚମ କୁଣ୍ଡେଇ ହୁଏ । ବିଭିନ୍ନ ରୋଗ ଯୋଗୁ ଏହି ଲକ୍ଷଣ ପ୍ରକାଶ ପାଉଥିବାର ମୂଖ୍ୟ ରୋଗ ଅନୁସାରେ କେତେକ ଲକ୍ଷଣ ଦେଖାଯାଏ । ଏହି ଲକ୍ଷଣ ଗୁଡ଼ିକ: ଅଇ ଓ ବାନ୍ତି, ପେଟରେ ଯନ୍ତ୍ରଣା, ଜ୍ୱର, ଦୁର୍ବଳତା, ମୁଣ୍ଡ ବିନ୍ଧା, ଗୋଡ଼ ଓ ପେଟ ଫୁଲିବା, ବିପର୍ଯ୍ୟସ୍ତ ମନ ଦଶା ଦେଖାଯାଏ ।
ସଦ୍ୟଜାତ ଶିଶୁଙ୍କର ମୁଣ୍ଡରୁ ଦେହକୁ ରଙ୍ଗ ମାଡ଼ିଯାଏ ଓ ତାପରେ ହାତ ଓ ପାଦକୁ ଯାଏ । ସେମାନଙ୍କର ଖାଇବା କମିଯାଏ, ଆଳସ୍ୟ ଦେଖାଯାଏ, ମାଂସପେଶି ଟୋନ ପରିବର୍ତ୍ତୀତ ହୁଏ, ଉଚ୍ଚ ସ୍ୱରରେ କାନ୍ଦନ୍ତି ଓ ବାତ (seizure) ମାରେ ।
ଭେଦାତ୍ମକ ରୋଗ ନିର୍ଣ୍ଣୟ
[ସମ୍ପାଦନା]ବିଲିରୁବିନ ମେଟାବୋଲିଜ୍ନ ଗୋଳମାଳ ଯୋଗୁ ଜଣ୍ଡିସ୍ ହୁଏ । ଏହି ଗୋଳମାଳ ତିନି ସ୍ଥାନରେ ହୋଇପାରେ । ଯକୃତ ପୂର୍ବରୁ, ଯକୃତରେ ଓ ଯକୃତ ପରେ ।
ଶ୍ରେଣୀ | ସଂଜ୍ଞା |
---|---|
ଯକୃତ ପୂର୍ବ/ ରକ୍ତ ନଷ୍ଟକାରୀ | ଯକୃତ ପୂର୍ବରୁ ଏହା ସଂଘଟିତ ହୁଏ । |
ଯକୃତସମ୍ପର୍କୀୟ/ ଯକୃତ କୋଷ ସମ୍ବନ୍ଧୀୟ | ପାଥୋଲୋଜି ଯକୃତରେ ଥାଏ । |
ଯକୃତ ପରବର୍ତ୍ତୀ/ କୋଲେସ୍ଟାଟିକ | ଯକୃତରେ ବିଲିରୁବିନ କଞ୍ଜୁଗେସନ ପରେ ହୁଏ । |
ଯକୃତ ପୂର୍ବ
[ସମ୍ପାଦନା]ରକ୍ତରେ ଥିବା ଲୋହିତ ରକ୍ତ କଣିକା(ଲୋ.ର.କ.) କୌଣସି ରୋଗଦ୍ୱାରା ନଷ୍ଟ ହେଲେ ଯକୃତ ପୂର୍ବ କାମଳ ହୁଏ । ଲୋ.ର.କ. ନଷ୍ଟ ହେଲେ ଏଥିରେ ଥିବା ହେମ ପିଗମେଣ୍ଟ ଭାଙ୍ଗିଯାଇ ଅନ-କଞ୍ଜୁଗେଟେଡ ବିଲିରୁବିନ ବାହାରେ । ଅତ୍ୟଧିକ ବିଲିରୁବିନ ବାହାରିଲେ ରକ୍ତରୁ ବାହାରିଯାଇ ବିଭିନ୍ନ ତନ୍ତୁରେ ଜମିଯାଏ ଓ ହଳଦିଆ ଦେଖାଯାଏ । ଗ୍ରୀଷ୍ମପ୍ରଧାନ ଦେଶମାନଙ୍କରେ ମ୍ୟାଲେରିଆ ରୋଗରେ ଏହି ପ୍ରକାର ଜଣ୍ଡିସ ହୁଏ । କେତେକ ଜେନେଟିକ ରୋଗ ଯଥା ସିକିଲ ସେଲ ଆନିମିଆ, ସ୍ଫେରୋସାଇଟୋସିସ, ଥାଲାସେମିଆ ଓ ଦେହରେ ଗ୍ଲୁକୋଜ ୬-ଫସଫେଟ ଡିହାଇଡ୍ରୋଜେନେଜ ଅଭାବରେ ଏହିଭଳି ଲୋ.ର.କ. ନଷ୍ଟ ହୋଇ ଜଣ୍ଡିସ ହୁଏ । ଗିଲବର୍ଟ ସିଣ୍ଡ୍ରୋମ ଓ କ୍ରଗଲର ନାଜ୍ଜର ସିଣ୍ଡ୍ରୋମ ଟାଇପ ୧ ଓ ୨ ରୋଗରେ ଜେନେଟିକ ଅବ୍ୟବସ୍ଥା ଜୋଗୁ ବିଲିରୁବିନ ମେଟାବୋଲିଜ୍ମ ସଠିକ ହୋଇ ନପାରି ଜଣ୍ଡିସ ହୁଏ ।
