ଜେରୋଷ୍ଟୋମିଆ

ଉଇକିପିଡ଼ିଆ‌ରୁ
(Xerostomiaରୁ ଲେଉଟି ଆସିଛି)
Xerostomia
Dry mouth,[୧] dry mouth syndrome[୨]
Image of a dry mouth
ଉଚ୍ଚାରଣ
  • ZEER-oh-STOH-mee-ah[୧]
ବିଭାଗENT surgery, dentistry
ଲକ୍ଷଣDry mouth, cracked lips[୩]
ଆକ୍ରାନ୍ତ ସମୟOlder people[୧][୩]
କାରଣCertain medications, Sjögren's, HIV/AIDS, diabetes, autoimmune disease, radiation therapy[୧][୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୩]
ଔଷଧPilocarpine, physostigmine, cevimeline[୩]
ଚିକିତ୍ସାDrinking sufficient water, chewing gum, stopping smoking, using a humidifier at night, saliva substitutes[୧]
PrognosisDepends on cause[୩]
ପୁନଃପୌନିକ25%[୩]

ଜେରୋଷ୍ଟୋମିଆ, ଯାହାକୁ ଶୁଖିଲା ପାଟି କୁହାଯାଏ, ପାଟିର ଏକ ଅବସ୍ଥା ଯେଉଁଥିରେ ପଟିକୁ ଓଦା ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଲାଳ ନଥାଏ । [୧] ଅନ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ଫାଟିଯାଇଥିବା ଓଠ କିମ୍ବା ଶୁଖିଲା ଓଠ ହୋଇପାରେ ।[୩] ଜଟିଳତା ମଧ୍ୟରେ ଲାଳ ପୂର୍ଣ୍ଣ ଖୋପ, ସ୍ୱାଦ ହ୍ରାସ, ଖରାପ ନିଶ୍ୱାସ ଏବଂ ଚୋବାଇବା, ଗିଳିବା କିମ୍ବା କଥାବାର୍ତ୍ତା ହେବାରେ ଅସୁବିଧା ହୋଇପାରେ ।[୧] [୩]

କାରଣଗୁଡିକ ମଧ୍ୟରେ କିଛି ଔଷଧ, ଜୋଗ୍ରେନ ସିଣ୍ଡ୍ରୋମ, ଏଚ୍.ଆଇ.ଭି/ଏଡସ୍, ମଧୁମେହ, ଅଟୋମ୍ୟୁମ୍ୟୁନ ରୋଗ ଏବଂ ବିକିରଣ ଚିକିତ୍ସା ହୋଇପାରେ ।[୩] ଏହି ଅବସ୍ଥା ସୃଷ୍ଟିକାରୀ ଔଷଧ ମଧ୍ୟରେ ଫୁରୋସେମାଇଡ୍, ଆଣ୍ଟିକୋଲିନଜିକ୍ସ, ଆଣ୍ଟିହିଷ୍ଟାମିନ୍ସ, ରକ୍ତଚାପର ଔଷଧ, ଅବସାଦ ରୋଧୀ ଔଷଧ ଓ କେମୋଅଥେରାପି ଇତ୍ୟାଦି ଉଲ୍ଲେଖନୀୟ ।[୩] ପାଟି ବାଟେ ପ୍ରଶ୍ୱାସ ନିଶ୍ୱାସ କ୍ରିୟା କଲେ ମଧ୍ୟ ଏହି ସଙ୍କଟ ସୃଷ୍ଟି ହୁଏ । [୩] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ହୁଏ ।[୩]

ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ । [୧] ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା, ଚୁଇଙ୍ଗମ ଚୋବେଇବା, ଧୂମପାନ ବନ୍ଦ କରିବା, ରାତିରେ ହ୍ୟୁମିଡିଫ।ୟାର ବା ଆର୍ଦ୍ରତା ବ୍ୟବହାର କରିବା ଏବଂ ଲାଳ ବଦଳାଇବା ପଦାର୍ଥ ବ୍ୟବହାର କଲେ ଏହି ଅବସ୍ଥାରେ ସାହାଯ୍ୟ ମିଳିଥାଏ ।[୧] ପାଇଲୋକାର୍ପିନ୍, ଫାଇସୋଷ୍ଟିଗମାଇନ୍ କିମ୍ବା ସେଭିମେଲାଇନ ଔଷଧ ବ୍ୟବହାର କରାଯାଇପାରେ । [୩] ଫଳାଫଳଗୁଡିକ ମୂଳ କାରଣ ଉପରେ ନିର୍ଭର କରେ | [୩]

ପ୍ରାୟ ୨୦ରୁ ୩୦% ଲୋକ ଶୁଖିଲା ପାଟିଦ୍ୱାରା ପ୍ରଭାବିତ ହୁଅନ୍ତି ।[୩] ଏହା ବାର୍ଦ୍ଧକ୍ୟର ସାଧାରଣ ଅଂଶ ହେବା ପରିବର୍ତ୍ତେ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡିତ ହେତୁ ବୟସ୍କ ବ୍ୟକ୍ତିଙ୍କଠାରେ ଅଧିକ ଦେଖାଯାଏ ।[୧] [୩] ଏହି ଅବସ୍ଥା ପ୍ରଥମେ ୧୮୬୮ ମସିହାରେ ଡାକ୍ତରୀ ନଜରକୁ ଆସିଥିଲା ।[୪] ଶବ୍ଦଟି ନିଜେ "ଜେରୋସ୍"ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ "ଶୁଖିଲା" ଏବଂ "ଷ୍ଟୋମା" ଅର୍ଥାତ୍ "ପାଟି" ।[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Dry Mouth". www.nidcr.nih.gov (in ଇଂରାଜୀ). National Institute of Dental and Craniofacial Research. Archived from the original on 9 April 2021. Retrieved 10 July 2021.
  2. Wijers OB, Levendag PC, Braaksma MM, Boonzaaijer M, Visch LL, Schmitz PI (2002), "Patients with head and neck cancer cured by radiation therapy: a survey of the dry mouth syndrome in long-term survivors", Head Neck, 24 (8): 737–747, doi:10.1002/hed.10129, PMID 12203798, S2CID 21262893.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ Talha, B; Swarnkar, SA (January 2021). "Xerostomia". PMID 31424871. {{cite journal}}: Cite journal requires |journal= (help)
  4. ୪.୦ ୪.୧ Sreebny, Leo M.; Vissink, Arjan (25 February 2010). Dry Mouth, The Malevolent Symptom: A Clinical Guide (in ଇଂରାଜୀ). John Wiley & Sons. p. IX. ISBN 978-0-8138-2097-2. Archived from the original on 27 August 2021. Retrieved 10 July 2021.