ଅତ୍ୟଧିକ ବିଲିରୁବିନ ପ୍ରସ୍ତୁତ ଯୋଗୁ ପାରିସ୍ରାରେ ୟୁରୋବିଲିନିଜେନ ଅଧିକ ରହେ । ଅନକଞ୍ଜୁଗେଟେଡ ବିଲିରୁବିନ ଜଳରେ ଅଦ୍ରବଣୀୟ ହେତୁ ପରିସ୍ରାରେ ବିଲିରୁବିନ ମିଳେନାହିଁ । ପରିସ୍ରା-ୟୁରୋବିଲିନୋଜେନ ସହ ବିଲିରୁବିନ ପରିସ୍ରାରେ ନଥିଲେ ହେମୋଲାଇଟିକ ଆନିମିଆ ରୋଗ ନିର୍ଣ୍ଣୟ କରାଯାଏ ।
ଲାବୋରେଟରି ତଥ୍ୟ:
- ପରିସ୍ରା: ବିଲିରୁବିନ ଥାଏ, ଯୁରୋବିଲିନୋଜେନ >୨ୟୁନିଟ(ଯେପରିକି ହେମୋଲାଇଟିକ ଆନିମିଆ)।
- ସେରମ: ଅଧିକ ଅନକଞ୍ଜୁଗେଟେଡ ବିଲିରୁବିନ ।
- ଅନକଞ୍ଜୁଗେଟେଡ ବିଲିରୁବିନ ସହ କେର୍ନିକ୍ଟେରସ ରୋଗ ଦେଖାଯାଏ, କାରଣ ରକ୍ତ-ମସ୍ତିଷ୍କ ପରମିଏବିଲିଟି ଅଧିକ ଥାଏ ।
ଯକୃତଜୀବକୋଷ ସମ୍ବନ୍ଧୀୟ
[ସମ୍ପାଦନା]ଆକ୍ୟୁଟ କିମ୍ବା କ୍ରନିକ ହେପାଟାଇଟିସ, ହେପାଟୋଟକ୍ସିସିଟି, ସିରୋସିସ୍, ଔଷଧଦ୍ୱାରା ହେପାଟାଇଟିସ ଓ ମଦ୍ୟପାୟୀ (ଆଲକୋହୋଲିକ) ଯକୃତ ରୋଗମାନଙ୍କଦ୍ୱାରା ଏହି ପ୍ରକାର ଜଣ୍ଡିସ ହୁଏ ।
ଜୀବକୋଷ ନଷ୍ଟ ହୋଇଯିବା ଯୋଗୁ ଯକୃତଦ୍ୱାରା ବିଲିରୁବିନ ମେଟାବୋଲିଜ୍ଣ ହୋଇପାରେ ନାହିଁ । ତେଣୁ ଅନକଞ୍ଜୁଗେଟେଡ ବିଲିରୁବିନ ରକ୍ତରେ ଜମିରହେ । ପ୍ରାଥମିକ ବିଲିଆରି ସିରୋସିସ୍ ରୋଗରେ କଞ୍ଜୁଗେଟେଡ ବିଲିରୁବିନ ବାଇଲ ବା ପିତ୍ତ ମଧ୍ୟକୁ ଏକ୍ସକ୍ରିଟ ହୋଇପାରେ ନାହିଁ । ଯକୃତର କାର୍ଯ୍ୟ କ୍ଷମତା ଦୁଇ ମାସ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇ ନ ଥିବାରୁ ଅନେକ ଶିଶୁମାନଙ୍କୁ ନବଜାତ ଜଣ୍ଡିସ ହୁଏ । ମୂଷା ଜ୍ୱର(Rat fever) ରୋଗରେ ମଧ୍ୟ ଜଣ୍ଡିସ ହୁଏ । ଯକୃତଜୀବକୋଷ ସମ୍ବନ୍ଧୀୟ ଜଣ୍ଡିସ ରୋଗରେ ପ୍ରୟତଃ କୋଲେସ୍ଟାସିସ ଥାଏ ।
ଯକୃତ ରୋଗର କାରଣ ଅନୁସାରେ ନିମ୍ନଲିଖିତ ଲାବୋରେଟୋରି ତଥ୍ୟ ମିଳେ ।
- ପରିସ୍ରା: କଞ୍ଜୁଗେଟେଡ ବିଲିରୁବିନ ଥାଏ, ୟୁରୋବିଲିରୁବିନ >୨ୟୁନିଟ, କିନ୍ତୁ ଶିଶୁମାନଙ୍କର ପରିବର୍ତ୍ତନ ହୁଏ । କେର୍ନିକ୍ଟେରସ ରୋଗରେ କଞ୍ଜୁଗେଟେଡ ବିଲିରୁବିନ ଅଧିକ ହୁଏ ନାହିଁ ।
- ପ୍ଲାଜ୍ମା ପ୍ରୋଟିନରେ ଯଥାବିଧି ପରିବର୍ତ୍ତନ ହୁଏ ।
- ପ୍ଲାଜ୍ମା ଆଲବୁମିନ ସ୍ତର କମ୍ ରହେ କିନ୍ତୁ ଅଧିକ ଆଣ୍ଟିବଡି ତିଆରି ଯୋଗୁ ଗ୍ଲୋବ୍ୟୁଲିନ ସ୍ତର ଅଧିକ ହୁଏ ।
ଜୀବକୋଷଦ୍ୱାରା ଅନ୍କଞ୍ଜୁଗେଟେଡ ବିଲିରୁବିନ ଅପ୍ଟେକଠାରୁ ଆରମ୍ଭ କରି ବିଲିଆରି କାନାଲିକୁଲି ଭିତରେ କଞ୍ଜୁଗେଟେଡ ବିଲିରୁବିନ ନିଷ୍କାସନ ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ରୋଗ ହୋଇ କାମଳ ହୋଇପାରେ । ପ୍ରଦାହ ହୋଇ ଜୀବକୋଷ ଫୁଲି ଗଲେ ଇଣ୍ଟ୍ରାହେପାଟିକ ବିଲିଆରି ଟ୍ରି ଭିତରେ ମେକାନିକାଲ ଅବରୋଧ ହୁଏ । ବିଲିରୁବିନ ତିଆରିର ପ୍ରତ୍ୟେକ ସ୍ତରରେ ବାଧା ସୃଷ୍ଟି ହୁଏ । ଏହାର ନିଷ୍କାସନ କିନ୍ତୁ ପ୍ରଭାବିତ ହୁଏ, ଫଳରେ ରକ୍ତରେ ହାଇପର୍ବିଲିରୁବିନେମିଆ ହୁଏ ।[୧୪]
ଅନ୍କଞ୍ଜୁଗେଟେଡ ବିଲିରୁବିନ ତଥାପି ଯକୃତକୋଷ ମଧ୍ୟକୁ ପ୍ରବେଶ କରି କଞ୍ଜୁଗେଟେଡ ହୁଏ । ଏହା ପୁନଶ୍ଚ ରକ୍ତକୁ ଫେରିଆସେ, କାରଣ ବାଇଲ କାନାଲିକୁଲି ଫାଟିଯାଇଥାଏ ଓ ଲିମ୍ଫ ମଧ୍ୟକୁ ଚାଲିଯାଏ । ଏହିପରି ଅଧିକାଂଶ ପ୍ଲାଜ୍ମା ବିଲିରୁବିନ କଞ୍ଜୁଗେଟେଡ ହୁଏ ଓ ଅନ୍କଞ୍ଜୁଗେଟେଡ ବିଲିରୁବିନ ଅନ୍ତନଳୀ ମଧ୍ୟକୁ ଯାଇ ନ ପାରିବାଦ୍ୱାରା ୟୁରୋବିଲିନୋଜେନ ହୋଇ ନ ପାରି ପରିସ୍ରା ଗାଢ଼ ହୁଏ ।[୧୫]
ପୋଷ୍ଟ-ହେପାଟିକ
[ସମ୍ପାଦନା]ଏହି ଜଣ୍ଡିସକୁ ଅବରୋଧକାରୀ ଜଣ୍ଡିସ ବା ଇଂରାଜୀରେ ଅବ୍ଷ୍ଟ୍ରକ୍ଟିଭ ଜଣ୍ଡିସ କୁହାଯାଏ । କୌଣସି କାରଣରୁ ବିଲିଆରି ସିସ୍ଟମରେ ଥିବା ବାଇଲ ଡ୍ରେନ ହେବା ବନ୍ଦ ହୋଇଯାଏ । ଏହାର ମୂଖ୍ୟ କାରଣ ହେଉଛି କମନ ବାଇଲ ଡକ୍ଟରେ ଗଲ୍ସ୍ଟୋନ ବା ପଥର ରହିବା ଓ ଅଗ୍ନାଶୟ ମୁଣ୍ଡରେ କର୍କଟ ରୋଗ ହେବା । କମନ ବାଇଲ ଡକ୍ଟରେ ଲିଭର ଫ୍ଲ୍ୟୁକ ନାମକ କେତେକ ପରଜୀବୀ ରହି ସେହି ନଳୀକୁ ଅବରୋଧ କରନ୍ତି । ଅନ୍ୟାନ୍ୟ ରୋଗ ମଧ୍ୟରେ ବାଇଲ ଡକ୍ଟରେ ସ୍ଟ୍ରିକଚର, ବିଲିଆରି ଆଟ୍ରେସିଆ, କୋଲାଞ୍ଜିଓକାର୍ସିନୋମା, ପାଙ୍କ୍ରିଆଟାଇଟିସ, କୋଲେସ୍ଟାସିସ ଅଫ ପ୍ରେଗନାନ୍ସି ଓ ପାଙ୍କ୍ରିଆଟାଇଟିକ ସୁଡୋସିସ୍ଟ । ମିରିଜ୍ଜି ସିଣ୍ଡ୍ରୋମ ଯୋଗୁ କ୍ୱଚିତ ଏହି ରୋଗ ହୁଏ ।
ବାଇଲ ଡକ୍ଟ ସମ୍ପୁର୍ଣ୍ଣ ଅବରୋଧ ହେଲେ ପରିସ୍ରାରେ ଯୁରୋବିଲିନୋଜେନ ମିଳେନି କାରଣ ବିଲିରୁବିନ ଅନ୍ତନଳୀଏ ପରିବର୍ତ୍ତୀତ ହୋଇ ୟୁରୋବିଲିନୋଜେନ ହୁଏ ଯାହା ସାଅଧାଅରଣ ରକ୍ତ ସଞ୍ଚାଳନରେ ପ୍ରବେଶ କରେ । ତେଣୁ ପରିସ୍ରାରେ କଞ୍ଜୁଗେଟେଡ ବିଲିରୁବିନ ଥାଇ ୟୁରୋବିଲିନୋଜେନ ନ ଥିଲେ ଅବ୍ସ୍ଟ୍ରକ୍ଟିଭ ଜଣ୍ଡିସ ଥିବା ଜଣାଯାଏ ।
ଫିକା ଝାଡ଼ା ହେଉଥିଲେ ଓ ପରିସ୍ରା ଗାଢ଼ ହେଉଥିଲେ ଏହି ପ୍ରକାର ଜଣ୍ଡିସ ନିର୍ଣ୍ଣୟ କରାଯାଏ, କାରଣ ଝାଡ଼ାର ରଙ୍ଗ ବାଇଲ ଯୋଗୁ ହୁଏ । ଅନ୍ୟ ଦିଗରେ ଅନ୍ୟ କେତେକ ପ୍ରକାର ଜଣ୍ଡିସରେ ମଧ୍ୟ ଏକା ଭଳି ଝାଡ଼ା ଓ ପରିସ୍ରା ହେଉଥିବରୁ ଏହା ଏକ ସଠିକ ନିର୍ଣ୍ଣୟାତ୍ମକ ପନ୍ଥା ଭାବରେ ଗ୍ରହଣ କରାଯାଏ ନାହିଁ ।[୧୬]
ରୋଗୀର ସେରମ କୋଲେସ୍ଟେରଲ ମାତ୍ରା ବଢ଼ିଯାଏ ଓ ବାଇଲ ସଲ୍ଟ ଜମିଯିବା ଯୋଗୁ କୁଣ୍ଡେଇ ହୁଏ ।
କୌଣସି ଗୋଟିଏ ପ୍ରକାର ପରୀକ୍ଷାଦ୍ୱାରା ବିଭିନ୍ନ ପ୍ରକାର ଜଣ୍ଡିସ ଚିହ୍ନା ପଡ଼େନାହିଁ । କେତେକ ଲିଭର ଫଙ୍କସନ ଟେସ୍ଟ ଏହି ନିମନ୍ତେ ଆବଶ୍ୟକ ହୁଏ ।
କାର୍ଯ୍ୟକାରୀ ପରୀକ୍ଷା | ପ୍ରିହେପାଟିକ ଜଣ୍ଡିସ | ହେପାଟିକ ଜଣ୍ଡିସ | ପୋଷ୍ଟ ହେପାଟିକ ଜଣ୍ଡିସ |
---|---|---|---|
ମୋଟ ବିଲିରୁବିନ | ସାଧାରଣ/ ଅଧିକ | ଅଧିକ | |
କଞ୍ଜୁଗେଟେଡ ବିଲିରୁବିନ | ସାଧାରଣ | ଅଧିକ | ଅଧିକ |
ଅଣକଞ୍ଜୁଗେଟେଡ ବିଲିରୁବିନ | ସାଧାରଣ/ ଅଧିକ | ଅଧିକ | ସାଧାରଣ |
ଯୁରୋବିଲିନୋଜେନ | ସାଧାରଣ/ ଅଧିକ | କମିଯାଏ | ବଢିଥାଏ/ ନ ଥାଏ |
ପରିସ୍ରା ରଙ୍ଗ | ସାଧାରଣ | ଗାଢ (ଯୁରୋବିଲିନୋଜେନ+ କଞ୍ଜୁଗେଟେଡ ବିଲିରୁବିନ) | ଗାଢ(କଞ୍ଜୁଗେଟେଡ ବିଲିରୁବିନ ) |
ଝାଡା ରଙ୍ଗ | ସାଧାରଣ | ସାଧାରଣ / ଫିକା | ଫିକା |
ଆଲକାଲାଇନ ଫସଫାଟେଜ ସ୍ତର | ସାଧାରଣ | ଅଧିକ | |
ଆଲାନିନ ଟ୍ରାଂସଫରେଜ ଓ ଆସପାରଟେଟ ଟ୍ରାନ୍ସଫରେଜ ସ୍ତର | ଅଧିକ | ||
ପରିସ୍ରାରେ କଞ୍ଜୁଗେଟେଡ ବିଲିରୁବିନ | ଏଥିରେ ନାହିଁ | ଅଛି | |
ବର୍ଦ୍ଧିତ ପ୍ଳିହା | ଅଛି | ଅଛି | ନାହିଁ |
ନିଓନାଟାଲ ଜଣ୍ଡିସ
[ସମ୍ପାଦନା]ନିଓନାଟାଲ ଜଣ୍ଡିସ ବା ଶିଶୁ ଜଣ୍ଡିସ ଏକ ବିପଦଶୂନ୍ୟ ରୋଗ । ଜନ୍ମ ହେବାର ଦ୍ୱିତୀୟ ଦିନ ଏହା ଦେଖାଯାଏ, ସାଧାରଣ ପ୍ରସବ ହୋଇଥିଲେ ୮ ଦିନ ରହେ, ପ୍ରିମାଚ୍ୟୁର ବା ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପ୍ରସବ premature birth ହୋଇଥିଲେ ୧୪ ଦିନ ପର୍ଯ୍ୟନ୍ତ ରହେ । ବିଭିନ୍ନ ରୋଗ ଯଥା ଫିଜିଓଲୋଜିକ ଜଣ୍ଡିସ, ଫର୍ମୁଲା ସପ୍ଲିମେଣ୍ଟେସନ ଜଣ୍ଡିସ[୧୮], ହେରେଡିଟାରି ସ୍ଫେରୋସାଇଟିସିସ, ଗ୍ଲୁକୋଜ-୬-ଫସ୍ଫେଟ ଡେହାଇଡ୍ରୋଜେନେଜ ଅଭାବ, ପାଇରୁଭେଟ କାଇନେଜ ଅଭାବ, ରକ୍ତରେ ଥିବା ଗ୍ରୁପ ଏ.ବି.ଓ./ ଆରଏଚ ଟାଇପ ଅଟୋଆଣ୍ଟିବଡି ଓ ଇନଫାଣ୍ଟାଇଲ ପିକ୍ନୋସାଇଟୋସିସ ଏହି ଜଣ୍ଡିସ ରୋଗ ସୃଷ୍ଟି କରାନ୍ତି । କୌଣସି ଚିକିତ୍ସା ନ କଲେ ମଧ୍ୟ ବିଲିରୁବିନ ସ୍ତର ଖସିଆସେ । ଯଦି ଅଧିକ ରହେ, ମସ୍ତିଷ୍କ ନଷ୍ଟକାରୀ କେର୍ନିକ୍ଟେରସ ରୋଗ ଥାଇପାରେ ଓ ଏହା କିଛି ପରିମାଣରେ ପଙ୍ଗୁ କରିଦେଇପାରେ । ଏହି ରୋଗ ଅଧୁନା ଅଧିକ ଦେଖାଯାଉଛି ଓ ଏହା ବାହାରେ ବେଶୀ ସମୟ ନ ରହିବାଦ୍ୱାରା ହେଉଛି । ଏଥି ନିମନ୍ତେ ଫୋଟୋଥେରାପି ଚିକିତ୍ସା କରାଯାଉଛି । ସୂର୍ଯ୍ୟ-ସ୍ନାନ ଏହାର ଉତ୍ତମ ଚିକିତ୍ସା[୧୯][୨୦] ଓ ଏହାଦ୍ୱାରା ଅଲ୍ଟ୍ରାଭାୟୋଲେଟ ରଶ୍ମୀ ଦେହରେ ପଡ଼ି ଭିଟାମିନ ଡି ପ୍ରସ୍ତୁତ ହୁଏ[୨୧] । ଝାଡ଼ା ଓ ପରିସ୍ରାଦ୍ୱାରା ବିଲିରୁବିନ କମିଯାଏ, ଏଣୁ ବେଶିଥର ଓ ଉତ୍ତମ ଖାଦ୍ୟ ଖୁଆଇବା ଆବଶ୍ୟକ ।[୨୨]
ବିକାରୀଶରୀର କ୍ରିୟା
[ସମ୍ପାଦନା]ବିଲିରୁବିନ ମେଟାବୋଲିଜ୍ନ ପ୍ରକ୍ରିୟା ପଥରେ ଅନେକ ପାଥୋଲୋଜିକାଲ(ରୋଗ ସୃଷ୍ଟିକାରୀ) ପ୍ରକ୍ରିୟାମାନଙ୍କର ଜଣ୍ଡିସ ଏକ ଲକ୍ଷଣ, ନିଜେ ଏକ ରୋଗ ନୁହେଁ ।
ଲୋହିତ ରକ୍ତ କଣିକା ନିଜର ଜୀବନକାଳ(୧୨୦ ଦିନ) ସମାପ୍ତ କରିସାରିଲେ ବା କୌଣସି କାରଣରୁ ନଷ୍ଟ ହେଲେ ତାହାର କୋଷ ପରଦା(cell membrane) ଭଙ୍ଗୁର ହୋଇ ଫାଟିଯାଏ । ପ୍ରତ୍ୟେକ ଲୋହିତ ରକ୍ତ କଣିକା ଗତି କରେ ଏକ ରେଟିକ୍ୟୁଲୋଏଣ୍ଡୋଥେଲିଆଲ ସିସ୍ଟମ ମଧ୍ୟରେ ଓ ଏହି ସମୟର ସେହି ପରଦା ଫାଟିଯାଏ । ଫଳରେ ଏହା ମଧ୍ୟରେ ଥିବା ହେମୋଗ୍ଲୋବିନ ରକ୍ତରେ ମିଶିଯାଏ । ମାକ୍ରୋଫେଜ ଏହି ହେମୋଗ୍ଲୋବିନକୁ ଗ୍ରହଣ କରି ହେମ୍ ଓ ଗ୍ଲୋବିନ ନାମକ ଦୁଇ ଭାଗରେ ବିଭକ୍ତ କରିଦିଏ । ଗ୍ଲୋବିନ ଏକ ପ୍ରୋଟିନ ଯାହା ଭାଙ୍ଗିଯାଇ ଆମିନୋଏସିଡ୍ରେ ପରିଣତ ହୁଏ; ଏହାର ଜଣ୍ଡିସ ପରିଣତ କରିବାରେ କୌଣସି ଭୂମିକା ନ ଥାଏ । ହେମ ମୋଲିକ୍ୟୁଲ ପ୍ରଥମେ ହେମ ଅକ୍ସିଜେନେଜଦ୍ୱାରା ଅକ୍ସିଡେସନ ହୋଇ ବିଲିଭର୍ଡିନ (ଶାଗୁଆ ପିଗମେଣ୍ଟ), ଲୌହ ଓ କାର୍ବନମୋନୋକ୍ସାଇଡରେ ପରିଣତ ହୁଏ । ତାପରେ ଦ୍ୱିତୀୟ ସ୍ଟେପରେ ସାଇଟୋସୋଲିକ ଏଞ୍ଜାଇମ ବିଲିଭର୍ଡିନ ରିଡକ୍ଟେଜଦ୍ୱାରା ରିଡ୍ୟୁସ ହୋଇ ଟେଟ୍ରାପାଇରଲ ବିଲିରୁବିନ ପିଗମେଣ୍ଟରେ ପରିଣତ ହୁଏ । ଏହି ବିଲିରୁବିନ ଏକ ମୁକ୍ତ(free) ପରୋକ୍ଷ ଅନକଞ୍ଜୁଗେଟେଡ୍ ବିଲିରୁବିନ । ପ୍ରତ୍ୟେକ ଦିନ ଦେହରେ ପ୍ରାୟ ୪ ମି.ଗ୍ରା. ବିଲିରୁବିନ ତିଆରି ହୁଏ ।[୨୩] ଅଧିକାଂଶ (୮୦%) ବିଲିରୁବିନ ମୃତ ଲୋହିତ ରକ୍ତ କଣିକାରୁ ତିଆରି ହୁଏ । ବଳକା ୨୦% ଅନ୍ୟ ହେମ ଉତ୍ସରୁ ଆସେ ଯଥା ଅନିୟନ୍ତ୍ରିତ ଏରିଥ୍ରୋପଏସିନ(erythropoiesis) ଅନ୍ୟ ହେମ ଥିବା ପ୍ରୋଟିନ ଯେପରିକି ମାୟୋଗ୍ଲୋବିନ ଓ ସାଇଟୋକ୍ରୋମ ।[୨୩]
ଯକୃତୀୟ ଘଟଣାକ୍ରମ
[ସମ୍ପାଦନା]ଅଦ୍ରବଣୀୟ ଅନ୍କଞ୍ଜୁଗେଟେଡ଼ ବିଲିରୁବିନ ରକ୍ତରେ ସେରମ୍ ଆଲ୍ବୁମିନ ସହ ମିଶି ଯକୃତ ମଧ୍ୟରେ ଗତି କରେ । ଏଠରେ ଏହା ଯୁଡିପି-ଗ୍ଲୁକୁରୋନିଲ ଟ୍ରାନ୍ସଫରେଜ ଏଞ୍ଜାଇମଦ୍ୱାରା ଗ୍ଲୁକୁରୋନିକ ଏସିଡ ସହ ମିଶି କଞ୍ଜୁଗେଟେଡ଼ ବିଲିରୁବିନରେ ପରିଣତ ହୁଏ ଓ ଏହା ଜଳରେ ଦ୍ରବଣୀୟ ଅଟେ ।
ଯକୃତରୁ ଏହି କଞ୍ଜୁଗେଟେଡ଼ ବିଲିରୁବିନ ବାହାରି ବିଲିଆରି ଓ ସିସ୍ଟିକ ଡକ୍ଟ ମଧ୍ୟରେ ଯାଇ ଅନ୍ତନଳୀରେ ପହଞ୍ଚେ । ଅନ୍ତନଳୀରେ ଥିବା ବୀବାଣୁ ଏହି ବିଲିରୁବିନକୁ ଅକ୍ସିଡାଇଜ କରି ସ୍ଟର୍କୋବିଲିନୋଜେନରେ ପରିଣତ କରନ୍ତି ଯାହା ସ୍ଟର୍କୋବିଲିନରେ ପରିଣତ ହୋଇ ମଳରେ ବାହାରିଯାଏ ବା ଅନ୍ତନଳୀକୋଷମାନଙ୍କଦ୍ୱାରା ପୁନଃ ଶୋଷିତ ହୋଇ ରକ୍ତରେ ସଞ୍ଚାଳିତ ହୋଇ କିଡ୍ନି/ବୃକ୍କରେ ପହଞ୍ଚି ୟୁରୋବିଲିନରେ ପରିଣତ ହୁଏ ଓ ପରିସ୍ରାରେ ବାହାରିଯାଏ । ଏହି ସ୍ଟର୍କୋବିଲିନ ଓ ୟୁରୋବିଲିନର ରଙ୍ଗ ଯୋଗୁ ଝାଡ଼ା ଓ ପରିସ୍ରାର ରଙ୍ଗ ଦେଖାଯାଏ ।
ନିର୍ଣ୍ଣୟାତ୍ମକ ଉପଗମନ
[ସମ୍ପାଦନା]କେତେକ ଅସ୍ଥି ରୋଗ ଓ ହୃତ୍ପିଣ୍ଡ ରୋଗରେ ଏ.ଏଲ.ପି. ବା ଆଲାନିନ ଟ୍ରାନ୍ସଆମିନେଜ ଓ ଆମିନୋଟ୍ରାଅନ୍ସଫରେଜ ଏଞ୍ଜାଇମ ବଢ଼ିଯାଏ । ଯକୃତ ରୋଗରେ ଜି.ଜି.ଟି. ସ୍ତର ଅଧିକ ରହେ । ଦ୍ୱିତୀୟରେ ବିଲିଆରି ଓ ଯକୃତ ରୋଗ ପୃଥକ କରିବାକୁ ପଡ଼େ । ଯଦି ଏ.ଏଲ.ପି. ସ୍ତର (୧୦-୪୫ IU/L) ଓ ଜିଜିଟି (୧୮-୮୫) ସ୍ତର ଆନୁପାତିକ ଭାବେ, ଏ.ଏସ.ଟି. ସ୍ତର (୧୨-୩୮ IU/L) ଓ ଏ.ଏଲ.ଟି. (୧୦-୪୫ IU/L) ସ୍ତର ବଢ଼େ ତାହାହେଲେ ଏହା ବିଲିଆରି କାରଣ ଯୋଗୁ ହେବା ଜଣାଯାଏ । ଏ.ଏସ.ଟି. ଓ ଏ.ଏଲ.ଟି. ସ୍ତର ଏ.ଏଲ.ପି. ଓ ଜି.ଜି.ଟି. ଅପେକ୍ଷା ଅଧିକ ରହେ ତାହେଲେ ଯକୃତ ସମ୍ବନ୍ଧୀୟ କାରଣ ଥାଏ । କେବଳ ଭାଇରାଲ ହେପାଟାଇଟିସ ଓ ହେପାଟୋଟକ୍ସିକ ରୋଗ ଛାଡ଼ିଦେଲେ ଯକୃତ ରୋଗରେ ଏ.ଏଲ୍.ଟି ସ୍ତର ଅପେକ୍ଷା ଏ.ଏସ.ଟି. ସ୍ତର ଅଧିକ ରହେ । ଆଲକୋହୋଲିକ ରୋଗରେ ଏ.ଏଲ୍.ଟି ସ୍ତର ସାଧାରଣ ରହେ । ଏ.ଏଲ୍.ଟି ସ୍ତର ଅଧିକ ଥିଲେ ହେପାଟାଇଟିସ ନିର୍ଣ୍ଣୟ କରାଯାଏ । ଉଭାୟ ଏ.ଏଲ୍.ଟି ସ୍ତର ଓ ଏ.ଏସ.ଟି. ସ୍ତର ଶୀଘ୍ର କମିଗଲେ ନେକ୍ରୋସିସ ହେବା ଜଣାଯାଏ । ଆଲ୍ବୁମୁନ ସ୍ତର କମିଲେ କ୍ରନିକ ରୋଗ ଥିବା ଜଣାଯାଏ ଓ ଏହା ହେପାଟାଇତିସ ଓ କୋଲେସ୍ଟାସିସ ରୋଗରେ ସାଧାରଣ ରହେ ।
ଜଟିଳତା
[ସମ୍ପାଦନା]ଜଣ୍ଡିସ ହେବା ପରେ କେତେକ କ୍ଷେତ୍ରରେ ଏହା ଜଟିଳ ହୋଇ ଅନ୍ୟ କେତେକ ରୋଗକୁ ପ୍ରଶ୍ରୟ ଦିଏ । ସେଗୁଡ଼ିକର ନାମ କୋଲାଞ୍ଜାଇଟିସ, ବିଲିଆରି ସିରୋସିସ, ପାଙ୍କ୍ରିଆଟାଇଟିସ୍, କୋଆଗୁଲୋପାଥି, ଯକୃତ ଓ ମୁତ୍ରଯନ୍ତ୍ର ଫେଲ ହେବା । ଏହା ସହ ମୂଳ ରୋଗମାନଙ୍କର ଜଟିଳତା ମଧ୍ୟ ଦେଖାଯାଏ । ଜଣ୍ଡସ ରୋଗ ନିର୍ଣ୍ଣୟ କରିବା ପଦ୍ଧତି ଯୋଗୁ କେତେକ ଜଟିଳତା ଦେଖାଯାଏ । କୋଲିଡକୋଲିଥିଆସିସ ଯୋଗୁ ସାର୍କୋ ଟ୍ରାଏଡ(Charcot’s triad), ଓ ରେନୋଲ୍ଡ ପେଣ୍ଟାଡ(Reynolds' pentad) ରୋଗ ହୁଏ । ଇ.ଆର.ସି.ପି. ଯୋଗୁ ମଧ୍ୟ ଜଟିଳତା ଦେଖାଯାଇପାରେ । କୋଆଗୁଲୋପାଥି, ତରଳ ପଦାର୍ଥ/ ଏଲେକ୍ଟ୍ରୋଲାଇଟ, ଆଣ୍ଟିବାୟୋଟିକ ଓ ବିଲିଆରି ଡ୍ରେନ କରି ଏହାର ଚିକିତ୍ସା କରାଯାଏ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Definition of Icterus". MedicineNet.com. 2011. Archived from the original on 7 August 2012. Retrieved 3 February 2013.
- ↑ ୨.୦ ୨.୧ "Jaundice". MedlinePlus. Retrieved 13 August 2016.
- ↑ ୩.୦ ୩.୧ Buttaro, Terry Mahan; Trybulski, JoAnn; Polgar-Bailey, Patricia; Sandberg-Cook, Joanne (2012). Primary Care: A Collaborative Practice (in ଇଂରାଜୀ) (4 ed.). Elsevier Health Sciences. p. 690. ISBN 0323075851.
- ↑ ୪.୦ ୪.୧ Bassari, R; Koea, JB (7 February 2015). "Jaundice associated pruritis: a review of pathophysiology and treatment". World journal of gastroenterology. 21 (5): 1404–13. PMID 25663760.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ (Prof.), Roger Jones (2004). Oxford Textbook of Primary Medical Care (in ଇଂରାଜୀ). Oxford University Press. p. 758. ISBN 9780198567820.
- ↑ "Facts about Jaundice and Kernicterus". CDC. February 23, 2015. Retrieved 13 August 2016.
- ↑ ୭.୦ ୭.୧ Winger, J; Michelfelder, A (September 2011). "Diagnostic approach to the patient with jaundice". Primary care. 38 (3): 469–82, viii. PMID 21872092.
- ↑ ୮.୦ ୮.୧ Maisels, MJ (17 March 2015). "Managing the jaundiced newborn: a persistent challenge". CMAJ : Canadian Medical Association journal (Journal de l'Association medicale canadienne). 187 (5): 335–43. PMID 25384650.
- ↑ Winger, J; Michelfelder, A (September 2011). "Diagnostic approach to the patient with jaundice". Primary care. 38 (3): 469–82, viii. PMID 21872092.
- ↑ ୧୦.୦ ୧୦.୧ Roche, SP; Kobos, R (15 January 2004). "Jaundice in the adult patient". American family physician. 69 (2): 299–304. PMID 14765767.
- ↑ ୧୧.୦ ୧୧.୧ ୧୧.୨ Ferri, Fred F. (2014). Ferri's Clinical Advisor 2015: 5 Books in 1 (in ଇଂରାଜୀ). Elsevier Health Sciences. p. 672. ISBN 9780323084307.
- ↑ Dr. Chase's Family Physician, Farrier, Bee-keeper, and Second Receipt Book,: Being an Entirely New and Complete Treatise ... (in ଇଂରାଜୀ). Chase publishing Company. 1873. p. 542.
- ↑ Icterus | Define Icterus at Dictionary.com. Dictionary.reference.com. Retrieved on 2013-12-23.
- ↑ Mathew K.G. (2008) Medicine: Prep Manual for Undergraduates, 3/e, Elsevier India, ISBN 8131211541, pp. 296–297
- ↑ Hall, John Edward and Guyton, Arthur C. (2011) Textbook of Medical Physiology, Saunders/Elsevier, p. 841, ISBN 1416045740
- ↑ Beckingham, IJ; Ryder, SD (2001). "Investigation of liver and biliary disease". BMJ (Clinical research ed.). 322 (7277): 33–6. doi:10.1136/bmj.322.7277.33. PMC 1119305. PMID 11141153.
- ↑ Goljan, Edward F. (2007) Rapid Review Pathology, 2nd ed., Elsevier Health Sciences, pp. 368–369, ISBN 032304414X.
- ↑ Bertini, G.; Dani, C.; Tronchin, M.; Rubaltelli, F. F. (2001). "Is breastfeeding really favoring early neonatal jaundice?". Pediatrics. 107 (3): E41. doi:10.1542/peds.107.3.e41. PMID 11230622.
- ↑ Sumida, K.; Kawana, M.; Kouno, E.; Itoh, T.; Takano, S.; Narawa, T.; Tukey, R. H.; Fujiwara, R. (2013). "Importance of UDP-glucuronosyltransferase 1A1 Expression in Skin and its Induction by Ultraviolet B in Neonatal Hyperbilirubinemia". Molecular Pharmacology. 84 (5): 679–86. doi:10.1124/mol.113.088112. PMID 23950218.
- ↑ Salih, F. M. (2001). "Can sunlight replace phototherapy units in the treatment of neonatal jaundice? An in vitro study". Photodermatology, photoimmunology & photomedicine. 17 (6): 272–277. doi:10.1034/j.1600-0781.2001.170605.x. PMID 11722753.
- ↑ Nakayama, J.; Imafuku, S.; Mori, T.; Sato, C. (2013). "Narrowband ultraviolet B irradiation increases the serum level of vitamin D3in patients with neurofibromatosis 1". The Journal of Dermatology. 40 (10): 829–831. doi:10.1111/1346-8138.12256. PMID 23961975.
- ↑ O'Keefe, Lori (May 2001). "Increased vigilance needed to prevent kernicterus in newborns". American Academy of Pediatrics. 18 (5): 231.
- ↑ ୨୩.୦ ୨୩.୧ Pashankar D, Schreiber RA (July 2001). "Jaundice in older children and adolescents". Pediatrics in Review. 22 (7): 219–226. doi:10.1542/pir.22-7-219. PMID 11435623.
ଅଧିକ ତଥ୍ୟ
[ସମ୍ପାଦନା]- ଉଇକିଅଭିଧାନ ମାନେ ହେଲା jaundice
- ଉଇକିମିଡ଼ିଆ କମନ୍ସରେ Jaundice-ସମ୍ପର୍କିତ ମିଡ଼ିଆ
This template's initial visibility currently defaults to autocollapse
, meaning that if there is another collapsible item on the page (a navbox, sidebar, or table with the collapsible attribute), it is hidden apart from its title bar; if not, it is fully visible.
To change this template's initial visibility, the |state=
parameter may be used:
{{ଜଣ୍ଡିସ୍|state=collapsed}}
will show the template collapsed, i.e. hidden apart from its title bar.{{ଜଣ୍ଡିସ୍|state=expanded}}
will show the template expanded, i.e. fully visible.